ପାଠର ଉଦ୍ଦେଶ୍ୟ
ପାଠର ଶେଷ ସୁଦ୍ଧା, ଛାତ୍ରଟି ସର୍ବଦା ସମସ୍ତ ପରିସ୍ଥିତିରେ ସମ୍ପୂର୍ଣ୍ଣ ସଚ୍ଚୋଟ ହେବାକୁ ପ୍ରତିଜ୍ଞାବଦ୍ଧ ହେବା ଉଚିତ ।
Search through all lessons and sections in this course
Searching...
No results found
No matches for ""
Try different keywords or check your spelling
1 min read
by Stephen Gibson
ପାଠର ଶେଷ ସୁଦ୍ଧା, ଛାତ୍ରଟି ସର୍ବଦା ସମସ୍ତ ପରିସ୍ଥିତିରେ ସମ୍ପୂର୍ଣ୍ଣ ସଚ୍ଚୋଟ ହେବାକୁ ପ୍ରତିଜ୍ଞାବଦ୍ଧ ହେବା ଉଚିତ ।
ଏକ ଦୋକାନରେ ଅବ୍ରହାମ କାର୍ଯ୍ୟ କରୁଥିଲେ । ଦିନେ ସେ ଅନୁଭବ କଲେ ଯେ, ସେ ଜଣେ ଗ୍ରାହକଙ୍କୁ ସଠିକ୍ ଟଙ୍କା ଫେରାଇ ନାହାନ୍ତି । ମହିଳା ଜଣକ ସେଠାରୁ ଯାଇସାରିଥିଲେ । ସେ କିଛି ମାଇଲ ଦୂରରେ ଏକ ଗ୍ରାମରେ ରହୁଥିଲେ ଏବଂ ଅବ୍ରହାମ ଜାଣିଥିଲେ ଯେ, ସେ ତାଙ୍କୁ ଶୀଘ୍ର ଆଉ ଦେଖିପାରିବେ ନାହିଁ । ଯଦିଓ ଟଙ୍କାର ପରିମାଣ କମ୍ ଥିଲା, ସେ ଚିନ୍ତିତ ଥିଲେ ଯେ, ତାଙ୍କୁ ଏହି ଟଙ୍କାର ଆବଶ୍ୟକତା ପଡ଼ିପାରେ । ସେ ଏହା ମଧ୍ୟ ନିଶ୍ଚିତ କରିବାକୁ ଚାହୁଁଥିଲେ ଯେ, ସେ ଯେପରି ନ ଭାବନ୍ତି ଯେ, ସେ ଜାଣିଶୁଣି ତାଙ୍କ ଟଙ୍କା ରଖିଛନ୍ତି । ଯେତେବେଳେ ଦିନକ ପାଇଁ ଦୋକାନଟି ବନ୍ଦ ହେଲା, ଅବ୍ରହାମ ଟଙ୍କା ଫେରାଇବା ପାଇଁ ଅନେକ ମାଇଲ ଚାଲିଲେ । ସେହି ପରିସ୍ଥିତିରେ ଏବଂ ଅନ୍ୟ ସମୟରେ ତାଙ୍କର ସତର୍କତା ଯୋଗୁ ତାଙ୍କ ବନ୍ଧୁମାନେ ତାଙ୍କୁ “ସତ୍ ଆବେ’’ ବୋଲି ଡାକୁଥିଲେ । ସେ ପରେ ଜଣେ ଓକିଲ ହେଲେ ତା’ପରେ ସରକାରରେ ସାମିଲ୍ ହେଲେ । ତାଙ୍କର ସଚ୍ଚୋଟତାକୁ ସମ୍ମାନ ଦିଆଯାଇଥିଲା ଏବଂ ଶେଷରେ ସେ ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କଲେ ।
ବାଇବଲ କହେ, ଈଶ୍ୱର ମିଥ୍ୟା କହନ୍ତି ନାହିଁ (ତୀତସ ୧:୨, ଏବ୍ରୀ ୬:୧୮) । ସର୍ବଦା ତାଙ୍କର ପ୍ରକୃତି ସ୍ଥିର ଏବଂ ଅପରିବର୍ତ୍ତନୀୟ ଅଟେ (ଯାକୁବ ୧:୧୭) । ଈଶ୍ୱର କେବଳ ଯେତେବେଳେ ଏହା ସୁବିଧା ଦିଏ ସେତେବେଳେ ସତ୍ୟ କୁହନ୍ତି ନାହିଁ। ଭଲ ଫଳାଫଳ ପାଇଁ ସେ ମିଥ୍ୟା କହନ୍ତି ନାହିଁ । ଆମେ ନିଶ୍ଚିତ ହୋଇପାରୁ ଯେ, ଈଶ୍ୱରଙ୍କ ବାକ୍ୟ ସମ୍ପୂର୍ଣ୍ଣ ଭାବରେ ସତ୍ୟ ଏବଂ ନିର୍ଭରଯୋଗ୍ୟ ଅଟେ । ତାଙ୍କର ସତ୍ୟତା ଆମକୁ ସୁରକ୍ଷା ଦିଏ (ଗୀତସଂହିତା ୪୦:୧୧, ଗୀତସଂହିତା ୯୧:୪)।
► ଯଦି ତୁମେ ପରମେଶ୍ୱରଙ୍କୁ ସର୍ବଦା ସତ୍ୟ କହିବା ପାଇଁ ବିଶ୍ୱାସ ନ କର, ତେବେ ତାଙ୍କ ସହିତ ତୁମର ସମ୍ପର୍କ କିପରି ପ୍ରଭାବିତ ହେବ?
ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କ ନିମନ୍ତେ ସତ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ଅଟେ ତାହା ଚିନ୍ତା କରନ୍ତୁ । ଈଶ୍ୱର ସମ୍ପୂର୍ଣ୍ଣ ଭାବରେ ତାଙ୍କ ପ୍ରତି ସମର୍ପିତ ହେବା ନିମନ୍ତେ ଆମକୁ ଆହ୍ୱାନ କରନ୍ତି । ଯଦି ଆମେ ତାହାଙ୍କୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସ ନ କରୁ ଆମେ ତାହା କରିପାରିବୁ ନାହିଁ ।
ଈଶ୍ୱର ଚାହାନ୍ତି ଆମେ ସର୍ବଦା ସତ୍ୟ କହୁ । ଯେଉଁ ବ୍ୟକ୍ତି ମିଥ୍ୟା କହେ ସେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ନୁହେଁ (ହିତୋପଦେଶ ୧୨:୨୨) ।
ବେଳେବେଳେ କୋର୍ଟରେ କେସ୍ ଜିତିବା ପାଇଁ ଲୋକମାନେ ମିଥ୍ୟା ବ୍ୟବହାର କରନ୍ତି । ଟଙ୍କା ଥିବା ଲୋକମାନେ ଅନ୍ୟଠାରୁ ସମ୍ପତ୍ତି ନେବା ପାଇଁ ମିଥ୍ୟା ଗ୍ରହଣ କରିବାକୁ ଜଣେ ବିଚାରପତିଙ୍କୁ ଟଙ୍କା ଦେଇପାରନ୍ତି (ଯାକୁବ ୨:୬) । ଧନୀଲୋକମାନେ ନ୍ୟାୟ ବିଚାରରୁ ବଞ୍ଚି ଯାଆନ୍ତି ଏବଂ ମିଥ୍ୟା ପ୍ରତିଷ୍ଠା କରିବା ପାଇଁ ଲାଞ୍ଚ ଦେଇ ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରନ୍ତି (ଯାକୁବ ୫:୧, ୬) ।
ଯଦି ତୁମେ ତୁମର କାରଣ ଠିକ୍ ବୋଲି ଭାବୁଛ, ତେବେ ମିଥ୍ୟା ସାକ୍ଷ୍ୟ ଦେବା ପାପ ଅଟେ । ବାଇବଲ ମିଥ୍ୟା ସକ୍ଷୀଙ୍କୁ ନିନ୍ଦା କରେ ଏବଂ ବ୍ୟତିକ୍ରମକୁ ଅନୁମତି ଦିଏ ନାହିଁ (ଯାତ୍ରାପୁସ୍ତକ ୨୦:୧୬, ହିତୋପଦେଶ ୬:୧୬-୧୯, ହିତୋପଦେଶ ୧୪:୨୫, ହିତୋପଦେଶ ୧୯:୫, ୯) । ଅନେକେ ମନେ କରନ୍ତି ଯେ, ଭଲ ପାଇବାକୁ ବା ଉତ୍ତମ ବିଷୟ ପାଇବାକୁ ହେଲେ ଯଦି ମିଥ୍ୟା କହିବାକୁ ହୁଏ ତେବେ କୌଣସି କ୍ଷତି ନାହିଁ, କିନ୍ତୁ ବାଇବଲ ସେହି ବିକଳ୍ପ ଦିଏ ନାହିଁ । ଆମେ କେତେବେଳେ ମିଥ୍ୟା କହିବୁ ସେପରି ବାଇବଲ ଆମକୁ କଦାପି କହିନାହିଁ ।
ବିଶ୍ୱାସୀମାନେ ବିନା ବ୍ୟତିକ୍ରମରେ ସତ୍ୟ କହିବା ଉଚିତ । ଆମ ସମ୍ପର୍କ ପାଇଁ ସତ୍ୟ ଅତ୍ୟନ୍ତ ଜରୁରୀ ଅଟେ (ଏଫିସୀୟ ୪:୨୫) ।
ଏଫିସୀୟ ୪:୧୫ କହେ ଯେ, ଆଧ୍ୟାତ୍ମିକ ପରିପକ୍ୱ ହାସଲ କରିବା ପାଇଁ ସତ୍ୟ କହିବା ଆବଶ୍ୟକ ଅଟେ ।
କଲସୀୟ ୩:୯ କହେ, ମିଥ୍ୟା କହିବା ହେଉଛି ପାପପୂର୍ଣ୍ଣ ଜୀବନର ଏକ ଅଂଶ ଯାହାକୁ ଆମେ ପରିତ୍ୟାଗ କରିଅଛୁ ।
ମିଥ୍ୟାବାଦୀକୁ ଈଶ୍ୱର ବିଚାର କରିବେ । ମିଥ୍ୟାବାଦୀମାନେ ପରମେଶ୍ୱରଙ୍କ ନିୟମ ଦ୍ୱାରା ନିନ୍ଦିତ, ଭୟଙ୍କର ପାପୀମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ ଅଟନ୍ତି (୧ ତୀମଥି ୧:୧୦, ପ୍ରକାଶିତ ୨୨:୧୫) । ସମସ୍ତ ମିଥ୍ୟାବାଦୀଙ୍କୁ ଅଗ୍ନି ହ୍ରଦରେ ଫିଙ୍ଗି ଦିଆଯିବ (ପ୍ରକାଶିତ ୨୧:୮) । ମିଥ୍ୟାବାଦୀମାନେ ଈଶ୍ୱରଙ୍କ ନଗରୀରେ ପ୍ରବେଶ କରିପାରିବେ ନାହିଁ (ପ୍ରକାଶିତ ୨୧:୨୭) ।
► ଜଣେ ଛାତ୍ର ହିତୋପଦେଶ ୧୧:୧ ଦଳ ପାଇଁ ପାଠ କରିବେ ।
ଏହି ପଦଟି ଓଜନ ଅନୁସାରେ କିଛି ବିକ୍ରୟ କରିବା ପାଇଁ ବ୍ୟବହୃତ ତରାଜୁ ବିଷୟରେ କହେ ଯେପରି ଫଳ, ପନିପରିବା କିମ୍ବା ମାଂସ । ବେଳେବେଳେ ଲୋକଙ୍କ ପାଖରେ ଏପରି ତରାଜୁ ଥାଏ ଯାହା ଅତିରିକ୍ତ ଟଙ୍କା ନେବା ପାଇଁ ମିଥ୍ୟା ଓଜନ ଦେବାକୁ ଡିଜାଇନ୍ କରାଯାଇଥାଏ । ଏହି ପଦ କହେ ଯେ, ଈଶ୍ୱର ଅବିଶ୍ୱସ୍ତକୁ ଘୃଣା କରନ୍ତି ।
କୌଣସି ଜିନିଷର ସ୍ଥିତି ବିଷୟରେ ମିଛ କହି କିମ୍ବା ତାହାର ତୃଟି ଲୁଚାଇ ବିକ୍ରୟ କରିବା ଜଣେ ବ୍ୟକ୍ତି ପାଇଁ ଭୁଲ୍ ଅଟେ । ଅଧିକ ମୂଲ୍ୟରେ କୌଣସି ଜିନିଷ ବିକ୍ରୟ କରିବା ପାଇଁ ଆପଣ କେତେ ଟଙ୍କା ଦେଇଛନ୍ତି, ତାହା କହିବା ସମୟରେ ମିଛ କହିବା ଭୁଲ୍ ଅଟେ ।
ଟଙ୍କା ଦେବାରୁ ବଞ୍ଚିବା ପାଇଁ ଜଣେ ବ୍ୟକ୍ତି ନିଜ ନାମକୁ ଅସତ୍ୟ କିଛିରେ ଦସ୍ତଖତ କରିବା ଠିକ୍ ନୁହେଁ । ଜଣେ ବ୍ୟକ୍ତି ଲାଭ ପାଇଁ ଲୋକଙ୍କୁ ଠକିବାରେ ତାଙ୍କ ନିଯୁକ୍ତିଦାତାଙ୍କୁ ସାହାଯ୍ୟ କରିବା ଠିକ୍ ନୁହେଁ।
► କେଉଁ କେଉଁ ପ୍ରକାରର ଅବିଶ୍ୱସ୍ତତାକୁ ତୁମେ ଲକ୍ଷ କରିଅଛ?
ବାଇବଲ କହେ, ଦୁଷ୍ଟ ଲୋକ ରୂଣ ନେଇ ଫେରସ୍ତ କରେ ନାହିଁ (ହିତୋପଦେଶ ୩୭:୨୧, ହିତୋପଦେଶ ୩:୨୮) । କିଛି ଲୋକ ରୂଣ ନିଅନ୍ତି ଏବଂ ସେମାନଙ୍କ ରୂଣ ପରିଶୋଧ କରିବାକୁ କୌଣସି ବାଧ୍ୟତା ଅନୁଭବ କରନ୍ତି ନାହିଁ । ବାଇବଲ କହେ ଯେ, ଆମେ ନିଶ୍ଚିତ କରିବା ଉଚିତ, ଯେ, ଆମେ ଅନ୍ୟମାନଙ୍କୁ ଯାହା ଦେବା, ତାହା ଦେବାର ବିଫଳ ନ ହେଉ (ରୋମୀୟ ୧୩:୭-୮) ।
ସଚ୍ଚୋଟତାର ଅର୍ଥ ହେଉଛି ତୁମେ ତୁମର ପ୍ରତିଶ୍ରୁତି ଏବଂ ପ୍ରତିବଦ୍ଧତାକୁ ପାଳନ କରୁଛ । ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ସହିତ ଉତ୍ତମ ସମ୍ପର୍କରେ ଅଛି ତାହା ଗୀତସଂହିତା ୧୫ ବର୍ଣ୍ଣନା କରେ । ଏହି ପ୍ରକାରର ବ୍ୟକ୍ତିଙ୍କର ଗୋଟିଏ ଗୁଣ ହେଉଛି ଯେ ମହଙ୍ଗା ପଡ଼ିଲେ ମଧ୍ୟ ସେ ତାଙ୍କ ପ୍ରତିଶ୍ରୁତିକୁ ପାଳନ କରନ୍ତି (ଗୀତସଂହିତା ୧୫:୪) ।
ଜଣେ ବ୍ୟକ୍ତି ତାଙ୍କୁ ନିଯୁକ୍ତି ଦେଇଥିବା ବ୍ୟକ୍ତିଙ୍କ ପାଇଁ ଯେପରି କାମ କରିବା ଉଚିତ ସେପରି କାମ ନ କଲେ ତାହା ଅସାଧୁତା ଅଟେ (ଏଫିସୀୟ ୬:୫-୬) ।
ଜଣେ ବ୍ୟକ୍ତି ତାଙ୍କ ମାଲିକଙ୍କର ଜିନିଷ ଚୋରି କରିବା ଭୁଲ୍ ଅଟେ (ତୀତସ ୨:୯-୧୦) ।
କୌଣସି ଜିନିଷର ମୂଲ୍ୟ ପ୍ରକୃତ ମୂଲ୍ୟଠାରୁ ଅଧିକ ବୋଲି କହିବା ପାଇଁ ମିଥ୍ୟା ରସିଦ୍ ଦେବା ଭୁଲ୍ ଅଟେ । ଜଣେ କର୍ମଚାରୀ କିମ୍ବା ଏଜେଣ୍ଟ କିଛି ଟଙ୍କା ରଖିବା ପାଇଁ କୌଣସି ଜିନିଷର ମୂଲ୍ୟ ବିଷୟରେ ମିଛ କହିବା ଭୁଲ୍ ଅଟେ ।
ଜଣେ ନିଯୁକ୍ତିଦାତା ଶ୍ରମିକଙ୍କଠାରୁ ପ୍ରତିଶ୍ରୁତିବଦ୍ଧ ମଜୂରୀ ସ୍ଥଗିତ ରଖିବା ଭୁଲ୍ ଅଟେ (ଯାକୁବ ୫:୪) ।
ଭୁଲ୍ ବଶତଃ କେହି ତାଙ୍କ ଜିନିଷକୁ ଭୁଲି ଯାଇଥିବା ହେତୁ ସେହି ଜିନିଷକୁ ଲୁଚାଇ ରଖିବା ବା ରଖିନେବା ଭୁଲ୍ ଅଟେ । ସେହି ଜିନିଷକୁ ତା’ର ମାଲିକକୁ ଫେରାଇ ଦେବା ଉଚିତ (ଦ୍ୱିତୀୟ ବିବରଣ ୨୨:୧) ।
ଯଦି ଆପଣ ଅନ୍ୟ କାହାର ସମ୍ବଳ ପରିଚାଳନା କରୁଛନ୍ତି (ଯେପରିକି ନିଯୁକ୍ତିଦାତା କିମ୍ବା ସେବାକର୍ଯ୍ୟ), ତେବେ ଅନୁମତି ନ ନେଇ ନିଜ ପାଇଁ ଟଙ୍କା କିମ୍ବା ଜିନିଷ ବ୍ୟବହାର କରିବା ଭୁଲ୍ ଅଟେ ।
କେତେକ ସଂପ୍ରଦାୟମାନଙ୍କରେ ଲୋକମାନେ ମୁଖିଆଙ୍କ ଯତ୍ନର ଅଧିନରେ ରହିଥାନ୍ତି । ଲୋକମାନେ ମୁଖିଆଙ୍କର ବିଶ୍ୱସ୍ତ ଥାଆନ୍ତି ଏବଂ ମୁଖିଆ ସମସ୍ତ ଆବଶ୍ୟକତା ଯୋଗାଇ ସେମାନଙ୍କୁ ସାହାଯ୍ୟ କରନ୍ତି । ଏହି ସମ୍ପ୍ରଦାୟରେ ଅଧିକାଂଶ ଲୋକଙ୍କ ପରେ ସେମାନଙ୍କର ନିଜର ସମ୍ପତ୍ତି ନ ଥାଏ । ଅଧିକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଯେପରି ଜମି, ତାହା ସମ୍ପ୍ରଦାୟ ଅଧିନରେ ଥାଏ । ନେତାମାନେ ସମସ୍ତଙ୍କ ହିତ ପାଇଁ ସମ୍ବଳ ପରିଚାଳନା କରିବା କଥା । ଯେତେବେଳେ ଜଣେ ବ୍ୟକ୍ତିର ଆବଶ୍ୟକତା ଥାଏ, ସେ ଅନୁଭବ କରେ ଯେ, ସେ ସମାଜର ସମ୍ବଳରୁ ଯାହା ଆବଶ୍ୟକ ତାହାନେବାର ଅଧିକାର ଅଛି ।
ମୁଲୁମ୍ବା ଏକ ଜଙ୍ଗଲ ଗ୍ରାମରେ ଜନ୍ମ ଗ୍ରହଣ କଲା । ଯେଉଁ ଜମି ଗ୍ରାମର ଥିଲା ସେଥିରେ ତା’ର ପରିବାର ଏବଂ ତା’ରଆଖ ପାଖ ପରିବାର ଚାଷ କଲେ । ସେମାନେ ଜଙ୍ଗଲରୁ ଉତ୍ସ ପାଇଲେ । ସେମାନଙ୍କ ମଧ୍ୟରୁ ସେହି ଜମିର ମାଲିକ କେହି ନ ଥିଲେ । ଏପରିକି ଯେଉଁ ଜମିରେ ସେମାନଙ୍କର ଘର ଥିଲା । ଯେତେବେଳେ ସେମାନଙ୍କର ସମସ୍ୟା ହୁଏ ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି । ମୁଖିଆ ଗ୍ରାମର ପିତା ସଦୃଶ ଥିଲେ । ଲୋକମାନେ ସେମାନଙ୍କର ଆବଶ୍ୟକତାଗୁଡ଼ିକର ସେ ଯତ୍ନ ନେବେ ବୋଲି ଆଶା କରୁଥିଲେ ।
ଯେତେବେଳେ ମୁଲୁମ୍ବା ଯୁବା ଲୋକ ହେଲା, ସେ ଏକ କମ୍ପାନୀରେ କାର୍ଯ୍ୟ ପାଇଲା, ଯେଉଁ କମ୍ପାନୀ କାଠ କାଟି ପଟା ତିଆରି କରୁଥିଲା । ସେ ତା’ର ଗୃହ ଛାଡ଼ି କାର୍ଯ୍ୟ ସ୍ଥଳ ନିକଟରେ ରହିଲା । ପ୍ରତି ମାସ ତାକୁ ଦରମା ଦିଆଯାଉଥିଲା । କେବେକେବେ ତା’ ପାଖରେ ଖାଇବା ପାଇଁ ଟଙ୍କା ନ ଥାଏ, କାରଣ ସେ ତା’ର ଦରମାକୁ ବଜେଟିଂ କରି ସିଖି ନ ଥିଲା । ସେ ଆଶା କରିଥିଲେ ଯେ ବସ୍ ତାଙ୍କ ପାଇଁ ଖାଦ୍ୟ ଯୋଗାଇବେ, ଏବଂ ଯେତେବେଳେ ବସ୍ କହିଲେ ଯେ ତାଙ୍କ ନିଜ ଦରମାରେ ତାଙ୍କର ଆବଶ୍ୟକୀୟ ସବୁକିଛି କିଣିବା ମୁଲୁମ୍ବାଙ୍କ ଦାୟିତ୍ୱ, ସେ ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ମୁଲୁମ୍ବା ଭଉଣୀର ଡାକ୍ତର ଆବଶ୍ୟକ ହୁଏ, ତା’ ପାଇଁ ମୁଲୁମ୍ବା ମାଲିଙ୍କଠାରୁ ଟଙ୍କା ମାଗେ । ଯେତେବେଳେ ମାଲିକ ସାହାଯ୍ୟ କରନ୍ତି ନାହିଁ, ମୁଲୁମ୍ବା ରାଗିଯାଏ । ମୁଲୁମ୍ବା ମନେ କରୁଥିଲା ଯେ, ତା’ର ଏହି ସମସ୍ୟାରେ ତା’ର ମାଲିକ ସାହାଯ୍ୟ କରିବା କଥା । କିନ୍ତୁ ମାଲିକ କହନ୍ତି ମୁଲୁମ୍ବା ଦରମା ପାଉଛି ଏହା ତା’ର ଦାୟିତ୍ୱ ଅଟେ । ଯେତେବେଳେ ମୁଲୁମ୍ବା ଚାକିରୀ ଚାଡ଼ିଲା ସେ କିଛି ଯନ୍ତ୍ରପାତି ଚୋରି କରି ଗୃହକୁ ଚାଲିଗଲା । କାରଣ ସେ ଅନୁଭବ କଲା ଯେ, ତା’ର ମାଲିକ ତାକୁ ଯଥେଷ୍ଟ ସାହାଯ୍ୟ କରିନାହାନ୍ତି ।
ପରବର୍ତ୍ତୀ ସମୟରେ ମୁଲୁମ୍ବା ତା’ର ସ୍ତ୍ରୀ ଏବଂ ପିଲାମାନଙ୍କୁ ନେଇ ସହରକୁ ଯାଇ ଏକ ବଡ଼ ରାସନ ଦୋକାନରେ ଚାକିରି କଲା । ସେଠାରେ ମୁଲୁମ୍ବା ତା’ର ପିଲାର ସ୍କୁଲ୍ ଫିସ୍ ପାଇଁ ମାଲିକଙ୍କୁ ଟଙ୍କା ମାଗିଲା, କିନ୍ତୁ ତା’ର ମାଲିକ ଦେଲେ ନାହିଁ । ଅନେକ ସମୟରେ ମୁଲୁମ୍ବା ତା’ର ପରିବାରର ଆବଶ୍ୟକତା ପୂରଣ କରିବାକୁ ତା’ ପାଖରେ ଯଥେଷ୍ଟ ଟଙ୍କା ନ ଥିଲା । ଯେହେତୁ ସେ ଯେଉଁଦୋକାନରେ କାର୍ଯ୍ୟ କରୁଥିଲା ସେହି ଦୋକାନ ଖାଦ୍ୟ ସାମଗ୍ରୀ ବିକ୍ରୀ କରୁଥିଲା । ସେ ମନେ କଲା ଯେ ସେହି ଦୋକାନରୁ ତା’ର ଘର ପାଇଁ ଖାଦ୍ୟ ନେଇଯିବାକୁ ତାକୁ ଅନୁମତି ମିଳିଯିବା ଉଚିତ । ସେ ଜାଣିଥିଲା ଯେ, ତା’ର ମାଲିକ ଏଥିରେ ରାଜି ହେବେ ନାହିଁ, ତେଣୁ ସେ ଗୁପ୍ତ ଭାବରେ ଖାଦ୍ୟ ନେଇଗଲା ।
କିଛି ଶ୍ରମିକ ନିଯୁକ୍ତିଦାତାଙ୍କ ପତିବଦ୍ଧତାର ସୀମା ବୁଝନ୍ତି ନାହିଁ । ସେମାନେ ମନେକରନ୍ତି ଯେ, ସେମାନଙ୍କର ପ୍ରତ୍ୟେକ ଆବଶ୍ୟକ ପାଇଁ ନିଯୁକ୍ତିଦାତା ଦାୟୀ ଅଟନ୍ତି । ସେମାନେ ତାଙ୍କ କାମର ପାରିଶ୍ରମିକ ବ୍ୟତୀତ ଅନେକ ପ୍ରକାରର ସାହାଯ୍ୟ ମାଗନ୍ତି । ଯଦି ସେମାନଙ୍କର ଆବଶ୍ୟକତା ସେ ସେମାନଙ୍କୁ ଦିଅନ୍ତି ନାହିଁ ସେମାନେ ଚୋରି କରିବାରେ ଯଥାର୍ଥ ମନେ କରନ୍ତି, କାରଣ ସେମାନେ ମନେକରନ୍ତି ଯେ, ସେମାନଙ୍କର ଆବଶ୍ୟକ ଜିନିଷଗୁଡ଼ିକ ହେତୁ ସେ ସେମାନଙ୍କ ପାଇଁ ରୂଣୀ ଅଟନ୍ତି ।
► ଜଣେ ଛାତ୍ର ତୀତସ ୨:୯-୧୪ ଦଳ ପାଇଁ ପାଠ କରିବେ ।
ଏହି ପଦଟି ଆମକୁ କହେ ଯେ, ଜଣେ କାର୍ଯ୍ୟକାରୀ ତା’ର ନିଯୁକ୍ତି ଦାତାଙ୍କଠାରୁ ଚୋରି କରିବା ଉଚି୍ ନୁହେଁ । ୧୦ ପଦ କହେ ଯେ, ସାଧୁତା ଖ୍ରୀଷ୍ଟଙ୍କର ସିଦ୍ଧାନ୍ତକୁ ସୁନ୍ଦର କରିଥାଏ । ପରବର୍ତ୍ତୀ କିଛି ପଦରେ ଜଣେ ବ୍ୟକ୍ତି ଅନୁଗ୍ରହ ଦ୍ୱାରା ପରିବର୍ତ୍ତିତ ହେଲେ ସେ କିପରି ଜୀବନଯାପନ କରନ୍ତି ତାହା ବର୍ଣ୍ଣନା କରାଯାଇଛି ।
ସଚ୍ଚୋଟତା କେବଳ ଟଙ୍କା ଏବଂ ସମ୍ପତ୍ତି ବିଷୟରେ ନୁହେଁ ।
ସେଖର ତା’ର ସହକର୍ମୀଙ୍କ ସହିତ ସକାଳ ୮:୦୦ରେ ମିଶିବା ପାଇଁ ପ୍ରତିଜ୍ଞା କଲା । ତଥାପି, ସେ ଡେରିରେ ଶୋଇଲା ଏବଂ ଜଳଖିଆ ଖାଇବାକୁ ସମୟ ନେଲା ଓ ଗୋଟେ ଘଣ୍ଟାରୁ ଅଧିକ ବିଳମ୍ବ କଲା । ସେ ତା’ର ସହକର୍ମୀଙ୍କୁ କହିଲା ଯେ, ତାକୁ ନେବା ପାଇଁ ତା’ର ଡ୍ରାଇଭର୍ ଡେରିରେ ଆସିଥିଲା । ସହକର୍ମୀ ଆଶ୍ଚର୍ଯ୍ୟ ହୋଇ ନ ଥିଲା । ସେଖର ର ସବୁ ବନ୍ଧୁମାନେ ଜାଣନ୍ତି ଯେ, ସେ କଦାପି ତା’ର ପ୍ରତିଜ୍ଞା ରକ୍ଷା କରିପାରେ ନାହିଁ ।
ଦୁଇଟି ଦିଗରେ ସେଖର ଅବିଶ୍ୱସ୍ତ ଥିଲା
୧) ସେ ତା’ର କଥା ରଖିପାରିଲା ନାହିଁ
୨) କେଉଁଥିପାଇଁ ତା’ର ବିଳମ୍ବ ହୋଇଥିଲା ସେ ବିଷୟରେ ସେ ମିଥ୍ୟା କହିଥିଲା ।
ଯେତେବେଳେ ଆପଣ କୁହନ୍ତି ଯେ, ମୁଁ ସେହି କାମ କରିବି କିମ୍ବା ମୁଁ ସେହି ସ୍ଥାନରେ ଥିବି, ଏଥିରେ ଲୋକମାନେ କ’ଣ ଆପଣଙ୍କୁ ବିଶ୍ୱାସ କରନ୍ତି ? ଏହା ଯେତେବେଳେ ଆପଣ କହନ୍ତି, କ’ଣ ଆପଣ ଆପଣଙ୍କ ଉପରେ ବିଶ୍ୱାସ କରନ୍ତି ? ଯେତେବେଳେ ଆପଣ କିଛି ପ୍ରତିଶ୍ରୁତି ଦିଅନ୍ତି, ଆପଣ ତାହା ପୂରଣ କରିବା ପାଇଁ ଆବଶ୍ୟକ ପ୍ରୟାସ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଅନ୍ତି । କିଛି ପ୍ରତିଶ୍ରୁତି ଦେବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ କୌଣସି ପ୍ରୟାସ ନ କରିବା ଭୁଲ୍ ଅଟେ ।
ଆପଣ ପ୍ରତିଜ୍ଞା ରକ୍ଷା କରି ନ ପାରିଲେ, ଆପଣ କ୍ଷମା ମାଗିବା ଉଚିତ । ଆପଣ ବିଫଳ ହେବାର କାରଣ ବିଷୟରେ ମିଛ କହିବା ଉଚିତ୍ ନୁହେଁ ।
ଆପଣଙ୍କ ସଂଗଠନର ଆପଣଙ୍କର ଭୁଲ୍ ସକାଶୁ ଅନ୍ୟ କାହାକୁ ଦୋଷ ଦେବା ଉଚିତ ନୁହେଁ । ଯଦି ତୁମର ଦଳ ଜାଣେ ଯେ ତୁମେ ଭୁଲ ବିଷୟରେ ମିଛ କହିବ, ତେବେ ସେମାନେ ତୁମକୁ ବିଶ୍ୱାସ କରିବେ ନାହିଁ।
ଜଣେ ବିଶ୍ୱସ୍ତ ନେତା ସତ୍ୟ ନୁହେଁ ବୋଲି କହି ଲୋକମାନଙ୍କୁ ତାଙ୍କ ଧାରଣା ଅନୁସରଣ କରିବାକୁ ବାଧ୍ୟ କରନ୍ତି ନାହିଁ । ଷ୍ଟିଫେନ୍ କୋଭେ ଲେଖନ୍ତି ଯେ, “ନେତୃତ୍ୱ ଏପରି ଫଳା ଫଳ ପାଇଛି ଯାହା ବିଶ୍ୱାସକୁ ପ୍ରେରଣା ଦିଏ’’ ।[1]
ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ମିଛ କହିବା ଭୁଲ, କିନ୍ତୁ ଅନ୍ୟ ବର୍ଗର ଲୋକଙ୍କୁ ମିଛ କହିବା ଠିକ୍ ଅଟେ । ଅନେକ ଲୋକ ସେମାନଙ୍କର ନିଯୁକ୍ତିକର୍ତ୍ତାଙ୍କଠାରୁ ଟଙ୍କା କିମ୍ବା ଜିନିଷ ଚୋରି କରି ନିଅନ୍ତି, କାରଣ ସେମାନେ ମନେକରନ୍ତି ଯେ, ସେମାନେ ଅଧିକ ପାଇବାର ଯୋଗ୍ୟ ଅଟନ୍ତି । କେତେକ ଲୋକ ଧନୀ ବ୍ୟକ୍ତିମାନଙ୍କଠାରୁ ବିଶେଷକରି ଧନୀ ବିଦେଶୀମାନଙ୍କଠାରୁ ଚୋରି କରନ୍ତି । କିଛି ଲୋକ ଭିନ୍ନ ଜାତିଗତ ଗୋଷ୍ଠୀ କିମ୍ବା ସାମାଜିକ ଶ୍ରେଣୀର ଲୋକଙ୍କ ସହିତ ଅନୁଚିତ କାରବାର କରନ୍ତି ।
ଯୀଶୁ କହିଲେ, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର (ମାର୍କ ୧୨:୩୧) । ଧ୍ୟାନ ଦିଅନ୍ତୁ, ଜଣେ ଶାସ୍ତ୍ରୀ ଯୀଶୁଙ୍କୁ ପ୍ରଶ୍ନ କଲେ, “ତେବେ ମୋର ପ୍ରତିବାସୀ କିଏ ?’’ (ଲୂକ ୧୦:୨୯) । ଶାସ୍ତ୍ରୀ ଜଣକ ଚାହୁଁଥିଲେ ଯେ, ଯୀଶୁ କେଉଁ ପ୍ରକାରର ଲୋକଙ୍କୁ ପ୍ରେମ କରିବା ଉଚିତ୍ ତାହା ନିର୍ଦ୍ଦିଷ୍ଟ କରନ୍ତୁ, ତେଣୁ ଯୀଶୁ ଉତ୍ତମ ଶମିରୋଣୀୟ କାହାଣୀ କହିଲେ (ଲୂକ ୧୦:୩୦-୩୭) । କାହାଣୀଟି ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିବା ଭିନ୍ନ ଜାତିର ଦୁଇଜଣ ବ୍ୟକ୍ତିଙ୍କ ବିଷୟରେ । ସେମାନଙ୍କର କୌଣସି ପୂର୍ବ ସମ୍ପର୍କ ନ ଥିଲା, ଏବଂ ସେମାନଙ୍କ ଜାତିଗତ ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ ଥିଲା । ଶମିରୋଣୀୟ ଜଣକ ମୂମୁର୍ଷୁ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ, ଯଦିଓ ସେ କୌଣସି ସମ୍ପର୍କ ଦ୍ୱାରା ବାଧ୍ୟ ନ ଥିଲେ । ଏହି କାହାଣୀ ମାଧ୍ୟମରେ ଯୀଶୁ ଗୋଟିଏ କଥା କହିବାକୁ ଚାହାନ୍ତି - ଯେ, ଆମ ପ୍ରେମରୁ କୌଣସି ବ୍ୟକ୍ତିଙ୍କୁ ଦିଆଯିବା ଉଚିତ ନୁହେଁ ।
ଆମ ସଚ୍ଚୋଟତା କିଏ ପାଇବା ଉଚିତ୍ ତାହା ଆମେ ନିଷ୍ପତ୍ତି ନେବା ଉଚିତ ନୁହେଁ । କେବଳ ନିର୍ଦ୍ଦିଷ୍ଟ ଲୋକମାନଙ୍କ ପ୍ରତି ଆମେ ସଚ୍ଚୋଟ ରହିବା ଉଚିତ ନୁହେଁ । ଯଦିଓ ଆମେ ଭାବୁଛୁ ଯେ, ଆମର ଅବିଶ୍ୱସ୍ତତା ଦ୍ୱାରା ଜଣେ ବ୍ୟକ୍ତିର କ୍ଷତି ହେବ ନାହିଁ, ଆମେ ସଚ୍ଚୋଟ ହୋଇ ଈଶ୍ୱରଙ୍କୁ ଖୁସି କରିବାକୁ ଚାହୁଁ (ପ୍ରେରିତ ୨୪:୧୬, ମଧ୍ୟ ଦେଖନ୍ତୁ ଫିଲିପ୍ପୀୟ ୧:୧୦, ୨ କରିନ୍ଥୀୟ ୫:୯) ।
କେଉଁ ପ୍ରକାରର ବ୍ୟକ୍ତି ହେବାକୁ ଆପଣ ଚାହୁଁଛନ୍ତି ? ଆପଣ କେଉଁ ପ୍ରକାରର ବ୍ୟକ୍ତି ହେବାକୁ ଈଶ୍ୱର ତାହାନ୍ତି ?
କେହି ଆପଣଙ୍କର ସୌଜନ୍ୟତା ପାଇବାର ଯୋଗ୍ୟ ନ ହୋଇପାରେ, କିନ୍ତୁ ଈଶ୍ୱର ଚାହାନ୍ତି ଯେ,ଆପଣ ଜଣେ ଭଦ୍ର ବ୍ୟକ୍ତି ହୁଅନ୍ତୁ । କେହି ଆପଣଙ୍କର ସଚ୍ଚୋଟତା ପାଇଁ ଯୋଗ୍ୟ ହୋଇ ନ ପାରେ କିନ୍ତୁ ଈଶ୍ୱର ଚାହାନ୍ତି ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ହୁଅନ୍ତୁ । କେହି ଆପଣଙ୍କର ପ୍ରେମ ପାଇବାର ଯୋଗ୍ୟ ହୋଇ ନ ପାରେ, କିନ୍ତୁ ଈଶ୍ୱର ଆପଣଙ୍କୁ ପ୍ରେମ କଲେ ଯେତେବେଳେ ଆପଣ ଯୋ୍ୟ ନ ଥିଲେ ଏବଂ ଆପଣ ଜଣେ ପ୍ରେମିକ ବ୍ୟକ୍ତି ହୁଅନ୍ତୁ ବୋଲି ଈଶ୍ୱରଙ୍କର ଇଚ୍ଛା ଅଟେ ।
► ଛାତ୍ରଛାତ୍ରୀମାନେ ଦଳ ନିମନ୍ତେ ୧ ପିତର ୨:୨୧-୨୩ ଏବଂ ୧ ପିତର ୩:୮-୧୨ ପାଠ କରନ୍ତୁ ।
ଅନ୍ୟମାନଙ୍କ ଚରିତ୍ର ଆପଣଙ୍କ ଚରିତ୍ରକୁ ନିର୍ଣ୍ଣୟ ନ କରୁ । ଜଣେ ବ୍ୟକ୍ତି ଆପଣଙ୍କୁ ମିଥ୍ୟା କହିପାରେ, କିନ୍ତୁ ଆପଣ ଜଣେ ମିଛୁଆ ହେବା ଉଚିତ ନୁହେଁ । ଜଣେ ବ୍ୟକ୍ତି ଆପଣଙ୍କଠାରୁ ଚୋରି କରିପାରେ, କିନ୍ତୁ ଆପଣ ଚୋର ହେବା ଉଚିତ ନୁହେଁ । ଜଣେ ବ୍ୟକ୍ତି ଆପଣଙ୍କ ପ୍ରତି ଅଭଦ୍ର ହୋଇପାରେ, କିନ୍ତୁ ଆପଣ ଜଣେ ସମ୍ମାନୀୟ ବ୍ୟକ୍ତି ହେବା ଉଚିତ ।
ଏହି ବିଭାଗରେ ଆମେ ଯେଉଁ ଘଟଣାଗୁଡ଼ିକ ଦେଖିବା, ସେ ସବୁ ପ୍ରକୃତ ଅଟେ । ସେମାନଙ୍କର ନାମ କେବଳ ପରିବର୍ତ୍ତନ କରାଯାଇଛି । ଏହି ଦୃଷ୍ଟାନ୍ତଗୁଡ଼ିକରେ ଚୋରି କରିବା କିମ୍ବା ମିଥ୍ୟା କହିବା ଉଭୟ ଦେଖିବା ।
ଶ୍ରେଣୀର ନେତା ଧ୍ୟାନ ଦିଅନ୍ତୁ : ପ୍ରତ୍ୟେକ ଉଦାହରଣରେ କ’ଣ ଘଟୁଛି, ଛାତ୍ରମାନେ ଯେପରି ବୁଝିପାରିବେ । ଏହି ଦୃଷ୍ଟାନ୍ତଗୁଡ଼ିକରେ କାର୍ଯ୍ୟଗୁଡ଼ିକ କାହିଁକି ଭୁଲ୍ ଅଟେ ଛାତ୍ରମାନେ ତାହା ବର୍ଣ୍ଣନା କରନ୍ତୁ ।
୧) ଅଭିନାଶ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲା । ଅଧିକାଂଶ ସମୟରେ ସଫା କରିବା ସାମଗ୍ରୀ, ଉପକରଣଗୁଡ଼ିକ ଏବଂ ଛୋଟ ଛୋଟ ଜିନିଷଗୁଡ଼ିକ ନେଇ ଯାଉଥିଲା, କାରଣ ସେ ଜାଣୁଥିଲା ଯେ, ଫ୍ୟାକ୍ଟ୍ରି ସେଗୁଡ଼ିକୁ ବଦଳାଇ ପାରିବ ।
୨) ସମୀର ଏକ ବଡ଼ କମ୍ପାନୀର ଟ୍ରକ୍ ଡ୍ରାଇଭର ଥିଲା । ବେଳେବେଳେ ସେ ଟ୍ରକ ଚଳାଇବା ସମୟରେ ରାସ୍ତା କଡ଼ରେ ଏକ ସାଇନ୍ ବୋର୍ଡ଼ ଦେଖୁଥିଲା ଯେଉଁଥିରେ ଲେଖାଥିଲା, “ଆମେ ଡିଜେଲ୍ କିଣୁ’’ । ବେବେଳବେଳେ ସେ ସେହି ସ୍ଥାନରେ ଟ୍ରକ ରଖି ଟ୍ରକରୁ କିଛି ଡିଜେଲ୍ ବିକ୍ରୀ କରୁଥିଲା, ଜାଣୁଥିଲା ଯେ, ଅଳ୍ପ ତେଲ ବିକିବା ଦ୍ୱାରା କମ୍ପାନୀ ଜାଣିପାରିବ ନାହିଁ ।
୩) ରିନା ଯେଉଁଠାରେ କାମ କରୁଥିଲେ ତାଙ୍କୁ କମ୍ପ୍ୟୁଟର କିଣିବା ପାଇଁ ବିଶ୍ୱାସ କରାଯାଇଥିଲା। ସେ ଦୋକାନର ବିକ୍ରେତାଙ୍କୁ ଅଧିକ କ୍ରୟମୂଲ୍ୟ ଦର୍ଶାଇ ରସିଦ ଲେଖିବାକୁ ଲାଞ୍ଚ ଦେଇତିଲା ଯେପରି ସେ କିଛି ଟଙ୍କା ରଖିପାରିବ ।
୪) ସହରର ପାର୍କ ପାଖରେ ଜଣେ ବ୍ୟକ୍ତି ପୋଡ଼ି ଯାଇଥିବା ବଲ୍ବ ସବୁ ବିକ୍ରୟ କରୁଥିଲା । ଯେଉଁ ଲୋକମାନେ ତାହାକୁ କିଣୁ ଥିଲେ ସେମାନେ ଜାଣିଥିଲେ ଯେ, ସେଗୁଡ଼ିକ କାମ କରିବ ନାହିଁ । ସେଗୁଡ଼ିକ କିଣି ସେମାନେ ସେମାନଙ୍କ ଅଫିସ୍କୁ ନେଇଯାଆନ୍ତି ଯେଉଁଠାରେ ସେମାନେ ଭଲ ବଲ୍ବ ଚୋରି କରି ଏହି ଖରାପ ବଲ୍ବକୁ ବଦଳାଇ ଥାଆନ୍ତି ।
୫) ପ୍ରବୀଣ ଜଣେ ସ୍କୁଲ୍ ପ୍ରିନ୍ସିପାଲ ଥିଲେ । ଦିନେ ଜଣେ ଛାତ୍ରର ପିତା ଆସି ତାଙ୍କୁ ଦାବି କଲେ ଯେ ଆଲ୍ଜେବ୍ରା ବିଷୟରେ ତାଙ୍କ ପୁଅର ଭଲ ନମ୍ବର ଦରକାର । ପ୍ରବୀଣଙ୍କୁ ସେ ଟଙ୍କା ଦେଲେ । ପ୍ରବୀଣ ଆଲ୍ଜେବ୍ରା ଶିକ୍ଷକଙ୍କୁ ସେହି ଛାତ୍ରକୁ ଭଲ ନମ୍ବର ଦେବାକୁ ଆଦେଶ ଦେଲେ ।
୬) ରାହୁଲ - ଏକ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ । ତାଙ୍କ ଦରମା ଖୁବ୍ ଅଳ୍ପ ଥିଲା । ସେ ଛାତ୍ରମାନଙ୍କୁ କହିଲେ, ଯେ, ପରୀକ୍ଷା ଅତି କଠିନ ହେବ । କୌଣସି ଛାତ୍ର ପାସ୍ କରିପାରିବେ ନାହିଁ, ଉତ୍ତର କାଗଜ ନ କିଣିବା ପର୍ଯ୍ୟନ୍ତ ।
୭) ଆଶିଷ - ସରକାରୀ ସ୍କୁଲ୍ର ପ୍ରିନ୍ସସ୍ପାଲ ଥିଲେ । ତାଙ୍କ ବନ୍ଧୁ ସିଧାର୍ଥ ଏକ ମିଶନରେ କାର୍ଯ୍ୟ କରୁଥିଲେ, ଦିନେ ଆସି ପଚାରିଲେ ସ୍କୁଲ୍ର କିଛି ରୁମ୍ ମିଶନ୍କୁ ଭଡ଼ାରେ ଲଗାଇବା ପାଇଁ । ଆଶିଷ ଟଙ୍କା ବିଷୟରେ କହିଲେ ଏବଂ ସିଧାର୍ଥ ପ୍ରତି ମାସରେ ଆଶିଷ ପାଇଁ ଟଙ୍କା ଆଣୁଥିଲେ । ଆଶିଷ ସେହି ଟଙ୍କା ନିଜ ପାଖରେ ରଖିଲେ ଓ କାହାକୁ ଜଣାଇଲେ ନାହିଁ ।
୮) ସିଧାର୍ଥ ଏକ ମିଶନ୍ରେ କାର୍ଯ୍ୟ କରୁଥିଲେ ଯାହାକୁ ଶ୍ରେଣୀଗୃହ ପାଇଁ କିଛି ସ୍ଥାନ ଭଡା ନେବାକୁ ପଡିଲା । ସେହି ମିଶନ କ୍ଲାସ୍ରୁମ ପାଇଁ ଭଡ଼ାରେ ଘର ଖୋଜୁଥିଲେ । ସିଧାର୍ଥ ତାଙ୍କ ବନ୍ଧୁ ଆଶିଷ ପାଖକୁ ଗଲେ ଯିଏ ଏକ ସ୍କୁଲ୍ର ପ୍ରିନ୍ସପାଲ ଥିଲେ । ସେମାନେ ଭଡ଼ା ଟଙ୍କାରେ ଏକମତ ହେଲେ, ତା’ପରେ ସିଦ୍ଧାର୍ଥ ତାଙ୍କ ମିଶନକୁ ରାଜି ହୋଇଥିବା ଟଙ୍କାଠାରୁ ଅଧିକ କହିଲେ । ପ୍ରତିମାସ ସିଦ୍ଧାର୍ଥ ଆଶିଷଙ୍କୁ ଟଙ୍କା ଦେଉଥିଲେ କିନ୍ତୁ ଅତିରିକ୍ତ ଟଙ୍କା ନିଜ ପାଖରେ ରଖୁଥିଲେ ।
୯) ଆଲୋକ ଏକ ମନ୍ତ୍ରଣାଳୟରେ ପାଇଁ କାମ କରୁଥିଲେ ଯାହାକୁ ଏକ ନୂତନ କୋଠା ଆବଶ୍ୟକ ଥିଲା । ଆଲୋକକୁ ସେମାନଙ୍କ ପାଇଁ ନିର୍ମାଣ କରିବା ପାଇଁ ଏକ ନିର୍ମାଣ କମ୍ପାନୀ ଖୋଜିବାକୁ କହିଲେ। ଆଲୋକ ଅନେକଗୁଡ଼ିଏ ଘର ତିଆରି କମ୍ପାନୀମାନଙ୍କ ସହିତ କଥା ହେଲେ । ସର୍ବୋତ୍ତମ ମୂଲ୍ୟ ଦେଉଥିବା କମ୍ପାନୀକୁ ବାଛିବା ପରିବର୍ତ୍ତେ, ସେ ଏପରି ଏକ କମ୍ପାନୀକୁ ବାଛିଲେ ଯିଏ ତାଙ୍କୁ ସେବାକାଯ୍ୟାଳୟରୁ ମିଳୁଥିବା କିଛି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ।
୧୦) ତବିଶ - ତାଙ୍କ କାର୍ ପାଇଁ ଲାଇସନ୍ସେ ଆବଶ୍ୟକ କରୁଥିଲେ, କିନ୍ତୁ ସେ ଜାଣିଥିଲେ ଯେ, ତାଙ୍କ କାର୍ ଇନ୍ସ୍ପେକସନ୍ରେ ପାସ୍ ହେବ ନାହିଁ କାରଣ ଗାଡ଼ି ଲାଇଟ କାମ କରୁ ନ ଥିଲା । ସେ ତାଙ୍କ କାର୍କୁ ଲାଇସେନ୍ସ ଡିପୋର୍ଟମେଣ୍ଟକୁ ନେଇ ଗଲେ ଏବଂ ଦେଖିଲେ, ଯେ, ଲୋକମାନେ ସେମାନଙ୍କ ଗାଡ଼ିଗୁଡ଼ିକୁ ଇନ୍ସପେକ୍ସନ୍ କରାଇ ଲାଇସେନ୍ସ ପାଇବାକୁ ଲମ୍ବା ଧାଡ଼ିରେ ଠିଆ ହୋଇଛନ୍ତି । ଫାଟକ ପାଖରେ ତାଙ୍କୁ ଜଣେ କହିଲା କିଛି ଟଙ୍କା ଦେଲେ ତାଙ୍କ ଗାଡ଼ି ବିନା ଇନ୍ସ୍ଫେକ୍ସନ୍ରେ ତୁରନ୍ତ ଲାଇସେନ୍ସ ପାଇପାରିବେ । ତବିଶ ତାକୁ କିଛି ଟଙ୍କା ଦେଲେ ଏବଂ ଶୀଘ୍ର ସେ ଲାଇସେନ୍ସ ନେଇ ଘରକୁ ଫେରିଗଲେ ।
୧୧) ଅନିକେତ ପାର୍କିଂ ସ୍ଥାନରୁ ତାଙ୍କ କାରକୁ ନେବା ପାଇଁ ଆସିଲେ । ପାର୍କିଂ ଦାୟିତ୍ୱରେ ଥିବା ବ୍ୟକ୍ତି ପାର୍କିଂର ମୂଲ୍ୟ କହିଲେ। ଅନିକେତ ପାର୍କିଂ ବ୍ୟକ୍ତିକୁ କମ୍ ଟଙ୍କା ଦେଲେ, କିନ୍ତୁ ପାର୍କିଂ ଟିକେଟ୍ ଅନ୍ୟ ଗ୍ରାହକଙ୍କୁ ଦେଇଦେବା ପାଇଁ କହିଲେ, ଯେପରି ଦେଇଥିବା ଟଙ୍କା ପାର୍କିଂ ବ୍ୟକତି ନିଜ ପାଖରେ ରଖିପାରିବେ ।
୧୨) ସନ୍ଧ୍ୟା ପରୀକ୍ଷା ପାଇଁ ଯଥେଷ୍ଟ ପଢ଼ି ନ ଥିଲା । ଯେତେବେଳେ ସେ କ୍ଲାସ୍କୁ ଗଲା, ସେ ଜଣେ ବନ୍ଧୁ ନିକଟରେ ବସିଲା ଯିଏ ଭଲ ଛାତ୍ର ଥିଲା, ଯେପରି ସେ ତା’ର ବନ୍ଧୁ ପାଖରୁ କପି କରିପାରିବ ।
୧୩) ସୁଭାଶିଷ ଏକ ବଡ଼ ସରକାରୀ ଫାର୍ମ ପାଇଁ ଲଙ୍ଗଳ ଟାଣି ଟ୍ରାକ୍ଟର ଚଳାଉଥିଲେ, ସେ ଶୀଘ୍ର ଶେଷ କରିବାକୁ ଇଚ୍ଛା କରୁଥିଲେ । ସେ ଲଙ୍ଗଳକୁ ଟିକେ ଉଠାଇ ଦେଲେ ଯେପରି ବେଶି ଗାତ ନ ହୁଏ ଏବଂ ଟ୍ରାକ୍ଟର ଚଳାଇବା ସହଜ ହୁଏ । ଜଣାଗଲା ଯେ, ଜମି ପ୍ରସ୍ତୁତ ହୋଇଗଲା କିନ୍ତୁ ଭଲ ଫସଲ ହେଲା ନାହିଁ, ଯେହେତୁ ଏହା ଗଭୀର ଭାବରେ ହଳ କରାଯାଇ ନ ଥିଲା ।
୧୪) ପାଳକ ଅଜୟ ଏକ ମଣ୍ଡଳୀରେ ପାଳକ ଦାୟିତ୍ୱ ନେବା ପାଇଁ ମିଶନ୍ ଦ୍ୱାରା ପ୍ରେରଣ କରାଗଲେ । ମିଶନ୍ ତାଙ୍କୁ ମାସିକ ଦରମା ପଠାଇଲେ । ଯେହେତୁ ପାଳକ ଅଜୟ ଚାହୁଁଥିଲେ ଯେ, ମଣ୍ଡଳୀ ମଧ୍ୟ ତାଙ୍କୁ ଦରମା ଦେଉ । ତେଣୁ ସେ ମଣ୍ଡଳୀ ଲୋକମାନଙ୍କୁ କହିଲେ ଯେ, ମିଶନ୍ ତାଙ୍କୁ କିଛି ସାହାଯ୍ୟ କରୁ ନାହିଁ ।
୧୫) ଜଣେ ଚୋର ସମିତା ଘରେ ପଶି ଟଙ୍କା ଚୋରି କରିନେଲା । ଯେତେବେଳେ ସେ ତା’ର ବନ୍ଧୁମାନଙ୍କୁ ଏ ବିଷୟରେ କହିଲା, ସେ କହିଲା ଯେ, ଚୋର ଅନ୍ୟ ଜିନିଷ ମଧ୍ୟ ଚୋରି କରି ନେଇଗଲା । ତା’ର ବନ୍ଧୁମାନେ ତା’ ପ୍ରତି ସହାନୁଭୂତି ଦେଖାଇ ତାକୁ ଟଙ୍କା ସାହାଯ୍ୟ କଲେ ଯେପରି ସେ ପୁନର୍ବାର ଚୋରି ହୋଇଥିବା ଜିନିଷ କିଣିପାରେ ।
୧୬) ଦେବାଶିଷ ଏକ ଛୋଟ ଗ୍ରାମର ମୁଖିଆ ଥିଲେ । ସେ ମଧ୍ୟ ଗ୍ରାମ ମଣ୍ଡଳୀର ଜଣେ ନେତା ଥିଲେ । ତାଙ୍କର ଲୋକମାନେ ଶିକ୍ଷିତ ନ ଥିଲେ, ଗରୀବ ଥିଲେ କିନ୍ତୁ ଗ୍ରାମର ଅନେକ ଜମି ଥିଲା । ସହରର ବ୍ୟବସାୟୀମାନେ ଫାର୍ମ କରିବା ପାଇଁ ଜମି କିଣିବାକୁ କହିଲେ । ଦେବାଶିଷ ଗ୍ରାମର ସମସ୍ତ ଜମି ବିକ୍ରୀ କରି ସେହି ଟଙ୍କାରେ ସହରରେ ନିଜ ପାଇଁ ଗୃହ ନିର୍ମାଣ କଲେ ।
୧୭) ପ୍ରତି ବର୍ଷ ଫେୟାର୍ଫିଲ୍ଡ କମ୍ୟୁନିଟି ଚର୍ଚ୍ଚ ଜଣେ ମାଆଙ୍କୁ “ସେହି ବର୍ଷର ମାଆ’’ ବୋଲି ସମ୍ମାନ କରିବା ପାଇଁ ମନୋନୀତ କରନ୍ତି । ସେମାନେ ନିରୂପମାଙ୍କୁ ମନୋନୀତ କଲେ, ଏଥିପାଇଁ ନୁହେଁ ଯେ, ସେ ଜଣେ ଦୃଷ୍ଟାନ୍ତ ସ୍ୱରୂପ ମାଆ ଅଟନ୍ତି । କିନ୍ତୁ ସେମାନେ ତାଙ୍କୁ ଏଥିପାଇଁ ବାଛିଲେ, ଯେପରି ସେ ମଣ୍ଡଳୀକୁ ଦାନ ଦେଇପାରିବେ । ସେମାନେ ତାଙ୍କୁ ସମ୍ମାନ ଦେବା ଉତ୍ତାରେ ନିରୂପମା ମଣ୍ଡଳୀର ନୂଆ ଫାଟକ ପାଇଁ ମଣ୍ଡଳୀକୁ ଦାନ କଲେ । ପରବର୍ତ୍ତୀ ବର୍ଷରେ ସେମାନେ ନିରୂପମାକୁ “ସେହି ବର୍ଷର ମାଆ’’ ସମ୍ମାନ ଦେବା ପାଇଁ ନିଷ୍ପତ୍ତି ନେଲେ, ଯଦିଓ ସେ ଅନ୍ୟ ସହରକୁ ଚାଲିଯାଇଥିଲେ ।
୧୮) ଶିବରାମ ଏକ ସେବାକାର୍ଯ୍ୟାଳୟର ଜଣେ ଡ୍ରାଇଭର । ପ୍ରତ୍ୟେକ ସନ୍ଧ୍ୟାରେ ସେ ଗାଡ଼ିଟି ନେଇ ଏକ ସୁରକ୍ଷିତ ପାର୍କିଂ ସ୍ଥାନରେ ରଖିବାକୁ ନିଅନ୍ତି । ବେଳେବେଳେ ପାର୍କିଂ କରିବା ପୂର୍ବରୁ ସେ ଗାଡ଼ି ନେଇ ଯାତ୍ରୀ ନେଇଯାଆନ୍ତି କିମ୍ବା ଜିନିଷ ନେଇଯାଆନ୍ତି ନିଜ ଗ୍ରାହକମାନଙ୍କ ପାଇଁ।
କାହାଣୀଟି କାଳ୍ପନିକ କିନ୍ତୁ ଅନେକ ସ୍ଥାନରେ ଯାହା ଘଟିଚି ତାହା ବର୍ଣ୍ଣନା କରେ ।
ବୋରୋଲ୍ ସହରର ବିଶ୍ୱାସୀମାନେ ଜାଣିବାକୁ ପାଇଲେ ଯେ, ପରବର୍ତ୍ତୀ ଦେଶର ଏକ ଅଞ୍ଚଳରେ ଥିବା ଏକ ବଡ଼ ସମ୍ପ୍ରଦୟ ଅଛି ଯେଉଁମାନେ ଦାରିଦ୍ର୍ୟତାରେ ବାସ କରୁଥିଲେ । ସେହି ଅଞ୍ଚଳର ଲୋକମାନେ ଏକ ଜନଜାତି ଯାହାକୁ (ଲ୍ୱାନିସ୍) ଏଲବାନୀଜ୍ ଜନଜାତି ବୋଲି କୁହାଯାଏ । ପିଢ଼ି ପିଢ଼ି ଧରି ଏଲ୍ବାନୀଜ୍ ଲୋକମାନେ ଡାକ୍ତରି ସୁବିଧା ଏବଂ ଶିକ୍ଷାର ସୁବିଧା ବିନା ଆଦିମ ଗୃହମାନଙ୍କରେ ବାସ କରୁଥିଲେ । ଅନେକଙ୍କଠାରେ ଯଥେଷ୍ଟ ଖାଦ୍ୟ ନ ଥିଲା ଏବଂ କେତେକ ଅନାହାରରେ ମରୁଥିଲେ।
ବୋରୋଲ୍ ବିଶ୍ୱାସୀମାନେ ଏଲବାନୀଜ୍ମାନଙ୍କୁ ଟଙ୍କା ପ୍ରଦାନ କରି ସାହାଯ୍ୟ ଆରମ୍ଭ କଲେ । ସେମାନେ ଦାନ ସଂଗ୍ରହ କରିବା ପାଇଁ ଅନ୍ୟ ଅଞ୍ଚଳ ମଣ୍ଡଳୀମାନଙ୍କୁ ସେମାନଙ୍କର ପ୍ରତିନିଧିମାନଙ୍କୁ ପ୍ରେରଣ କଲେ ।
ବୋରୋଲ୍ର ବିଶ୍ୱାସୀମାନେ ଏଲ୍ବାନୀଜ୍ମାନଙ୍କ ପାଇଁ ଏକ ଟ୍ରକ୍ ଲୋଡ଼ କରି ଖାଦ୍ୟ ପଠାଇଲେ । ଏହି ଖାଦ୍ୟକୁ ବାଣ୍ଟିବା ପାଇଁ ସେମାନେ ଏଲ୍ବାନୀଜ୍ ମଣ୍ଡଳୀ ନେତାଙ୍କ ଉପରେ ନିର୍ଭର କଲେ ।
ଏହି ଏଲ୍ବାନୀଜ୍ ନେତାମାନେ ନିଜ ଲୋକମାନଙ୍କୁ ଖାଦ୍ୟ ବିକ୍ରୟ କରିବାକୁ ବଜାର ସ୍ଥାପନ କଲେ । କେବଳ ଟଙ୍କା ଥିବା ଲୋକମାନେ ଏହାକୁ କିଣିପାରିଲେ, ତେଣୁ ଭୋକରେ ଥିବା ଲୋକଙ୍କ ପାଖରେ ଏହା ପହଞ୍ଚି ନଥିଲା। ମଣ୍ଡଳୀ ନେତାମାନେ ଏବଂ ସେମାନଙ୍କର ବନ୍ଧୁମାନେ ନିଜ ପାଖରେ ଲାଭ ଟଙ୍କା ରଖିଲେ । ଏହି ଖାଦ୍ୟ ମଧ୍ୟରୁ ଅନ୍ୟ ଅଞ୍ଚଳକୁ ପଠାଗଲା ଯେପରି ଲୋକମାନେ ଅଧିକ ଟଙ୍କା ଦେଇ କିଣିପାରିବେ ।
ବୋରୋଲ୍ ବିଶ୍ୱାସୀମାନେ ଜିଦ୍ ଧରିଥିଲେ ଯେ, ଖାଦ୍ୟକୁ ଅଧିକ ଆବଶ୍ୟକ କରୁଥିବା ଲୋକଙ୍କୁ ମୁକ୍ତ ଭାବରେ ଦିଆଯିବା ଉଚିତ । ଏଲ୍ବାନୀଜ୍ ମଣ୍ଡଳୀ ନେତାମାନେ ବଣ୍ଟନ ପାଇଁ ଏକ ବଜେଟ୍ ପ୍ରସ୍ତୁତ କଲେ, ଯାହା ଡ୍ରାଇଭର ସହିତ ଟ୍ରକ୍ ଏବଂ ବଣ୍ଟନ କରିବା ନିମନ୍ତେ ଲୋକମାନଙ୍କର ମଜୁରୀ ଅନ୍ତର୍ଭୁକ୍ତ ଥିଲା । ସାଧାରଣ ମୂଲ୍ୟଠାରୁ ସେମାନେ ମୂଲ୍ୟ ଅଧିକ ସେଟ୍ କଲେ ଏବଂ ବଳକା ଟଙ୍କା ରଖିଲେ । ଯେତେବେଳେ ବୋରୋଲ୍ ବିଶ୍ୱାସୀମାନେ ଖର୍ଚ୍ଚର ବିବରଣୀ ଆବଶ୍ୟକ କଲେ, ଏଲ୍ବାନୀଜ୍ମାନେ ସେମାନଙ୍କୁ ମିଥ୍ୟା ବିବରଣୀ ଦେଲେ ।
ପ୍ରତ୍ୟେକ ଥର ବୋରଲ୍ ବିଶ୍ୱାସୀମାନେ ଅସାଧୁ କାର୍ଯ୍ୟକୁ ଜାଣିପାରିଲେ, ସେମାନେ ହତାଶ ଏବଂ ନିରାଶ ହେଲେ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନେ ଅନ୍ୟ ଏଲ୍ବାନୀଜ୍ ନେତାମାନଙ୍କୁ ଖୋଜି ବାହାର କଲେ, କିନ୍ତୁ ସମାନ ସମସ୍ୟା ଥିଲା । ଅଧିକାଂଶ ବୋରୋଲ୍ ବିଶ୍ୱାସୀମାନେ ଦାନ ଦେବା ବନ୍ଦ କରିଦେଲେ । କେତେ ଜଣ ଦାନ ଦେବା ଚାଲୁ ରଖିଲେ । ଏହି ବୋରୋଲ୍ ସାହାଯ୍ୟ ହେତୁ ଅତି ଶୀଘ୍ର କେତେକ ଏଲ୍ବାନୀଜ୍ ପାଳକଙ୍କ ପାଖରେ ଗାଡ଼ି ଏବଂ ସୁନ୍ଦର ଘର ହେଲା । ଅନ୍ୟ ପାଳକମାନେ ସେମାନଙ୍କୁ ଈର୍ଷା କରି ବୋରୋଲ୍ ପ୍ରଦାନକାରୀଙ୍କ ସହିତ ଯୋଗା ଯୋଗ ପାଇଁ ଇଚ୍ଛା କଲେ । ଅପହଞ୍ଚ ଅଞ୍ଚଳରେ ଭୋକରେ ଥିବା ଅଧିକାଂଶ ଲୋକମାନେ କଦାପି ସାହାଯ୍ୟ ପାଇଲେ ନାହିଁ ।
ୱାରେନ୍ ବଫେଟ୍ ବର୍କସାୟାରର ହାଥୋହୀ ନାମକ ଏକ କମ୍ପାନୀର ଜଣେ ସିଇଓ ଥିଲେ । ସେ ଏକ କମ୍ପାନୀ କିଣିବା ପାଇଁ ଇଚ୍ଛା କଲେ ଯାହାର ନାମ ଥିଲା ମାକ୍ଲେନ୍ ଡିଷ୍ଟି୍ରବ୍ୟୁସନ୍ ଏବଂ ତା’ର ମାଲିକ ୱାଲ୍ମାର୍ଟ । ତା’ର କିଣା ମୂଲ୍ୟ ଥିଲା ୨୩ କୋଟି ଡଲାର୍ । ସାଧାରଣତଃ ଏହି କ୍ରୟ ମାସ ମାସ ଧରି ପରିଦର୍ଶନ ଆବଶ୍ୟକ କରୁଥିଲା, ଯେପରି କ୍ରେତା ସବୁ ବିଷୟକୁ ଯାଞ୍ଚ କରିପାରନ୍ତି । ବଫେଟ୍ ୱାଲମାର୍ଟର ନେତାମାନଙ୍କୁ ସାକ୍ଷାତ କଲେ ଏବଂ ଗୋଟିଏ ମିଟିଙ୍ଗରେ ଚୁକ୍ତି କଲେ । ସମ୍ପତ୍ତି ଏବଂ ଅନ୍ୟାନ୍ୟ ଦରକାରୀ ସମ୍ପତ୍ତି ଠିକ୍ ଅଛି ବୋଲି ନିଶ୍ଚିତ କରିବାକୁ ସେ କାହାକୁ ପଠାଇ ନ ଥିଲେ । ପରେ ସେ କହିଲେ, “ଆମେ ଜାଣିଥିଲୁ ଯେ, ସବୁକିଛି ଠିକ୍ ସେହିପରି ହେବ ଯେପରି ୱାଲ୍ମାର୍ଟ କହିଥିଲା ଏବଂ ଏହା ହିଁ ହୋଇଥିଲା’’ । ନେତାମାନେ ପରସ୍ପର ଉପରେ ବିଶ୍ୱାସ କରିଥିବାରୁ ଏହି ବିଶାଳ ଚୁକ୍ତି ଶୀଘ୍ର ସମାପ୍ତ ହୋଇଥିଲା । [1]
ପୂର୍ବ ଉଦାହରଣରେ ଲୋକମାନଙ୍କୁ ବର୍ଣ୍ଣନା କରାଯାଇଥିବା ବିଷୟରେ ବର୍ତ୍ତମାନ ଭାବନ୍ତୁ । ସେମାନଙ୍କ ମଧ୍ୟରୁ କେହି ଏପରି ଚୁକ୍ତି କରିପାରିବେ ନାହିଁ, କାରଣ ସେମାନେ ବିଶ୍ୱସ୍ତ ନୁହଁନ୍ତି । ସବୁକିଛି ଯାଞ୍ଚ କରିବାକୁ ପଡ଼ିବ, ଯାହା ପାଇଁ ବହୁତ ସମୟ ଏବଂ ଖର୍ଚ୍ଚର ଆବଶ୍ୟକ ହେବ ।
► ଆପଣଙ୍କ ସଂସ୍କୃତିରେ କେଉଁ ଅସଚ୍ଚୋଟ ଅଭ୍ୟାସକୁ ଏଡାଇବା ଲୋକଙ୍କ ପାଇଁ କଷ୍ଟକର
► ଅପଣ କରୁଥିବା କେଉଁ ବିଷୟଗୁଡ଼ିକୁ ପରିବର୍ତ୍ତନ କରିବା ଆବଶ୍ୟକ?
ସ୍ୱର୍ଗସ୍ଥ ପିତା,
ଧାର୍ମିକତା ଏବଂ ସତ୍ୟର ପରମେଶ୍ୱର ହୋଇଥିବାରୁ ଆମେ ତୁମର ପ୍ରଶଂସା କରୁଅଛୁ । ଆମ ସହିତ ଆପଣଙ୍କ ବ୍ୟବହାରରେ ସର୍ବଦା ସତ୍ୟବାଦୀ ରହିଥିବା ହେତୁ ଆମେ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ ।
ଆମ ପାଇଁ ତୁମ ସଚ୍ଚୋଟତାର ମାନଦଣ୍ଡ ଅନୁସରଣ କରିବାକୁ ଆମକୁ ସାହାଯ୍ୟ କର । ଆମେ ଯାହା କହୁଛୁ ଏବଂ କରୁଛୁ, ସବୁଥିରେ ସଚ୍ଚୋଟତାର ନୀତିଗୁଡ଼ିକୁ ପ୍ରୟୋଗ କରିବାରେ ଆମକୁ ସାହାଯ୍ୟ କର ।
ଆମକୁ ଯୋଗାଇବା ଏବଂ ମାର୍ଗଦର୍ଶନ କରିବା ପାଇଁ ଆମ ପିତା ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ ଦେଉଛୁ । ଆମର ଯତ୍ନ ନେବାକୁ ଆମେ ଆପଣଙ୍କ ଉପରେ ବିଶ୍ୱାସ କରିବାକୁ ଚାହୁଁଛୁ ।
ଆମେନ୍ !
(୧) ନିମ୍ନଲିଖିତ ପ୍ରତ୍ୟେକଟି ବିଷୟରେ ଏକ ଅନୁଚ୍ଛେଦ ଲେଖ :
ଈଶ୍ୱରଙ୍କ ଚରିତ୍ର (ସତ୍ୟ) ଏବଂ ଆମ ପାଇଁ ଈଶ୍ୱରଙ୍କ ମାନଦଣ୍ଡ (ସଚ୍ଚୋଟତା) ମଧ୍ୟରେ ସମ୍ପର୍କ ବ୍ୟାଖ୍ୟା କରନ୍ତୁ । ଆମେ କହୁଛୁ ଏବଂ ଆମର ସମସ୍ତ କାର୍ଯ୍ୟରେ ସଚ୍ଚୋଟ ହେବା ପାଇଁ କାହିଁ ଈଶ୍ୱର ଚାହାନ୍ତି, ତାହା ବର୍ଣ୍ଣନା କରନ୍ତୁ ।
ସଚ୍ଚୋଟତା ବିଷୟରେ ବାଇବଲ କ’ଣ କହେ, ସଂକ୍ଷେପରେ ଲେଖ । ଅତି କମ୍ରେ ତିନୋଟି ଶାସ୍ତ୍ରାଂଶ ଆପଣଙ୍କ ସାରାଂଶରେ ଉଲ୍ଲେଖ କର ।
ଅନ୍ୟମାନଙ୍କ ସହିତ ଆମର ସମ୍ପର୍କକୁ ଅସଚ୍ଚୋଟତା/ସଚ୍ଚୋଟତା ପ୍ରଭାବିତ କରିବାର ଅତି କମ୍ରେ ଚାରୋଟି ଉପାୟ ବର୍ଣ୍ଣନା କର ।
(୨) ସଚ୍ଚୋଟତା ବିଷୟରେ ଏକ ବାଇବଲ ସମ୍ବନ୍ଧୀୟ ଉପସ୍ଥାପନା ପ୍ରସ୍ତୁତ କରନ୍ତୁ ଯାହା ଆପଣ ଆପଣଙ୍କ ସଂସ୍କୃତିର କିଛି ଲୋକଙ୍କ ସହିତ ବାଣ୍ଟିପାରିବେ । ପରମେଶ୍ୱରଙ୍କ ମାନଦଣ୍ଡ ପାଇଁ ଏକ ବାଇବଲ ଆଧାର ଦିଅନ୍ତୁ । ତା’ପରେ ଏହାକୁ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ପ୍ରୟୋଗ କରନ୍ତୁ ।
SGC exists to equip rising Christian leaders around the world by providing free, high-quality theological resources. We gladly grant permission for you to print and distribute our courses under these simple guidelines:
All materials remain the copyrighted property of Shepherds Global Classroom. We simply ask that you honor the integrity of the content and mission.
Questions? Reach out to us anytime at info@shepherdsglobal.org
Total
$21.99By submitting your contact info, you agree to receive occasional email updates about this ministry.
Download audio files for offline listening
No audio files are available for this course yet.
Check back soon or visit our audio courses page.
Share this free course with others