► ଜଣେ ଛାତ୍ର ଆଦିପୁସ୍ତକ ୧:୧, ୨୬-୨୮ ଦଳ ପାଇଁ ପାଠ କରିବେ ।
ପୃଥିବୀ ପ୍ରତି ମାନବ ଦାୟୀତ୍ୱ ଏହି ବାସ୍ତବ ଉପରେ ଆଧାରିତ ଯେ, ପରମେଶ୍ୱର ତାଙ୍କ ପ୍ରଶଂସା ନିମନ୍ତେ ପୃଥିବୀ ସୃଷ୍ଟି କରିଅଛନ୍ତି (ଗୀତସଂହିତା ୧୪୮) ଏବଂ ମନୁଷ୍ୟକୁ ଏହାର ପରିଚାଳକ ଭାବରେ ନିଯୁକ୍ତ କରିଅଛନ୍ତି । ଯେହେତୁ ଲୋକମାନେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି ହୋଇଛନ୍ତି, ସେପରି ପରମେଶ୍ୱରଙ୍କ ପରି ଶାସନ କରିବା ପାଇଁ ଆମେ ସୃଷ୍ଟି ହୋଇଛୁ । ଗୀତରଚକ କହନ୍ତି, “ପୁଣି, ତୁମ୍ଭେ ତାହାକୁ ଦୂତଗଣଙ୍କ ଅପେକ୍ଷା ଅଳ୍ପମାତ୍ର ନ୍ୟୂନ କରିଅଛ, ଆଉ ଗୌରବ ଓ ସମ୍ଭ୍ରମରୂପ ମୁକୁଟରେ ତାହାକୁ ଭୂଷିତ କରୁଅଛ। ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ଵ ଦେଉଅଛ; ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ” (ଗୀତସଂହିତା ୮:୫-୬)। ଜଗତରେ ମନୁଷ୍ୟର ଏକ ବିଶେଷ ଭୂମିକା ରହିଅଛି । ସେମାନେ ପଶୁ ନୁହଁନ୍ତି । ଈଶ୍ୱର ମନୁଷ୍ୟକୁ ପୃଥିବୀ ଏବଂ ତହିଁରେ ବାସ କରୁଥିବା ପଶୁମାନଙ୍କ ଉପରେ ଶାସନ କରିବାର ଭୂମିକା ଦେଇଥିଲେ ।
ପରମେଶ୍ୱର ଆଦମ ଏବଂ ହବାଙ୍କୁ ପୃଥିବୀକୁ ବୃଦ୍ଧି କରି ପୂର୍ଣ୍ଣ କରିବାକୁ କହିଥିଲେ । ସେ ସେମାନଙ୍କୁ ପୃଥିବୀକୁ ବଶୀଭୂତ କରିବାକୁ କହିଥିଲେ । ପୃଥିବୀକୁ ବଶୀଭୂତ କରିବାର ପ୍ରକ୍ରିୟା ସେମାନଙ୍କ ବଂଶଧରମାନଙ୍କ ଦ୍ୱାରା ଜାରି ରହିବ । ପୃଥିବୀକୁ ବଶୀଭୂତ କରିବାର କାର୍ଯ୍ୟରେ, ଅନୁସନ୍ଧାନ, ନୂତନ ଅଞ୍ଚଳରେ ବାସ କରିବାକୁ ଶିଖିବା, ଖଣିଜ ପଦାର୍ଥ ଆବିଷ୍କାର ଏବଂ ବ୍ୟବହାର କରିବା, ପ୍ରାଣୀ ପାଳନ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ କରିବା ଅନ୍ତର୍ଭୁକ୍ତ ।
ଯେତେବେଳେ ପରମେଶ୍ୱର ଏହାକୁ ସୃଷ୍ଟି କଲେ, ସବୁ ବିଷୟ ଉତ୍ତମ ଥିଲା । ମନୁଷ୍ୟର ଏଦନ ଉଦ୍ୟାନର ଯତ୍ନ ନେବା ମଣିଷର କାମ (ଆଦିପୁସ୍ତକ ୨:୧୫) ପ୍ରକୃତି ସହିତ ସମନ୍ୱୟ ରକ୍ଷା କରିବା ଏକ ଉପଭୋଗ୍ୟ କାର୍ଯ୍ୟ ଥିଲା । ପାପ ଘଟିବା ପରେ, ପ୍ରକୃତି ଅଭିଶାପ ଦ୍ୱାରା ପ୍ରଭାବିତ ହେଲା ଏବଂ ମନୁଷ୍ୟର କାର୍ଯ୍ୟ କଷ୍ଟକର ହୋଇଗଲା (ଆଦିପୁସ୍ତକ ୩:୧୭-୧୯) । ପୃଥିବୀରେ ଯେଉଁ ମୂଳ ସିଦ୍ଧତା ଥିଲା ତାହା ନାହିଁ (ରୋମୀୟ ୮:୧୮-୨୩), କିନ୍ତୁ ଏହା ଏବେ ମଧ୍ୟ ଏହାର ଆଶ୍ଚର୍ଯ୍ୟଜନକ ଆକାର ପରମେଶ୍ୱରଙ୍କ ମହିମା ଦେଖାଏ ।
ଜଳ ପ୍ଲାବନ ଉତ୍ତାରେ ଈଶ୍ୱର କହିଲେ ଯେ ପ୍ରତ୍ୟେକ ଗମନଶୀଳ ପ୍ରାଣୀଙ୍କୁ ଲୋକମାନେ ଭକ୍ଷଣ କରିପାରିବେ (ଆଦିପୁସ୍ତକ ୯:୩) । ପରମେଶ୍ୱର ମୋଶାଙ୍କୁ ଦେଇଥିବା ନିୟମ ଲୋକମାନଙ୍କୁ କିଛି ପ୍ରାଣୀ ଖାଇବାରୁ ନିଷେଧ କରିଥିଲା, କିନ୍ତୁ ନୂତନ ନିୟମ ଆମକୁ କହେ ଯେ, ଆମେ ଏବେ ଖାଇବା ପଇଁ ଯାହା ଉତ୍ତମ ଯେକୌଣସି ପ୍ରାଣୀ ଖାଇବାକୁ ଅନୁମତି ପାଇଛୁ (ମାର୍କ ୭:୧୯, ୧ ତୀମଥି ୪:୪) । ପ୍ରାଣୀମାନଙ୍କର ଏପରି ଅଧିକାର ନାହିଁ ଯାହା ସେମାନଙ୍କୁ ମଣିଷ ସହିତ ତୁଳନୀୟ ସ୍ତରରେ ରଖେ ।
ସମ୍ବଳ ପରିଚାଳନା ପାଇଁ ମନୁଷ୍ୟର ଦାୟିତ୍ୱ
ଯଦିଚ ଲୋକମାନଙ୍କୁ ପୃଥିବୀକୁ କର୍ତ୍ତୃତ୍ୱ କରିବାର ଅଧିକାର ଦିଆଯାଇଥିଲା (ଆଦିପୁସ୍ତକ ୧: ୨୮), ସେମାନେ ସର୍ବୋଚ୍ଚ ଅଧିକାରୀ ନୁହଁନ୍ତି। ସମସ୍ତ ଲୋକ ଈଶ୍ୱରଙ୍କ ନିକଟରେ ଉତ୍ତରଦାୟୀ। ପୃଥିବୀ ଏବଂ ଏଥିର ସମସ୍ତ ଉତ୍ପାଦଏପର୍ଯ୍ୟନ୍ତ ଈଶ୍ୱରଙ୍କର ଅଟେ ।
► ଛାତ୍ରଛାତ୍ରୀମାନେ ଦଳ ନିମନ୍ତେ ଗୀତସଂହିତା ୨୪:୧ ଏବଂ ଗୀତସଂହିତା ୫୦:୧୦-୧୧ ପାଠ କରନ୍ତୁ ।
ପରମେଶ୍ୱର ପୃଥିବୀର ମାଲିକ ଅଟନ୍ତି । ତାହାଙ୍କ ଗୌରବ ପ୍ରକାଶ କରିବା ନିମନ୍ତେ (ଗୀତସଂହିତା ୧୯:୧), ମାନବଜାତିର ଆବଶ୍ୟକ ମେଣ୍ଟାଇବାକୁ (ଆଦିପୁସ୍ତକ ୧:୨୯), ସେମାନଙ୍କ ବାସ କରିବା ନିମନ୍ତେ ଏକ ସୁନ୍ଦର ସ୍ଥାନ ହେବା ନିମନ୍ତେ, ଈଶ୍ୱର ପୃଥିବୀକୁ ଡିଜାଇନ୍ କଲେ । ସେ ଆମକୁ ପୃଥିବୀ ଏବଂ ଏହାଦ୍ୱାରା ଉତ୍ପନ୍ନ ହେଇଥିବା ବିଷୟଗୁଡ଼ିକୁ ଉପଭୋଗ କରିବାକୁ ଚାହାନ୍ତି । ଆମେ ପୃଥିବୀକୁ ପୂଜା କରିବା ଉଚିତ ନୁହେଁ, କାରଣ ଏହା ଈଶ୍ୱରଙ୍କ ହସ୍ତ ନିର୍ମିତ ଅଟେ (ରୋମୀୟ ୧:୨୫) । କିମ୍ବା ବିନାଶକାରୀ ଉପାୟରେ ଆମେ ପୃଥିବୀକୁ ଶୋଷଣ କରିବା ଉଚିତ ନୁହେଁ ।
ବେଳେବେଳେ ଲୋକମାନେ ଜମିରୁ ଲାଭ ନିଅନ୍ତି କିନ୍ତୁ ସେହି ସମାନ ସମୟରେ ଜମିକୁ ବିନଷ୍ଟ କରନ୍ତି । ଲୋକମାନେ ଖଣି ଖୋଳି ତହିଁରୁ ପଦାର୍ଥ ନିଅନ୍ତି କିନ୍ତୁ ଅବ୍ୟବହାର ଏବଂ ଅସୁନ୍ଦର ପରିଛାଡ଼ି ଦିଅନ୍ତି । ବେଳେବେଳେ ଲୋକମାନେ ଏକ ସ୍ଥାନରୁ ସମସ୍ତ ଗଛ ନେଇଯାଆନ୍ତି, ବର୍ଷା ଦ୍ୱାରା ଉତ୍ତମ ମାଟି ଧୋଇ ହୋଇଯାଏ ।
ବେଳେବେଳେ ଲେକାମାନେ କିଛି କିଛି ସ୍ଥାନରେ ଖାଇବା ପାଇଁ ସବୁ ବନ୍ୟଜନ୍ତୁ ଶୀକାର କରି ସଫା କରିଦିଅନ୍ତି । ଲୋକମାନେ ନଦୀ ପାଣିରେ ଅଳିଆ ପକାଇଥାନ୍ତି ଯଦ୍ଦ୍ୱାରା ପାଣି ବ୍ୟବହାର ଯୋଗ୍ୟ ହୋଇ ନ ଥାଏ ।
ପରମେଶ୍ୱର ପୃଥିବୀକୁ ଉତ୍ପାଦନକ୍ଷମ କରିବା ପାଇଁ ଡିଜାଇନ୍ କରିଥିଲେ । ଲେକାମାନେ ଜମିକୁ ନଷ୍ଟ କରିବା ପରି ବ୍ୟବହାର କରିବା ଭୁଲ୍ ଅଟେ । ଭୂମିର ବିନାଶକାରୀ ବ୍ୟବହାର ଦ୍ୱାରା ପରମେଶ୍ୱରଙ୍କୁ ଅପମାନିତ କରାଯାଇଛି ।
ପରମେଶ୍ୱର ହଜାର ହଜାର ବର୍ଷ ଧରି ଅନେକ ପିଢ଼ିର ଲୋକଙ୍କ ସେବା କରିବା ପାଇଁ ପୃଥିବୀକୁ ଡିଜାଇନ୍ କରିଛନ୍ତି । ଆମେ ଆଗାମୀ ପିଢ଼ି ପାଇଁ ପରିବେଶକୁ ପରିଚାଳନା ଏବଂ ଉନ୍ନତ କରିବା ପାଇଁ ଦାୟୀ ଅନୁଭବ କରିବା ଉଚିତ । ଯେଉଁ ବ୍ୟକ୍ତି ତୁରନ୍ତ ଲାଭ ପାଇଁ ଜମିକୁ ନଷ୍ଟ କରେ ସେ ତା’ର ପ୍ରତିବାସୀକୁ ପ୍ରେମ କରେ ନାହିଁ କିମ୍ବା ଆଗାମୀ ବଂଶକୁ ପ୍ରେମ କରେ ନାହିଁ ।
ବର୍ତ୍ତମାନଠାରୁ ୨୦ ବର୍ଷରେ ଆପଣଙ୍କର ସନ୍ତାନମାନଙ୍କୁଠାରୁ କେହି ଚୋରି କରନ୍ତୁ ବୋଲି ଆପଣ ମନେକରନ୍ତି କି ? ନିଶ୍ଚୟ ନାହିଁ । ତଥାପି ଲୋକମାନେ ସେମାନଙ୍କ ପିଲାମାନେ ଯେଉଁଠାରେ ରହିବେ ସେହି ପରିବେଶକୁ ନଷ୍ଟ କରି ନିଜ ପିଲାଙ୍କଠାରୁ ଚୋରି କରନ୍ତି। ଯଦି ଆପଣଙ୍କର ନିଜର ସନ୍ତାନ ନ ଥାଏ ତେବେ ମଧ୍ୟ ଆପଣ ଅନ୍ୟମାନଙ୍କର ସନ୍ତାନମାନଙ୍କ ବିଷୟରେ ଚିନ୍ତା କରିବା ଉଚିତ୍ ଯେଉଁମାନେ କୌଣସି ଦିନ ସେହି ଜମିର ଉତ୍ତରାଧିକାରୀ ହୋଇପାରନ୍ତି ।
ଅନେକ ଲୋକ ନିଜ ମାଲିକାନାରେ ଥିବା ଜମି ପ୍ରତି ସତର୍କ ରୁହନ୍ତି କିନ୍ତୁ ସାର୍ବଜନୀନ ଜମି ପ୍ରତି ସେମାନଙ୍କର କୌଣସି ଚିନ୍ତା ନାହିଁ । ବିଶ୍ୱାସୀମାନେ ପରିବେଶ ପ୍ରତି ଯତ୍ନର ଉଦାହରଣ ସୃଷ୍ଟି କରିବା ଉଚିତ କାରଣ ଆମେ ଜାଣୁ ଯେ, ଏହା ପରମେଶ୍ୱରଙ୍କର ଏବଂ ଆମେ ଆମର ପଡ଼ୋଶୀ ଏବଂ ପରିବର୍ତ୍ତି ପୀଢ଼ିର ଚିନ୍ତା କରୁ ।
କେହି କେହି ମନେ କରନ୍ତି, “ଏହି ଜମି ମୋର ନୁହେଁ ତେଣୁ ଏଠାରେ ମୁଁ ଅଳିଆ ପକାଇ ପାରେ, କିମ୍ବା ସବୁ ଗଛ କାଟି ପାରେ ଏପରିକି ଛୋଟ ଗଛ ମଧ୍ୟ’’ ।
► ଜଣେ ଛାତ୍ର ଦ୍ୱିତୀୟ ବିବରଣ ୨୨:୬ ଦଳ ପାଇଁ ପାଠ କରିବେ।
ପୃଥିବୀର ଯେଉଁ ପ୍ରାନ୍ତରେ ଦ୍ୱିତୀୟ ବିବରଣ ପୁସ୍ତକ ଲେଖାଯାଇଥିଲା, ସେଠାରେ ଏପରି ପକ୍ଷୀ ଥିଲେ ଯାହାକୁ ସହଜରେ ଧରି ପାରୁଥିଲେ ଯେତେବେଳେ ସେମାନେ ବସା ଉପରେ ବସୁଥିଲେ । ଯଦି ଲୋକମାନେ ସବୁବେଳେ ମାଆ ଏବଂ ଅଣ୍ଡା କିମ୍ବା ଛୁଆମାନଙ୍କୁ ନେଇ ଯାଆନ୍ତି, ତେବେ ସେହି ପକ୍ଷୀଗୁଡ଼ିକ ଶୀଘ୍ର ଅସ୍ତିତ୍ୱ ହରାଇଥାଆନ୍ତି । ପରମେଶ୍ୱର ସେମାନଙ୍କୁ କହିଥିଲେ ଯେ, ପ୍ରଜାତି ଯେପରି ବିନଷ୍ଟ ନ ହୁଏ, ସେଥିପାଇଁ ମାଆକୁ ଛାଡ଼ିଦିଅ । ଆଜି ବିଭିନ୍ନ ସ୍ଥାନରେ ଆମର ନିୟମ ସମାନ ହେବ ନାହିଁ, କିନ୍ତୁ ଏହି ପଦ ଆମକୁ କୁହେ ଯେ,ଆମେ ସାର୍ବଜନୀନ ଜମିର ସମ୍ପଦ ସଂରକ୍ଷଣ ପାଇଁ ଯତ୍ନବାନ ହେବା ଉଚିତ ।
Previous
Next