ପାଠର ଉଦ୍ଦେଶ୍ୟ
ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :
(୧) କାର୍ଯ୍ୟ ବିଷୟରେ ବାଇବଲ କ’ଣ ଶିକ୍ଷା ଦିଏ ତାହା ବର୍ଣ୍ଣନା କରିପାରିବେ ।
(୨) ଖ୍ରୀଷ୍ଟିଆନ କାର୍ଯ୍ୟନୀତିର ବୈଶିଷ୍ଟଗୁଡ଼ିକୁ ପ୍ରଦର୍ଶନ କରିପାରିବେ ।
Search through all lessons and sections in this course
Searching...
No results found
No matches for ""
Try different keywords or check your spelling
1 min read
by Stephen Gibson
ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :
(୧) କାର୍ଯ୍ୟ ବିଷୟରେ ବାଇବଲ କ’ଣ ଶିକ୍ଷା ଦିଏ ତାହା ବର୍ଣ୍ଣନା କରିପାରିବେ ।
(୨) ଖ୍ରୀଷ୍ଟିଆନ କାର୍ଯ୍ୟନୀତିର ବୈଶିଷ୍ଟଗୁଡ଼ିକୁ ପ୍ରଦର୍ଶନ କରିପାରିବେ ।
ଭାଇ ଲରେନ୍ସ ଜଣେ ସରଳ ସନ୍ନ୍ୟାସୀ ଥିଲେ ଯିଏ ୧୬୦୦ ଦଶକରେ ଏକ ମଠରେ ରହୁଥିଲେ । ସେ ହୁଏତ ସାମାନ୍ୟ କାର୍ଯ୍ୟ ନିମନ୍ତେ ଲୋକ ପ୍ରିୟ ହେଲେ - ଆଳୁ ଚୋପା ଛଡ଼ାଇବା ଏବଂ ବର୍ତ୍ତନ ଧୋଇବା - ଈଶ୍ୱରଙ୍କୁ ପ୍ରେମ କରୁଥିବା ହେତୁ ଏବଂ ତାଙ୍କ ମନରୁ କଦାପି ଈଶ୍ୱରଙ୍କ ଉପସ୍ଥିତି ଦୂର ହେବାକୁ ଦେଉ ନ ଥିଲେ । ସେ ତାଙ୍କ କାର୍ଯ୍ୟ ସମେତ/ସହିତ ତାଙ୍କ ସମଗ୍ର ଜୀବନରେ ନିରନ୍ତର ଈଶ୍ୱରଙ୍କୁ କେନ୍ଦ୍ରବିନ୍ଦୁ କରିଥିଲେ ।
“ଈଶ୍ୱରଙ୍କ ଉପସ୍ଥିତିର ଅଭ୍ୟାସ’’ ଏକ କ୍ଷୁଦ୍ର ପୁସ୍ତକ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ପାଠ କରାଯାଇଥିଲା । ଏଥିରେ ଭାଇ ଲରେନ୍ସଙ୍କର ସାକ୍ଷାତକାର ଏବଂ ପତ୍ର ଉଲ୍ଲେଖ ଥିଲା । ସେ ଲେଖନ୍ତି, “ଆମର ପବିତ୍ରତା ଆମର କାର୍ଯ୍ୟର ପରିବର୍ତ୍ତନ ଉପରେ ନିର୍ଭର କରେ ନାହିଁ, ବରଂ ଯାହା ଆମେ ସାଧାରରତଃ ନିଜ ପାଇଁ କରୁ ତାହା ଈଶ୍ୱରଙ୍କ ପାଇଁ କରିବା ଦ୍ୱାରା’’ ।
► କାର୍ଯ୍ୟ କ’ଣ ଅଟେ? କ’ଣ କାର୍ଯ୍ୟ କେବଳ ଚାକିରୀ ଅଟେ ? କ’ଣ ଜଣଙ୍କୁ ଅର୍ଥ ଦେଇ କାର୍ଯ୍ୟ କରାଇବା ?
କାର୍ଯ୍ୟରେ ଚାକିରୀ ଅନ୍ତର୍ଭୁକ୍ତ । କିନ୍ତୁ ଆମର ଏବଂ ଅନ୍ୟମାନଙ୍କର ଯତ୍ନ ନେବା, ଆମଠାରେ ଥିବା ବିଷୟ ସବୁକୁ ବ୍ୟବହାର କରିବା, ବିଷୟ ଉତ୍ପାଦନ କରିବା, ଲାଭ ନିମନ୍ତେ ବ୍ୟବସାୟ କରିବା ଏବଂ ବିନା ମୂଲ୍ୟରେ ଅନ୍ୟର ସାହାଯ୍ୟ କରିବା ମଧ୍ୟ ସାମିଲ ଅଟେ ।
► କ’ଣ ଜଣେ ବିଶ୍ୱାସୀ କାର୍ଯ୍ୟ କରିବା ଉଚିତ? କାହିଁକି?
ଅନେକ ଲୋକ ଭାବନ୍ତି ଯେ, ଅଧିକ ଅର୍ଥ ହେବା ଉତ୍ତମ ବିଷୟ ଯେପରି ସେମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ନାହିଁ । ସେମାନେ ଭାବନ୍ତି ଯେ, ସବୁଠାରୁ ଉପଭୋଗ୍ୟ ଜୀବନ ହେଉଛି ଏକ ଅବସର ଜୀବନ ।
ଆଦ୍ୟରେ ଈଶ୍ୱର କିପରି ଜଗତକୁ ଆଙ୍କିଥିଲେ ସେ ବିଷୟରେ ଚିନ୍ତା କରନ୍ତୁ । ଏହା ଅତ୍ୟୁତ୍ତମ ଥିଲା (ଆଦିପୁସ୍ତକ ୧:୩୧) । ଈଶ୍ୱର ସୃଷ୍ଟି କରିଥିବା ପ୍ରଥମ ଲୋକ ନିମନ୍ତେ ଏହା ଉତ୍ତମ ପରିବେଶ ଥିଲା । ଈଶ୍ୱର ପ୍ରଥମ ମନୁଷ୍ୟକୁ କାର୍ଯ୍ୟ ଦେଲେ (ଆଦିପୁସ୍ତକ ୧:୧୮) । ଈଶ୍ୱର କାର୍ଯ୍ୟ ବିନା ମନୁଷ୍ୟର ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ ଜଗତକୁ ତିଆରି କରିପାରି ଥାଆନ୍ତେ, କିନ୍ତୁ ସେ ତାହା କଲେ ନାହିଁ । ଈଶ୍ୱର ଜାଣିଥିଲେ ଯେ ଲୋକଙ୍କ ନିମନ୍ତେ କାର୍ଯ୍ୟ ଜଡ଼ିତ ଜୀବନ ଉତ୍ତମ ଜୀବନ ଅଟେ ।
ଆମ୍ଭମାନଙ୍କର ସମ୍ପର୍କ ସହିତ ଆମ୍ଭମାନଙ୍କର କାର୍ଯ୍ୟ ସଂଶ୍ଲିଷ୍ଟ ହେବା ନିମନ୍ତେ ଈଶ୍ୱର ଯୋଜନା କରିଥିଲେ । ଲୋକମାନେ ନିଶ୍ଚିତ ଭାବରେ ସହଯୋଗ କରିବା, ପରସ୍ପର ପ୍ରତି ନିର୍ଭରଶୀଳ ହେବା, ପରସ୍ପର ନିମନ୍ତେ ନିର୍ଭର ଯୋଗ୍ୟ ହେବା, ବଳ ବା ଶକ୍ତି ବ୍ୟବହାର କରିବା ଏବଂ ଦୁର୍ବଳତାରେ ଅନ୍ୟକୁ ସାହାଯ୍ୟ କରିବା, ମିଳିତ ଭାବରେ ସମସ୍ୟା ସମାଧାନ କରିବା, ମତଭେଦକୁ ନାଶ କରିବା, ତ୍ରୁଟି ସଂଶୋଧନ କରିବା, ଶିକ୍ଷିତ ହେବା ଏବଂ ଅନ୍ୟକୁ ଶିଖାଇବା ଏହି ସବୁ ଶିକ୍ଷା କରିବା ଆବଶ୍ୟକ ।
ଜଗତକୁ ପରିଚାଳନା କରିବାକୁ, ଏହାକୁ ନିୟନ୍ତ୍ରଣରେ ଆଣିବାକୁ ଏବଂ ତାହାଙ୍କ ଗୌରବ ନିମନ୍ତେ ବିକାଶ କରିବାକୁ ଈଶ୍ୱର ଲୋକମାନଙ୍କୁ ଅଧିକାର ଏବଂ ଦାୟିତ୍ୱ ଦେଲେ । ଏହି ଦାୟିତ୍ୱ ସେମାନଙ୍କୁ ଚାଷ କାର୍ଯ୍ୟ, ପଶୁପାଳନ, ପୃଥିବୀ ପୃଷ୍ଠରୁ ଖଣିଜ ଦ୍ରବ୍ୟ ଏବଂ କୌଶଳର ବିକାଶ ଦିଗରେ ଆଗେଇ ନେଲା ।
ଈଶ୍ୱର ଆମକୁ ପ୍ରକୃତିର ଅନ୍ୟାନ୍ୟ ସୃଷ୍ଟିଠାରୁ ଊଦ୍ଧ୍ୱର୍ରେ ସୃଷ୍ଟି କରିଛନ୍ତି, କାରଣ ଆମ ଭିତରେ ତାଙ୍କର କିଛି ପ୍ରକୃତି ଅଛି । ଗୀତସଂହିତା ୮:୬-୮ କହେ,
ତୁମ୍ଭେ ଆପଣା ହସ୍ତକୃତ ସକଳ କର୍ମ ଉପରେ ତାହାକୁ କର୍ତ୍ତୃତ୍ଵ ଦେଉଅଛ;
ତୁମ୍ଭେ ତାହାର ପଦ ତଳେ ସମୁଦାୟ ବିଷୟ ରଖିଅଛ;
ଗୋମେଷାଦିସକଳ, ହଁ, ବନ୍ୟ ପଶୁଗଣ;
ଆକାଶର ପକ୍ଷୀଗଣ ଓ ସମୁଦ୍ରର ମତ୍ସ୍ୟଗଣ, ସମୁଦ୍ରପଥଗାମୀ ସକଳ ହିଁ ରଖିଅଛ।
ପ୍ରଥମ ପାପ ହେତୁ, ଜଗତ ପରିବର୍ତ୍ତନ ହେଲା ଏବଂ କାର୍ଯ୍ୟରେ ଅନେକ ହତାଶା ଓ ସମସ୍ୟା ଜଡ଼ିତ ହେଲା ଯାହା ଈଶ୍ୱରଙ୍କ ମୂଳ ଗଠନରେ ନ ଥିଲା (ଆଦି ପୁସ୍ତକ ୨:୧୭-୧୯)। ଯା ହେଉନା କାହିଁକି ଆମେ ଜାଣି ରଖିବା ଆବଶ୍ୟକ ଯେ, କାର୍ଯ୍ୟ ଆବଶ୍ୟକତା ପ୍ରତି ଈଶ୍ୱର ଆମକୁ ସୃଷ୍ଟି କଲେ ।
ଈଶ୍ୱରଙ୍କର ସୃଷ୍ଟିର କାର୍ଯ୍ୟ ସହିତ ଆମ୍ଭମାନଙ୍କର କାର୍ଯ୍ୟ ସମାନ ଅଟେ । ମନୁଷ୍ୟର ପ୍ରଣାଳୀରେ ତାହାଙ୍କ ପରିବେଶକୁ ପୁନର୍ଗଠନ କରିବା ହେଉଛି କାର୍ଯ୍ୟ । ବଞ୍ଚିବା ପାଇଁ ରୋଜଗାର କରିବା ଏକମାତ୍ର ଉଦ୍ଦେଶ୍ୟ ନୁହେଁ । ଲୋକମାନଙ୍କଠାରେ ସେମାନଙ୍କର ପରିବେଶ ପରିବର୍ତ୍ତନ କରିବାର ପ୍ରବୃତ୍ତି ଅଛି । ସେମାନଙ୍କର ଘରଗୁଡ଼ିକୁ ଉନ୍ନତ କରିବାକୁ ଚେଷ୍ଟା କରନ୍ତି । ସେମାନେ ଅଳିଆ ଫୋପାଡ଼ିବାକୁ ଚେଷ୍ଟା କରନ୍ତି । ଜଣେ ବ୍ୟକ୍ତି ଯାହାଠାରେ କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ ସେ ତାଙ୍କ ପରିବେଶ ପରିବର୍ତ୍ତନ କରିବାର ଇଚ୍ଛା ଏବଂ କ୍ଷମତା ତ୍ୟାଗ କରିଛନ୍ତି । ସେ ମଣିଷ ହେବାର ମୂଲ୍ୟ କିଛି ଅଂଶରେ ତ୍ୟାଗ କରିଛନ୍ତି ।
► ଯେତେବେଳେ ଆପଣ ଏପରି ଏକ ଘର କିମ୍ବା ଅଗଣାକୁ ଦେଖନ୍ତି ଯାହାର ରକ୍ଷଣାବେକ୍ଷଣ ଭଲ ଭାବରେ ହେଉ ନାହିଁ, ସେତେବେଳେ ଆପଣ କ’ଣ ଭାବନ୍ତି?
ସୃଷ୍ଟି, ଯୋଜନା, ସଂଗଠନ ଏବଂ ଉତ୍ପାଦନ-କାର୍ଯ୍ୟ-ପ୍ରତି ମାନବ ଆଭିମୁଖ୍ୟ ହେଉଛି ମନୁଷ୍ୟ ଭିତରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର ଏକ ଅଂଶ । ତେଣୁ ବିଶ୍ୱାସୀ ନିମନ୍ତେ ସମସ୍ତ କାର୍ଯ୍ୟ ପବିତ୍ର ଅଟେ । ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ କରାଯାଇଥିବା ସମସ୍ତ କାର୍ଯ୍ୟ ଉପାସନାର ଏକ କାର୍ଯ୍ୟ ଅଟେ (କଲସୀୟ ୩:୧୭, ୨୩) । ଯୀଶୁ କହିଲେ ଯେ, ତାହାଙ୍କ ପିତା ଏପର୍ଯ୍ୟନ୍ତ କାର୍ଯ୍ୟ କରୁଅଛନ୍ତି, ଏବଂ ସେ ମଧ୍ୟ କରୁଛନ୍ତି (ଯୋହନ ୫:୧୭) ।
ଅସୁସ୍ଥ ଥିବା ସମୟରେ ଔଷଧ ଖାଇବା ପରି କାମକୁ ଏକ ଅପ୍ରୀତିକର ଆବଶ୍ୟକତା ଭାବରେ ଭାବିବା ଉଚିତ ନୁହେଁ । କାର୍ଯ୍ୟ କେବଳ ବଞ୍ଚି ରହିବାର ଆବଶ୍ୟକୀୟ ବିଷୟ ନୁହେଁ । ଏହା ମାନବଜାତି ପାଇଁ ଈଶ୍ୱରଙ୍କ କଳ୍ପନାର ଏକ ଅଂଶ ।
୨ ଥେସଲନୀକୀୟ ୩:୧୦ କହେ, “କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେକେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ ।’’
ଯଦି ଆମର କାର୍ଯ୍ୟ ଗୁରୁତ୍ୱହୀନ ମନେହୁଏ ତେବେ ଆମେ କ’ଣ କରିବା ? ମହାତ୍ମାଗାନ୍ଧୀ କହନ୍ତି, “ତୁମେ ଯାହା କର ତାହା ଗୁରୁତ୍ୱହୀନ ହୋଇପାରେ, କିନ୍ତୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ, ତୁମେ ଏହା କର’’ । ମନେକରନ୍ତୁ ଜଣେ ବ୍ୟକ୍ତିଙ୍କୁ ମହଲା ସଫା କରିବା ପାଇଁ ନିଯୁକ୍ତି ଦିଆଯାଇଥିଲା । ତାହା ଗୁରୁତ୍ୱହୀନ କାର୍ଯ୍ୟ ବୋଲି ମନେ ହୁଏ, ମାତ୍ର ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ଦିନ ଯେତେବେଳେ ସେ କାର୍ଯ୍ୟକୁ ଯାଆନ୍ତି, ସେ ଆଳସ୍ୟରେ ସମୟ ବିତାଇବା ଅପେକ୍ଷା ତାହା କରିବାକୁ ପସନ୍ଦ କରନ୍ତି, ଅନ୍ୟ କାହାକୁ ସମୟ ଦେଉ ନାହାନ୍ତି । ସେ ବନ୍ଧୁ ଏବଂ ପରିବାର ଉପରେ ନିର୍ଭରଶୀଳ ହେବା ଅପେକ୍ଷା ନିଜକୁ ପ୍ରତିପାଳନ କରିବାର ଦାୟିତ୍ୱ ନେବାକୁ ପସନ୍ଦ କରନ୍ତି । ସେ ତାଙ୍କ ଉପରେ ନିର୍ଭର କରୁଥିବା ଲୋକଙ୍କର ଯତ୍ନ ନେଉଛନ୍ତି, (ହୁଏତ ତାଙ୍କ ସ୍ତ୍ରୀ ଏବଂ ପିଲାମାନେ,) ସେମାନଙ୍କୁ ସାହାଯ୍ୟ ଖୋଜିବାକୁ ବାଧ୍ୟ ନକରିବା ଅପେକ୍ଷା । ଏହି ସମସ୍ତ ବିଚାର ଆମକୁ ଏହା ବୁଝିବାରେ ସାହାଯ୍ୟ କରେ ଯେ, କାର୍ଯ୍ୟଟି ଗୁରୁତ୍ୱହୀନ ମନେହୁଏ, କିନ୍ତୁ ସେ ଏହାକୁ କରିବାକୁ ବାଛିବା ଗୁରୁତ୍ୱପୂର୍ଣ୍ଣ ଅଟେ ।
କ’ଣ ବହୁତ ଲୋକ ଅଛନ୍ତି, ଯେଉଁମାନେ କାର୍ଯ୍ୟ କରିପାରିବେ ନାହିଁ ? ନାଁ, ଯଦିଚ ଜଣେ ବ୍ୟକ୍ତି ମଜୁରୀ ପାଇଁ କାର୍ଯ୍ୟ କରିବାକୁ ଅକ୍ଷମ ଅଟେ, ତଥାପି ସେ ସମ୍ଭବତଃ ଅନ୍ୟମାନଙ୍କର ଆବଶ୍ୟକତା ମେଣ୍ଟାଇବାରେ ସାହାଯ୍ୟ କରିବା ପାଇଁ କିଛି କାର୍ଯ୍ୟ କରିପାରନ୍ତି ।
ଖ୍ରୀଷ୍ଟଙ୍କ ଅନୁକାରୀମାନେ କାର୍ଯ୍ୟ କରିବା ଉଚିତ, କାରଣ ସେମାନେ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ଦାୟୀ ଅଟନ୍ତି । ଯଦି ସେମାନେ କରିପାରୁଥିବା କାର୍ଯ୍ୟକୁ କରିବାକୁ ଇଚ୍ଛା କରନ୍ତି ନାହିଁ, ତେବେ ସେମାନେ ଅନ୍ୟମାନଙ୍କଠାରୁ ସାହାଯ୍ୟର ଅପେକ୍ଷା କରିବା ଉଚିତ ନୁହେଁ ।
ଜଣେ ବିଶ୍ୱାସୀର ପ୍ରଥମ ଦାୟିତ୍ୱ ତା’ର ପରିବାର ଅଟେ । “କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ’’ (୧ ତୀମଥି ୫:୮) ।
ଜଣେ ବିଶ୍ୱାସୀ କାର୍ଯ୍ୟ କରିବାକୁ ଶାସ୍ତ୍ର ଦ୍ୱାରା ଆଦେଶ ପ୍ରାପ୍ତ ଅଟେ, ଯେଣୁ ଯେପରି ସେ ଅନ୍ୟମାନଙ୍କର ଆବଶ୍ୟକତାକୁ ମେଣ୍ଟାଇ ପାରିବ । “ଚୋର ଆଉ ଚୋରି ନ କରୁ, ବରଞ୍ଚ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ ’’ (ଏଫିସୀୟ ୪:୨୮)। ଚୋରି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ବିପରୀତତାକୁ ଲକ୍ଷ୍ୟ କର, କିଛି ବିନା ମୂଲ୍ୟରେ ନେବା; ଏବଂ ଯିଏ କାମ କରେ ଯେପରି ସେ ଦାନ କରିପାରିବ। ଜଣେ ବିଶ୍ୱାସୀ ଯିଏ କେବଳ ଚୋରି କରେ ନାହିଁ, ମାତ୍ର ଯିଏ କାର୍ଯ୍ୟ କରେ ଯେପରି ଦାନ କରିପାରେ।
ଯଦିଚ କାହା ଦ୍ୱାରା ଆପଣ ନିଯୁକ୍ତି ପାଇ ନାହାନ୍ତି, ତଥାପି ଆପଣ କାର୍ଯ୍ୟ କରିବାକୁ ଅନୁସନ୍ଧାନ କରିପାରନ୍ତି । ଅନ୍ୟମାନଙ୍କର ଆବଶ୍ୟକତାଗୁଡ଼ିକୁ ମେଣ୍ଟାଇବାକୁ ଏବଂ ସାହାଯ୍ୟକାରୀ ହେବାକୁ ପଥ ଅନୁସନ୍ଧାନ କରନ୍ତୁ । କିଛି ନ କରିବା ଅପେକ୍ଷା ଏବଂ ତୁମକୁ କେହି ସାହାଯ୍ୟ କରୁ ନାହାନ୍ତି ଏହା ଅଭିଯୋଗ କରିବା ଅପେକ୍ଷା ସେପରି ବଞ୍ଚିବା ଉତ୍ତମ ।
ବିଶ୍ୱାସୀମାନେ ନିଜକୁ ଏବଂ ସେମାନଙ୍କର ପରିବାରକୁ ଯୋଗାଇବା ନିମନ୍ତେ କାର୍ଯ୍ୟ କରିବା ଉଚିତ ଏବଂ ଯେଉଁମାନଙ୍କର ଆବଶ୍ୟକ ଅଛି ସେମାନଙ୍କୁ ଦାନ କରିବାରେ ସକ୍ଷମ ହେବା ଆବଶ୍ୟକ ।
► ସେହି ବ୍ୟକ୍ତିକୁ ଆପଣ କ’ଣ କହିବେ ଯିଏ କହେ ସେ କାର୍ଯ୍ୟ କରିବେ ନାହିଁ କାରଣ ତା’ର ଆବଶ୍ୟକତାଗୁଡ଼ିକ ଯୋଗାଇବାକୁ ଈଶ୍ୱରଙ୍କ ଉପରେ ସେ ନିର୍ଭର କରେ?
ମନେକରନ୍ତୁ ଏକ ଗ୍ରୀଷ୍ମକାଳର ଶେଷ ଭାଗରେ ଆପଣ ଆପଣଙ୍କର ପଛ ପଟକୁ ଯାଇଛନ୍ତି ଏବଂ ଦେଖିଲେ ଯେ, ଟୋମାଟୋ, ମକା, ବିନ୍ ଏବଂ ଅନ୍ୟ ପରିବା ସବୁ ବହୁତ ଭାବରେ ଫଳିଛି ଏବଂ ସେସବୁ ଆପଣଙ୍କ ପାଇଁ ବହୁତ ଦିନ ପର୍ଯ୍ୟନ୍ତ ଯିବ ।
କ’ଣ ଏହା ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ବୋଲି ମନେ କରାଯାଏ କି ? ଗ୍ରୀଷ୍ମର ଶେଷ ଭାଗରେ ହଜାର ହଜାର ଲୋକଙ୍କ ପ୍ରତି ଏପରି ଘଟେ । ସେମାନେ ସେମାନଙ୍କର ପଛପଟକୁ ଯାଆନ୍ତି ଏବଂ ଦେଖନ୍ତି ତା’ଠାରୁ ଅଧିକ ଫଳ ହୋଇଛି । କିନ୍ତୁ ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ, କାରଣ କିଛି ମାସ ପୂର୍ବରୁ ସେମାନେ ଜମି ଚାଷ କରିଥିଲେ, ତା’ପରେ ସେଥିରେ ମଞ୍ଜି ପୋତିଥିଲେ । ତା’ପରେ ମାସ ମାସ ଧରି ପାଣି ଦିଆଗଲା ଏବଂ ଘାସ ସଫା କରାଗଲା । ଯେତେବେଳେ ସେମାନେ ଫସଲ ବଢ଼ୁଥିବାର ଦେଖିଲେ, ସେମାନେ କେବଳ ତାହାହିଁ ଅପେକ୍ଷା କରିଥିଲେ ।
ଆପଣ ପ୍ରତିକ୍ରୀୟା କରିପାରନ୍ତି, “ତେବେ ତାହା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ନ ଥିଲା’’ । କିନ୍ତୁ ଈଶ୍ୱର ଲକ୍ଷ୍ୟ ଲକ୍ଷ୍ୟ ବୃକ୍ଷ ସୃଷ୍ଟି କରିଛନ୍ତି ଏବଂ ଲୋକମାନେ ଗୋଟେ ମଧ୍ୟ କରିନାହାନ୍ତି । ଗୀତସଂହିତା ୧୦୪:୧୪ କହେ, “ସେ ପଶୁଗଣ ନିମନ୍ତେ ତୃଣ ଓ ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି ।’’ ଈଶ୍ୱର ଏହା କରନ୍ତି କିନ୍ତୁ ଲୋକମାନେ ଜମି ପ୍ରସ୍ତୁତ କରିବା, ମଞ୍ଜି ଲଗାଇବା ଏବଂ ଆବଶ୍ୟକ ଅନୁଯାୟୀ ପାଣି ଦେବା ଦ୍ୱାରା ଏହା ପ୍ରସ୍ତୁତ କରନ୍ତି ।
ଅନେକ ଲୋକ ଈଶ୍ୱରଙ୍କ କାର୍ଯ୍ୟକୁ ଏକ ଅସାଧାରଣ, ପ୍ରାକୃତିକ ନିୟମର ବ୍ୟତିକ୍ରମ ବୋଲି ମନେ କରନ୍ତି ଯେପରି ଯୀଶୁ ଯେତେବେଳେ, ସୁସ୍ଥ କଲେ, କିମ୍ବା ସୂର୍ଯ୍ୟ ଯେତେବେଳେ ସ୍ଥିର ରହିଲା । ତେଣୁ ସେହି ଅର୍ଥରେ ଗଛଗୁଡ଼ିକ ବଢ଼ିବା ଏକ ଆଶ୍ଚର୍ଯ୍ୟ ବିଷୟ ନୁହେଁ, କାରଣ ଏହା ସାଧାରଣ ଅଟେ ।
କିନ୍ତୁ ଏକ ଆଶ୍ଚର୍ଯ୍ୟକାର୍ଯ୍ୟ ନିମନ୍ତେ ଇଚ୍ଛାରେ, ଈଶ୍ୱରଙ୍କ ସାଧାରଣ କାର୍ଯ୍ୟ କରିବାର ପ୍ରଣାଳୀକୁ ଆମେ ମଧ୍ୟ ଅଣ ଦେଖା କରୁ । ଆଜି ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପଛ ପଟକୁ ଯାଆନ୍ତି ଏବଂ ସେମାନେ କୌଣସି ବିଷୟ ବଢ଼ିବାର ଦେଖିପାରନ୍ତି ନାହିଁ, ଯାହା ସେମାନେ ଖାଇପାରିବେ । ଈଶ୍ୱରଙ୍କ ପ୍ରଣାଳୀରେ ଖାଦ୍ୟ ପ୍ରସ୍ତୁତିରେ ସେମାନେ ନିୟୋଜିତ ହୋଇ ନାହାନ୍ତି । ଈଶ୍ୱରଙ୍କ କାର୍ଯ୍ୟ କରିବାର ସାଧାରଣ ଉପାୟର ଖାଦ୍ୟ ବୃଦ୍ଧି କେବଳ ଏକ ଦୃଷ୍ଟାନ୍ତ । ଉଦାହରଣ ସ୍ୱରୂପ ମନୁଷ୍ୟମାନଙ୍କ କାର୍ଯ୍ୟ ମାଧ୍ୟମରେ ଈଶ୍ୱର ସାଧାରଣ ଉପାୟରେ ଆବଶ୍ୟକ ଯୋଗାଇଥାଆନ୍ତି । ହିତୋପଦେଶ ୧୪:୨୩ ଆମକୁ ଶକ୍ଷା ଦିଏ ଯେ, “ସବୁ ପ୍ରକାର ପରିଶ୍ରମରେ ଫଳ ଅଛି’’, ଯେତେବେଳେ ହିତୋପଦେଶ ୧୯:୧୫ ଆମକୁ ସତର୍କ କରେ ଯେ, “ଅଳସ ପ୍ରାଣୀ କ୍ଷୁଧା ଭୋଗ କରିବ’’ ।
କିଛି ଲୋକ ଅଛନ୍ତି, ଯେଉଁମାନେ ଇଚ୍ଛା କରନ୍ତି ଈଶ୍ୱର ସେମାନଙ୍କ ନିମନ୍ତେ କିଛି ଯୋଗାଇବେ, ମାତ୍ର ସେମାନେ କାର୍ଯ୍ୟ କରିବାର ସୁଯୋଗକୁ ପ୍ରତ୍ୟାଖ୍ୟାନ କରନ୍ତି, କାରଣ ଏହି ସୁଯୋଗଗୁଡ଼ିକ ସେମାନେ କରିବାକୁ ଚାହୁଁଥିବା ଜିନିଷ ନୁହେଁ।
କ’ଣ ଯଦି ଆପଣ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି କିନ୍ତୁ କେହି ଆପଣଙ୍କୁ ନିଯୁକ୍ତି ନ ଦିଅନ୍ତି ? ଅନ୍ୟର ସେବା କରିବାକୁ ଆପଣ କିଛି କାର୍ଯ୍ୟ କରିପାରିବେ ଏବଂ ସେହି କାର୍ଯ୍ୟ ମାଧ୍ୟମରେ ଆପଣଙ୍କର କିଛି ଆବଶ୍ୟକତା ପୂରଣ ହୋଇପାରିବ । ଯଦି ଆପଣ ନିଯୁକ୍ତି ପାଇନାହାନ୍ତି, ଆପଣଙ୍କଠାରେ ସମୟ ଅଛି । କାହିଁକି ଆମେ ଆମର ଚତୁର୍ଦ୍ଦିଗକୁ ଦୃଷ୍ଟି କରି କାହାକୁ ସାହାଯ୍ୟ ନ କରିବା ?
ମନେକରନ୍ତୁ ଜଣେ ବ୍ୟକ୍ତି ନିଯୁକ୍ତି ପାଇନାହାନ୍ତି ଏବଂ କିଛି ନ କରି ସବୁ ଦିନ କେବଳ ବସି ବସି ସମୟ ବିତାଉଛନ୍ତି । ତାଙ୍କ ପାଇଁ ପ୍ରକୃତରେ କିଛି ମୂଲ୍ୟବାନ କାର୍ଯ୍ୟ ନାହିଁ କି ? ତାଙ୍କ ପଡ଼ୋଶୀ ଯେଉଁମାନଙ୍କର ସାହାଯ୍ୟ ଆବଶ୍ୟକ । ତାଙ୍କ ଅଗଣାରେ ଏବଂ ରାସ୍ତାରେ ଅଳିଆ ଅଛି ଯାହା ପରିଷ୍କାର କରିବା ଆବଶ୍ୟକ । ଜମି ଅଛି ଯାହାକୁ ଚାଷ କରି ଫଳ ଉତ୍ପନ୍ନ କରିବା ଆବଶ୍ୟକ । ଜ୍ଞାନ ଆହରଣ କରିବାକୁ ପାଠ କରିବା ନିମନ୍ତେ ଅନେକ ପୁସ୍ତକ ରହିଛି । କେହି ଜଣେ ଅଛନ୍ତି ଯାହା ପାଇଁ ପ୍ରାର୍ଥନା କରିପାରିବେ । ଯେଉଁ ବ୍ୟକ୍ତି କେବଳ ବସିଥାଏ ଓ କିଛି କରେ ନାହିଁ, ସେ କିଛି ଫଳେ ନାହିଁ କିମ୍ବା ବିକଶିତ ହୁଏ ନାହିଁ । ସେ ନିଜେ ଜଣେ ଭଲ ନିଯୁକ୍ତିଦାତା ନୁହଁନ୍ତି, ତେଣୁ ସେ ହୁଏତ ଅନ୍ୟମାନଙ୍କୁ ପରଚାଳନା କରିବାର ସୁଯୋଗ ପାଇବେ ନାହିଁ ।
ଅନେକ ସମୟରେ ଅଧିକାଂଶ ଲୋକେ କାହା ଦ୍ୱାରା ନିଯୁକ୍ତି ପାଆନ୍ତି ନାହିଁ । ସେମାନେ ବିନିମୟ ପାଇଁ କିଛି ଉତ୍ପାଦନ କରନ୍ତି କିମ୍ବା ଅନ୍ୟମାନଙ୍କୁ ସେବା ପ୍ରଦାନ କରନ୍ତି । ଏହି ସମସ୍ତ ଉପାୟ/ପଥଗୁଡ଼ିକ ଈଶ୍ୱର ଆମ ନିମନ୍ତେ ଯୋଗାଇ ଦିଅନ୍ତି ।
ଦାୟତ୍ୱ ଏବଂ ସଚ୍ଚୋଟତାର ନୀତିଗୁଡ଼ିକ ବିଶ୍ୱାସୀମାନଙ୍କୁ ସେମାନଙ୍କ କାର୍ଯ୍ୟରେ ପ୍ରୟୋଗ କରିବା ପାଇଁ କିଛି ନୀତି ପ୍ରଦାନ କରେ ।
► ଜଣେ ବିଶ୍ୱାସୀ ଯେତେବେଳେ ଜଣେ ନିଯୁକ୍ତିଦାତାଙ୍କ ପାଇଁ କାର୍ଯ୍ୟ କରେ, ସେ କିପରି ବାଇବଲର ନୀତିଗୁଡ଼ିକୁ ପ୍ରୟୋଗ କରିବା ଉଚିତ?
ନୂତନ ନିୟମ କାର୍ଯ୍ୟକାରୀମାନଙ୍କୁ ନିର୍ଦ୍ଦେଶ ଦିଏ । ଯେତେବେଳେ ନୂତନ ନିୟମର ପୁସ୍ତକଗୁଡ଼ିକ ଲେଖାଯାଇଥିଲା, ଅଧିକାଂଶ କାର୍ଯ୍ୟକାରୀମାନେ କ୍ରୀତଦାସ ଥିଲେ । ଆଜିକାଲି ଜଣେ କର୍ମଚାରୀ ଜଣେ କ୍ରୀତଦାସଠାରୁ ଭିନ୍ନ ଅଟେ କାରଣ ସେମାନଙ୍କୁ ଭିନ୍ନ ଚାକିରୀକୁ ଯିବାର ସୁଯୋଗ ମିଳିପାରେ । ସେହି ସ୍ୱାଧିନତା ସେମାନଙ୍କୁ ନିଯୁକ୍ତିର ସର୍ତ୍ତାବଳୀଗୁଡ଼ିକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିବା ସମ୍ଭବ କରିଥାଏ । ତଥାପି, ଯଦି ସେମାନେ କିଛି ସୁବିଧା ପାଇଁ କାମ କରିବାକୁ ରାଜି ହୋଇଛନ୍ତି, ତେବେ ଶାସ୍ତ୍ର ଅନୁଯାଇ ସେମାନେ ନିଯୁକ୍ତିଦାତାଙ୍କ ସହିତ ରହିବା ପର୍ଯ୍ୟନ୍ତ ଭଲ କର୍ମଚାରୀ ହେବା ଆବଶ୍ୟକ ।
ଆପଣ ଏପରି ଏକ ପରିସ୍ଥିତିରେ ଥାଇପାରନ୍ତି, ଯେଉଁଠାରେ ଆପଣ ଇଚ୍ଛା କରୁଥିବା କାର୍ଯ୍ୟ କରିବାକୁ ସ୍ୱାଧିନତା ପାଆନ୍ତି ନାହିଁ । ହୁଏତ ଆପଣଙ୍କୁ ଏକ ଦମନକାରୀ ପରିସ୍ଥିତିରେ କାମ କରିବାକୁ ବାଧ୍ୟ କରାଯାଇଛି । ତୁମେ ଏବେ ବି ଖ୍ରୀଷ୍ଟଙ୍କ ମନୋଭାବ ରଖିବା ଉଚିତ। କେତେକ ଲୋକ ଯେତେବେଳେ ସେମାନଙ୍କୁ ବାଧ୍ୟ କରାଯାଏ ସେମାନେ କାମ ଧିରେ କିମ୍ବା ଖରାପ କରନ୍ତି, କାରଣ ସେମାନେ ଦେଖାଇବାକୁ ଚାହାନ୍ତି ଯେ, ସେମାନଙ୍କର କାମ କରିବାକୁ ଇଚ୍ଛା ନାହିଁ । ଯେତେବେଳେ ଜଣେ ବ୍ୟକ୍ତି ଏପରି କରେ, ସେ ଦର୍ଶାଏ ଯେ, ସେ ସ୍ୱାଧିନ ନୁହେଁ । ଯଦି ତୁମେ ମୁକ୍ତ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛା କର, ତେବେ ତୁମେ ଆନନ୍ଦରେ ଏବଂ ଉତ୍ତମ ଭାବରେ କାର୍ଯ୍ୟ କରିବା ଉଚିତ । ଯେତେବେଳେ ତୁମେ ସେହିପରି କାର୍ଯ୍ୟ କର, ତୁମେ ମୁକ୍ତ ଭାବରେ କରିପାର, କାରଣ ତାହା କରିବାକୁ ତୁମକୁ କେହି ବାଧ୍ୟ କରିପାରିବେ ନାହିଁ ।
ଯଦି କେହି ତୁମକୁ ନିଯୁକ୍ତି ଦେଇନାହାନ୍ତି, ତେବେ ତୁମେ ନିଜ ପରିଦର୍ଶକ ଅଟ । ତୁମେ ନିଜ ପାଇଁ କେଉଁ ପ୍ରକାରର କର୍ମଚାରୀ ହୋଇଛ ?
ଏଫିସୀୟ ୬:୫-୮ - ଦାୟିତ୍ୱର ନୀତିଗୁଡ଼ିକ
► ଜଣେ ଛାତ୍ର ଏଫିସୀୟ ୬:୫-୮ ଦଳ ପାଇଁ ପାଠ କରିବେ । ଏହି ଅଧ୍ୟାୟର ଅର୍ଥ ଅଲୋଚନା କରିବେ, ତା’ପରେ ଆପଣଙ୍କ ପର୍ଯ୍ୟବେକ୍ଷଣରେ ଯୋଡ଼ିବା ପାଇଁ ନିମ୍ନରେ ଥିବା ତାଲିକା ଦେଖନ୍ତୁ ।
ଏପିସୀୟ ୬:୫-୮ରୁ କେତେକ ପ୍ରୟୋଗ
୧) ଜଣେ କର୍ମଚାରୀ ତା’ର ନିଯୁକ୍ତିକର୍ତ୍ତାଙ୍କର ଆଜ୍ଞା ପାଳନ କରିବା ଆବଶ୍ୟକ । କେବଳ ଯେତେବେଳେ ସେ ନିରିକ୍ଷଣ କରୁଥିବେ ସେତେବେଳେ ନୁହେଁ ମାତ୍ର ସର୍ବଦା । ଏହାର ଅର୍ଥ ମଧ୍ୟ ଏହା ଯେ, ସେ ଏପରି ବିବରଣୀକୁ ଅବହେଳା କରିବା ଉଚିତ୍ ନୁର୍ହେ, ଯାହା ସେ ଜାଣନ୍ତି ଯେ, ଯାଞ୍ଚ କରାଯିବାର ସମ୍ଭାବନା କମ୍ । (“... ମନୁଷ୍ୟକୁ ସନ୍ତୁଷ୍ଟ କଲା ପରି ଦୃଷ୍ଟି ଆଗରେ ତାହା କର ନାହିଁ ...’) ।
୨) ଈଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କଲାପରି ଜଣେ କର୍ମଚାରୀ ଗୁଣବତ୍ତା ଏବଂ ଅଧ୍ୟବସାୟ ବଜାୟ ରଖିବା ଆବଶ୍ୟକ । (“... କିନ୍ତୁ ଖ୍ରୀଷ୍ଟଙ୍କ ଦାସ ପରି ଅନ୍ତର ସହ ଈଶ୍ୱରଙ୍କ ଇଚ୍ଛା ସାଧନ କର’’) ।
୩) ଜଣେ କାର୍ଯ୍ୟକାରୀ ତା’ର କାର୍ଯ୍ୟରେ ବିଶ୍ୱସ୍ତତା ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଏ (“ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ ...) ।
ତୀତସ ୨:୯- ୧୦ – ସତ୍ୟବାଦୀର ନୀତିଗୁଡ଼ିକ
► ଜଣେ ଛାତ୍ର ତୀତସ ୨:୯-୧୦ ଦଳ ପାଇଁ ପାଠ କରିବେ । ଏହି ଅଧ୍ୟାୟର ଅର୍ଥ ଆଲୋଚନା କରିବେ, ତା’ପରେ ଆପଣଙ୍କ ପର୍ଯ୍ୟବେକ୍ଷଣରେ ଯୋଡ଼ିବା ପାଇଁ ନିମ୍ନରେ ଥିବା ତାଲିକା ଦେଖନ୍ତୁ ।
ତୀତସ ୨:୯-୧୦ରୁ କେତେକ ପ୍ରୟୋଗ
୧) ଜଣେ କର୍ମଚାରୀ ତାଙ୍କ ମାଲିକଙ୍କ ନିର୍ଦ୍ଦେଶ ପ୍ରତି ସମ୍ମାନଜନକ ପ୍ରତିକ୍ରିୟା ଦେବା ଉଚିତ (“ପ୍ରତିବାଦ ନ କରନ୍ତୁ ...’’) । ଯେତେବେଳେ ଜଣେ କର୍ମଚାରୀ ତା’ର ମାଲିକ ବିଷୟରେ ଅସମ୍ମାନ ଭାବରେ ଅନ୍ୟ କାର୍ଯ୍ୟକାରୀଙ୍କୁ କହେ ତେବେ ତା’ର ପରିଣାମ କ’ଣ ହୁଏ?
୨) ଜଣେ କର୍ମଚାରୀ ତା’ର ମାଲିକଠାରୁ ଚୋରି କରିବା ଉଚିତ ନୁହେଁ, ଯଦିଓ ସେ ମନେକରେ ଯେ, ଅଧିକ ପାଇବାକୁ ଯୋଗ୍ୟ (“... କିଛି ହିଁ ଚୋରି ନ କରି ...) ।
୩) ସୁସମାଚାର ନିମନ୍ତେ ବିଶ୍ୱସ୍ତପୂର୍ଣ୍ଣ କାର୍ଯ୍ୟ ଏକ ସାକ୍ଷ୍ୟ ଅଟେ, ଅବିଶ୍ୱସ୍ତତା ସୁସମାଚାର ଉପରେ ଏକ ନିନ୍ଦା ଅଟେ । (“ଯେପରି ସେମାନେ ସବୁ ବିଷୟରେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହୁଅନ୍ତି’’) ।
► କେତେକ ଲୋକ ସେମାନଙ୍କ କାର୍ଯ୍ୟରେ ଅବିଶ୍ୱସ୍ତ ହେବାର ଉପାୟଗୁଡ଼ିକର ଦୃଷ୍ଟାନ୍ତ କ’ଣ ଅଟେ ? ଜଣେ ବିଶ୍ୱାସୀ କିପରି ଭିନ୍ନ ହେବା ଉଚିତ୍ ତାହା ବର୍ଣ୍ଣନା କର ।
ତୀତସ ଏବଂ ଏଫିସୀୟ ଶାସ୍ତ୍ରାଂଶଗୁଡ଼ିକ ବର୍ଣ୍ଣନା କରନ୍ତି ଯେ ଯଦି କେହି ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଅନ୍ତି, ତେବେ ସେ କିପରି କାମ କରିବା ଉଚିତ୍। ସମାନ ନିୟମ ଜଣେ ବ୍ୟକ୍ତି ପ୍ରତି ପ୍ରୟୋଗ କରାଯାଏ ଯିଏ ତିଆରି କିମ୍ବା ମରାମତି ନିମନ୍ତେ ନିଯୁକ୍ତି ପାଇଥାଏ । ଯେପରି ତା’ ପାଇଁ କେହି ଜଣେ କାର୍ଯ୍ୟ କରୁ ବୋଲି ସେ ଇଚ୍ଛା କରେ ସେହି ଗୁଣରେ ସେ କାର୍ଯ୍ୟ କରିବା ଉଚିତ । ଜଣେ କୌଣସି ବିଷୟ ବିକ୍ରୟ ନିମନ୍ତେ ତିଆରି କରେ ସେ କ୍ରେତାମାନଙ୍କୁ ତା’ର ତୃଟି ଅନ୍ୟମାନଙ୍କୁ ଲୁଚାଇବା ଉଚିତ୍ ନୁହେଁ ଯେପରି କ୍ରେତାମାନେ ଉତ୍ତମ ବିଷୟ ପାଉଛନ୍ତି ବୋଲି ଭାବିବେ ।
ଜଣେ କାର୍ଯ୍ୟକାରୀଠାରେ ନିଯୁକ୍ତିକର୍ତ୍ତା କେଉଁସବୁ ଗୁଣଗୁଡ଼ିକ ଦେଖିବାକୁ ଇଚ୍ଛା କରେ ? ଗବେଷଣାରୁ ଜଣାଯାଏ ଯେ, ନିଯୁକ୍ତି କର୍ତ୍ତାମାନେ ଏପରି ବ୍ୟକ୍ତିକୁ ଚାହାନ୍ତି ଯେଉଁମାନଙ୍କଠାରେ କାର୍ଯ୍ୟ କରିବା ପାଇଁ ସକରାତ୍ମକ ମନୋଭାବ ଅଛି । ସେମାନେ ଏପରି ବ୍ୟକ୍ତିଙ୍କୁ ଚାହାନ୍ତି ଯେଉଁମାନେ ଭରସା ଯୋଗ୍ୟ ଏବଂ ଶିଖିବାକୁ ପ୍ରସ୍ତୁତ ଅଟନ୍ତି । ପ୍ରାୟତଃ ଲୋକମାନଙ୍କୁ ସେମାନଙ୍କର ତାଲିମ କିମ୍ବା ପ୍ରତିଭା ଅପେକ୍ଷା କାମ ପ୍ରତି ସେମାନଙ୍କର ମନୋଭାବ ପାଇଁ ନିଯୁକ୍ତି ଦିଆଯାଏ। ଈଶ୍ୱର ମଧ୍ୟ କାମ ପ୍ରତି ଆମର ମନୋଭାବ ବିଷୟରେ ଯତ୍ନବାନ, ଯେପରି ଆମେ ଶାସ୍ତ୍ରରେ ପୂର୍ବରୁ ଦେଖିଛୁ।
ଗୁଣଗୁଡ଼ିକ ବିକଶିତ କରନ୍ତୁ ଯାହା ଆପଣଙ୍କୁ ଜଣେ ମୂଲ୍ୟବାନ କାର୍ଯ୍ୟକାରୀ ଭାବରେ ଗଢ଼େ । ସେବା କରିବାକୁ ଆପଣ ପ୍ରସ୍ତୁତ ରହିବା ଉଚିତ୍ । ଆପଣଙ୍କୁ ବିଶ୍ୱସ୍ତ, ନିର୍ଭର ଯୋଗ୍ୟ ଏବଂ ଧୈର୍ଯ୍ୟଶୀଳ ହେବା ଆବଶ୍ୟକ । କିଛି ନିଯୁକ୍ତିହୀନ-ବ୍ୟକ୍ତିମାନେ କେବଳ ସେମାନଙ୍କର ଆବଶ୍ୟକ ବିଷୟରେ ଚିନ୍ତା କରନ୍ତି । ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ମାଲିକ/ନିଯୁକ୍ତିକର୍ତ୍ତା ନିଯୁକ୍ତି ଦିଏ ନାହିଁ, ତା’ର ସାହାଯ୍ୟ ପାଇଁ ସେ ଆପଣଙ୍କୁ ନିଯୁକ୍ତି ଦିଏ । ଆପଣ ସେହି ଧରଣର ବ୍ୟକ୍ତି ହେବା ଆବଶ୍ୟକ ଯିଏ ଜଣେ ନିଯୁକ୍ତିକର୍ତ୍ତା ପ୍ରତି ମୂଲ୍ୟବାନ ହୋଇପାରିବେ ।
ଜଣେ ବ୍ୟକ୍ତି କହିପାରନ୍ତି, “ଯଦି ମୁଁ ଏଥିପାଇଁ ଦେୟ ପାଉଥାନ୍ତି, ତେବେ ମୁଁ ବନ୍ଧୁତ୍ୱପୂର୍ଣ୍ଣ, ସହାୟକ ଏବଂ ସଚ୍ଚୋଟ ହୋଇଥାନ୍ତି’’, କିନ୍ତୁ ନିଯୁକ୍ତିକର୍ତ୍ତାମାନେ ଜଣେ ଅବନ୍ଧୁରହିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଅନ୍ତି ନାହିଁ ଏବଂ ତାଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ହେବା ପାଇଁ ଟଙ୍କା ଦିଅନ୍ତି ନାହିଁ। ସେମାନେ ଅର୍ଥ ବ୍ୟୟ କରି ଅବିଶ୍ୱସ୍ତ ବ୍ୟକ୍ତିକୁ ବିଶ୍ୱସ୍ତ କରନ୍ତି ନାହିଁ । ସେମାନେ ଜଣେ ବନ୍ଧୁତ୍ୱପୂର୍ଣ୍ଣ, ସାହାଯ୍ୟକାରୀ ଏବଂ ସଚ୍ଚୋଟ ବ୍ୟକ୍ତିକୁ ନିଯୁକ୍ତି ପ୍ରଦାନ କରନ୍ତି ।
ମଣ୍ଡଳୀର ବିଷୟଗୁଡ଼ିକ ଭିନ୍ନ ଅଟେ । ଆମେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେବା ପୂର୍ବରୁ ସେମାନେ କିଛି ଦେବେ କିମ୍ବା ବନ୍ଧୁତ୍ୱପୂର୍ଣ୍ଣ ହେବେ ବୋଲି ଅପେକ୍ଷା କରୁନାହୁଁ। ଆପଣ କୌଣସି ଉତ୍ତମ କାର୍ଯ୍ୟ କରିବା ପୂର୍ବରୁ ଈଶ୍ୱର ମଧ୍ୟ ଆପଣଙ୍କ ପାଖକୁ ହାତ ବଢାଇ ଆଶୀର୍ବାଦ କରନ୍ତି । କିନ୍ତୁ ଆପଣଙ୍କର ନିଜର ଲାଭ ପାଇଁ ଆପଣ ଅନୁଗ୍ରହ ପ୍ରତି ଆଗେଇବା ଆବଶ୍ୟକ । ଦାନ କରିବାକୁ, ସେବା କରିବାକୁ ଏବଂ ହସ ମୁଖ ହେବାକୁ ଶିକ୍ଷା କରନ୍ତୁ ।
ଆପଣଙ୍କ ଗୁଣଗୁଡ଼ିକୁ ବିକଶିତ କରନ୍ତୁ । ଯେଉଁମାନଙ୍କଠାରେ କୌଶଳ/ଦକ୍ଷତା ଅଛି ସେମାନଙ୍କ ସହିତ କାର୍ଯ୍ୟ କରିବା ଦ୍ୱାରା ଦକ୍ଷତା ଶିକ୍ଷା କରନ୍ତୁ । ହୋଇପାରେ ଅନ୍ୟମାନଙ୍କ ପ୍ରତି ଆପଣ ଏକ ସେବା ପ୍ରଦାନ କରିପାରନ୍ତି । ହୋଇପାରେ ବିକ୍ରୀ କରିବା ପାଇଁ ଏକ ଉତ୍ପନ୍ନ ଦ୍ରବ୍ୟ ଆପଣ ତିଆରି କରିପାରନ୍ତି । ହୁଏତ ତୁମେ ଫସଲ ଚାଷ କରିପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଅନ୍ୟ ପ୍ରତି ସାହାଯ୍ୟପୂର୍ଣ୍ଣ ଗୁଣ ରଖନ୍ତୁ ଯଦିଚ ତାହା ଆପଣଙ୍କ ପାଇଁ ଲାଭଦାୟକ ହୋଇ ନ ପାରେ । ଈଶ୍ୱର ଆପଣଙ୍କ ସେବାରେ ଆଶୀର୍ବାଦ କରିବେ ।
ସେବା କରିବାର ଅର୍ଥ କ’ଣ ? ସେବା କରିବା ହେଉଛି ଅନ୍ୟ କାହାର ହିତ ପାଇଁ ନିଜର ଦକ୍ଷତା, ସମୟ ଏବଂ ଶକ୍ତି ବ୍ୟବହାର କରିବା ।
ଆପଣ ନିଯୁକ୍ତିଦାତାଙ୍କ ପାଖରେ କାମ କରନ୍ତୁ ବା ନ କରନ୍ତୁ, ସେବା ପାଇଁ ଆପଣଙ୍କୁ ଆପଣଙ୍କର କିଛି ଅଧିକାର ଏବଂ ସୁବିଧାକୁ ଅଲଗା ରଖିବାକୁ ପଡ଼ିବ । ଉଦାହରଣ ସ୍ୱରୂପ ଯଦି ଆପଣ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି, ଆପଣ ଚାହିଁଲେ ମଧ୍ୟ ବିଳମ୍ବ ପର୍ଯ୍ୟନ୍ତ ଶୋଇ ପାରିବେ ନାହିଁ, ଯାହା କରିବାକୁ ଚାହିଁଲେ ତାହା କରିବାରେ ସମୟ ବିତାଇ ପାରିବେ ନାହିଁ। ଆପଣ ଆପଣଙ୍କର ଜୀବନର କିଛି ଦିଗକୁ ସେହି ଉଦ୍ଦେଶ୍ୟ ପାଇଁ ସମର୍ପଣ କରିଛନ୍ତି ଯେଉଁଥି ପାଇଁ ଆପଣଙ୍କୁ ନିଯୁକ୍ତି ଦିଆଯାଇଛି । ଚାକିରି ଆପଣଙ୍କର ପୋଷାକ ପିନ୍ଧିବା ଶୈଳୀ ଏବଂ ଅନ୍ୟ ଲୋକଙ୍କ ସହିତ ବ୍ୟବହାର କରିବାର ଶୈଳୀକୁ ମଧ୍ୟ ପ୍ରଭାବିତ କରେ ।
ସେବା କରିବା ପାଇଁ ପ୍ରସ୍ତୁତତା ଅନେକ ଲାଭ ଆଣିଥାଏ ।
୧) ଏହା ଏପରି ସମ୍ପର୍କ ଗଠନ କରେ ଯାହା ଫଳରେ ଆପଣଙ୍କର କିଛି ଆବଶ୍ୟକତା ପୂରଣ ହୁଏ । ଅନେକ ସମୟରେ ଏହା ଅପ୍ରତ୍ୟାଶିତ ଭାବରେ ଘଟେ, ତେଣୁ ଏହା କେବଳ ସେହି ଲୋକମାନଙ୍କୁ ସାହାଯ୍ୟ କରିବା ନୁହେଁ ଯେଉଁମାନେ ଆପଣଙ୍କ ପାଇଁ କିଛି କରିବେ ବୋଲି ଆପଣ ମନେ କରନ୍ତି ।
୨) ଏହା ଖ୍ରୀଷ୍ଟଙ୍କ ଶରୀରରୂପୀ ମଣ୍ଡଳୀରେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପ୍ରଦାନ କରେ ।
୩) ଏହା ଆପଣଙ୍କୁ ଏପରି ଜଣେ ବ୍ୟକ୍ତି କରିପାରେ ଯାହାକୁ କେହି ନିଯୁକ୍ତି ଦେବାକୁ ଚାହିଁବେ ।
କ’ଣ ଆପଣ ଏକ ନୂତନ ମାନସିକତା ଗଠନ କରିପାରିବେ - ଅନ୍ୟମାନଙ୍କ ପ୍ରତି ସେବାର ଉପାୟ ଖୋଜୁଛନ୍ତି କି ? ଯୀଶୁ କହିଲେ, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର’’ (ପ୍ରେରିତ ୨୦:୩୫) । ଆପଣ କ’ଣ ତାହା ବିଶ୍ୱାସ କରନ୍ତି ? ଏହି ବିଶ୍ୱାସରେ କ’ଣ ଆପଣ ବଞ୍ଚନ୍ତି ?
ଅନ୍ୟମାନଙ୍କ ଆବଶ୍ୟକତା ବିଷୟରେ ଚିନ୍ତା କରିବା ଏବଂ ନିଜ ଆବଶ୍ୟକତାରେ ସମ୍ପୂର୍ଣ୍ଣ ମଗ୍ନ ନ ହେବାର ଏକ ଆଧ୍ୟାତ୍ମିକ ନୀତି ଅଛି (ଫିଲିପ୍ପୀୟ ୨:୪) । ଏକ ବ୍ୟବହାରିକ ନୀତି ମଧ୍ୟ ଅଛି । ମନେରଖନ୍ତୁ, ଯେଉଁମାନେ ଲୋକଙ୍କୁ ନିଯୁକ୍ତି ଦିଅନ୍ତି, ସେମାନେ ସାଧାରଣତଃ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏହା କରନ୍ତି ନାହିଁ । ସେମାନେ ଜଣଙ୍କୁ ନିଯୁକ୍ତ କରନ୍ତି କାରଣ ସେମାନେ ମନେ କରନ୍ତି ଯେ, ସେ ସେମାନଙ୍କର ଆବଶ୍ୟକତା ପୂରଣ କରିବେ । ତେଣୁ ଯଦି ଜଣେ ବ୍ୟକ୍ତି କେବଳ ଏହା ଭାବିପାରୁଛି ଯେ ତାଙ୍କ ପାଇଁ କେହି ଜଣେ କିଛି କରୁ ବୋଲି, ତେବେ ସେ ନିଯୁକ୍ତି ଦେବା ଯୋଗ୍ୟ ନ ହୋଇପାରେ।
ଯେତେବେଳେ ଲୋକମାନେ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି, ସେତେବେଳେ ଘଟଣାଗୁଡ଼ିକ ଘଟେ । ସେହି ଲାଭଗୁଡ଼ିକ ଯଦି ଅପ୍ରତ୍ୟାଶିତ ଭାବରେ ଘଟେ ତେବେ ସେଗୁଡ଼ିକ ଆଶ୍ଚର୍ଯ୍ୟକାର୍ଯ୍ୟ ପରି ମନେହୁଏ, କିନ୍ତୁ ଆପଣଙ୍କ ଜୀବନରେ ସେହି ଲାଭଗୁଡ଼ିକ ଆଣିପାର ଈଶ୍ୱରଙ୍କଠାରେ ଏକ ସାଧାରଣ ଉପାୟ ଅଟେ ।
ଯଦି ଆପଣ କାର୍ଯ୍ୟ କରିବାକୁ ଇଚ୍ଛା ନ କରି ଆଶା କରିବେ, ଇଚ୍ଛା କରିବେ ଏବଂ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିବେ, ତେବେ ଏହା ପ୍ରାୟତଃ ସମୟ ନଷ୍ଟ ଅଟେ । କାର୍ଯ୍ୟ କରନ୍ତୁ ଯେପରି ଈଶ୍ୱର ଯେଉଁ ଭାବରେ ସାହାଯ୍ୟ ଦେବାକୁ ଚାହାନ୍ତି ଆପଣ ସେହିପରି ସାହାଯ୍ୟ ପାଇପାରିବେ ।
► ଜଣେ ନିଯୁକ୍ତିଦାତାଙ୍କ ପାଇଁ ଭଲ କାମ କିପରି ସୁସମାଚାର ପାଇଁ ଏକ ସୁଯୋଗ ସୃଷ୍ଟି କଲା, ସେ ବିଷୟରେ କେହି ଜଣେ କାହାଣୀ ସେୟାର କରିପାରିବ ।
► କେହି ଜଣେ ତାଙ୍କ ପଡ଼ୋଶୀଙ୍କର ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା କିପରି ଖ୍ରୀଷ୍ଟିୟାନ ଯତ୍ନର ଏକ ଭଲ ପ୍ରଦର୍ଶନ ଥିଲା, ସେ ବିଷୟରେ ଏକ କାହାଣୀ ସେୟାର କରିବେ ।
► ବେକାର ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ କାର୍ଯ୍ୟ ସୁଯୋଗ ବିଷୟରେ ଦଳ ଏକାଠି ଚିନ୍ତାଧାରା ସେୟାର କରିବେ ।
ସ୍ୱର୍ଗସ୍ଥ ପିତା,
ମୁଁ ସୃଜନଶୀଳ ଭାବରେ କାମ କରିବାର ସୁଯୋଗ ପାଇଁ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରେ । ଅନ୍ୟମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ଦେଖିବାକୁ ମୋତେ ସାହାଯ୍ୟ କର । ଯେତଝେବେଳେ ମୁଁ ମୋର ଏବଂ ଅନ୍ୟମାନଙ୍କର ଦାୟିତ୍ୱ ନେବା ବେଳେ ମୁଁ ମୋର ଏବଂ ଅନ୍ୟମାନଙ୍କର ଦାୟିତ୍ୱ ନେବା ନିମନ୍ତେ କାର୍ଯ୍ୟ କରେ, ମୋର ଆବଶ୍ୟକତା ଯୋଗାଇ ଦିଅ ।
ମୋତେ ଉତ୍ସରେ ଆଶୀର୍ବାଦ କର, ଯେପରି ମୁଁ ମୋର ପରିବାରକୁ ସାହାଯ୍ୟ କରିପାରିବି, ମଣ୍ଡଳୀକୁ ଦାନ କରିପାରିବି ଏବଂ ଆବଶ୍ୟକତା ସହିତ ଅନ୍ୟମାନଙ୍କର ସାହାଯ୍ୟ କରିପାରିବି ।
ମୋର ଦାୟିତ୍ୱଗୁଡ଼ିକରେ ସଚ୍ଚୋଟ ଏବଂ ଭରସାଯୋଗ୍ୟ ହେବାରେ ମୋତେ ସାହାଯ୍ୟ କର । ତୁମର ଇଚ୍ଛା ଥିଲେ, ମୋତେ ମହାନ ଦାୟିତ୍ୱ ଏବଂ ସୁଯୋଗଗୁଡ଼ିକ ନିମନ୍ତେ ପ୍ରସ୍ତୁତ କର । ସର୍ବଦା ମୋ’ ପ୍ରତି ବିଶ୍ୱସ୍ତ ଥିବା ହେତୁ ତୁମକୁ ଧନ୍ୟବାଦ ଦିଏ ।
ଆମେନ୍ !
(୧) ଏହି ଶାସ୍ତ୍ରାଂଶଗୁଡ଼ିକ ପାଠ କର
ହିତୋପଦେଶ ୬:୬-୧୧
ହିତୋପଦେଶ ୧୦:୪-୫
ହିତୋପଦେଶ ୧୨:୧୧, ୨୪, ୨୭
ହିତୋପଦେଶ ୧୩:୪,୧୧
ହିତୋପଦେଶ ୧୪:୨୩
ହିତୋପଦେଶ ୧୮:୯
ହିତୋପଦେଶ ୨୦:୧୩
ହିତୋପଦେଶ ୨୨:୨୯
ହିତୋପଦେଶ ୨୪:୩୦-୩୪
ହିତୋପଦେଶ ୨୬:୧୩-୧୬
ଏହି ପଦଗୁଡ଼ିକରୁ କାମ ଏବଂ ଆଳସ୍ୟ ବିଷୟରେ ପଏଣ୍ଟ ଏବଂ ପ୍ରୟୋଗଗୁଡ଼ିକର ଏକ ପୃଷ୍ଠା ଲେଖ ।
(୨) ନିମ୍ନଲିଖିତ ତାଲିକା ମଧ୍ୟରୁ ଗୋଟିଏ ଉପରେ ଏକ ସଂକ୍ଷିପ୍ତ ଉପସ୍ଥାପନା କରିବା ପାଇଁ ଅନ୍ୟ ଜଣେ ସହପାଠୀଙ୍କ ସହ କାର୍ଯ୍ୟ କରନ୍ତୁ । (ଶ୍ରେଣୀର ମନିଟର ପ୍ରତ୍ୟେକ ଟିମ୍କୁ ଗୋଟିଏ ବିଷୟ ଦେବେ) ପରବର୍ତ୍ତୀ କ୍ଲାସ୍ର ପ୍ରାରମ୍ଭରେ ତାହା ଉପସ୍ଥାପନ କରନ୍ତୁ ।
କର୍ଯ୍ୟ ଏବଂ ମଣିଷ ଭିତରେ ପରମେଶ୍ୱରଙ୍କ ପ୍ରତିଛବି
ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ କାର୍ଯ୍ୟ ଏବଂ ଦାୟିତ୍ୱ
ଜଣେ ଖ୍ରୀଷ୍ଟିଆନ କର୍ମଚାରୀ କିପରି କାର୍ଯ୍ୟ କରିବା ଉଚିତ୍ (ଏହି ଉପସ୍ଥାପନା ଏଫିସୀୟ ୬:୫-୮ ଏବଂ ତୀତସ ୨:୯-୧୦ ଉପରେ ଆଧାରିତ ହେବା ଉଚିତ)
ଈଶ୍ୱର ସାଧାରଣତଃ ଲୋକଙ୍କ ଆବଶ୍ୟକତା ପୂରଣ କରିବାର ଉପାୟ
ଅନ୍ୟମାନଙ୍କ ସହିତ କାର୍ଯ୍ୟ ଏବଂ ସମ୍ପର୍କ
SGC exists to equip rising Christian leaders around the world by providing free, high-quality theological resources. We gladly grant permission for you to print and distribute our courses under these simple guidelines:
All materials remain the copyrighted property of Shepherds Global Classroom. We simply ask that you honor the integrity of the content and mission.
Questions? Reach out to us anytime at info@shepherdsglobal.org
Total
$21.99By submitting your contact info, you agree to receive occasional email updates about this ministry.
Download audio files for offline listening
No audio files are available for this course yet.
Check back soon or visit our audio courses page.
Share this free course with others