► ମାଥିଉ ୫:୧୩-୧୬ ପାଠ କର । ଯେତେବେଳେ ଯୀଶୁ ଆମକୁ ଲବଣ ଏବଂ ଜ୍ୟୋତିଃ ସଦୃଶ ହେବାକୁ କୁହନ୍ତି, ତା’ର ଅର୍ଥ କ’ଣ?
କେତେ ଲୋକ ବିଶ୍ୱାସ କରନ୍ତି ଯେ, ଯୀଶୁଙ୍କର ଅନୁଗାମୀମାନେ ଭୋଟ୍ ଦେବା ଉଚିତ ନୁହେଁ କିମ୍ବା ସରକାରର ପଦବୀରେ ରହିବା ଉଚିତ ନୁହେଁ, କାରଣ ଜଗତର ସରକାର ଖ୍ରୀଷ୍ଟିୟାନ ନୀତି ନିୟମ ଦ୍ୱାରା ଶାସିତ ହୁଏ ନାହିଁ । କିଛି ଖ୍ରୀଷ୍ଟିୟାନ ବିଶ୍ୱାସ କରନ୍ତି ଯେ, ମଣ୍ଡଳୀ ଏକ ପୃଥକ ସମ୍ପ୍ରଦାୟ ହେବା ଉଚିତ, ଯାହା ସମାଜରେ ସାମିଲ୍ ହୁଏ ନାହିଁ, କାରଣ ସେମାଜ ଅତ୍ୟଧିକ ଦୁର୍ନିତିଗ୍ରସ୍ତ ଅଟେ ।
ଭବିଷ୍ୟଦ୍ବକ୍ତା ଯିରିମିୟ ସେହି ଯିହୁଦୀମାନଙ୍କୁ ଲେଖିଥିଲେ, ଯେଉଁମାନେ ନିଜ ଦେଶରୁ ମୂର୍ତ୍ତିପୂଜକ ସମାଜରେ ରହିବା ପାଇଁ ନିଆ ଯାଇଥିଲେ । ସେମାନେ ସେଠାରେ ଇଚ୍ଛୁକ ନ ଥିଲେ । ଯଦି ଈଶ୍ୱରଙ୍କଠାରେ ବିଶ୍ୱାସୀମାନଙ୍କର ସମାଜରେ ଅଂଶଗ୍ରହଣରୁ ନିବୃତ୍ତ ରହିବାର କାରଣ କେବେ ଥିଲା, ତେବେ ନିଶ୍ଚିତ ଭାବରେ ଏହି ଯିହୁଦୀମାନଙ୍କର ଥିଲା। ସେମାନେ ସେଠାରେ ନିଜର ଇଚ୍ଛା ବିରୁଦ୍ଧରେ ଥିଲେ, ସମାଜର ଧର୍ମ ମୂର୍ତ୍ତିପୂଜା ଥିଲା, ସରକାର ଅତ୍ୟାଚାରୀ ଥିଲେ ଏବଂ ସେମାନଙ୍କ ଜାତିକୁ ଧ୍ୱଂସ କରିଥିଲା ଓ ଯିହୁଦୀମାନେ ସେହି ଦିନକୁ ଅପେକ୍ଷା କରିଥିଲେ, କେତେବେଳେ ସେମାନେ ସେଠାରୁ ବାହାରି ଯିବେ ।
କିନ୍ତୁ ଏହି ଲୋକମାନଙ୍କ ନିମନ୍ତେ ଭାବବାଦୀଙ୍କୁ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ବାକ୍ୟ ଶୁଣନ୍ତୁ :
“ପୁଣି, ଆମ୍ଭେ ଯେଉଁ ନଗରରେ ତୁମ୍ଭମାନଙ୍କୁ ନିର୍ବାସିତ କରାଇଅଛୁ, ତହିଁର ଶାନ୍ତି ଚେଷ୍ଟା କର ଓ ତହିଁ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, କାରଣ ତହିଁର ଶାନ୍ତିରେ ତୁମ୍ଭମାନଙ୍କର ଶାନ୍ତି ହେବ’’ (ଯିରିମିୟ ୨୯:୭) ।
“ଶାଲୋମ୍’’ , ଏହି ପଦରେ ବ୍ୟବହୃତ ହିବ୍ରୁ ଶବ୍ଦ କେବଳ ଶାନ୍ତିକୁ ନୁହେଁ, ବରଂ ଶାନ୍ତି ସହିତ ଆସୁଥିବା ଆଶୀର୍ବାଦକୁ ମଧ୍ୟ ବୁଝାଏ । ଏହା ଈଶ୍ୱରଙ୍କ ଆଶୀର୍ବାଦକୁ ବୁଝାଏ । ପରମେଶ୍ୱରଙ୍କ ଏହି ଉପାସକମାନେ ପରମେଶ୍ୱରଙ୍କ ଆଶୀର୍ବାଦ ପାଇପାରିବେ ଯେତେବେଳେ ସେମାନେ ସେହି ଆଶୀର୍ବାଦଗୁଡ଼ିକୁ ଏକ ପାପୀ ସମାଜରେ ଆଣିବାକୁ ଚେଷ୍ଟା କରିବେ, ଯେଉଁମାନେ ତାଙ୍କୁ ଜାରି ନ ଥିଲେ ଏବଂ ତାଙ୍କ ଲୋକମାନଙ୍କୁ ତାଡ଼ନା କରିଥିଲେ ।
ପରମେଶ୍ୱରଙ୍କ ସେବା କରୁଥିବା ଲୋକମାନେ ସେମାନଙ୍କ ସମାଜକୁ ପରମେଶ୍ୱରଙ୍କ ଇଚ୍ଛାକୁ ସମ୍ମାନ ଦେବା ପାଇଁ ପ୍ରଭାବିତ କରିବା ଉଚିତ, ଯାହା ଦ୍ୱାରା ସେମାନଙ୍କର ସମାଜ ଆଶୀର୍ବାଦ ପ୍ରାପ୍ତ ହୋଇପାରିବ । ସେମାନେ କେବଳ ସୁସମାଚାର ବାଣ୍ଟିବା ଉଚିତ ନୁହେଁ, ବରଂ ଈଶ୍ୱରଙ୍କ ନୀତିକୁ ପ୍ରତ୍ୟେକ ପରିସ୍ଥିତିରେ ଏବଂ ପ୍ରତ୍ୟେକ ନିଷ୍ପତ୍ତିରେ ମଧ୍ୟ ପ୍ରୟୋଗ କରିବା ଉଚିତ ।
ସରକାର ଏବଂ ସମାଜ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଗଢ଼ି ଉଠିବା ଉଚିତ । ଈଶ୍ୱରଙ୍କ ପ୍ରକାଶିତ ସତ୍ୟରୁ ନୀତିଶାସ୍ତ୍ର (ସଠିକ୍ କାର୍ଯ୍ୟ ପାଇଁ ନିୟମ) ଆସିବା ଉଚିତ, ନୀତିଶାସ୍ତ୍ରରୁ ରାଜାନୀତି ଆସିବା ଉଚିତ (ନ୍ୟାୟ ଏବଂ ସ୍ୱାଧୀନତା ନିମନ୍ତେ ସରକାର), ଏବଂ ତା’ପରେ ଅର୍ଥ ନୀତି (ଉତ୍ସକୁ ପରିଚାଳନା) । ତେଣୁ ସଠିକ୍ କ୍ରମ ହେଉଛି ସତ୍ୟ, ତା’ପରେ ନୀତି ଶାସ୍ତ୍ର, ତା’ପରେ ରାଜନୀତି ଏବଂ ତା’ପରେ ଅର୍ଥ ନୀତି ।
୧) ଶାସ୍ତ୍ର
୨) ନୀତି ଶାସ୍ତ୍ର
୩) ରାଜନୀତି
୪) ଅର୍ଥ ନୀତି
ମାନବ ସମାଜର ପ୍ରାକୃତିକ ପ୍ରବୃତ୍ତି ହେଉଛି କ୍ରମକୁ ଓଲଟା କରିବା । ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଅର୍ଥନୀତିକୁ ପ୍ରାଥମିକତା ଦିଅନ୍ତି, ତା’ପରେ ନେତା ଏବଂ ଆଇନ୍କୁ ସମର୍ଥନ କରନ୍ତି ଯାହା ସେମାନଙ୍କୁ ନ୍ୟାୟ ଏବଂ ସ୍ୱାଧୀନତା ହରାଇବାକୁ ପଡ଼ିଲେ ମଧ୍ୟ ସେମାନେ ଯାହା ଚାହୁଁଛନ୍ତି ତାହା ଦେବେ, ତା’ପରେ ସେମାନଙ୍କର ନୀତିଶାସ୍ତ୍ରରୁ ସେମାନେ ଯାହା କରନ୍ତି ତାହା ସହିତ ମେଳଖାଏ, ତା’ ପରେ ସେମାନଙ୍କର ଆଚରଣକୁ ଅନୁମୋଦନ କରିବା ପାଇଁ ଧର୍ମକୁ ଡିଜାଇନ୍ କରେ । ତେଣୁ ସ୍ୱାଭାବିକ ଭାବରେ ଯାହା ସ୍ୱାଭାବିକ କ୍ରମରେ ଆସେ ତାହା ହେଉଛି ଅର୍ଥନୀତି, ତା'ପରେ ରାଜନୀତି, ତା'ପରେ ନୀତିଶାସ୍ତ୍ର, ତା'ପରେ ଧର୍ମ।
୧) ଅର୍ଥ ନୀତି
୨) ରାଜନୀତି
୩) ନୀତି ଶାସ୍ତ୍ର
୪) ଧର୍ମ
ସେହି ପ୍ରକାରର ଧର୍ମ ଭୁଲ୍ ନୀତି ଦ୍ୱାରା ଏତେ ରୂପ ପାଇଛି ଯେ, ଏଥିରେ ସତ୍ୟର ଅଭାବ ଅଛି ।
ମଣ୍ଡଳୀ ବାଇବଲ ସତ୍ୟ ନିମନ୍ତେ ପକ୍ଷ ନେବା ଉଚିତ, କେବଳ ସମାଜର ପାପକୁ ପ୍ରତ୍ୟାଖ୍ୟାନ କରିବା ଦ୍ୱାରା ନୁହେଁ ବରଂ ସମାଜ କିପରି ହେବା ଉଚିତ୍ ତାହା ବ୍ୟାଖ୍ୟା କରି ଏବଂ ପ୍ରଦର୍ଶନ କରି । ଯଦି ବିଶ୍ୱାସୀମାନେ ସମାଜ କିପରି ହେବା ଉଚିତ୍ ତାହା ବ୍ୟାଖ୍ୟା କରିପାରେ ନାହିଁ ଏବଂ ପ୍ରଦର୍ଶନ କରିପାରେ ନାହିଁ, ଆମେ ଆଶା କରିବା ଉଚିତ୍ ଯେ, ଯେଉଁମାନେ ବାଇବଲ୍ର ସତ୍ୟ ବିଷୟରେ ଅଜ୍ଞ, ସେମାନେ ଏହାକୁ ପ୍ରୟୋଗ କରିବାରେ ବିଫଳ ହେବେ ।
ବିଶ୍ୱାସୀମାନେ କେବଳ ସେମାନଙ୍କ ସମାଜକୁ ସମାଲୋଚନା କରିବା ଉଚିତ ନୁହେଁ । ବିଶ୍ୱାସୀମାନେ ସେମାନଙ୍କର ସମାଜର ଏକ ଅଂଶ ହେବା ଆବଶ୍ୟକ । ବିଶ୍ୱାସୀମାନେ ସେମାନଙ୍କ ସମାଜରେ ନିଜକୁ ସକ୍ରୀୟ କରିବା ଉଚିତ ଏବଂ ନ୍ୟାୟ ପାଇଁ ଓକିଲାତି କରିବା ଉଚିତ । ବିଶ୍ୱାସୀମାନେ ସର୍ବଦା ସେମାନଙ୍କର ସମସ୍ତ କାର୍ଯ୍ୟରେ ନୀତିବାଦୀ ହେବା ଉଚିତ ଏବଂ ଏହିପରି ଅନ୍ୟମାନଙ୍କୁ ଧାର୍ମିକତା ପାଇଁ ପ୍ରଭାବିତ କରିବା ଉଚିତ । ସେମାନେ ଖ୍ରୀଷ୍ଟିଆନ ନୀତିଗୁଡ଼ିକୁ ଉଲ୍ଲଂଘନ ନକରି ସମାଜକୁ ପ୍ରଭାବିତ କରୁଥିବା ସରକାର ଏବଂ ସଂଗଠନଗୁଡ଼ିକରେ ଅଂଶଗ୍ରହଣ କରିବା ଉଚିତ, ଯେପର୍ଯ୍ୟନ୍ତ ସେମାନେ ଏହା କରିପାରିବେ। ଯଦି ଅନୁମତି ଦିଆଯାଏ, ତେବେ ସେମାନେ ଖ୍ରୀଷ୍ଟିୟାନ ଚରିତ୍ରର ନିକଟତମ ପ୍ରାର୍ଥୀଙ୍କୁ ଭୋଟ ଦେବା ଏବଂ ସମର୍ଥନ କରିବା ଉଚିତ୍ ।
► ଶାସ୍ତ୍ରୀୟ ସତ୍ୟ ଉପରେ ଆଧାରିତ ନିଷ୍ପତ୍ତି ନେବା ଅପେକ୍ଷା ଆର୍ଥିକ ମଙ୍ଗଳ ପାଇଁ ନିଷ୍ପତ୍ତି ନେବାକୁ ମଣ୍ଡଳୀ ଉପରେ ସମାଜର ଚାପର ଏକ ଉଦାହରଣ କ’ଣ?
Previous
Next