ଯୋହନ ୧୭ ତାଙ୍କର କ୍ରୁଶାର୍ପିତର ଅଳ୍ପ ସମୟ ପୂର୍ବରୁ ଶିଷ୍ୟମାନଙ୍କ ନିମନ୍ତେ ଯୀଶୁଙ୍କର ପ୍ରାର୍ଥନା । ଏହା ତାଙ୍କ ଶିଷ୍ୟମାନଙ୍କ ପ୍ରତି ତାଙ୍କର ମହାନ ପ୍ରେମ ଏବଂ ଚିନ୍ତାକୁ ପ୍ରକାଶ କରେ । ୨୦ ପଦରେ ସେ କହନ୍ତି, ପ୍ରେରିତମାନଙ୍କ ପ୍ରଚାରକୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନଙ୍କ ପାଇଁ ମଧ୍ୟ ସେ ପ୍ରାର୍ଥନା କରନ୍ତି, ତେଣୁ ଆଜିର ବିଶ୍ୱାସୀ ମଧ୍ୟ ସଂପୃକ୍ତ ।
► ଜଣେ ଛାତ୍ର ଯୋହନ ୧୭:୧୪-୧୮ ଦଳ ପାଇଁ ପାଠ କରିବେ ।
ଯେତେବେଳେ ଯୀଶୁ କହିଲେ, ମୁଁ ଏ ଜଗତରୁ ଉତ୍ପନ୍ନ ନୁହେଁ, ତା’ର ଅର୍ଥ କ’ଣ ? ଆମେ ଜାଣୁ ଯେ ସେ ଏହି ଜଗତରୁ ଜନ୍ମ ହୋଇ ନାହାଁନ୍ତି; ସେ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର, ଯିଏ ସ୍ୱର୍ଗରୁ ପୃଥିବୀକୁ ଆସିଥିଲେ। ତଥାପି, ଯେତେବେଳେ ସେ ଏହି ବିବୃତ୍ତି ଦେଇଥିଲେ ଯେ ସେ ଜଗତର ନୁହଁନ୍ତି, ସେ ଏହି କଥା କହୁନଥିଲେ ଯେ ସେ ଏହି ଜଗତର କୌଣସି ସ୍ଥାନରୁ ଆସିଛନ୍ତି। ତଥାପି, ଯେତେବେଳେ ସେ କହିଲେ, ମୁଁ ଏହି ଜଗତରୁ ଉତ୍ପନ୍ନ ନୁହେଁ, ସେ ଅନ୍ୟ କୌଣସି ସ୍ଥାନରୁ ଆସିବା କଥା କହି ନ ଥିଲେ । ଯେପରି ସେ ଜଗତରୁ ଉତ୍ପନ୍ନ ନୁହଁନ୍ତି, ଶିଷ୍ୟମାନେ ମଧ୍ୟ ଏହି ଜଗତରୁ ଉତ୍ପନ୍ନ ହୋଇ ନାହାନ୍ତି ବୋଲି କହନ୍ତି । ଯୀଶୁ ସେହି ବ୍ୟକ୍ତିମାନଙ୍କ ବିଷୟରେ କହନ୍ତି, ଯେଉଁମାନେ ପିତା, ମାତାଙ୍କ ମାଧ୍ୟମରେ ଜଗତରେ ଜାତ ହେଲେ ଏବଂ ସେହି ଦେଶର ନାଗରିକ ଭାବରେ ବୃଦ୍ଧି ପାଇଲେ ।
ତେଣୁ ଯେତେବେଳେ ଯୀଶୁ କହିଲେ, ଶିଷ୍ୟମାନେ ଏହି ଜଗତରୁ ନୁହନ୍ତି ତା’ର ଅର୍ଥ କ’ଣ ? ଆମକୁ ବୁଝିବାକୁ ହେବ ଯେ, ବାଇବଲ ଜଗତ ବିଷୟରେ କ’ଣ କହେ ?
► ଜଣେ ଛାତ୍ର ଏଫିସୀୟ ୨:୧-୩ ଦଳ ପାଇଁ ପାଠ କରିବେ ।
ଏହି ପଦଗୁଡ଼ିକ ଆମକୁ ଦର୍ଶାଏ ଯେ, ଜାଗତିକ ଜୀବନଯାପନ କାଟିବା ସୟତାନର ନିର୍ଦ୍ଦେଶ ଅନୁସରଣ କରିବା ସହିତ ସମାନ ଅଟେ । ଆମେ ମଧ୍ୟ ଦେଖୁ ଜାଗତିକ ଲୋକମାନେ ସେମାନଙ୍କର ପାପର ଇଚ୍ଛାକୁ ଅନୁସରଣ କଲେ ଏବଂ ସେମାନ ଈଶ୍ୱରଙ୍କ କ୍ରୋଧ/ଦଣ୍ଡର ଅନୁଭୂତି ପାଇଲେ । ବିଶ୍ୱାସୀମାନେ ନୂତନ ଜୀବନ ପ୍ରାପ୍ତ ହେଲେ ଏବଂ ଜାଗତିକ ପରି ଆଉ ଜୀବନ କାଟିଲେ ନାହିଁ ।
► ଜଣେ ଛାତ୍ର ୧ ଯୋହନ ୨:୧୫-୧୭ ଦଳ ପାଇଁ ପାଠ କରିବେ ।
ଜଗତ ଏକ ମନ୍ଦ ଅସ୍ଥିତ୍ୱ ବୋଲି ୧ ଯୋହନ ରେ କୁହାଯାଏ । ଏହାକୁ କିମ୍ବା ଏଥିରେ ଥିବା ବସ୍ତୁକୁ ପ୍ରେମ କରିବା ଉଚିତ ନୁହେଁ । ମନ୍ଦ ଇଚ୍ଛା ଏବଂ ଉଦ୍ଦେଶ୍ୟ ଜଗତର ସାଧାରଣ କଥା । ଜଗତର ଇଚ୍ଛାକୁ ମନ୍ଦ ଇଚ୍ଛା ବୋଲି କୁହାଯାଏ ।
ଶୟତାନକୁ ଏହି ଜଗତର ଅଧିପତି ବୋଲି କୁହାଯାଏ (ଯୋହନ ୧୬:୧୧) ତା’ର ଅର୍ଥ ନୁହେଁ ଯେ, ଜଗତ ଯଥାର୍ଥ ଭାବରେ ତାହାର ଅଟେ, ସେ ଈଶ୍ୱର ବିରୋଧିମାନଙ୍କର ନେତା ଅଟେ ଏବଂ ଜଗତର ଲୋକ ତାକୁ ଅନୁସରଣ କରନ୍ତି । ସେ ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇସାରିଛି ଏବଂ ଯେଉଁମାନେ ତାକୁ ଅନୁସରଣ କରିଚାଲିବେ, ସେମାନେ ମଦ୍ୟ ଦୋଷୀ ସାବ୍ୟସ୍ତ ହେବେ ।
ଜଗତର ବନ୍ଧୁ ହେବା ଅର୍ଥ ଈଶ୍ୱରଙ୍କର ଶତ୍ରୁ (ଯାକୁବ ୪:୪) ।
ଏହି ଜଗତ ଲକ୍ଷ ଲକ୍ଷ ପ୍ରାକୃତିକ, ପତିତ ଲୋକଙ୍କ ଦ୍ୱାରା ଗଠିତ, ଯେଉଁମାନେ ଈଶ୍ୱରଙ୍କଠାରୁ ପୃଥକ ହୋଇଛନ୍ତି ଏବଂ ସେମାନଙ୍କର ସମାନତା ଦ୍ୱାରା ଏକୀକୃତ ହୋଇଛନ୍ତି । ପ୍ରଥମତଃ ସେମାନଙ୍କର ଇଚ୍ଛା ମନ୍ଦ ଅଟେ । ସେମାନେ ଜଗତର ସୃଷ୍ଟିକର୍ତ୍ତାଙ୍କ ଠାରୁ ଜଗତର ବିଷୟକୁ ଅଧିକ ଭଲ ପାଆନ୍ତି, ୧ ଯୋହନ ୨:୧୫-୧୬ କହେ, “ସଂସାର କିଅବା ସେଥିରେ ଥିବା ବିଷୟସବୁକୁ ପ୍ରେମ ନ କର। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ...ପିତାଙ୍କଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ।”
ଦ୍ୱିତୀୟତଃ ସେମାନଙ୍କର ଭୁଲ ସ୍ନେହ ଭୁଲ ଆଚରଣ ଆଡ଼କୁ ନେଇଯାଏ , ନ୍ୟାୟ ଏବଂ ଦୟାକୁ ହରାଇ ନିଜକୁ ସନ୍ତୁଷ୍ଟ କରିବା ଉପରେ କେନ୍ଦ୍ରିତ ଏକ ଜୀବନଶୈଳୀ (ଆମୋଷ ୫:୧୧-୧୫, ୨୧-୨୪) । ସେମାନେ ନିଜ ପଥରେ ଗମନ କରନ୍ତି, ଯାହା ଇଚ୍ଛା କରନ୍ତି ତାହା ଦାବୀ କରନ୍ତି ଏବଂ ନିଜ ପାଇଁ କ’ଣ ଠିକ୍ ଏବଂ କ’ଣ ଭୁଲ, ତାହା ନିର୍ଣ୍ଣୟ କରନ୍ତି । ଯଦିଚ ଧର୍ମର ଅନେକ ପଥ ସେମାନଙ୍କଠାରେ ଅଛି, ଯେଉଁମାନେ ଜଗତର ସେମାନେ ସମସ୍ତେ (ମାନବୀୟ ବୁଦ୍ଧି, ମାନବ ଜ୍ଞାନ, ମାନବ ଆକାଂକ୍ଷା, ମାନବ ମଙ୍ଗଳ, ମାନବ ଶକ୍ତି) ଉପାସନାର କେନ୍ଦ୍ର କରନ୍ତି (ରୋମୀୟ ୧:୨୫) । ସେମାନେ ପରମେଶ୍ୱରଙ୍କ କର୍ତ୍ତୁତ୍ୱକୁ ଘୃଣା କରନ୍ତି ଏବଂ ଜୀବନର ଏକ ଦର୍ଶନରେ ବିଶ୍ୱାସ କରନ୍ତି ଯାହା ସେମାନେ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ଯଥାର୍ଥ କରେ । ସେମାନେ କ’ଣ ଠିକ୍ ତାହା ଜାଣିବାକୁ ଏବଂ ତାହା କରିବାକୁ ଚେଷ୍ଟା କରନ୍ତି ନାହିଁ । ସେମାନେ ଯାହା ଇଚ୍ଛା କରନ୍ତି ତାହା କରନ୍ତି, ଏବଂ ତାକୁ ଯଥାର୍ଥ ବୋଲି ଦର୍ଶାଇବାକୁ ସେମାନେ ପଥ ଖୋଜନ୍ତି ।
ଜଗତର ଅଣ ଖ୍ରୀଷ୍ଟିୟାନ ଧ୍ୟାନ ମନସ୍ତତ୍ତ୍ୱବିଦ୍ ଏବଂ ପରାମର୍ଶଦାତା ଲୋକମାନଙ୍କର ଦୋଷକୁ ସମାଧାନ କରିବା ପାଇଁ ଈଶ୍ୱରଙ୍କର କ୍ଷମା ପ୍ରାପ୍ତ ଏବଂ ଅନୁତାପ ବିହୁନେ ଚେଷ୍ଟା କରନ୍ତି । ଜଗତରେ ଦାର୍ଶନିକମାନେ ଜୀବନ ଯାପନର ଏପରି ଏକ ଉଦ୍ଦେଶ୍ୟ ବର୍ଣ୍ଣନା କରିବାକୁ ଚେଷ୍ଟା କରନ୍ତି, ଯାହା ଈଶ୍ୱରଙ୍କୁ ଜଡ଼ିତ କରେ ନାହିଁ । ବିଶ୍ୱର ବୈଜ୍ଞାନିକମାନେ ପ୍ରତ୍ୟେକ ଜିନିଷର ଉତ୍ପତ୍ତିକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ଜଣେ ସ୍ରଷ୍ଟାଙ୍କୁ ଅସ୍ୱୀକାର କରନ୍ତି ।
ବିଶ୍ୱର ରାଜନେତା ଏବଂ ସାମାଜିକ କର୍ମୀମାନେ ପାପର ପ୍ରାକୃତିକ, ନକାରାତ୍ମକ ପରିଣାମକୁ ରୋକିବାର ଉପାୟ ଖୋଜିବାକୁ ଚେଷ୍ଟା କରନ୍ତି, ମାତ୍ର ପାପକୁ ପ୍ରକୃତ ସମସ୍ୟା ବୋଲି ଅସ୍ୱୀକାର କରନ୍ତି । ବିଶ୍ୱର ଫାଶନ୍ ଡିଜାଇନରମାନେ ଏପରି ପୋଷାକ ଉତ୍ପାଦନ କରନ୍ତି ଯାହା କାମୁକ ଏବଂ ଧ୍ୟାନ ଆକର୍ଷଣକାରୀ । ଜଗତର ମନୋରଞ୍ଜନକାରୀମାନେ ପାପ, ନୈତିକତା ଏବଂ ଧର୍ମ ବିଷୟରେ ପରିହାସ କରନ୍ତି । ଜଗତର ପାଳକମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ଯିଏ ପାପକୁ ସହ୍ୟ କରନ୍ତି ଏବଂ ଆପଣ ଧନୀ, ଖୁସି ଏବଂ ଭଲ ଆତ୍ମସମ୍ମାନ ଥିବା ବିଷୟରେ ସବୁଠାରୁ ଅଧିକ ଖୁସି ବିଷୟରେ ଚିନ୍ତା କରନ୍ତି ।
କଲସୀୟ ୨:୮ ଦର୍ଶନ ଏବଂ ଛଳନା ଦ୍ୱାରା, ଜଗତର ଉପାଦାନ ଦ୍ୱାରା ଲୁଟିତ ନ ହେବା ପାଇଁ ସତର୍କ କରାଇ ଦିଏ । ଜଣେ ଠକ ଏକ ମିଥ୍ୟା ଧାରଣା ବିକ୍ରୟ କରି ଜଣଙ୍କଠାରୁ ଲୁଟି ନିଅନ୍ତି । ଲୋକଙ୍କୁ ଭୁଲ୍ଧାରଣାରେ ବାନ୍ଧିବା ଦ୍ୱାରା, ଜଗତ ଲୋକମାନଙ୍କର ଈଶ୍ୱରଙ୍କ ସହିତ ସମ୍ପର୍କ, ଆଧ୍ୟାତ୍ମିକ ଲାଭ ଏବଂ ସ୍ୱର୍ଗକୁ ଛଡ଼ାଇ ନେଇଥାଏ ।
ଜଗତର ଦର୍ଶନ ଏବଂ ନିୟନ୍ତ୍ରଣକାରୀ ପ୍ରେରଣା ଜଗତର ଲୋକଙ୍କ ଜୀବନଶୈଳୀରେ ଦେଖାଯାଏ । ଦୁନିଆର କଥାବାର୍ତ୍ତା, ମନୋରଞ୍ଜନ, ପୋଷାକ ଏବଂ ଆଚରଣ ସବୁ ସେମାନଙ୍କ ହୃଦୟର ପାପପୂର୍ଣ୍ଣତାର ପ୍ରକାଶ ।
ଖ୍ରୀଷ୍ଟଙ୍କ ଅନୁଗାମୀମାନେ ସେମାନଙ୍କର ସମାଜର ଅନୈତିକତାକୁ ଅନୁସରଣ କରିପାରିବେ ନାହିଁ । ଖ୍ରୀଷ୍ଟଙ୍କ ଅନୁଗାମୀମାନେ ସେମାନଙ୍କ ସମାଜଠାରୁ ଭିନ୍ନ ଅଟନ୍ତି ।
ବାଇବଲ ଯାହାକୁ ଜଗତ ବୋଲି କୁହେ, ସଂସ୍କୃତିଗୁଡ଼ିକ ଏହି ସତ୍ତା ଦ୍ୱାରା ଗଢ଼ି ଉଠିଥାଏ । ଗୋଟିଏ ସ୍ଥାନର ଲୋକଙ୍କ ପିଢ଼ି ଏକ ସଂସ୍କୃତି ବିକଶିତ କରେ । ସେମାନେ ସୁରକ୍ଷା, ସମୃଦ୍ଧି ଏବଂ ସ୍ଥିର ପରିବାର ଭଳି ଅନେକ ଭଲ ଜିନିଷ ଚାହାନ୍ତି, କିନ୍ତୁ ସେମାନେ ପରମେଶ୍ୱରଙ୍କ ବାକ୍ୟ ପ୍ରତି ସମର୍ପିତ ନ ହୋଇ ସେଗୁଡ଼ିକୁ ପାଇବା ପାଇଁ ଏକ ସାଂସାରୀକ ଦର୍ଶନ ଏବଂ ଦୃଢ଼ ସଂକଳ୍ପ ସହିତ ସେହି ଜିନିଷଗୁଡ଼ିକୁ ଅନୁସରଣ କରନ୍ତି । ଏହାର ଅର୍ଥ ଯେ ଖ୍ରୀଷ୍ଟଙ୍କର ଅନୁଗାମୀମାନେ ସେମାନଙ୍କଜ୍ଞର ସଂସ୍କୃତିକୁ ସମ୍ପୂର୍ଣ୍ଣ ଭାବରେ ଅନୁସରଣ କରିପାରିବେ ନାହିଁ । କେତେକ ସଂସ୍କୃତି ଅନ୍ୟମାନଙ୍କଠାରୁ ନୀତିମାନେ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି, କିନ୍ତୁ କୌଣସି ଦେଶର ସଂସ୍କୃତି ସମ୍ପୂର୍ଣ୍ଣ ଭାବରେ ଖ୍ରୀଷ୍ଟିୟାନ ନୁହଁନ୍ତି ।
► ଯେପର୍ଯ୍ୟନ୍ତ ଆମେ ପାଠ କଲୁ ତା’ର ଆଧାରରେ, ଯୀଶୁଙ୍କର ଶିଷ୍ୟମାନେ “ଜଗତରୁ ଉତ୍ପନ୍ନ ନୁହଁନ୍ତି’’ ତା’ର ଅର୍ଥ କ’ଣ?
ବିଶ୍ୱାସୀଗଣ ପାପପୂର୍ଣ୍ଣ ଇଚ୍ଛା ଏବଂ ମହତ୍ୱାକାଂକ୍ଷାକୁ ଅନୁସରଣ କରନ୍ତି ନାହିଁ । ସେମାନେ ସବୁଠାରୁ ଅଧିକ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରନ୍ତି । ସେମାନଙ୍କର ପ୍ରେମ ପରିବର୍ତ୍ତିତ ହୋଇଛି ଏବଂ ନିରନ୍ତର ବୃଦ୍ଧି ପାଉଛି (ଫିଲିପ୍ପୀୟ ୧:୯-୧୧) । ଈଶ୍ୱରଙ୍କ ବ୍ୟବସ୍ଥା ସେମାନଙ୍କ ହୃଦୟରେ ଉଲ୍ଲେଖ ଅଛି (ଯିରିମିୟ ୩୧:୩୩), ଈଶ୍ୱରଙ୍କ ଆଜ୍ଞା ସବୁ ବିଶ୍ୱାସୀମାନଙ୍କ ପ୍ରତି ଭାରସ୍ୱରୂପ ନୁହେଁ ବରଂ ସେଗୁଡ଼ିକ ଆନନ୍ଦଜନକ (୧ ଯୋହନ ୫:୧-୩, ଗୀତସଂହିତା ୧୯:୭-୧୧), ବିଶ୍ୱାସୀମାନଙ୍କଠାରେ ଅନନ୍ତ ପ୍ରାଥମିକତା ଅଛି (ମାଥିଉ ୬:୩୩) ସେମାନଙ୍କର ଆଚରଣ ଦର୍ଶାଏ ଯେ, ସେମାନେ ପ୍ରଲୋଭନକୁ ପ୍ରତିରୋଧ କରିବାକୁ ଏବଂ ପାପ ଉପରେ ବିଜୟ ଲାଭ କରିବାକୁ ଚାହାନ୍ତି ।
ଜଗତର ଲୋକମାନେ ବିଶ୍ୱାସୀମାନଙ୍କୁ ଅଜବ ବୋଲି ଭାବନ୍ତି କାରଣ ସେମାନେ ସମାନ ଜିନିଷରେ ଆଗ୍ରହୀ ନୁହଁନ୍ତି (୧ ପିତର ୪:୪) । ଯୀଶୁ କହିଲେ, ଯିଏ ଆତ୍ମିକ ଭାବରେ ଭିନ୍ନ ତାହାକୁ ଜଗତ ଘୃଣା କରେ (ଯୋହନ ୧୭:୧୪) - ଯେଉଁମାନେ ଜଗତର ନୁହଁନ୍ତି ସେମାନଙ୍କ ପ୍ରତି ଜଗତ ପ୍ରତିକୂଳ ଅଟେ । ସେମାନେ ବୁଝନ୍ତି ନାହିଁ, ସେମାନେ ଧାର୍ମିକତାକୁ ଘୃଣା କରନ୍ତି ଏବଂ ସେମାନେ ନିଜ ଦ୍ୱାରା ଦୋଷୀ ସାବ୍ୟସ୍ତ ହୁଅନ୍ତି । ସେଥିପାଇଁ ଯୀଶୁ କହିଲେ, “ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି’’ (ଯୋହନ ୧୬:୩୩) । ପ୍ରେରିତ ପାଉଲ କହନ୍ତି, “ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ’’ (୨ ତୀମଥି ୩:୧୨) ।
► ଜଣେ ଛାତ୍ର ୨ କରିନ୍ଥୀୟ ୬:୧୪-୧୮ ଦଳ ପାଇଁ ପାଠ କରିବେ ।
ବାଇବଲ କହେ ବିଶ୍ୱାସୀମାନେ ଜଗତଠାରୁ ସ୍ୱତନ୍ତ୍ର ହେବା ଆବଶ୍ୟକ । ଏହି ସ୍ୱତନ୍ତ୍ରତା ଜଣଙ୍କର ମନୋଭାବରୁ ଆରମ୍ଭ ହୁଏ ଯେପରି ପାର୍ବତ୍ୟ ଉପଦେଶରେ ଯୀଶୁଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିଲା । ଏଠାରେ ସେ ବିଶ୍ୱାସୀମାନଙ୍କର ମନୋଭାବକୁ ଏକ ନମ୍ର, ପାପ ପ୍ରତି ଅନୁତାପ, ଧାର୍ମିକତା, ଦୟା, ଆତ୍ମାରେ ସ୍ୱଚ୍ଛତା, ଶାନ୍ତି ଏବଂ ତାଡ଼ନା ସହ୍ୟ କରିବାକୁ ଇଚ୍ଛୁକତାର ମନୋଭାବ ପରି ବର୍ଣ୍ଣନା କରିଛନ୍ତି । ସ୍ୱତନ୍ତ୍ର ମନୋଭାବ ସ୍ୱତନ୍ତ୍ର ଆଚରଣ ସୃଷ୍ଟି କରିବ । ଉଦାହରଣ ସ୍ୱରୂପ ବିଶ୍ୱାସୀମାନେ ଏପରି ଅଂଶୀଦାର ଗଠନ କରିପାରିବେ ନାହିଁ, ଯାହା ସେମାନଙ୍କୁ ଭୁଲ କାମ କରିବାକୁ ବାଧ୍ୟ କରେ । ଜଗତରୁ ଭିନ୍ନ ବ୍ୟକ୍ତିର ପିତା ହେବା ପାଇଁ ପରମେଶ୍ୱର ପ୍ରତିଜ୍ଞା କରିଛନ୍ତି । ମନେ ଅଛି, ଆମେ ଏକ ପଦ ଦେଖିଲୁ ଯାହା କୁହେ ଯେ ଜଗତର ବନ୍ଧୁ ପରମେଶ୍ୱରଙ୍କ ଶତ୍ରୁ (ଯାକୁବ ୪:୪)।
► ଜଣେ ଛାତ୍ର ମାଥିଉ ୫:୧୩-୧୬ ଦଳ ପାଇଁ ପାଠ କରିବେ ।
ଜଣେ ବ୍ୟକ୍ତି ଜଗତରୁ ଭିନ୍ନ ହେବା ଅର୍ଥ ନୁହେଁ ଯେ ସେ ତା’ର ସମାଜ ଏବଂ ସମ୍ପ୍ରଦାୟଠାରୁ ଭିନ୍ନ ବା ପୃଥକ ହେବ । ଯୀଶୁ କହିଲେ ସେମାନଙ୍କୁ ଜଗତରୁ ଘେନି ଯାଅ ବୋଲି ସେ ପ୍ରାର୍ଥନା କରିନାହାନ୍ତି (ଯୋହନ ୧୭:୧୫) । ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ଶିଷ୍ୟମାନେ ବିଶ୍ୱ ପାଇଁ ଲୁଣ ଏବଂ ଆଲୋକ, ଯାହାର ଅର୍ଥ ହେଉଛି ସେମାନେ ସମାଜରେ ଉପସ୍ଥିତ ଏବଂ ଦୃଶ୍ୟମାନ ହେବା ଆବଶ୍ୟକ। ବିଶ୍ୱାସୀମାନେ ସରକାର ଏବଂ ସାମୁଦାୟିକ ବ୍ୟବସାୟରେ ଅଂଶଗ୍ରହଣ କରିବା ଉଚିତ, ତଥାପି ଯେତେବେଳେ ଅଂଶଗ୍ରହଣ ପାଇଁ ସେମାନଙ୍କୁ କିଛି ଭୁଲ କରିବାକୁ ପଡ଼ିବ, ସେ ସମୟକୁ ଛାଡ଼ି।
Gerald Sittser (ଜେରାଲ୍ଡ ସିଟ୍ସେର୍) ଆଦ୍ୟ ଖ୍ରୀଷ୍ଟିୟାନ ସମାଜ କିପରି ଥିଲା ତାହା କହନ୍ତି :
ଆରିଷ୍ଟିଡେସ୍, ଜଣେ ଆଥେନିୟ ଦାର୍ଶନୀକ ଯିଏ ଦ୍ୱିତୀୟ ଶତାବ୍ଦୀରେ ବାସ କରୁଥିଲେ । ସେ ଅନେକ ଗୁଣାବଳୀ ତାଲିକାଭୁକ୍ତ କରିଥିଲେ ଯାହା ଖ୍ରୀଷ୍ଟିଆନମାନଙ୍କୁ ଅନ୍ୟ ଜନସଂଖ୍ୟାଠାରୁ ପୃଥକ କରିଥିଲା। । ତାଙ୍କ ତାଲିକାରେ ଖ୍ରୀଷ୍ଟିୟାନମାନେଥିଲେ, ତାଙ୍କ ପ୍ରତିଜ୍ଞାରେ ବିଶ୍ୱସ୍ତ, ସତ୍ୟବାଦୀ, ସନ୍ତୁଷ୍ଟ, ପିତାମାତାଙ୍କ ପ୍ରତି ସମ୍ମାନ, ପ୍ରତିବାସୀ ପାଇଁପ୍ରେମ, ସ୍ୱଚ୍ଛତା, ତାଡ଼ନା ଆଗରେ ଧୈର୍ଯ୍ୟ, ଅପରିଚିତ ଲୋକଙ୍କ ପ୍ରତି ଦୟା । ସେମାନେ ବିଧବା ଏବଂ ଅନାଥଙ୍କ ପ୍ରତି ଯତ୍ନ ନିୟନ୍ତି । ସେମାନେ ଦାସମାନଙ୍କ ସହିତ ମଧ୍ୟ ଅସାଧାରଣ ଦୟା ବ୍ୟବହାର କରୁଥିଲେ । “ସେମାନଙ୍କ ପ୍ରତି ଥିବା ପ୍ରେମ ସକାଶୁ ସେମାନେ ଯେକୌଣସି ପୁରୁଷ ଏବଂ ମହିଳା କ୍ରୀତଦାସଙ୍କୁ ଖ୍ରୀଷ୍ଟିୟାନ ହେବାକୁ ପ୍ରବର୍ତ୍ତାନ୍ତି । ଯଦି ସେମାନେ ଖ୍ରୀଷ୍ଟିୟାନ ହୁଅନ୍ତି, ତେବେ ସେମାନେ କୌଣସି ପ୍ରକାରର ଭେଦଭାବ ବିନା ଭାଇ ହୋଇଥାନ୍ତି ।’’[1]
[1] Gerald L. Sittser.
Water from a Deep Well . (Downers Grove: InterVarsity Press, 2007), ୫୪
Previous
Next