► ପ୍ରତ୍ୟେକ ସାମରୀକ ଯାନବାହନରେ କେଉଁ ବିଷୟଟି ସ୍ଥାପିତ କରାଯାଇଥାଏ?
ପ୍ରତ୍ୟେକ ଟ୍ୟାଙ୍କ, ଜିପ୍ ଏବଂ ପ୍ଲେନ୍ରେ ଏକ ରେଡିଓ ଅଛି । ଏହି ରେଡିଓ ସୈନ୍ୟମାନଙ୍କ ନିମନ୍ତେ ସେମାନଙ୍କର ମନ ପସନ୍ଦର ଗୀତ ଶୁଣିବାକୁ ନୁହେଁ ବରଂ ଏହି ରେଡିଓ ସେମାନଙ୍କ ସହିତ ଯୋଗାଯୋଗ କରିବା ନିମନ୍ତେ ।
ଏକ ଯୁଦ୍ଧ ଜୟ କରିବାକୁ ଯୋଗାଯୋଗ ପ୍ରମୁଖ ଅଟେ । ଯୁଦ୍ଧ କ୍ଷେତ୍ରରେ ଯେତେବେଳେ ସୈନ୍ୟ ଥାଏ ସେ ସବୁ ଦିଗକୁ ଦେଖିପାରେ ନାହିଁ । ସେମାନେ ହୁଏତ ଜାଣି ନ ପାରନ୍ତି ଯେ ସେମାନଙ୍କ ବନ୍ଧୁ କେଉଁଠି ଏବଂ ଶତ୍ରୁ କେଉଁଠି। ସେମାନେ ଜାଣିପାରନ୍ତି ନାହିଁ କେଉଁ ଦିଗକୁ ଗୁଳି କରିବେ ଏବଂ କେଉଁ ଦିଗକୁ ସେମାନେ ଯିବେ କେବଳ ସେମାନଙ୍କର ସେନାପତିଙ୍କ ନିର୍ଦ୍ଦେଶ ବିନା ।
ଅନେକ ଘଟଣା ଘଟିଛି ଯେଉଁଠାରେ ସୈନିକମାନେ ସେମାନଙ୍କ ସାଥି ସୈନିକମାନଙ୍କ “ବନ୍ଧୁତ୍ୱପୂର୍ଣ୍ଣ ଗୁଳି’’ ଦ୍ୱାରା, ଭୁଲ ନିର୍ଦ୍ଦେଶିତ ଗୁଳିରେ ପ୍ରାଣ ହରାଇଛନ୍ତି । ଖରାପ ଯୋଗାଯୋଗ ଯୋଗୁଁ ଏପରି ସମୟ ଆସିଛି ଯେତେବେଳେ କ୍ଷେପଣାସ୍ତ୍ର ଏବଂ ବୋମା ଶତ୍ରୁଙ୍କ ବଦଳରେ ବନ୍ଧୁମାନଙ୍କ ଉପରେ ପଡ଼ିଛି।
ଆଧୁନିକ ଯୁଦ୍ଧରେ, ଶତ୍ରୁର ଯୋଗାଯୋଗ କେନ୍ଦ୍ରକୁ ଭାଙ୍ଗି ଦେବାକୁ ଚେଷ୍ଟା କରିବା ଏକ ସାଧାରଣ ରଣନୀତି। ଯେଉଁ ପକ୍ଷ ଏଥିରେ ସଫଳ ହୁଏ, ସେ ଯୁଦ୍ଧରେ ବିଜୟୀ ହେବ।
ଏକ ଆତ୍ମିକ ଯୁଦ୍ଧରେ ଆମେ ଅଛୁ । ଶୟତାନ ଆମକୁ ପ୍ରଲୋଭିତ କରେ ଏବଂ ପ୍ରତାରଣା କରିବାକୁ ଚେଷ୍ଟା କରେ । ଜଗତ ଆମକୁ ଏହାର ଜୀବନଶୈଳୀ ଏବଂ ମୂଲ୍ୟବୋଧ ଭିତରକୁ ଟାଣି ନେବାକୁ ଚେଷ୍ଟା କରୁଛି । ଆମ ଚତୁର୍ଦ୍ଦିଗରେ ଥିବା ଲୋକମାନେ ବେଳେବେଳେ ଆମକୁ ଈଶ୍ୱରଙ୍କ ପାଇଁ ବଞ୍ଚିବାରୁ ବାଧା ଦିଅନ୍ତି ଏବଂ ନିରୁତ୍ସାହିତ କରନ୍ତି । ଆମେ ଏକ ଶତ୍ରୁ ଦେଶର ସୈନିକ ଅଟୁ, ଆମର କେବଳ ଅଳ୍ପ ବନ୍ଧୁ ଅଛନ୍ତି ଏବଂ ଶତ୍ରୁ ଅନେକ ଅଛନ୍ତି ।
ଈଶ୍ୱର ଚାହାନ୍ତି, ଆମେ ଆତ୍ମିକ ଯୁଦ୍ଧରେ ବିଜୟୀ ହେଉ । ପ୍ରାର୍ଥନା ହେଉଛି ଆମର ସେନାପତିଙ୍କ ସହ ଯୋଗାଯୋଗ କରିବାର ମାଧ୍ୟମ ଅଟେ ।
ଚିନ୍ତା କରନ୍ତୁ ଏକ ଯୁଦ୍ଧ କ୍ଷେତ୍ରରେ ଜଣେ ସୈନିକ ଯିଏ ତା’ର ସେନାପତିର ନିର୍ଦ୍ଦେଶକୁ ନ ମାନି ନିଜ ଇଚ୍ଛାରେ ଚାଲେ । ସେ ଭଲ ବଦଳରେ କ୍ଷତି କରିପାରେ; ସେ ଲୋକମାନଙ୍କୁ ସାହାଯ୍ୟ କରିବାରେ ବିଫଳ ହୋଇପାରେ ଯେଉଁମାନେ ତା’ ଉପରେ ନିର୍ଭର କରନ୍ତି ଏବଂ ସେ ସମ୍ଭବତଃ ଧରାପଡ଼ିପାରେ କିମ୍ବା ନିହତ ହୋଇପାରେ ।
ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକା; ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର (ଏଫିସୀୟ ୬:୧୮)।
ଏକ ଶାସ୍ତ୍ରାଂଶର ଶେଷ ଭାଗରେ ଏହି ପଦ ଆସେ ଯେଉଁଠାରେ ପାଉଲ ତାଙ୍କ ଯୁଗର ସାମରିକ କବଚ ସହିତ ଜଣେ ବିଶ୍ୱାସୀର ଆତ୍ମିକ କବଚକୁ ଚିତ୍ରଣ କରିଥିଲେ । ସେ କହିଥିଲେ, ଯେ ଆମର ଶତ୍ରୁମାନେ ଶାରୀରିକ ନୁହଁନ୍ତି, ମାତ୍ର ଆମର ଶତ୍ରୁ ଆତ୍ମିକ ଅଟନ୍ତି ।
ହୁଏତ ସେହି ସମୟରେ ସୈନିକମାନଙ୍କ ନିମନ୍ତେ ରେଡିଓର ସୁବିଧା ଥାଆନ୍ତା, ତେବେ ପାଉଲ ସେମାନଙ୍କୁ ଆଧ୍ୟାତ୍ମିକ ସୈନିକଙ୍କ ଉପକରଣର ଆଉ ଏକ ଅଂଶକୁ ଦର୍ଶାଇବା ପାଇଁ ବ୍ୟବହାର କରିଥାନ୍ତେ - ପ୍ରାର୍ଥନା । କବଚ ବର୍ଣ୍ଣନା କରିବା ପରେ, ପାଉଲ କହିଲେ ଯେ, ଆତ୍ମିକ କବଚ ସହିତ ପ୍ରାର୍ଥନା ମଧ୍ୟ ବ୍ୟବହାର କରାଯିବା ଉଚିତ ।
ଆତ୍ମିକ ମନ୍ଦତା ବିରୁଦ୍ଧରେ ଯୁଦ୍ଧରେ ଯେତେବେଳେ ଆମେ ଠିଆ ହୋଇଛୁ, ଆମକୁ ପ୍ରାର୍ଥନା କରିବାକୁ ହେବ, ଆମର ସେନାପତିଙ୍କ ସହିତ ଯୋଗାଯୋଗ ରଖିବାକୁ ହେବ । ଆମକୁ ପ୍ରାର୍ଥନାରେ ଜାଗ୍ରତ ରହିବାକୁ ଏବଂ ଦୃଢ଼ ରହିବାକୁ ଆହ୍ୱାନ କରାଯାଇଛି ।
ଯେଉଁମାନେ ଶୁଣିବେ, ପରମେଶ୍ୱର ସେମାନଙ୍କ ପାଇଁ ମାର୍ଗଦର୍ଶନର ପ୍ରତିଶ୍ରୁତି ଦେଇଛନ୍ତି।
ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ଵୀକାର କର; ତହିଁରେ ସେ ତୁମ୍ଭର ପଥସବୁ ସରଳ କରିବେ (ହିତୋପଦେଶ ୩:୫-୬)।
ସଦାପ୍ରଭୁଙ୍କ ଦ୍ଵାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି (ଗୀତସଂହିତା ୩୭:୨୩)।
ଜଗତର ଲୋକମାନଙ୍କ ପରି ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ ଜଗତର ଲୋକମାନଙ୍କ ପରି ନିଷ୍ପତ୍ତି ନିଅନ୍ତି ନାହିଁ । କେତେକ ଲୋକ ସେମାନଙ୍କର ଇଚ୍ଛା ଦ୍ୱାରା ଚାଳିତ ହୁଅନ୍ତି । ସେମାନେ କୁହନ୍ତି, “ମୋ’ ପାଇଁ ଯାହା ଠିକ୍ ମୁଁ ତାହା କରିବି’’ । ସେମାନଙ୍କର ଅର୍ଥ ହେଉଛି ଯେ, ସେମାନେ ଅନ୍ୟ କାହାକୁ, ଲୋକମାନଙ୍କୁ ନିୟନ୍ତ୍ରଣ କରିବାକୁ ଦେବା ଅପେକ୍ଷା ପ୍ରଥମେ ନିଜର ଇଚ୍ଛା ବିଷୟରେ ବିଚାର କରିବା ଉଚିତ । ସେମାନେ ଭାବନ୍ତି ଯେ, ସ୍ୱାଧିନତାର ଅର୍ଥ ସ୍ୱ-କେନ୍ଦ୍ରିକ ହେବା । ଖ୍ରୀଷ୍ଟଙ୍କର ଅନୁକାରୀମାନେ ଭିନ୍ନ ଅଟନ୍ତି, କାରଣ ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରନ୍ତି ଏବଂ ସେମାନଙ୍କ ଜୀବନରେ ଅନେକଙ୍କୁ ଆଶୀର୍ବାଦ କରିବାକୁ ଚାହାନ୍ତି ।
କେତେ ଲୋକ ସମସ୍ତ ଉତ୍ତର ନିମନ୍ତେ ଆମର ଅନ୍ତରକୁ ଦେଖିବାକୁ ପରାମର୍ଶ ଦେଇଥାଆନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଆମର ଭାବନା ଏବଂ ପ୍ରବୃତ୍ତି ନିଷ୍ପତ୍ତି ନେବା ପାଇଁ ଯଥେଷ୍ଟ ମାର୍ଗଦର୍ଶକ ଅଟେ । ବୟସ୍କ ଲୋକମାନଙ୍କର ଉପଦେଶ ଏବଂ ସଂସ୍କୃତିକୁ ଅଣଦେଖା କରିବା ପାଇଁ ସେମାନେ ଯୁବାମାନଙ୍କୁ ଉତ୍ସାହିତ କରନ୍ତି । ସେମାନେ ଧାର୍ମିକ ନୈତିକତାକୁ ତୁଚ୍ଛ କରନ୍ତି । ଏହି ପ୍ରକାରର ଉପଦେଶ ହଲିଉଡ୍ ମନୋରଞ୍ଜନରେ ଜଣାଶୁଣା ଅଟେ । ସେମାନେ ଏକ ଯୁବା ଲୋକ ବିଷୟରେ କାହାଣୀ କହନ୍ତି ଯିଏ କର୍ତ୍ତା ଏବଂ ପରମ୍ପରା ବିରୁଦ୍ଧରେ ବିଦ୍ରୋହ କରି ସଫଳ ହୁଏ । ସେମାନେ ସତ୍ୟ ଦେଖାନ୍ତି ନାହିଁ ଯେ, ଏହିପରି ନିଷ୍ପତ୍ତି ସେମାନଙ୍କୁ ଦୁଃଖ ଏବଂ ବିପର୍ଯ୍ୟୟ ଆଡ଼କୁ ଘେନିଯିବ ।
କିଛି ସଂସ୍କୃତିରେ, ବ୍ୟକ୍ତିମାନେ ନିଷ୍ପତ୍ତି ବିସ୍ତୃତ ପରିବାର କିମ୍ବା ଜନଜାତି କିମ୍ବା ବଳ ଦ୍ୱାରା ସୀମିତ ଅଟେ । ବ୍ୟକ୍ତିଗତ ଭାବରେ କେହି ଧର୍ମ ପରିତ୍ୟାଗ କରିାପରିବେ ନାହିଁ, ସେମାନଙ୍କର ବ୍ୟବସାୟ ପରିତ୍ୟାଗ କରିପାରିବେ ନାହିଁ, ଉଚ୍ଚ ଶିକ୍ଷା ଗ୍ରହଣ କରିପାରିବେ ନାହିଁ କିମ୍ବା ଦଳର ଅନୁମୋଦନ ବିନା ବିବାହ କରିପାରିବେ ନାହିଁ । ସେହି ପରିବେଶରେ ସବୁଠାରୁ କଷ୍ଟକର ପରିବର୍ତ୍ତନ ହେଉଛି ଜଣେ ବ୍ୟକ୍ତିର ଧର୍ମ ପରିବର୍ତ୍ତନ କରିବା । ଯଦି ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କର ଅନୁସରଣକାରୀ ହୁଏ ଏବଂ ତାଙ୍କ ଲୋକମାନେ ବୁଝିପାରୁନଥିବା ନୀତି ଦ୍ୱାରା ପରିଚାଳିତ ହୁଅନ୍ତି, ତେବେ ସେ ନିର୍ଯାତନା ଭୋଗ କରିପାରନ୍ତି। ଏହିପରି ପରିସ୍ଥିତିରେ ଜଣେ ବିଶ୍ୱାସୀ ଜ୍ଞାନ ଏବଂ ଚାଳନା ନିମନ୍ତେ ପ୍ରାର୍ଥନା କରିବା ଉଚିତ ।
ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ଈଶ୍ୱରଙ୍କ ପରିଚାଳନା ଆବଶ୍ୟକ କରୁ ଏବଂ ସେ ଆମକୁ ଏପରି ଉପାୟରେ ମାର୍ଗଦର୍ଶନ କରନ୍ତି ଯାହା ବିଷୟରେ ଆମେ ସବୁବେଳେ ସଚେତନ ନଥାଉ । ଯଦିଚ ଆମେ ତାଙ୍କ ବିଷୟରେ ନ ଭାବୁଛୁ, ତଥାପି ସେ ଆମକୁ କଦାପି ଭୁଲନ୍ତି ନାହିଁ । କିନ୍ତୁ କେତେକ ସମୟରେ ଯେତେବେଳେ ଆମେ ତାଙ୍କ ନିୟନ୍ତ୍ରଣ ଅନୁସନ୍ଧାନ କରିବା ଆବଶ୍ୟକ ଅଟେ ଏବଂ ଆମ ପସନ୍ଦଗୁଡ଼ିକୁ ପ୍ରକୃତରେ କି ନାହିଁ ତାହା ଦେଖିବାକୁ ସାହାଯ୍ୟ କରିବା ପାଇଁ ପ୍ରାର୍ଥନା କରିବା ଆବଶ୍ୟକ । ଈଶ୍ୱର ହୁଏତ ଆମର ଗତିପଥକୁ ଅପ୍ରତ୍ୟାଶିତ ଭାବରେ ପରିବର୍ତ୍ତନ କରିବାକୁ ଚାହିଁପାରନ୍ତି ।
► କେଉଁ ସମୟରେ ଆମେ ଈଶ୍ୱରଙ୍କଠାରୁ ବିଶେଷ ନିର୍ଦ୍ଦେଶନା ଆବଶ୍ୟକ କରୁ ?
ଈଶ୍ୱରଙ୍କଠାରୁ ନିର୍ଦ୍ଦେଶନା ନିର୍ଦ୍ଦେଶ ନିମନ୍ତେ ଆମେ ଅପେକ୍ଷା କରିବା :
୧) ଯେତେବେଳେ ଜୀବନ-ପରିବର୍ତ୍ତନକାରୀ ନିଷ୍ପତ୍ତି ନେଉ : ବିବାହ, ବୃତ୍ତି, ଶିକ୍ଷା, ଏକ ମଣ୍ଡଳୀ ପ୍ରତି ସମର୍ପଣ।
୨) ଯେତେବେଳେ ବ୍ୟବହାରିକ ନିଷ୍ପତ୍ତି ନେଉ : ଚାକିରୀର ସୁଯୋଗ, କେଉଁଠାରେ ବାସ କରିବା, ବଡ଼ କ୍ରୟ ।
୩) ଯେତେବେଳେ ଯୋଜନା କରୁ ଏବଂ ସେବାକର୍ଯ୍ୟ କରୁ: [1] ଏକ ବ୍ୟକ୍ତିର ବ୍ୟକ୍ତିଗତ ଆହ୍ୱାନ, କାହାକୁ ଏବଂ କେଉଁଠାରେ ସେବାକାର୍ଯ୍ୟ କରିବା, ପ୍ରଚାର ଏବଂ ଶିକ୍ଷା ଦେବା ପାଇଁ ବିଷୟବସ୍ତୁ ।
୪) ଯେତେବେଳେ ମଣ୍ଡଳୀର ଜୀବନରେ ଅଂଶ ଗ୍ରହଣ କରିବା :[2] କିପରି ଉପାସନା କରିବା, କ’ଣ ଶିଖିବା, କ’ଣ ଦାନ ଦେବା, ଜଗତରେ ଈଶ୍ୱରଙ୍କ ଶରୀରର କିପରି ଏକ ଅଙ୍ଗ ହେବା ।
[1] ପ୍ରେରିତ ୧୬:୬-୯ ପାଉଲ ଏବଂ ସିଲାଙ୍କୁ ସେବାକାର୍ଯ୍ୟ ଯାତ୍ରା ସମୟରେ ପବିତ୍ର ଆତ୍ମା ଦେଇଥିବା ବିଶେଷ ମାର୍ଗଦର୍ଶନ ବିଷୟରେ କହେ ।
[2] ପବିତ୍ର ଆତ୍ମାଙ୍କର ଉପାସନା ନିର୍ଦ୍ଦେଶନା, ସେମାନଙ୍କ ସିଦ୍ଧାନ୍ତକୁ ରକ୍ଷା କରିବା, ସମସ୍ୟା ସମାଧାନରେ, ସେମାନଙ୍କୁ ମାର୍ଗଦର୍ଶନ ଏବଂ ସେମାନଙ୍କ ପ୍ରଚାରକୁ ସଶକ୍ତ କରିବା ବିଷୟରେ ଆଦ୍ୟ ମଣ୍ଡଳୀ ସଚେତନ ଥିଲା, ଦେଖନ୍ତୁ : ପ୍ରେରିତ ୧୫:୨୮, ପ୍ରେରିତ ୫:୩-୫ ଏବଂ ପ୍ରେରିତ ୬:୧୦
Previous
Next