ପାଠର ଉଦ୍ଦେଶ୍ୟ
ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :
(୧) ଜାଣିପାରିବେ ଯେ, କିପରି ଶାରୀରିକ ସମସ୍ୟା ଆଧ୍ୟାତ୍ମିକ ସ୍ୱାସ୍ଥୃ୍ୟକୁ ପ୍ରଭାବିତ କରେ ।
(୨) ଈଶ୍ୱରଙ୍କ ନିକଟରେ ତାଙ୍କର ଶରୀରକୁ ସମର୍ପିତ କରିବେ ଏବଂ ନୂଆ ଅଭ୍ୟାସଗୁଡ଼ିକ ଶିଖିପାରିବେ ଯାହା ଈଶ୍ୱରଙ୍କୁ ଗୌରବ ଦିଏ ।
Search through all lessons and sections in this course
Searching...
No results found
No matches for ""
Try different keywords or check your spelling
1 min read
by Stephen Gibson
ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :
(୧) ଜାଣିପାରିବେ ଯେ, କିପରି ଶାରୀରିକ ସମସ୍ୟା ଆଧ୍ୟାତ୍ମିକ ସ୍ୱାସ୍ଥୃ୍ୟକୁ ପ୍ରଭାବିତ କରେ ।
(୨) ଈଶ୍ୱରଙ୍କ ନିକଟରେ ତାଙ୍କର ଶରୀରକୁ ସମର୍ପିତ କରିବେ ଏବଂ ନୂଆ ଅଭ୍ୟାସଗୁଡ଼ିକ ଶିଖିପାରିବେ ଯାହା ଈଶ୍ୱରଙ୍କୁ ଗୌରବ ଦିଏ ।
ମାର୍ଟିନ୍ ଲୁଥର୍ ଜଣେ ସନ୍ୟାସୀ ପାଲଟିଗଲେ କାରଣ ସେ ମନେ କଲେ ଯେ, ଈଶ୍ୱରଙ୍କୁ ସେବାକରିବା ପାଇଁ ସମର୍ପିତ ହେବା ଏହା ଏକ ଉତ୍ତମ ଉପାୟ ଅଟେ । ଜଣେ ସନ୍ୟାସୀଙ୍କ ଜୀବନଶୈଳୀର ଶୃଙ୍ଖଳାରେ ଖାଦ୍ୟ ପ୍ରତିବନ୍ଧକ, ଉପବାସ, ସରଳ ପୋଷାକ, ସୀମିତ ସମ୍ପତ୍ତି ଏବଂ ବ୍ରହ୍ମଚର୍ଯ୍ୟ ଅନ୍ତର୍ଭୁକ୍ତ ଥିଲା । ମାର୍ଟିନ୍ ଲୁଥର୍ ନିଜ ଶରୀରକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବା ପାଇଁ ତାଙ୍କ ଉତ୍ସାହ ତାଙ୍କୁ ଚାବୁକମାଡ଼ରେ ତାଙ୍କ ଶରୀରକୁ ଦଣ୍ଡ ଦେବାକୁ ବାଧ୍ୟ କରିଥିଲା । ମାର୍ଟିନ୍ ଲୁଥର୍ ବିଶ୍ୱାସ ମାଧ୍ୟମରେ ଅନୁଗ୍ରହ ଦ୍ୱାରା ପରିତ୍ରାଣର ସୁସମାଚାର ବୁଝିବା ପରେ, ସେ ଅନୁଭବ କଲେ ଯେ, ସେ ନିଜ ଶରୀରକୁ କଷ୍ଟ ଦେଇ ଅନୁଗ୍ରହ ଅର୍ଜ୍ଜନ କରିପାରିବେ ନାହିଁ । ସେ ତାଙ୍କର ମଠ ପ୍ରତିଜ୍ଞାକୁ ଶାସ୍ତ୍ର ବିରୋଧୀ ବୋଲି ପରିତ୍ୟାଗ କରିଥିଲେ । ସେ ଜଣେ କୃଷକ ନନ୍ କାଥେରିନାଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଛଅଟି ସନ୍ତାନ ଥିଲେ ।
ଖ୍ରୀଷ୍ଟଙ୍କ ଅନୁଗମନକାରୀମାନେ ପୁନରୁତ୍ଥିତ ହେବେ ନାହିଁ ବୋଲି କରିନ୍ଥର କେତେକ ଲୋକ ବିଶ୍ୱାସ କରୁ ନ ଥିଲେ । ସେମାନେ ଭାବୁଥିଲେ ଯେ, ମୃତ୍ୟୁ ସମୟରେ ଶରୀର ଅଲଗା ହେଉଥିଲା ଏବଂ କେବଳ ବିଶ୍ୱାସୀଙ୍କ ଆତ୍ମା ସ୍ୱର୍ଗକୁ ଯାଏ । କେତେକ କହିଲେ, “ଯେହେତୁ ଶରୀର ମରିଯିବ ଏବଂ ପରିତ୍ୟକ୍ତ ହୋଇଯିବ, ତେଣୁ ଆମେ ଏହାକୁ ଏବେ କ’ଣ କରିବା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଶରୀରର ପାପପୂର୍ଣ୍ଣ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଶରୀରର କୌଣସି ଚୂଡ଼ାନ୍ତ ମୂଲ୍ୟ ନାହିଁ’’ ।
ଅନ୍ୟ ଯେଉଁମାନେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିଲେ ସେମାନେ କହିଲେ, “ଏହାର ମନ୍ଦ ଉଦ୍ଦେଶ୍ୟ ହେତୁ ଶରୀର ପୃଥକ ହୋଇଯିବ । ସ୍ୱର୍ଗରେ ଆମର କୌଣସି ଶାରୀରିକ ଇଚ୍ଛା ନ ଥାଏ । କାରଣ ଶାରୀରିକ ଇଚ୍ଛା ମନ୍ଦ ଅଟେ, ବର୍ତ୍ତମାନ ଆମେ ସେଗୁଡ଼ାକ ଅନୁସରଣ କରିବା ଉଚିତ ନୁହେଁ । ଆମେ ଉତ୍ତମ ଖାଦ୍ୟ ଖାଇବା ଉଚିତ ନୁହେଁ, ଆରାମ ଦାୟକ ପୋଷାକ ପିନ୍ଧିବା ଉଚିତ ନୁହେଁ କିମ୍ବା ଏପରିକି ବିବାହରେ ଯୌନ କ୍ରିୟା କରିବା ଉଚିତ ନୁହେଁ । ଆମ ଶରୀରକୁ ଛାଡ଼ିବା ପର୍ଯ୍ୟନ୍ତ ଯଥା ସମ୍ଭବ ଦମନ କରିବା ଉଚିତ’’ ।
ଉଭୟ ଦୃଷ୍ଟିକୋଣ ଭୁଲ୍ ଅଟେ । ସେଗୁଡ଼ିକ ତ୍ରୁଟି ଉପରେ ଆଧାରିତ ଅଟେ । ୧ କରିନ୍ଥୀୟ ୧୫ରେ ପାଉଲ ବର୍ଣ୍ଣନା କରିଛନ୍ତି ଯେ, କାହିଁକି ପୁନରୁତ୍ଥାନର ଶିକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ ।
ଯଦିଓ ଆମେ ଶାରୀରିକ ସମସ୍ୟା ଅପେକ୍ଷା ଆଧ୍ୟାତ୍ମିକ ଜୀବନ ବିଷୟରେ ଅଧିକ କଥା ହେବା ଠିକ୍ ହୁଏ, ତେବେ ଆମର ଶରୀର ଆଧ୍ୟାତ୍ମିକ ସମସ୍ୟାଗୁଡ଼ିକୁ ପ୍ରଭାବିତ କରିବ । ଈଶ୍ୱର କେବଳ ଆମକୁ ଆତ୍ମାରେ ସୃଷ୍ଟି କରି ନାହାନ୍ତି କିନ୍ତୁ ଶାରୀରିକ ଶରୀର ସହିତ ଏକ ଆତ୍ମାରେ ସୃଷ୍ଟି କରିଛନ୍ତି । ଆମେ ସାଧାରଣ ପଶୁ ନୋହୁଁ, ତଥାପି ଆମେ କେବଳ ଶରୀରରେ ଅସ୍ଥାୟୀ ଭାବରେ ବାସ କରୁଥିବା ଆତ୍ମା ନୁହଁନ୍ତି ।
► ଜଣେ ଛାତ୍ର ୧ କରିନ୍ଥୀୟ ୬:୧୯-୨୦ ଦଳ ପାଇଁ ପାଠ କରିବେ ।
ଏହି ପଦ ଆମକୁ କହେ ଯେ, ଆମର ଶରୀର ଈଶ୍ୱରଙ୍କର ଅଟେ, କାରଣ ସେ ଆମକୁ ଉଦ୍ଧାର କରିଛନ୍ତି । ଆମ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ ଏବଂ ପାପ ପାଇଁ ବ୍ୟବହାର ହେବା ଉଚିତ ନୁହେଁ ।
ବାଇବଲ ଆମକୁ କହେ ଯେ, ଶାରୀରିକ ଶରୀର ସମ୍ପୂର୍ଣ୍ଣ ଭାବେ ଈଶ୍ୱରଙ୍କ ପ୍ରତି ସମର୍ପିତ ହେବା ଉଚିତ ।
► ଜଣେ ଛାତ୍ର ରୋମୀୟ ୧୨:୧ ଦଳ ପାଇଁ ପାଠ କରିବେ ।
ଏହି ପଦ ଆମକୁ କହେ ଯେ, ଆମ ଶରୀର ପବିତ୍ର ହେବା ଆବଶ୍ୟକ ଏବଂ ତାହା ଈଶ୍ୱରଙ୍କର ଅଟେ । ଯେଉଁ ଉପାସନା ଈଶ୍ୱର ଆମଠାରୁ ଚାହାନ୍ତି, ତାହା ହେଉଛି ସମ୍ପୂର୍ଣ୍ଣ ଆଜ୍ଞା ପାଳନ ।
ଯଦି ଆମେ ଆମ ଶରୀରର ଇଚ୍ଛା ଦ୍ୱାରା ନିୟନ୍ତ୍ରିତ, ତେବେ ଆମେ ନିରନ୍ତର ଈଶ୍ୱରଙ୍କ ସେବା କରିପାରିବୁ ନାହିଁ । ପାପର ଯେକୌଣସି ଅଭ୍ୟାସ ଏକ ନିଶାପରି ଅଟେ ।
ମନେ କରନ୍ତୁ ଗୋଟେ ପଶୁର ଦୁଇଟି ମାଲିକ ଅଛନ୍ତି । ଜଣେ ମାଲିକ ଅର୍ଡର ଦେବ, କିନ୍ତୁ ପଶୁଟି ମାନିବ ନାହିଁ, କାରଣ ଅନ୍ୟ ମାଲିକ ହାତରେ ପଶୁଟିର ଜଞ୍ଜିର ଅଛି । ଜଞ୍ଜିର ଧରିଥିବା ମାଲିକ ପଶୁଟିକୁ ଯେଉଁ ଆଡ଼େ ଇଚ୍ଛା ସେଆଡ଼େ ଟାଣିବ । ହୋଇପାରେ ପଶୁଟି ଅନ୍ୟ ମାଲିକକୁ ଅଧିକ ଭଲ ପାଏ, କିନ୍ତୁ ସେ ତାକୁ ମାନିପାରିବ ନାହିଁ । ଏହା ହେଉଛି ଏକ ମନ୍ଦ ନିଶା ପରି । ଜଣେ ବ୍ୟକ୍ତି ଈଶ୍ୱରଙ୍କ ସେବା କରିବାକୁ ଇଚ୍ଛା କରୁଥିବ କିନ୍ତୁ ନିଶା ଏକ ଜଞ୍ଜିର ଅଟେ, ଯାହାକୁ ସେ ପ୍ରତିରୋଧ କରିପାରିବ ନାହିଁ ।
ନିଶା ଏବଂ ଅଧିକାଂଶ ପ୍ରକାରର ପାପ ଜଣେ ବ୍ୟକ୍ତିଙ୍କ ଶରୀର ଏବଂ ମନକୁ କ୍ଷତି ପହଞ୍ଚାଏ । ଯେହେତୁ ଆମ ଶରୀର ଈଶ୍ୱରଙ୍କର ଅଟେ ଏବଂ ତାଙ୍କୁ ସେବା କରିବା ନିମନ୍ତେ ସମର୍ପିତ ଅଟେ, ସେଗୁଡ଼ିକୁ କ୍ଷତି କରିବା ଭୁଲ୍ ଅଟେ । ରୋମୀୟ ପୁସ୍ତକର ଯେଉଁ ପଦ ଆମେ ପାଠ କଲୁ ଆମକୁ କହେ ଯେ, ଆମ ଶରୀର ଈଶ୍ୱରଙ୍କ ପ୍ରତି ଏକ ନୈବେଦ୍ୟ ସ୍ୱରୂପ ଅଟେ, କିନ୍ତୁ ଆମେ ତାହା କରିପାରିବୁ ନାହିଁ, ଯଦି ଆମେ ଆମ ଉପରେ ନିୟନ୍ତ୍ରଣ ନ ରଖୁ ।
► ଜଣେ ଛାତ୍ର ୧ କରିନ୍ଥୀୟ ୯:୨୪-୨୭ ଦଳ ପାଇଁ ପାଠ କରିବେ ।
ଆପଣଙ୍କ ଶରୀର ଆପଣଙ୍କ ଦାସ ଅଟେ, କିନ୍ତୁ ଆପଣ ଏହାକୁ ନିଜର ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ଏକ ଦାସ ଭାବରେ ଏହା ଅତି ଉତ୍ତମ ଅଟେ । ଯଦି ଏହା ନିୟନ୍ତ୍ରଣରୁ ବାହାରେ ହୋଇଯାଏ, ଏହା ଆପଣଙ୍କର ମାଲିକ ହୋଇଯାଏ ଏବଂ ଶରୀର ଏକ ଭୟଙ୍କର ମାଲିକ ଅଟେ । ପାଉଲ କହନ୍ତି ଯେ, ଯେକୌଣସି ଇଚ୍ଛା ତାଙ୍କୁ ନିୟନ୍ତ୍ରଣ କରୁ ତାହା ସେ ପ୍ରତ୍ୟାଖ୍ୟାନ କରନ୍ତି (୧ କରିନ୍ଥୀୟ ୬:୧୨) ।
► ଜଣେ ଛାତ୍ର ରୋମୀୟ ୬:୧୩ ଦଳ ପାଇଁ ପାଠ କରିବେ ।
ଶରୀର ଏକ ଯନ୍ତ୍ରପାତି ସଦୃଶ ଯାହା ଆପଣଙ୍କର ଅଟେ । ଯନ୍ତ୍ରପାତି ଆପଣଙ୍କ ଅଧିନରେ ଅଟେ । ଆପଣ ଏହାକୁ କେବେ ମଧ୍ୟ ପାପ ପାଇଁ ବ୍ୟବହାର କରିବେ ନାହିଁ, ମାତ୍ର ଈଶ୍ୱରଙ୍କ ନିମନ୍ତେ ବ୍ୟବହାର କରିବେ ।
କେତେ ଲୋକ ମନେ କରନ୍ତି ଆମେ ପାପକୁ ଏଡ଼ାଇ ପାରିବା ନାହିଁ, ଯେହେତୁ ଆମର ପ୍ରାକୃତିକ ଇଚ୍ଛା ସକାଶୁ । ଏହା ସତ୍ୟ ଯେ, ଆମେ ପାପ ଆଚରଣରେ ଜନ୍ମ ଯାହା ଆମକୁ ପାପ ମଧ୍ୟକୁଘେନି ଯାଏ । ପ୍ରକୃତିରେ କେବଳ ଶାରୀରିକ ଇଚ୍ଛା ନୁହେଁ ବରଂ ମନର ଇଚ୍ଛା ଏବଂ ପାପ ଆଡ଼କୁ ଢ଼ଳୁଥିବା ଇଚ୍ଛା ମଧ୍ୟ ଅନ୍ତର୍ଭୁକ୍ତ । ଯେଉଁ ବ୍ୟକ୍ତି ଯିଏ ଈଶ୍ୱରଙ୍କ ଆତ୍ମା ଦ୍ୱାରା ନୂତନ ଜୀବନ ପ୍ରାପ୍ତ ହୋଇନାହିଁ, ସେ ପାପ କରିବାରୁ ନିବୃତ୍ତ ହୋଇପାରିବ ନାହିଁ, ଯଦିଚ ସେ କିଛି ପାପକୁ ପ୍ରତିରୋଧ କରିବାରେ ସଫଳ ହୁଅନ୍ତି । ଜଣେ ଅଣ ବିଶ୍ୱାସୀ ଯିଏ ଈଶ୍ୱରଙ୍କ ଅନୁଗ୍ରହକୁ ଅନୁଭବ କରି ନାହିଁ । ବିଶ୍ୱାସ କରିପାରିବ ନାହିଁ ଯେ, ସେ କଦାପି ବିଜୟୀ ଜୀବନ କାଟିପାରିବ ।
ପ୍ରାକୃତିକ ଇଚ୍ଛାଗୁଡ଼ିକ ସମସ୍ୟା ନୁହେଁ । ପ୍ରାକୃତିକ ଇଚ୍ଛାଗୁଡ଼ିକୁ ଈଶ୍ୱର ସୃଷ୍ଟି କରିଛନ୍ତି । ଆଦମଙ୍କଠାରେ ପ୍ରାକୃତିକ ଇଚ୍ଛା ଥିଲା କିନ୍ତୁ ଯେପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ଅବାଧ୍ୟ ହେବାକୁ ବାଛି ନ ଥିଲେ ସେ ପର୍ଯ୍ୟନ୍ତ ପାପୀ ନ ଥିଲେ । ଏହି ଇଚ୍ଛାଗୁଡ଼ିକ ଈଶ୍ୱର ମାନବଜାତିକୁ ଯାହା ପାଇଁ ଡିଜାଇନ୍ କରିଛନ୍ତି ତାହାର ଏକ ଅଂଶ । ଇଚ୍ଛାଗୁଡିକ ନିଜେ ପାପପୂର୍ଣ୍ଣ ନୁହନ୍ତି, କିନ୍ତୁ ସେମାନେ ପ୍ରଲୋଭନକୁ ସମ୍ଭବ କରିପାରନ୍ତି ।
► ପ୍ରାକୃତିକ ଇଚ୍ଛାଗୁଡ଼ିକର କେତେକ ଉଦାହରଣ କ’ଣ ଅଟେ?
ନିମ୍ନଲିଖିତ ଚାର୍ଟଟି ସମ୍ପୂର୍ଣ୍ଣ ନୁହେଁ, କିନ୍ତୁ ପ୍ରାକୃତିକ ଇଚ୍ଛାର କିଛି ଉଦାହରଣ, ସେହି ଇଚ୍ଛାଗୁଡ଼ିକର କିଛି ସାଧାରଣ ଏବଂ ଉପଯୁକ୍ତ ପ୍ରକାଶନ ଏବଂ ସେଗୁଡ଼ିକ ପ୍ରଲୋଭନକୁ ସମ୍ଭବ କରୁଥିବା କିଛି ଉପାୟ ପ୍ରଦାନ କରେ ।
ଧ୍ୟାନ ଦିଅନ୍ତୁ, ପ୍ରାକୃତିକ ଇଚ୍ଛାଗୁଡ଼ିକ ଶରୀରର ଇଚ୍ଛା ନୁହେଁ । ସେଗୁଡ଼ିକ ପ୍ରାକୃତିକ ଅଟେ, କାରଣ ସେଗୁଡ଼ିକ ମନୁଷ୍ୟ ପ୍ରକୃତିରୁ ଆସେ କିନ୍ତୁ ସେ ସମସ୍ତ ଶାରୀରିକ ଇଚ୍ଛା ନୁହେଁ ।
| ପ୍ରାକୃତିକ ଇଚ୍ଛାର ବର୍ଗଗୁଡ଼ିକ | ପ୍ରାକୃତିକ ଇଚ୍ଛାର ସଠିକ୍ ପ୍ରକାଶନ ର ଉଦାହରଣ |
ସମ୍ଭାବ୍ୟ ପାପ |
|---|---|---|
| ଆତ୍ମ-ସଂରକ୍ଷଣ | ସୁରକ୍ଷା ସାବଧାନତା ଅବଲମ୍ବନ କରିବା | ଭୟଭୀତ | |
| ମାନବ ଅନୁମୋଦନ | | ସାବଧାନତାର ସହିତ ପୋଷାକ ପିନ୍ଧିବା, ସୌଜନ୍ୟତା ଦେଖାଇବା | ଗର୍ବ, ଈର୍ଷା |
| ଶାରୀରିକ ସନ୍ତୁଷ୍ଟତା | ବିବାହରେ ଖାଇବା, ଶୋଇବା ଏବଂ ଯୌନ ସମ୍ପର୍କ ରଖିବା | ପାପରେ ଲିପ୍ତ ହେବା |
| ସାମାଜିକ ଉପଭୋଗ | ଅନ୍ୟମାନଙ୍କ ସହିତ ସହଭାଗିତା | ଗପସପ, ନିନ୍ଦା |
| ଶାରୀରିକ ଆରାମ | ସହଜତାକୁ ପସନ୍ଦ କରୁଥିବା | ଆଳସ୍ୟ, ଭୌତିକବାଦ |
| ଆର୍ଥିକ ସୁରକ୍ଷା | ମିତବ୍ୟୟୀ ହେବା, ନିବେଶ କରିବା | ଲୋଭ, ଅସତ୍ତା |
► ଏପରି କୌଣସି ପ୍ରାକୃତିକ ଇଚ୍ଛା ଅଛି କି ଯାହା ଆପଣ ସର୍ବଦା ପାଳନ କରିପାରିବେ ?
କୌଣସି ପ୍ରାକୃତିକ ଇଚ୍ଛାକୁ ବିନା ପ୍ରଶ୍ନରେ ଶାସନ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଏପରି କୌଣସି ପ୍ରାକୃତିକ ଇଚ୍ଛା ନାହିଁ ଯାହାକୁ ଆପଣ ସୁରକ୍ଷିତ ଭାବରେ ଅନୁସରଣ କରିପାରିବେ କାରଣ ଏକ ଇଚ୍ଛା କେବଳ ଆପଣଙ୍କ ପାଇଁ ଠିକ୍ ଜିନିଷଗୁଡ଼ିକରେ ସୀମିତ ନୁହେଁ । ଉଦାହରଣ ସ୍ୱରୂପ, ଭୋକର ଇଚ୍ଛା ନିଜସ୍ୱ ଖାଦ୍ୟ, ଅନ୍ୟ ଜଣଙ୍କ ଖାଦ୍ୟ, କିମ୍ବା ଜଣେ କିଣି ପାରୁନଥିବା ଖାଦ୍ୟ ମଧ୍ୟରେ ପାର୍ଥକ୍ୟ କରେ ନାହିଁ।
ଏପରି ସମୟ ଅଛି ଯେତେବେଳେ ଇଚ୍ଛାର ଉପଯୁକ୍ତ ପ୍ରକାଶନକୁ ମଧ୍ୟ ଦମନ କରିବାକୁ ପଡ଼ିଥାଏ । ଯେହେତୁ ଜଣେ ବ୍ୟକ୍ତି ଭୋକିଲା ଅଛି ତା’ର ଅର୍ଥ ନୁହେଁ ଯେ, ସେ ଅନ୍ୟଜଣଙ୍କର ଖାଦ୍ୟ ଖାଇବ । ବିଶ୍ରାମ ନେବାର ଇଚ୍ଛା ସାଧାରଣ ଅଟେ, କିନ୍ତୁ ବେଳେବେବେଳ ଜଣେ ବ୍ୟକ୍ତି କ୍ଳାନ୍ତ ଥିଲେ ମଧ୍ୟ କାର୍ଯ୍ୟ କରିବାକୁ ହୋଇଥାଏ । ବିପଦକୁ ଏଡ଼ାଇବା ଆମର ପ୍ରାକୃତିକ ଇଚ୍ଛା, କିନ୍ତୁ ଯଦି କାହାକୁ ରକ୍ଷା କରିବାର ସମୟ ଆସେ ଜଣେ ବ୍ୟକ୍ତି ବିପଦ ମଧ୍ୟକୁ ଯାଇଥାଏ ।
ପ୍ରାକୃତିକ ଇଚ୍ଛାଗୁଡ଼ିକ ଏତେ ବିକୃତ ଏବଂ ଭୁଲ୍ ଦିଗକୁ ଯାଇପାରେ ଯେ, ସେଗୁଡ଼ିକ ଅପ୍ରାକୃତିକ ଏବଂ ଅମାନବୀୟ ରୂପ ନେଇଥାଏ । ସେଥିପାଇଁ କିଛି ଲୋକ ଅତ୍ୟନ୍ତ ବିକୃତ କିମ୍ବା ନିଷ୍ଠୁର କାର୍ଯ୍ୟ କରନ୍ତି । ଭୁଲ୍ ଶିକ୍ଷା, ଖରାପ ଚିନ୍ତାଧାରା ବିକାଶ, ପାପପୂର୍ଣ୍ଣ ପରିବେଶ କିମ୍ବା ନିଜସ୍ୱ ପାପପୂର୍ଣ୍ଣ କାର୍ଯ୍ୟ ଦ୍ୱାରା ପ୍ରାକୃତିକ ଇଚ୍ଛାଗୁଡ଼ିକ ବିକୃତ କିମ୍ବା ଭୁଲ୍ ଦିଗରେ ଗତି କରେ ।
ପ୍ରତ୍ୟେକ ବିଶ୍ୱାସୀ ପ୍ରାକୃତିକ ଇଚ୍ଛା ହେତୁ ପରୀକ୍ଷାରେ ପଡ଼ିବା ଆଶା କରାଯାଇ ପାରେ । ଅନୁଗ୍ରହ ସାଧାରଣତଃ ପ୍ରାକୃତିକ ଇଚ୍ଛାକୁ ଦୂର କରେ ନାହିଁ, କିନ୍ତୁ ଏହା ଜଣେ ବ୍ୟକ୍ତିକୁ ତାଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ଏବଂ ତାଙ୍କ ଇଚ୍ଛାକୁ ବୈଧ ବସ୍ତୁ ଆଡ଼କୁ ନିର୍ଦ୍ଦେଶିତ କରିବାର ଶକ୍ତି ଦିଏ ।
ପ୍ରାକୃତିକ ଇଚ୍ଛା ଆଧ୍ୟାତ୍ମିକ ବିଜୟ ବଜାୟ ରଖିବା ପାଇଁ ଆଧ୍ୟାତ୍ମିକ ଶୃଙ୍ଖଳାକୁ ଆବଶ୍ୟକ କରିଥାଏ । ଅନୁଗ୍ରହ ଜଣେ ବ୍ୟକ୍ତିଙ୍କୁ ଶାସ୍ତ୍ରର ନିର୍ଦ୍ଦେଶ ପାଳନ କରିବା, ଉପାସନାରେ ଯୋଗ ଦେବା, ଶରୀରକୁ ବଶୀଭୂତ ରଖିବା ଏବଂ ପ୍ରାର୍ଥନା ଓ ବାଇବଲ ଅଧ୍ୟୟନ ଅଭ୍ୟାସ କରିବା ଭଳି ଆବଶ୍ୟକତାରୁ ମୁକ୍ତ କରେ ନାହିଁ । ଜଣେ ବିଶ୍ୱାସୀ ଯିଏ ଆଧ୍ୟାତ୍ମିକ ବିଜୟ ବଜାର ରଖିବା ପାଇଁ ଗମ୍ଭୀର ଅଟେ, ସେ ତାଙ୍କର ଦୁର୍ବଳତାର କ୍ଷେତ୍ରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ବ୍ୟକ୍ତିଗତ ପ୍ରତିବନ୍ଧକ ମଧ୍ୟ ସ୍ଥିର କରିପାରନ୍ତି ।
ପ୍ରଲୋଭନ ଆକର୍ଷଣୀୟ ଦେଖାଯିବ, କିନ୍ତୁ ଯଦି ହୃଦୟ ଈଶ୍ୱରଙ୍କ ଇଚ୍ଛା ପାଇଁ ସ୍ଥିର ଥାଏ, ତେବେ ବ୍ୟକ୍ତି ପ୍ରକୃତରେ ହୃଦୟରୁ ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରିପାରିବ (୧ ଯୋହନ ୫:୩) । ସେ ଭାବିବ ନାହିଁ ଯେ, ଯାହା ପ୍ରକୃତରେ ତାକୁ ଖୁସି କରାଇଥାଆନ୍ତା ତାହା ସେ ତ୍ୟାଗ କରୁଛି । ବିଶ୍ୱାସ ଦ୍ୱାରା ସେ ଜାଣେ ଯେ, ଈଶ୍ୱର କୌଣସି ନିର୍ଦ୍ଦୋଷ / ଅକ୍ଷତିକାରକ ଜିନିଷକୁ ନିଷିଦ୍ଧ କରନ୍ତି ନାହାନ୍ତି, ଯଦିଓ ସେ ନିଷେଧ ହୋଇଥିବା ଜିନିଷର କ୍ଷତିକାରକତା ଦେଖନ୍ତି ନାହିଁ (ଦ୍ୱିତୀୟ ବିବରଣ ୬:୨୪) । ବିଶ୍ୱାସ ଦ୍ୱାରା ସେ ଜାଣେ ଯେ, ଈଶ୍ୱରଙ୍କ ଇଚ୍ଛା ବିରୋଧୀ କୌଣସି ଜିନିଷ ପ୍ରକୃତରେ ତାକୁ ସନ୍ତୁଷ୍ଟ କରିବ ନାହିଁ, କାରଣ ତାଙ୍କର ସନ୍ତୁଷ୍ଟି ପରମେଶ୍ୱରଙ୍କଠାରେ ଅଛି (ଗୀତସଂହିତା ୧୬:୨, ୮୪:୧୧) ।
► ଖାଦ୍ୟ ବିଷୟରେ ବାଇବଲ କ’ଣ କହେ?
ବାଇବଲ ଖାଦ୍ୟ ପାଇଁ କୌଣସି ବିଷୟକୁ ନିଷେଧ କରେ ନାହିଁ । ନୂତନ ନିୟମର ବିଶ୍ୱାସୀମାନଙ୍କ ପାଇଁ ପୁରାତନ ନିୟମର ଖାଦ୍ୟ ପ୍ରତିବନ୍ଧକ ଆବଶ୍ୟକ ନ ଥିଲା (୧ ତୀମଥି ୪:୪, ମାର୍କ ୭:୧୯) । ମୂର୍ତ୍ତିଗୁଡ଼ିକୁ ଅର୍ପଣ କରାଯାଇଥିବା ଖାଦ୍ୟର ଏକ ସମସ୍ୟା ଥିଲା, କିନ୍ତୁ ତାହାର କାରଣ ନ ଥିଲା ଯେ, ଖାଦ୍ୟ ଭୁଲ୍ ଥିଲା, କିନ୍ତୁ କାରଣ ଥିଲା କିଛି ଲୋକ ମୂର୍ତ୍ତିକୁ ଅର୍ପଣ ହୋଇଥିବା ଖାଦ୍ୟକୁ ଖାଉଥିଲେ (୧ କରିନ୍ଥୀୟ ୮) ।
ଶାରୀରିକ ସ୍ୱାସ୍ଥ୍ୟ ଏବଂ ଶକ୍ତି ପାଇଁ ଖାଦ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଆମେ ଈଶ୍ୱରଙ୍କର ସେବକ ଅଟୁ, ଆମେ ଉତ୍ତମ ଶାରୀରିକ ଅବସ୍ଥାରେ ରହିବାକୁ ଚାହୁଁ । ଆମେ ଖରାପ ଖାଦ୍ୟ ସହିତ ଆମ ଶରୀରକୁ କ୍ଷତି ପହଞ୍ଚାଇବା କିମ୍ବା ଆମ ଜୀବନକୁ ଛୋଟ କରିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ । ଅନେକ ଲୋକଙ୍କ ପାଖରେ ଖାଦ୍ୟର ବିକଳ୍ପ ନାହିଁ, କାରଣ ସେମାନଙ୍କୁ ଯାହା ଉପଲବ୍ଧ ଏବଂ ଯାହା ସେମାନେ କିଣି ପାରିବେ ତାହା ଖାଇବାକୁ ପଡ଼ିବ କିନ୍ତୁ ସେମାନଙ୍କୁ ସର୍ବୋତ୍ତମ ନିଷ୍ପତ୍ତି ନେବା ଉଚିତ । ସେମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ଖାଦ୍ୟର ଉତ୍ତମ ନିଷ୍ପତ୍ତି ନେବାକୁ ଶିକ୍ଷା ଦେବା ଉଚିତ ।
ଯେଉଁ ଲୋକମାନଙ୍କ ପାଖରେ ଖାଦ୍ୟ ପାଇଁ ଖର୍ଚ୍ଚ କରିବାକୁ ଟଙ୍କା ଥାଏ, ସେମାନେ ବେଳେବେଳେ ସର୍ବୋତ୍ତମ ପୃଷ୍ଟିକର ଖାଦ ବାଛିବା ଅପେକ୍ଷା ନିଜ ପସନ୍ଦର ସ୍ୱାଦ ପାଇଁ ଅତ୍ୟଧିକ ଖାଦ୍ୟ ଖାଆନ୍ତି । ଲୋକମାନେ ଅସ୍ୱାସ୍ଥ୍ୟକର ଖାଦ୍ୟ ପାଇଁ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପ୍ରଲୋଭିତ ହୁଅନ୍ତି । କେତେ ଲୋକ ସେବାକାର୍ଯ୍ୟ ନିମନ୍ତେ ଏକ ପୁସ୍ତକ କିଣିବାକୁ ଅସକ୍ଷମ ଅଟନ୍ତି କିନ୍ତୁ ସେତିକି ଅର୍ଥରେ ସେମାନେ ପ୍ରତ୍ୟେକ ସପ୍ତାହରେ କ୍ୟାଣ୍ଡି ଏବଂ କୋକ୍ରେ ଖର୍ଚ୍ଚ କରନ୍ତି ।
ଜଣେ ବ୍ୟକ୍ତିଙ୍କୁ ଭଲ ଶାରୀରିକ ସ୍ଥିତିରେ ରହିବା ପାଇଁ ଶାରୀରିକ ବ୍ୟାୟାମ ଆବଶ୍ୟକ । ଜଣେ ବ୍ୟକ୍ତି ବ୍ୟାୟାମର ଅଭାବକୁ ଶକ୍ତିର ଅଭାବ କିମ୍ବା ଶରୀରର ଅତ୍ୟଧିକ ଓଜନ ହେବାକୁ ଦେବା ଉଚିତ୍ ନୁହେଁ, ଯାହା ତାଙ୍କୁ ଈଶ୍ୱରଙ୍କ ପାଇଁ ସର୍ବୋତ୍ତମ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରେ । ଯଦି ଜଣେ ବ୍ୟକ୍ତିଙ୍କ ଚାକିରୀ ପାଇଁ ଶାରୀରିକ ପରିଶ୍ରମ ଆବଶ୍ୟକ ହୁଏ, ତେବେ ତାଙ୍କୁ ଅତିରିକ୍ତ ଶାରୀରିକ ବ୍ୟାୟାମର ଆବଶ୍ରକତା ପଡ଼ି ନ ପାରେ । ନଚେତ୍, ସେ ନିଜ ଶରୀରକୁ ଭଲ ଅବସ୍ଥାରେ ରଖିବା ପାଇଁ ଶୃଙ୍ଖଳାବଦ୍ଧ କରିବା ଉଚିତ୍ ।
ଜଣେ ବିଶ୍ୱାସୀ ଖାଦ୍ୟ ଏବଂ ବ୍ୟାୟାମ୍ ବିଷୟରେ ଚିନ୍ତା କରିବା ଉଚିତ କାରଣ ସେ ଈଶ୍ୱରଙ୍କର ଅଟେ । ତଥାପି ଖାଦ୍ୟ ଏବଂ ବ୍ୟାୟାମ ବିଷୟରେ ବାଇବଲରେ ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇ ନାହିଁ । ଲୋକମାନେ ନିଜ ନିଜ ପରିସ୍ଥିତିରେ ଈଶ୍ୱରଙ୍କ ପ୍ରତି ସମର୍ପଣର ନୀତିଗୁଡ଼ିକୁ ପ୍ରୟୋଗ କରିବାର ଉପାୟ ଖୋଜିବା ଉଚିତ । ଆମେ ଅନ୍ୟମାନଙ୍କୁ ବିଚାରଏବଂ ସମାଲୋଚନା କରିବାରୁ ଦୂରେଇ ରହିବା ଉଚିତ । ଏହି ବିବରଣୀଗୁଡ଼ିକୁ ଆଧ୍ୟାତ୍ମିକ ଜୀବନର ନିୟମ କରାଯିବା ଉଚିତ ନୁହେଁ, ଯଦି ନାହିଁ ତେବେ ଏକ ମନୋନୀତ ଗୋଷ୍ଠୀ ନିର୍ଦ୍ଦିଷ୍ଟ ଶୃଙ୍ଖଳା ପ୍ରତି ପ୍ରତିବଦ୍ଧ ହୁଅନ୍ତି ।
► ଜଣେ ଛାତ୍ର ରୋମୀୟ ୧୪:୪ ଦଳ ପାଇଁ ପାଠ କରିବେ ।
ଆମେ ପ୍ରତ୍ୟେକଙ୍କୁ ଶାସ୍ତ୍ରୀୟ ନୀତିଗୁଡ଼ିକୁ ନିର୍ଦ୍ଦିଷ୍ଟ ଉପାୟରେ ପ୍ରୟୋଗ କରିବାକୁ ପଡ଼ିବ, କିନ୍ତୁ ସେଗୁଡ଼ିକୁ ଭିନ୍ନ ଭାବରେ ପ୍ରୟୋଗ କରୁଥିବା ଲୋକଙ୍କୁ ବିଚାର କରିବା ଉଚିତ ନୁହେଁ, ଯେତେବେଳେ ନିର୍ଦ୍ଦିଷ୍ଟ ପ୍ରୟୋଗଗୁଡ଼ିକ ଶାସ୍ତ୍ରରେ ନାହିଁ ।
► ଜଣେ ଛାତ୍ର ରୋମୀୟ ୮:୧୮-୨୩ ଦଳ ପାଇଁ ପାଠ କରିବେ ।
ପ୍ରଥମ ମନୁଷ୍ୟ ପାପ କରିବା ହେତୁ ସମସ୍ତ ସୃଷ୍ଟି ଉପରେ ଆସିଥିବା ଅଭିଶାପର ଫଳ ହେଉଛି ରୋଗ । ଈଶ୍ୱରଙ୍କ ପରିତ୍ରାଣର ଯୋଜନା ଶେଷରେ ସୃଷ୍ଟିକୁ ପୁନଃସ୍ଥାପିତ କରିବ ଏବଂ ସମସ୍ତ ଦୁଃଖ କଷ୍ଟର ଅନ୍ତ କରିବ । ତଥାପି, ଏହି ପଦଗୁଡ଼ିକ ଆମକୁ କହେ ଯେ, ଏହି ପୁନଃରୁଦ୍ଧାର ତୁରନ୍ତ ଘଟିବ ନାହିଁ । ଯଦିଚ ଆମ୍ଭେମାନେ ଉଦ୍ଧାର ପାଇଅଛୁ । ପରମେଶ୍ୱରଙ୍କ ପରିତ୍ରାଣ ଯୋଜନା ସମାପ୍ତ ନ ହେବା ପର୍ଯ୍ୟନ୍ତ ଆମ ଶରୀର ବାର୍ଦ୍ଧକ୍ୟ ଏବଂ ରୋଗ ଭୋଗିବ ।
ଈଶ୍ୱର ପୂର୍ବରୁ ଜଗତରେ ଆଶ୍ଚର୍ଯ୍ୟ କାର୍ଯ୍ୟ କରିଛନ୍ତି । ଅନେକ ସୁସ୍ଥତାର ଆଶ୍ଚର୍ଯ୍ୟ କାର୍ଯ୍ୟ ବାଇବଲରେ ଉଲ୍ଲେଖ କରାଯାଇଛି । ମଣ୍ଡଳୀ ଦ୍ୱାରା ବିଶ୍ୱାସର ପ୍ରାର୍ଥନାର ଉତ୍ତରରେ ସୁସ୍ଥତା ପାଇବା ପାଇଁ ଈଶ୍ୱର ପ୍ରତିଜ୍ଞା କରିଛନ୍ତି (ଯାକୁବ ୫:୧୪-୧୫) । ରୋଗୀର ନିଜ ଆରୋଗ୍ୟତା ପାଇଁ ବିଶ୍ୱାସ କରିବା ଜରୁରୀ ନୁହେଁ, ତା’ ପାଇଁ ମଣ୍ଡଳୀର ବିଶ୍ୱାସ ରହିବା ଆବଶ୍ୟକ । ତେଣୁ ରୋଗୀଙ୍କୁ ବିଶ୍ୱାସର ଅଭାବ ବୋଲି ଅଭିଯୋଗ କରାଯିବା ଉଚିତ ନୁହେଁ ।[1]
ଆମେ କହିପାରିବା ନାହିଁ ଯେ, ବିଶ୍ୱାସୀ ବ୍ୟକ୍ତି କଦାପି ରୋଗର ଶୀକାର ହେବ ନାହିଁ । ଈଶ୍ୱରଙ୍କ ପ୍ରତି ବିଶ୍ୱାସ ଥାଇ ମଧ୍ୟ ଈଶ୍ୱର ଆୟୁବଙ୍କୁ କିଛି ସମୟ ପାଇଁ ଶାରୀରିକ ପୀଡ଼ା ନିମନ୍ତେ ଅନୁମତି ଦେଇଥିଲେ (ଆୟୁବ ୨:୮) ।
ପାଉଲ କହିଲେ, ଈଶ୍ୱରଙ୍କ ଅନୁମତିରେ “ମୋହର ଶରୀରରେ କଣ୍ଟକ’’, ଯେପରି ଈଶ୍ୱରଙ୍କଠାରେ ସେ ନିର୍ଭର କରିବେ ଏବଂ ନମ୍ର ହେବେ । ଯେପରି ତାହା ଦ୍ୱାରା ହୁଏ, ସେଥିପାଇଁ ସେ ତିନିଥର ପ୍ରାର୍ଥନା କରୁଥିଲେ, କିନ୍ତୁ ଶେଷରେ ସେ ଅନୁଭବ କଲେ ଯେ, ଈଶ୍ୱର ତାଙ୍କୁ ସୁସ୍ଥ କରିବା ଅପେକ୍ଷା ଧୈର୍ଯ୍ୟ ପାଇଁ ଶକ୍ତି ଦେବାକୁ ଚାହାନ୍ତି (୨ କରିନ୍ଥୀୟ ୧୨:୭-୯) । ଏହା ସମ୍ଭବତଃ ମନେ ହୁଏ ଯେ, “ମୋହର ଶରୀରରେ କଣ୍ଟକ’’ ଏକ ଶାରୀରିକ କଷ୍ଟ ଥିଲା, ଯଦିଓ ଆମେ ତାହା ନିଶ୍ଚିତ ଭାବରେ ଜାଣି ନାହୁଁ ।
ପାଉଲ ଗାଲାତୀୟମାନଙ୍କୁ ପ୍ରଚାର କରିବା ସମୟରେ ଶାରୀରିକ କଷ୍ଟ ଭୋଗ କରିଥିଲେ (ଗାଲାତୀୟ ୪:୧୩-୧୫) । ସ୍ପଷ୍ଟ ଭାବରେ ତାଙ୍କ ଆଖିରେ ସମସ୍ୟା ଥିଲା, କାରଣ ସେ କହିଥିଲେ ଯେ, ଗାଲାତୀୟମାନେ ତାଙ୍କୁ ଏତେ ଭଲ ପାଉଥିଲେ ଯେ ସେମାନେ ତାଙ୍କୁ ସେମାନଙ୍କର ଆଖି ଦେବାକୁ ପ୍ରସ୍ତୁତ ହୋଇଥାନ୍ତେ । ଆମେ ଜାଣିନାହୁଁ ଯେ ପାଉଲ ପରେ ଏହି ସମସ୍ୟାରୁ ସୁସ୍ଥ ହୋଇଥିଲେ କି ନାହିଁ, ସେ ସଙ୍ଗେ ସଙ୍ଗେ ଭଲ ହୋଇ ନ ଥିଲେ । ଏହା ନିଶ୍ଚିତ ଅଟେ ଯେ, ପାଉଲ ଶିକ୍ଷା ଦେଇ ନ ଥିଲେ ଯେ, ପ୍ରତ୍ୟେକ ବିଶ୍ୱାସୀ ସର୍ବଦା ରୋଗମୁକ୍ତ ହେବେ ଏବଂ ଗାଲାତୀୟମାନେ ଭାବୁ ନ ଥିଲେ ଯେ, ତାଙ୍କର ସୁସମାଚାର ପ୍ରଚାର ତାଙ୍କର ଅସୁସ୍ଥତାର ବିପରିତ ।
► ଜଣେ ଛାତ୍ର ଫିଲିପ୍ପୀୟ ୨:୨୫-୩୦ ଦଳ ପାଇଁ ପାଠ କରିବେ ।
ଏପାଫ୍ରାଦିତ ଅସୁସ୍ଥ ଥିଲେ ଏବଂ ମୃତ୍ୟୁର ଆଶଙ୍କାରେ ଥିଲେ । ପାଉଲଙ୍କୁ ସାହାଯ୍ୟ କରିବା ପାଇଁ ସେ ବହୁତ ପରିଶ୍ରମ କରୁଥିବାରୁ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ପାଉଲ କହିଲେ ଯେ, ଏପାଫ୍ରାଦିତ ସମ୍ମାନ ପାଇବାର ଯୋଗ୍ୟ କାରଣ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଥିଲେ ।
ଆୟୁବ, ପାଉଲ ଏବଂ ଏପାଫ୍ରାଦିତଙ୍କ ଉଦାହରଣ ଆମକୁ ଦର୍ଶାଏ ଯେ, ଯେତେବେଳେ ଲୋକମାନେ ଅସୁସ୍ଥ ଥାଆନ୍ତି, ଆମେ ସେମାନଙ୍କୁ ବିଶ୍ୱାସର ଅଭାବ ପାଇଁ ଦୋଷାରୋପ କରିବା ଉଚିତ ନୁହେଁ । ଆମେ ଭାବିବା ନାହିଁ ଯେ, ପାପ ହେତୁ ସେମାନେ ଦଣ୍ଡ ପାଉଛନ୍ତି । କାହାର ଦୁଃଖର କୌଣସି ଆଧ୍ୟାତ୍ମିକ କାରଣ ଅଛି କି ନାହିଁ, ତାହା କେବଳ ଈଶ୍ୱର ଜାଣନ୍ତି । ଇତିହାସର କିଛି ମହାନ ଖ୍ରୀଷ୍ଟିୟାନ, ମହାନ ବିଶ୍ୱାସର ବ୍ୟକ୍ତିମାନେ ଦୀର୍ଘ ସମୟ ଧରି ରୋଗର ଶୀକାର ହୋଇଥିଲେ ।
ଔଷଧ ଖାଇବାକୁ, ଡାକ୍ତରଙ୍କ ପାଖକୁ ରୋଗ ନିମନ୍ତେ ଯିବାକୁ ବାଇବଲ ନିଷେଧ କରେ ନାହିଁ । ଯଦିଚ ଆମେ ସ୍ୱାସ୍ଥ୍ୟ ପାଇଁ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁ ତଥାପି ଯାହା ଉପଲବ୍ଧ ତାହାର ସାହାଯ୍ୟ ବ୍ୟବହାର କରିବା ଭୁଲ୍ ନୁହେଁ ।
ଯେଉଁମାନେ ଯାଦୁକାରୀ ଶକ୍ତି କିମ୍ବା ପରମେଶ୍ୱରଙ୍କଠାରୁ ନ ଥିବା ଆତ୍ମାର ସେବା କରୁଥିବା ଦାବି କରନ୍ତି, ସେମାନଙ୍କଠାରୁ ଆରୋଗ୍ୟ ପାଇବା ଭୁଲ୍ ଅଟେ । ଆମେ ଶୟତାନର ସେବା କରୁ ନାହୁଁ ଏବଂ ଆମେ ତା’ଠାରୁ କୌଣସି ଲାଭର ଅନୁସନ୍ଧାନ କରିବା ଉଚିତ ନୁହେଁ । ଆମର ବିଶ୍ୱସ୍ତତା ଈଶ୍ୱରଙ୍କ ପ୍ରତି ଏବଂ ଆମେ ତାଙ୍କ ଆଶୀର୍ବାଦରେ ସନ୍ତୁଷ୍ଟ ହେବା ଉଚିତ । ଯଦି ସେ ସୁସ୍ଥ କରିବା ପାଇଁ ଚାହାନ୍ତି ନାହିଁ, ତେବେ ଆମେ ବିଶ୍ୱସ୍ତ ରହିବା ନିମନ୍ତେ ଅନୁଗ୍ରହ ଏବଂ ଶକ୍ତି ପାଇଁ ପ୍ରାର୍ଥନା କରିବା ଉଚିତ ।
କିଛି ଲୋକ ଏପରି ପଦାର୍ଥ ବ୍ୟବହାର କରନ୍ତି ଯାହା ସେମାନଙ୍କ ଶରୀରକୁ ଆନନ୍ଦ ଦିଏ କିନ୍ତୁ ଖରାପ ପରିଣାମ ଥାଏ ।
ଚିକିତ୍ସା ପାଇଁ ବେଳେବେଳେ ନିଶାଦ୍ରବ୍ୟ ଆବଶ୍ୟକ ହେଲେ ମଧ୍ୟ ସେଗୁଡ଼ିକୁ କେବେବି ଆନନ୍ଦ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ସେଗୁଡ଼ିକ ଶରୀରକୁ କ୍ଷତି ପହଞ୍ଚାଇ ପାରନ୍ତି ଏବଂ ନିଶା ସୃଷ୍ଟି କରିପାରନ୍ତି । ଅନେକ ସ୍ଥାନରେ ଡାକ୍ତରଙ୍କ ପ୍ରେସକ୍ରିପ୍ସନ୍ ଏବଂ ତଦାରଖ ବିନା ନିଶାଦ୍ରବ୍ୟ ବ୍ୟବହାର କରିବା ବେଆଇନ୍ ଅଟେ ।
ଅତି କମ୍ ପରିମାଣ ବ୍ୟତୀତ, ମଦ୍ୟପାନ ଜଣେ ବ୍ୟକ୍ତିଙ୍କ ଧାରଣାକୁ ପ୍ରଭାବିତ କରେ ଏବଂ ତାଙ୍କୁ ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରେ ଯାହା ଦ୍ୱାରା ସେ ପ୍ରଭାବିତ ନ ହୋଇଥିଲେ କାର୍ଯ୍ୟ କରିବେ ନାହିଁ । ମଦ ମଧ୍ୟ ନିଶା ଅଟେ । ଅଧିକ ପରିମାଣ ମଦ୍ୟପାନ ଶରୀରକୁ କ୍ଷତି କରେ । ଏହା ସାଂସାରିକ, ଅନୈତିକ ମନୋରଞ୍ଜନର ସ୍ଥାନରେ ଅତ୍ୟଧିକ ବ୍ୟବହୃତ ହୋଇଥାଏ । ବାଇବଲ ସିଧାସଳଖ ମଦ୍ୟପାନକୁ ନିଷେଧ କରେ ନାହିଁ, କିନ୍ତୁ ଅନେକ ଚର୍ଚ୍ଚ ଏହାକୁ ନିଷେଧ କରେ କାରଣ ଏହା ଆଚରଣ ଏବଂ ବିଚାରକୁ ପ୍ରଭାବିତ ତରେ, ନିଶାକର ଏବଂ ପ୍ରାୟତଃ ଅନୈତିକ ଆଚରଣ ସହିତ ଆସିଥାଏ । ଅନେକ ବିଶ୍ୱାସୀ ଚିନ୍ତିତ ଯେ, ଯଦି ଜଣେ ବ୍ୟକ୍ତି ବିପଦକୁ ଏଡ଼ାଇବା ସହିତ ସତର୍କତାର ସହ ମଦ୍ୟପାନ କରେ, ତେବେ ସେ ଅନ୍ୟମାନଙ୍କୁ, ବିଶେଷ କରି ଯୁବାମାନଙ୍କୁ କ୍ଷତିକାରକ ଭାବରେ ପ୍ରଭାବିତ କରିପାରେ ।
► ଜଣେ ଛାତ୍ର ହିତୋପଦେଶ ୨୦:୧ ଏବଂ ହିତୋପଦେଶ ୩୧:୪-୫ ଦଳ ପାଇଁ ପାଠ କରିବେ ।
ଧୂମ୍ରପାନ କିମ୍ବା ନିୟମିତ ଚୋବାଇ ଖାଉଥିବା ତମାଖୁ ନିଶାକାରକ ଏବଂ ଜୀବନକୁ ଅନେକ ବର୍ଷ ହ୍ରାସ କରିଥାଏ । କ୍ୟାନସର୍ ହେବାର ବିପଦ ଥାଏ ।
ବାଇବଲ ବିଶେଷ ଭାବରେ ନିଶ୍ରାଦ୍ରବ୍ୟ, ମଦ୍ୟପାନ କିମ୍ବା ତମାଖୁକୁ ନିଷେଧ କରେ ନାହିଁ । ତଥାପି, ଅଧିକାଂଶ ଲୋକ ଯେଉଁମାନେ ସେମାନଙ୍କର କ୍ଷତିକାରକତାକୁ ବୁଝନ୍ତି ସେମାନେ ବିଶ୍ୱାସ କରନ୍ତି ଯେ, ଖ୍ରୀଷ୍ଟଙ୍କର ଜଣେ ଅନୁଗାମୀ ହୋଇଥିବା ହେତୁ ସେଗୁଡ଼ିକୁ ବ୍ୟବହାର କରିବା ଉଚିତ ନୁହେଁ । ଲୋକମାନେ ଏହି ପଦାର୍ଥଗୁଡ଼ିକର ପୂର୍ଣ୍ଣ ପ୍ରଭାବ ଜାଣିବା ପୂର୍ବରୁ, ସବୁଠାରେ ଏହା ସର୍ବଦା ହୋଇ ନ ଥିଲା ।
ଏହି ପଦାର୍ଥଗୁଡ଼ିକର ସବୁଠାରୁ ବଡ଼ ବିପଦ ହେଉଛି ବ୍ୟବହାରକାରୀଙ୍କୁ ନିଶାଗ୍ରସ୍ତ କରିବାର ପ୍ରବୃତ୍ତି । ନିଶା ଜଣେ ବ୍ୟକ୍ତିର ଜୀବନକୁ ନିୟନ୍ତ୍ରଣ କରେ । ସେଗୁଡ଼ିକ ତା’ର ସମ୍ବଳକୁ ବ୍ୟବହାର କରନ୍ତି । ସେଗୁଡ଼ିକ ତାଙ୍କର ଧାରଣାକୁ ପ୍ରଭାବିତ କରନ୍ତି, ତାଙ୍କୁ ଅଯୌକ୍ତିକ ଭାବରେସେଗୁଡ଼ିକୁ ଯଥାର୍ଥ କରିବାକୁ ବାଧ୍ୟ କରନ୍ତି । ସେ ଏପରି ବଳିଦାନ ଦିଅନ୍ତି ଯାହା ତାଙ୍କ ପରିବାର ଏବଂ କାର୍ଯ୍ୟକୁ କ୍ଷତି ପହଞ୍ଚାଏ । ନିଶା ଏପରି ଆନୁଗତ୍ୟ ଦାବି କରେ ଯାହା ଏକ ଧର୍ମ ସହିତ ସମାନ ଏବଂ ଈଶ୍ୱରଙ୍କ ପ୍ରତି ଆନୁଗତ୍ୟ ସହିତ ସଂଘର୍ଷ କରେ ।
ଏଫିସୀୟ ୫:୧୮ ଆମକୁ କହେ, ବିଶ୍ୱାସୀମାନେ ମତ୍ତ ନ ହୋଇ, ବରଂ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ ହେବା ଉଚିତ ।
ବିଶ୍ୱାସୀଙ୍କ ଶାରୀରିକ ପରିଷ୍କାର ପରିଚ୍ଛନ୍ନତା ଅଭ୍ୟାସ ରହିବା ଉଚିତ ଯାହା ଅତି କମ୍ରେ ତାଙ୍କ ସଂସ୍କୃତିର ସାଧାରଣ ରୀତି ପରି ଭଲ ତାଙ୍କ ଶରୀରରେ ଦୁର୍ଗନ୍ଧ, ଅବ୍ୟବସ୍ଥିତ କେଶ, ମଇଳା କିମ୍ବା ଖରାପ ଅବସ୍ଥାରେ ଥିବା ପୋଷାକ ପାଇଁ ଅନ୍ୟମାନେ ତାଙ୍କୁ ଲକ୍ଷ୍ୟ କରିବା ଉଚିତ୍ ନୁହେଁ। ଦାରିଦ୍ର୍ୟତାରେ ଥିବା ବ୍ୟକ୍ତିଙ୍କୁ ଭଲ ଦେଖାଣିଆ ରଖିବାରେ କିଛି ଅସୁବିଧା ହୋଇପାରେ, କିନ୍ତୁ ସେ ଯାହା କରିପାରିବେ, ତାହା କରିବା ଉଚିତ ।
ଯଦି ଆପଣଙ୍କ ବନ୍ଧୁ ଆପଣଙ୍କ ବେଶ କିମ୍ବା ପରିଷ୍କାର ପରିଚ୍ଛନ୍ନତାକୁ ଦେଖି ପରିହାସ କରେ, ତେବେ ଆପଣ ତାହା ଶୁଣିବା ଉଚିତ୍ । ପିତାମାତା ସେମାନଙ୍କ ସନ୍ତାନମାନଙ୍କୁ ଭଲ ଅଭ୍ୟାସ ଶିଖାଇବା ଉଚିତ ।
ବିଶ୍ୱାସୀମାନେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ଦେଖାଇବା ପାଇଁ ପୋଷାକ ଏବଂ ସାଜସଜ୍ଜା ବ୍ୟବହାର କରି ଜଗତର ଢ଼ାଞ୍ଚା ଅନୁସରଣ କଜ୍ଞରିବା ଉଚିତ ନୁହେଁ ।
ତଥାପି, ଏକ ଅସାବଧାନ ଦେଖାଣିଆ ସୂଚାଇପାରେ ଯେ, ଜଣେ ବ୍ୟକ୍ତି ଯେଉଁମାନଙ୍କୁ ସେ ଭେଟିଥାଏ, ସେମାନଙ୍କ ପ୍ରତି ତାଙ୍କର କମ୍ ସମ୍ମାନ ଅଛି । ଉଦାହରଣ ସ୍ୱରୂପ, ଯଦି ଆପଣ ସଭାକୁ ଯିବା ସମୟରେ ଆପଣଙ୍କ ବାହ୍ୟରୂପ ପ୍ରତି ଅସାବଧାନ ହୁଅନ୍ତି, ତେବେ ଏହା ଦେଖାଯାଇପାରେ ଯେ ଆପଣ ଭାବୁଛନ୍ତି ଯେ, ସଭା ଏବଂ ଲୋକମାନେ ସମମାନ ପାଇବାର ଯୋଗ୍ୟ ନୁହଁନ୍ତି । ଖ୍ରୀଷ୍ଟିୟାନମାନେ କିପରି ପରମେଶ୍ୱରଙ୍କୁ ସମ୍ମାନ ଏବଂ ଅନ୍ୟମାନଙ୍କ ପ୍ରତି ଭଲ ଉପସ୍ଥିତ ଭାବରେ ସମ୍ମାନ ଦେଖାଇବେ ତାହା ପ୍ରଦର୍ଶନ କରିବା ଉଚିତ ।
ଯେଉଁମାନଙ୍କର ଆଧ୍ୟାତ୍ମିକ ପ୍ରାଥମିକତା ନାହିଁ, ସେମାନେ ପ୍ରାୟତଃ ଦୃଷ୍ଟି ଆକର୍ଷଣ କରିବା ପାଇଁ ପୋଷକ ପିନ୍ଧି ଶରୀରକୁ ଗୁରୁତ୍ୱ ଦିଅନ୍ତି । ଜଣେ ବ୍ୟକ୍ତି ତାଙ୍କର ମାଂସପେଶୀ ଦେଖାଇବାକୁ ଇଚ୍ଛା କରିବେ । ଜଣେ ମହିଳା, ପୁରୁଷମାନଙ୍କ ପାଇଁ ଶାରୀରିକ ଭାବରେ ଆକର୍ଷଣୀୟ ହେବାକୁ ଚାହିଁ ପାରନ୍ତି । ବିଶ୍ୱାସୀମାନେ ନିଜ ପୋଷକ ଦ୍ୱାରା ଗର୍ବ ଦେଖାଇବାକୁ କିମ୍ବା ଭୁଲ୍ ପ୍ରକାରର ଧ୍ୟାନ ଆକର୍ଷଣ କରିବା ଉଚିତ ନୁହେଁ ।
ଈଶ୍ୱରଙ୍କ ପ୍ରତି ସମର୍ପଣ କିପରି ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉଚିତ, ସେ ବିଷୟରେ ଚିନ୍ତା କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରନ୍ତୁ ।
► କିପରି ଆପଣଙ୍କର ଅଭ୍ୟାସ ଦର୍ଶାଇବା ଯେ, ଆପଣଙ୍କ ଶରୀର ଈଶ୍ୱରଙ୍କର ଅଟେ?
ବିଶ୍ୱାସୀମାନଙ୍କ ପାଇଁ ଆବଶ୍ୟକତା ଭାବରେ ଖାଦ୍ୟ ନିୟମ କିମ୍ବା ସମାନ ପ୍ରତିବନ୍ଧକ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ ଲମ୍ବା ଯୁକ୍ତିକୁ ଏଡ଼ାନ୍ତୁ ।
► ତୁମେ କାହିଁକି କିଛି ପଦାର୍ଥ ବ୍ୟବହାର କରୁ ନାହଁ, ତାହା ଜଣେ ବ୍ୟକ୍ତିଙ୍କୁ କିପରି ବୁଝାଇବ?
ସ୍ୱର୍ଗସ୍ଥ ପିତା,
ପ୍ରଥମେ ପୃଥିବୀରେ ଏବଂ ତା’ପରେ ସ୍ୱର୍ଗରେ ରହିବା ପାଇଁ ତୁମେ ଆମକୁ ଯେଉଁ ସୁନ୍ଦର ଆକାର ଦେଇଅଛ ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ ।
ତୁମେ ମୋତେ ସୃଷ୍ଟି କରିଅଛ ଏବଂ ମୋତେ ମୁକ୍ତି ଦେଇଅଛ ବୋଲି ଜାଣି ତୁମ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହୋଇ ବଞ୍ଚିବାକୁ ମୋତେ ସାହାଯ୍ୟ କର ।
ତୁମର ସେବା ଏବଂ ତୁମର ଉପାସନାକୁ ବାଧା ଦେଉଥିବା ଯେକୌଣସି ଜିନିଷରୁ ମୋତେ ମୁକ୍ତ ଭାବରେ ବଞ୍ଚିବାକୁ ସାହାଯ୍ୟ କର।
ତୁମର ପବିତ୍ର ଆତ୍ମାଙ୍କର ମନ୍ଦିର ହେବା ପାଇଁ ମୋତେ ଯେଉଁମାନେ ସୁଯୋଗ ଦେଇଅଛ ସେଥିପାଇଁ ଧନ୍ୟବାଦ ଦେଉଛୁ । ମୁଁ ଏପରି ଭାବରେ ବଞ୍ଚିବାକୁ ଚାହୁଁଛି, ଯାହା ତୁମକୁ ସମ୍ମାନ କରେ ।
ଆମେନ୍ !
(୧) ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏକ ବ୍ୟକ୍ତିଗତ ଡାଏରୀରେ ଲେଖ (ଶ୍ରେଣୀର ନେତାଙ୍କୁ ଦେଖାନ୍ତୁ ନାହିଁ)
ଈଶ୍ୱରଙ୍କ ପ୍ରତି ଆପଣ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କି? ଆପଣଙ୍କ ପାଇଁ ତା’ର ଅର୍ଥ କ’ଣ ?
କେଉଁ ପ୍ରାକୃତିକ ଇଚ୍ଛାଗୁଡ଼ିକ ଆପଣଙ୍କ ଜୀବନରେ ପ୍ରାୟତଃ ପ୍ରଲୋଭନ ଆଣିଥାଏ?
ଏହି ପ୍ରଲୋଭନଗୁଡ଼ିକୁ ନିରନ୍ତର ଭାବରେ ପରାସ୍ତ କରିବା ପାଇଁ ତୁମେ କେଉଁ ଦୁଇ କିମ୍ବା ତିନୋଟି ଶାସ୍ତ୍ରାଂଶ ମନେ ରଖିବା ଉଚିତ?
ଏହି ପାଠଟି ଅଧ୍ୟୟନ କରିବା ସମୟରେ ଈଶ୍ୱର ତୁମକୁ କେଉଁ ପରିବର୍ତ୍ତନ ଆଣିବା ବିଷୟେ କହିଛନ୍ତି?
(୨) ୧ କରିନ୍ଥୀୟ ୧୫ ପର୍ବ ପାଠ କର । ପ୍ରଥମେ ଏହାକୁ ବିଭାଗରେ ଭାଗ କର, ଯେପରି ପ୍ରତ୍ୟେକ ବିଭାଗ ଛୋଟ ଛୋଟ ବିଷୟବସ୍ତୁ ହୋଇପାରିବ । ପ୍ରତ୍ୟେକ ବିଭାଗ ପାଇଁ ସେହି ବିଭାଗର ମ୍ୟାସେଜ୍ ବ୍ୟାଖ୍ୟା କରି ଏକ ଅନୁଚ୍ଛେଦ ଲେଖ । ଏହି ଅଧ୍ୟାୟ ଉପରେ ଆଧାରିତ ବ୍ୟବହାରିକ ନିର୍ଦ୍ଦେଶଗୁଡ଼ିକ କ’ଣ ?
SGC exists to equip rising Christian leaders around the world by providing free, high-quality theological resources. We gladly grant permission for you to print and distribute our courses under these simple guidelines:
All materials remain the copyrighted property of Shepherds Global Classroom. We simply ask that you honor the integrity of the content and mission.
Questions? Reach out to us anytime at info@shepherdsglobal.org
Total
$21.99By submitting your contact info, you agree to receive occasional email updates about this ministry.
Download audio files for offline listening
No audio files are available for this course yet.
Check back soon or visit our audio courses page.
Share this free course with others