Search Course
Search through all lessons and sections in this course
Searching...
No results found
No matches for ""
Try different keywords or check your spelling
ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ
Course Description
ଏହି ପାଠ୍ୟକ୍ରମ ଟଙ୍କାର ବ୍ୟବହାର, ସମ୍ପର୍କଗୁଡ଼ିକ, ପରିବେଶ, ସରକାର ସହିତ ସମ୍ପର୍କ, ମାନବୀୟ ଅଧିକାର ଏବଂ ଅନ୍ୟ ବ୍ୟବହାରିକ ଜୀବନର କ୍ଷେତ୍ରଗୁଡ଼ିକରେ ଶାସ୍ତ୍ରୀୟ ସିଦ୍ଧାନ୍ତଗୁଡ଼ିକୁ ପ୍ରୟୋଗ କରେ ।
Introduction
ଯଦି ଆପଣ ଦଳରେ ପଢ଼ିଛନ୍ତି, ତେବେ ଆପଣ ପାଳି ପାଳି କରି ଏହି ବିଷୟକୁ ପାଠ କରିପାରିବେ । ଯେକୌଣସି ଶ୍ରେଣୀର ଆଲୋଚନା ନିମନ୍ତେ ଆପଣ ସମୟ ସମୟରେ କ୍ଲାସ୍ ବନ୍ଦ କରିପାରିବେ । ଶ୍ରେଣୀ ନେତା ଭାବରେ ଆପଣ ଆଲୋଚନା ଚାଲୁ ରଖିବେ, ଯେଉଁ ବିଷୟରୁ ପାଠ କରାଗଲା । ପ୍ରତ୍ୟେକ ଆଲୋଚନା ପାଇଁ ଏକ ସମୟସୀମା ନିର୍ଦ୍ଧାରଣ କରିବା ଉଚିତ ।
ପ୍ରଶ୍ନ ଆଲୋଚନା ଏବଂ ଶ୍ରେଣୀ କାର୍ଯ୍ୟକ୍ରମ ବିନ୍ଦୁ ଦେଇ ଚିହ୍ନିତ ହୋଇଛି ► । ପ୍ରଶ୍ନ ଆଲୋଚନା ପାଇଁ ଶ୍ରେଣୀ ନେତା ପ୍ରଶ୍ନ ପଚାରିବେ ଏବଂ ଉତ୍ତର ଆଲୋଚନା ପାଇଁ ଛାତ୍ରମାନଙ୍କୁ ସମୟ ଦେବେ । ଯଦି ସେହି ସମାନ ଛାତ୍ର ପ୍ରଥମରେ ଉତ୍ତର ଦେଉଛନ୍ତି କିମ୍ବା କୌଣସି ଛାତ୍ର କିଛି କହୁ ନାହାନ୍ତି, ନେତା ସେହି ପ୍ରଶ୍ନକୁ ଅନ୍ୟ କାହାକୁ ପଚାରି ପାରନ୍ତି ।
ପାଠ୍ୟକ୍ରମର ଅଧିକାଂଶ ଶାସ୍ତ୍ରାଂଶ ବ୍ୟବହୃତ ହୋଇଛି । ଯେଉଁ ପାରାଗ୍ରାଫ୍ଗୁଡ଼ିକ ଉଚ୍ଚ ସ୍ୱରରେ ପାଠ କରାଯିବ ସେଗୁଡ଼ିକ ବିନ୍ଦୁ ଦେଇ ଚିହ୍ନିତ କରାଯାଇଛି ► । ଦଳ ପାଇଁ ଜଣେ ଛାତ୍ରଙ୍କୁ ଏହା ପାଠ କରିବାକୁ କୁହନ୍ତୁ । ଅନ୍ୟ ସମୟରେ, ଶାସ୍ତ୍ରର ସୂଚନା ବନ୍ଧନୀ ମଧ୍ୟରେ ଦିଆଯାଇଛି । ଉଦାହରଣ ସ୍ୱରୂପ : (୧ କରିନ୍ଥୀୟ ୧୨:୧୫) । ସେହି ସନ୍ଦର୍ଭଗୁଡ଼ିକ ପାଠରେ ଥିବା ବକ୍ତବ୍ୟ ପାଇଁ ସମର୍ଥନ କରେ । ବନ୍ଧନୀ ମଧ୍ୟରେ ଥିବା ପାରାଗୁଡ଼ିକ ପାଠ କରିବା ସର୍ବଦା ଆବଶ୍ୟକ ନୁହେଁ ।
ପ୍ରତ୍ୟେକ ପାଠର ଶେଷରେ ଭାରାର୍ପିତ ଦିଆଯାଇଥିବା କାର୍ଯ୍ୟ ବ୍ୟାଖ୍ୟା କରାଯାଇଛି । ଦିଆଯାଇଥିବା କାର୍ଯ୍ୟ ପାଠର ଶେଷରେ ସମାପ୍ତ ହେବା ଉଚିତ ଏବଂ ପରବର୍ତ୍ତୀ ଶ୍ରେଣୀ ଆରମ୍ଭରେ ଶ୍ରେଣୀ ନେତାଙ୍କୁ ରିପୋର୍ଟ କରିବା ଉଚିତ । ଯଦି ଛାତ୍ର ପାଠକୁ ଏବଂ ଏହାର ଦିଆଯାଇଥିବା କାର୍ଯ୍ୟ ଶେଷ କରି ନାହିଁ, ସେ ପରବର୍ତ୍ତି ସମୟରେ ତାହା ସମାପ୍ତ କରିପାରିବ । ତଥାପି, ନେତା ଛାତ୍ରମାନଙ୍କୁ ସମୟ ସାରଣୀ ପାଳନ କରିବାକୁ ଉତ୍ସାହିତ କରିବା ଉଚିତ ଯାହା ଦ୍ୱାରା ସେମାନେ ଶ୍ରେଣୀରୁ ଅଧିକ ଶିଖିପାରିବେ । ଛାତ୍ରଟି ସମାପ୍ତ କରିଥିବା ଦିଆଯାଇଥିବା କାର୍ଯ୍ୟଗୁଡ଼ିକୁ ରୋକର୍ଡ଼ କରିବା ପାଇଁ ପାଠ୍ୟକ୍ରମର ପଛ ପଟେ ଏକ ଚାର୍ଟ ଦିଆଯାଇଛି ।
ଏହି ପାଠ୍ୟକ୍ରମର ଏକ ଉଦ୍ଦେଶ୍ୟ ହେଉଛି ଛାତ୍ରମାନଙ୍କୁ ଶିକ୍ଷକ ହେବା ପାଇଁ ପ୍ରସ୍ତୁତ କରିବା । ଶ୍ରେଣୀ ନେତା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶିକ୍ଷା ଦାନ ଦକ୍ଷତା ବିକାଶ କରିବା ପାଇଁ ସୁଯୋଗ ଦେବା ଉଚିତ । ଉଦାହରଣ ସ୍ୱରୂପ, ଶ୍ରେଣୀ ନେତା ବେଳେବେଳେ ଛାତ୍ରଙ୍କୁ ପାଠର ଏକ ଛୋଟ ଅଂଶ ଶ୍ରେଣୀକୁ ପଢ଼ାଇବାକୁ ଦେବା ଉଚିତ ।
ପ୍ରତ୍ୟେକ ପାଠର ଶେଷରେ ଦଳଗତ ଆଲୋଚନା ନିମନ୍ତେ ନିର୍ଦ୍ଦେଶାବଳୀ ସହିତ ଏକ ବିଭାଗ ଅଛି । ଏହି ଆଲୋଚନା ପାଇଁ ଶ୍ରେଣୀ ନେତା ସମୟ ନିର୍ଦ୍ଧାରଣ କରିବେ । ଏହି ବିଷୟବସ୍ତୁ ସମାପ୍ତ କରିବା ପର୍ଯ୍ୟନ୍ତ ଅନେକ ପାଠରେ ବହୁତ ଆଲୋଚନାର ବିଷୟ ଥାଇପାରେ ।
ପ୍ରତ୍ୟେକ ପାଠର ଶେଷରେ ଏକ ଛୋଟ ପ୍ରାର୍ଥନା ମଧ୍ୟ ରହିଛି : ଛାତ୍ରମାନଙ୍କ ଜୀବନରେ ସତ୍ୟର ପ୍ରୟୋଗ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା । ସେହି ପ୍ରାର୍ଥନାର ଅଂଶକୁ ପାଠ କରିବା ପାଇଁ ଶ୍ରେଣୀ ନେତା ଜଣେ ଛାତ୍ରଙ୍କୁ କହିପାରିବେ ।
Shepherds Global Classroomଠାରୁ ଯଦି ଜଣେ ଛାତ୍ର ସାର୍ଟିଫିକେଟ୍ ପାଇବାକୁ ଇଚ୍ଛା କରନ୍ତି, ସେ କ୍ଲାସ୍ରେ ଉପସ୍ଥିତ ରହିବେ ଏବଂ ଦିଆଯାଇଥିବା କାର୍ଯ୍ୟ ସମାପ୍ତ କରିବେ । ପାଠ୍ୟକ୍ରମର ଶେଷରେ ସମାପ୍ତ ହୋଇଥିବା ଦିଆଯାଇଥିବା କାର୍ଯ୍ୟ ରେକର୍ଡ଼ କରିବା ପାଇଁ ଏକ ଫର୍ମ ପ୍ରଦାନ କରାଯାଇଛି ।
ଏହାରେ ଉଲ୍ଲେଖିତ ସମସ୍ତ ଶାସ୍ତ୍ର ଅଂଶ 'ପବିତ୍ର ବାଇବଲ (Re-edited)' ଓଡ଼ିଆ ଅନୁବାଦରୁ ନିଆଯାଇଛି, ଯାହା ବାଇବଲ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ।
Ready to Start Learning?
Choose a lesson to begin your journey through this course.
Course Lessons
Print Course
SGC exists to equip rising Christian leaders around the world by providing free, high-quality theological resources. We gladly grant permission for you to print and distribute our courses under these simple guidelines:
- No Changes – Course content must not be altered in any way.
- No Profit Sales – Printed copies may not be sold for profit.
- Free Use for Ministry – Churches, schools, and other training ministries may freely print and distribute copies—even if they charge tuition.
- No Unauthorized Translations – Please contact us before translating any course into another language.
All materials remain the copyrighted property of Shepherds Global Classroom. We simply ask that you honor the integrity of the content and mission.
Questions? Reach out to us anytime at info@shepherdsglobal.org
Order Physical Course
ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ
Total
$21.99Download Course
By submitting your contact info, you agree to receive occasional email updates about this ministry.
Additional Files
Audio Course Downloads
ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ
Download audio files for offline listening
No audio files are available for this course yet.
Check back soon or visit our audio courses page.
Share This Course
ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ
Share this free course with others