ଯେତେବେଳେ ଜଣେ ବ୍ୟକ୍ତି ଟଙ୍କା ରୂଣ ନିଅନ୍ତି, ସେ ଧରି ନିଅନ୍ତି ଯେ, ସେ ଭବିଷ୍ୟତରେ ପାଇଥିବା ଟଙ୍କାର ତାହା ପରିଶୋଧ କରିପାରିବେ । ତେଣୁ ରୂଣ ନେବା ହେଉଛି ଭବିଷ୍ୟତ୍ରୁ ଟଙ୍କା ଖର୍ଚ୍ଚ କରିବା, ଯଦିଓ ଭବିଷ୍ୟତ ନୂତନ ଆବଶ୍ୟକତା ମଧ୍ୟ ଆଣିବ ।
ବାଇବଲ କହେ ରୂଣ ଗ୍ରହୀତା ରୂଣ ଦାତାର ଦାସ ଅଟେ (ହିତୋପଦେଶ ୨୨:୭) । ଜଣେ ରୂଣ ଗ୍ରହୀତାଙ୍କ ସ୍ୱାଧୀନତାକୁ ସୀମିତ କରୁଥିବା ବାଧ୍ୟବାଧକତା ସୃଷ୍ଟି କରେ ।
କିଛି ପ୍ରକାରର ରୂଣ ଅନ୍ୟମାନଙ୍କ ଅପେକ୍ଷା ଖରାପ ଅଟେ । ଯେତେବେଳେ ଜଣେ ବ୍ୟକ୍ତି ଖାଦ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଟଙ୍କା ଧାର ନିଅନ୍ତି, ସେତେବେଳେ ସେ ଆହୁରି ଖରାପ ପରିସ୍ଥିତିରେ ପଡ଼ନ୍ତି । ଖାଦ୍ୟ ହଜମ ହୋଇଯିବ ଏବଂ ରୂଣ ରହିଯିବ ଓ ସେ ପୂର୍ବ ଅପେକ୍ଷା ଗରିବ ହୋଇଯିବେ ।
ଯେତେବେଳେ ଜଣେ ବ୍ୟକ୍ତି ଅନାବଶ୍ୟକ ଜିନିଷ ପାଇଁ ଟଙ୍କା ଧାର ନିଅନ୍ତି, ଯେପରିକି ବ୍ୟକ୍ତିଗତ ସାଜସଜ୍ଜା, ଅନାବଶ୍ୟକ ପୋଷାକ, ମନୋରଞ୍ଜନ, କିମ୍ବା ଘର ସାଜସଜ୍ଜା, ସେ ତାଙ୍କ ଭବିଷ୍ୟତ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି । ସେ ତାଙ୍କର ଭବିଷ୍ୟତର ସ୍ୱାଧୀନତାକୁ ସୀମିତ କରୁଛନ୍ତି, ଭବିଷ୍ୟତ୍ରେ ସେ କିଛି ଜିନିଷ କିଣି ପାରିବେ ନାହିଁ, କାରଣ ଟଙ୍କା ଖର୍ଚ୍ଚ ହୋଇସାରିଛି ।
କିଛି ବ୍ୟବସାୟ ଉଚ୍ଚ ସୁଧ ହାରରେ ଟଙ୍କା ରୂଣ ଦିଅନ୍ତି । ଯେଉଁମାନେ ସେମାନଙ୍କଠାରୁ ରୂଣ ନିଅନ୍ତି ସେମାନେ ଶୀଘ୍ର ମୂଳ ରୂଣ ଅପେକ୍ଷା ବହୁତ ଅଧିକ ରୂଣ ନିଅନ୍ତି । କିଛି ଦୋକାନ ବାକିରେ ଉଚ୍ଚ ସୁଧହାରରେ ଜିନିଷ ବିକ୍ରୀ କରନ୍ତି । ଲୋକମାନେ ଶେଷରେ ଧାର ନେଇ କିଣୁଥିବା ଜିନିଷ ପାଇଁ ବହୁତ ଅଧିକ ମୂଲ୍ୟ ଦିଅନ୍ତି କାରଣ ସେମାନେ ସାଧାରଣ ମୂଲ୍ୟ ଦେବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଇଚ୍ଛୁକ ନୁହଁନ୍ତି ।
ବେଳେବେଳେ ଲୋକମାନେ ସେମାନଙ୍କ ସଂସ୍କୃତି ଦ୍ୱାରା ଆଶା କରାଯାଉଥିବା ମହଙ୍ଗା ବିବାହ କାର୍ଯ୍ୟକ୍ରମ ପାଇଁ ଟଙ୍କା ଧାର ନିଅନ୍ତି । ଏକ ବଡ଼ ଧରଣର ରୂଣ ସହିତ ସେମାନେ ବିବାହ ଆରମ୍ଭ କରନ୍ତି । ଏକ ବିଶ୍ୱାସର ପରିବାର ଭାବରେ ମଣ୍ଡଳୀକୁ ନୂତନ ପରମ୍ପରା ବିକଶିତ କରି କିମ୍ବା ଅତ୍ୟଧିକ ମହଙ୍ଗା ନ ହୋଇ ବିବାହକୁ ସୁନ୍ଦର କରିବାର ଉପାୟ ଖୋଜି ଏହାର ସଦସ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ ।
► ଜଣେ ଛାତ୍ର ରୋମୀୟ ୧୩:୭-୮ ଦଳ ପାଇଁ ପାଠ କରିବେ ।
ଅନ୍ୟମାନଙ୍କୁ ଯାହା ଦେବା କଥା ତାହା ଦେବାକୁ ଏହି ପଦ ଆମକୁ କହେ । ଆମେ କର୍ତ୍ତୃପକ୍ଷଙ୍କ ପ୍ରତି ସମ୍ମାନ ଏବଂ ଆଜ୍ଞାପାଳନ କରିବା ଉଚିତ । ଆମେ ସରକାରକୁ ଟିକସ ଦେବା ଉଚିତ । ୮ ପଦର ପ୍ରଥମ ବାକ୍ୟ ପଦ ୭ରେ ଥିବା ବାକ୍ୟଗୁଡ଼ିକୁ ସାରଂଶିତ କରେ । ଯାହାକୁ ଯାହା ଦେବା କଥା ସେଥିରେ ଆମେ ବିଫଳ ହେବା ଉଚିତ ନୁହେଁ । ଏହାର ଅର୍ଥ ନୁହେଁ ଯେ, ଆମେ କଦାପି ରୂଣ କରିବା ନାହିଁ, କାରଣ ଯଦି ଆମେ ରୂଣ ଦାତାଙ୍କ ସହ ଚୁକ୍ତି ଅନୁସାରେ ପରିଶୋଧ କରୁ, ତେବେ ଆମେ ଯାହା ଦେବା କଥା ତାହା ଦେବାରେ ବିଫଳ ହେଉନହୁଁ ।
ଉଦ୍ଦେଶ୍ୟ ରଖି ରୂଣ ପରିଶୋଧ ନ କରିବା ଜଣେ ବ୍ୟକ୍ତି ନିମନ୍ତେ ଏହା ଭୁଲ୍ ଅଟେ କି ଋଣ ନେଇ ପରେ ପରିଶୋଧ ନକରିବାକୁ ନିଷ୍ପତ୍ତି ନେବା (ଗୀତସଂହିତା ୩୭:୨୧) ।
ପୁରାତନ ନିୟମର ବ୍ୟବସ୍ଥାଗୁଡ଼ିକ ମୁଖ୍ୟତଃ ଇସ୍ରାଏଲ ଜାତିକୁ ଏକ ଆଦିମ କୃଷି ସମାଜ ଭାବରେ ସମ୍ବୋଧିତ କରାଯାଇଛି । ଅଧିକାଂଶ ଲୋକ ଚାଷ କରି ଏବଂ ନିଜ ପରିବାରରେ ଆବଶ୍ୟକ ଜିନିଷ ଉତ୍ପାଦନ କରି ଜୀବନଯାପନ କରୁଥିଲେ । ପରିବାରଗୁଡ଼ିକ ବହୁ ପିଢ଼ି ଧରି ସମାନ ଜମିର ମାଲିକ ଥିଲେ । ତେଣୁ, ଜମି କିଣିବା କିମ୍ବା ବ୍ୟବସାୟ କରିବା ପାଇଁ କେହି ଟଙ୍କା ଧାର ନେବା ବହୁତ କମ୍ ଥିଲା । ଯଦି ଜଣେ ବ୍ୟକ୍ତି ଟଙ୍କା ଧାର ନେଉଥିଲେ, କେବଳ ଏକ ଖରାପ ପରିସ୍ଥିତି କାରଣରୁ କିମ୍ବା ମୌଳିକ ଆବଶ୍ୟକ ହେତୁ ଟଙ୍କା ଧାର ନେଉଥିଲେ । ଈଶ୍ୱର ଚାହୁଁଥିଲେ ଯେ, ଇସ୍ରାଏଲ ଏକ ବିଶ୍ୱାସର ପରିବାର ହେଉ ଯାହା ଏହାର ସଦସ୍ୟଙ୍କ ଯତ୍ନ ନେଉଥିବ । ଈଶ୍ୱର ସେମାନଙ୍କୁ ସୁଧ ନ ନେଇ ଅଭାବୀ ଲୋକଙ୍କୁ ଟଙ୍କା ରୂଣ ଦେବାକୁ କହିଥିଲେ (ଯାତ୍ରାପୁସ୍ତକ ୨୨:୨୫) । ଗୀତସଂହିତା ୧୫ରେ ବର୍ଣ୍ଣିତ ଧାର୍ମିକ ବ୍ୟକ୍ତିଙ୍କ ଗୁଣଗୁଡ଼ିକ ମଧ୍ୟରୁ ଗୋଟିଏ ଯେ, ସେ ସୁଧ ନେଇ ରୂଣ ଦିଏ ନାହିଁ (ଯିହିଜିକଲ ୧୮:୫-୯, ଗୀତସଂହିତା ୧୫ ସହିତ ସମାନ ଅଟେ) ।
ଜଣେ ନିବେଶକ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିବା ପାଇଁ କାହାକୁ ଟଙ୍କା ରୂଣ ଦେଲେ ସୁଧ ନେବା ଭୁଲ ନୁହେଁ (ମାଥିଉ ୨୫:୨୭) । ବ୍ୟବସାୟକୁ ସମ୍ଭବ କରିବା ପାଇଁ ସୁଧ ହେଉଛି ନିବେଶକଙ୍କ ପୁରସ୍କାର ।
ଗରୀବ ଲୋକଙ୍କ ସହିତ ବ୍ୟବସାୟ କରୁଥିବା ଲୋକମାନେ କେବଳ ଲାଭ କିପରି କରିବେ ତାହା ଚିନ୍ତା କରିବା ଉଚିତ ନୁହେଁ (ହିତୋପଦେଶ ୨୨:୧୬) । ଯେହେତୁ ଗରିବ ଲୋକଠାରେ ଅନ୍ୟ କୌଣସି ବିକଳ୍ପ ନାହିଁ ସେଥିପାଇଁ ତାଙ୍କୁ ନିମ୍ନମାନର ଉତ୍ପାଦ ବିକ୍ରୀ କରିବା କିମ୍ବା ଅନୁଚିତ ମୂଲ୍ୟ ଆଦାୟ କରିବା ଉଚିତ ନୁହେଁ । କଷ୍ଟକର କରିସ୍ଥିତି ଯୋଗୁଁ ରୂଣ ନେଉଥିବା ଲୋକଙ୍କଠାରୁ ଅଧିକ ଲାଭ ନେବା ଉଦ୍ଦେଶ୍ୟରେ ରୂଣ ଦେବା କିମ୍ବା ରୂଣରେ ଜିନିଷ ବିକ୍ରୟ କରିବା ଭୁଲ୍ ଅଟେ । ଜଣେ ବ୍ୟବସାୟୀ ତାଙ୍କ ଗ୍ରାହକଙ୍କ ପରିସ୍ଥିତିର ଉନ୍ନତି ଆଣିବା ପାଇଁ ଉପାୟ ଖୋଜିବା ଉଚିତ ।
ଯିହିଜିକଲ ଭବିଷ୍ୟଦ୍ବକ୍ତା କହନ୍ତି ଯେ, ସଦୋମର ପାପ କେବଳ ଯୌନ ଅନୈତିକତା ନ ଥିଲା ବରଂ ଲୋକମାନେ ବିଳାସରେ ଜୀବନ କାଟୁଥିଲେ ଏବଂ ଗରୀବ ଓ ଦରିଦ୍ରମାନଙ୍କୁ ସାୋଯ୍ୟ କରୁ ନ ଥିଲେ (ଯିହିଜିକଲ ୧୬:୪୯) । ଈଶ୍ୱର ଆମକୁ କେବଳ ଗରିବମାନଙ୍କୁ ଦାନ କରିବା ପାଇଁ ନୁହେଁ, ବରଂ ସେମାନଙ୍କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ରଣନୈତିକ ଉପାୟରେ ସାହାଯ୍ୟ କରିବା ପାଇଁ ଆହ୍ୱାନ କରିଛନ୍ତି ।
ପ୍ରାଚୀନ ଇସ୍ରାଏଲ ପାଇଁ ପରମେଶ୍ୱରଙ୍କ ବ୍ୟବସ୍ଥା ଆମକୁ ତାଙ୍କର ପ୍ରାଥମିକତା ଦେଖାଏ । ଆଜି ଆମ ଦେଶର ନିୟମ ଈଶ୍ୱର ଇସ୍ରାଏଲକୁ ଦେଇଥିବା ନିୟମ ପରି ନୁହେଁ, କିନ୍ତୁ ଈଶ୍ୱରଙ୍କର ଚିନ୍ତା ସମାନ ଅଟେ ଏବଂ ନିୟମ ନୀତି ସମାନ ଅଟେ । ମଣ୍ଡଳୀ ପ୍ରଥମେ ବିଶ୍ୱାସୀ ପରିବାରର ଯତ୍ନ ନେବା ପରେ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ଗରୀବ ଲୋକଙ୍କୁ ସଶକ୍ତ କରିବାର ଉପାୟ ଖୋଜିବା ଉଚିତ ।
Previous
Next