ପ୍ରତ୍ୟେକ ମନୁଷ୍ୟ ଯେଉଁମାନେ ସେମାନଙ୍କର ବିଶ୍ୱାସ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ସ୍ଥାପନ କରିଛନ୍ତି ସେମାନେ ଏକ ଶରୀର ସଦସ୍ୟ ଅଟନ୍ତି - ଖ୍ରୀଷ୍ଟଙ୍କ ଶରୀର : “ଯିହୁଦୀ କି ଗ୍ରୀକ୍, ଦାସ କି ସ୍ଵାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ” (ଗାଲାତୀୟ ୩:୨୮)।
ଲୂକଙ୍କ ସୁସମାଚାର ଏକ ବାର୍ତ୍ତାଳାପ ବିଷୟରେ କହେ, ଯେତେବେଳେ ଯୀଶୁ ଆଜ୍ଞାଗୁଡ଼ିକୁ ଉଦ୍ଧୃତ କରିଥିଲେ, “ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର।’’ ଜଣେ ବ୍ୟବସ୍ଥାଶାସ୍ତ୍ରଜ୍ଞ ତାହାଙ୍କୁ ପଚାରିଲେ “ତେବେ ମୋର ପ୍ରତିବାସୀ କିଏ ?’’ (ଲୂକ ୧୦:୨୯) । ପ୍ରଶ୍ନଟି ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ବ୍ୟବସ୍ଥାଶାସ୍ତ୍ରଜ୍ଞ ମନେ କରୁଥିଲେ ଯେ, ସେ କାହାକୁ ପ୍ରେମ କରିବା ଦରକାର ନାହିଁ । ସେ ଭାବୁଥିଲେ ଯେ, ଏକ ନିର୍ଦ୍ଦିଷ୍ଟ ଦଳକୁ ପ୍ରେମ କରିବା ପାଇଁ ଏହି ଆଜ୍ଞା ଅଟେ ।
ସମସ୍ତ ସଂସ୍କୃତିର ଲୋକଙ୍କର ନୈତିକତା ସମାନ ଅଟେ । ସେମାନେ ଜାଣନ୍ତି ଯେ, ଚୋରି, ହତ୍ୟା ଏବଂ ଅତ୍ୟାଚାର ଭୁଲ୍ ଅଟେ । ତଥାପି ସେମାନେ ଭାବନ୍ତି ନାହିଁ ଯେ, ସମସ୍ତେ ସେମାନେ ନ୍ୟାୟପୂର୍ଣ୍ଣ ବ୍ୟବହାର ପାଇବାକୁ ଯୋଗ୍ୟ । ହୁଏତ ସେମାନେ ତାଙ୍କ ବନ୍ଧୁଙ୍କ ପାଖରୁ ଚୋରି କରି ନ ପାରନ୍ତି କି ସେମାନେ ଜଣେ ଅଜଣା ବ୍ୟକ୍ତିଠାରୁ ଚୋରୀ କରିପରିବେ । ହୁଏତ ସେମାନେ ତାଙ୍କ ଜାତିର ଲୋକଙ୍କୁ ହତ୍ୟା କରି ନ ପାରନ୍ତି, କିନ୍ତୁ ସେମାନେ ଜଣେ ବିଦେଶୀକୁ ହତ୍ୟ କରିପାରିବେ । ହୁଏତ ସେମାନେ ନିଜର ପରିଜନଙ୍କୁ ଅତ୍ୟାଚାର କରି ନ ପାରନ୍ତି, କିନ୍ତୁ ସେମାନେ ଅବହେଳିତ/ନିଚ୍ଚଜାତିର ଲୋକଙ୍କୁ ଅତ୍ୟାଚାର କରିପାରିବେ ।
ଖ୍ରୀଷ୍ଟଙ୍କ ଅନୁଗାମୀମନେ ବିଶ୍ୱାସ କରନ୍ତି ଯେ, ପ୍ରତ୍ୟେକ ମନୁଷ୍ୟ ଅସୀମ ମୂଲ୍ୟ ସହିତ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଛନ୍ତି ।
ଯେତେବେଳେ ଜଣେ ଦୂତ ମନୁଷ୍ୟମାନଙ୍କ ପ୍ରତି ଉଭା ଉପସ୍ଥିତ ହୁଅନ୍ତି, ଯେପରି ଶାସ୍ତ୍ରରେ ଲେଖାଅଛି, ତାଙ୍କର ପ୍ରଥମ ବାକ୍ୟହେଉଛି, “ଭୟ କର ନାହିଁ’’, କାରଣ ତାଙ୍କର ଉପସ୍ଥିତି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ ଜନକ ଥାଏ । ଅନେକ ସମୟରେ ଲୋକମାନେ ସେମାନଙ୍କ ସମ୍ମୁଖରେ ପୂଜା ଉପାସନା କରିବାକୁ ପଡ଼ିଯାଆନ୍ତି ।[1] କିନ୍ତୁ ଦୂତମାନଙ୍କଠାରୁ ମନୁଷ୍ୟମାନଙ୍କର ମୂଲ୍ୟ ଅଧିକ ଅଟେ (୧ କରିନ୍ଥୀୟ ୬:୩) ।
ଆପଣ ହୁଏତ ଜଣେ ବ୍ୟକ୍ତିଙ୍କୁ ସାକ୍ଷାତ କରିପାରନ୍ତି ଯିଏ ନିମ୍ନ ଶ୍ରେଣୀର ଭିକାରୀ ହୋଇଥିବ, ଅଶିକ୍ଷିତ, ଅଜ୍ଞାନୀ, ମନ୍ଦ ଚରିତ୍ର, କୌଶଳର ଅଭାବ, ପ୍ରଭାବହୀନ, ଘୃଣ୍ଣ୍ୟ ଚେହେରା ଏବଂ ଏକ ଘୃଣ୍ୟ ବ୍ୟକ୍ତିତ୍ୱ ଥାଇପାରେ, ତଥାପି ସେ ଅନନ୍ତ ଫଳାଫଳ ସହିତ ନିଷ୍ପତ୍ତି ନିଅନ୍ତି । ଯଦି ତାଙ୍କୁ ପରମେଶ୍ୱର ମୁକ୍ତ କରନ୍ତି, ତେବେ ସେ ପୃଥିବୀରେ ଆମେ ଦେଖିଥିବା ଯେକୌଣସି ପ୍ରାଣୀ ଅପେକ୍ଷା ମହାନ ହୋଇଯିବେ।[2] ତେଣୁ ସେ ସମ୍ମାନ ପାଇବାର ଯୋଗ୍ୟ ।
► ଜଣେ ଛାତ୍ର ଗାଲାତୀୟ ୩:୨୮ ଦଳ ପାଇଁ ପାଠ କରିବେ ।
ଏହି ପଦଟି ତିନୋଟି ଉପାୟରେ ଉଲ୍ଲେଖ କରିଛି ଯେ, ଲୋକମାନେ ପ୍ରାୟତଃ ବର୍ଗୀକୃତ ହୁଅନ୍ତି - ଜାତିଗତ, ସାମାଜିକ ଶ୍ରେଣୀ ଏବଂ ଲିଙ୍ଗ । ସାମାଜିକ ଶ୍ରେଣୀ ଅର୍ଥନୈତିକ ସ୍ତରରେ ଅନ୍ତର୍ଭୁକ୍ତ । ଆମେ ବୟସ, ଶିକ୍ଷାଗତ ସ୍ତର ଏବଂ ଦକ୍ଷତା ଭଳି ଅନ୍ୟାନ୍ୟ ବର୍ଗୀକରଣ ଯୋଡ଼ି ପାରିବା । ଏହି ବର୍ଗୀକରଣଗୁଡ଼ିକ ମଧ୍ୟରୁ କୌଣସିଟି ଈଶ୍ୱରଙ୍କ ବ୍ୟକ୍ତିତ୍ୱର ମୂଲ୍ୟକୁ ପ୍ରଭାବିତ କରେ ନାହିଁ ।
► ଅନ୍ୟ ଲୋକଙ୍କ ଅପେକ୍ଷା କେହି ଜଣେ ଅଧିକ ମୂଲ୍ୟବାନ ହୋଇପାରେ କି? ବର୍ଣ୍ଣନା କର ।
ଉଚ୍ଚ ବୁଦ୍ଧିମତା, ଶିକ୍ଷା, ଦକ୍ଷତା, ଶାରୀରିକ ଶକ୍ତି, ନେତୃତ୍ୱ ଅଭିଜ୍ଞତା, କିମ୍ବା ଟଙ୍କା ଥିବା ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ କାର୍ଯ୍ୟ ହାସଲ କରିବା ପାଇଁ ଅଧିକ ମୂଲ୍ୟବାନ ଅଟନ୍ତି । ତଥାପି ସେହି ବୈଶିଷ୍ଟ୍ୟଗୁଡ଼ିକ ଯୋଗୁଁ ଜଣେ ବ୍ୟକ୍ତିକୁ ମନୁଷ୍ୟ ଭାବରେ ଅଧିକ ମୂଲ୍ୟବାନ ଭାବିବା କୁଲ୍ ଅଟେ । ସେହି ବୈଶିଷ୍ଟ୍ୟଗୁଡ଼ିକର ବ୍ୟବହାରିକ ମୂଲ୍ୟ ଅଛି । କିନ୍ତୁ ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ନିର୍ମିତ ମାନବତାର ଅତ୍ୟାବଶ୍ୟକ ପ୍ରକୃତିର ଅସୀମ ଏବଂ ଅନନ୍ତ ମୂଲ୍ୟ ଅଛି ।
[1] ଏହାର ଗୋଟିଏ ଉଦାହରଣ ହେଉଛି ପ୍ରକାଶିତ ବାକ୍ୟ 22:8-9, “ମୁଁ ଯୋହନ ସ୍ଵୟଂ ଏହିସମସ୍ତ ଶ୍ରବଣ ଓ ଦର୍ଶନ କଲି। ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହିସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି। କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର, ତୁମ୍ଭର ଭ୍ରାତୃବୃନ୍ଦ ଭାବବାଦୀ-ମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ; ଈଶ୍ଵରଙ୍କୁ ପ୍ରଣାମ କର।”
[2] ପୁନରୁତ୍ଥାନ ସମୟରେ ଖ୍ରୀଷ୍ଟିଆନମାନଙ୍କର ଶରୀରର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନକୁ ୧ କରିନ୍ଥୀୟ ୧୫ ବର୍ଣ୍ଣନା କରେ ।
Previous
Next