ପାଠର ଉଦ୍ଦେଶ୍ୟ
ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :
(୧) ବିବାହ ପାଇଁ ଈଶ୍ୱରଙ୍କ ଯୋଜନା ଏବଂ ସମସ୍ୟାରୁ ସୁରକ୍ଷା ଦେଉଥିବା ଏବଂ ଆଶୀର୍ବାଦ ପ୍ରଦାନ କରୁଥିବା ବିବାହର ନିୟମଗୁଡ଼ିକୁ ବୁଝିପାରିବେ।
(୨) ପରିବାର ପାଇଁ ଶାସ୍ତ୍ରରେ ଥିବା ନିର୍ଦ୍ଦେଶାବଳୀ ବ୍ୟାଖ୍ୟା କରିପାରିବ।
Search through all lessons and sections in this course
Searching...
No results found
No matches for ""
Try different keywords or check your spelling
1 min read
by Stephen Gibson
ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :
(୧) ବିବାହ ପାଇଁ ଈଶ୍ୱରଙ୍କ ଯୋଜନା ଏବଂ ସମସ୍ୟାରୁ ସୁରକ୍ଷା ଦେଉଥିବା ଏବଂ ଆଶୀର୍ବାଦ ପ୍ରଦାନ କରୁଥିବା ବିବାହର ନିୟମଗୁଡ଼ିକୁ ବୁଝିପାରିବେ।
(୨) ପରିବାର ପାଇଁ ଶାସ୍ତ୍ରରେ ଥିବା ନିର୍ଦ୍ଦେଶାବଳୀ ବ୍ୟାଖ୍ୟା କରିପାରିବ।
ଡ. ରବର୍ଟସନ୍ ମ୍ୟାକ୍ଜ୍ୱିଲ୍କିନ୍ ୧୨ ବର୍ଷ ପର୍ଯ୍ୟନ୍ତ ଜାପାନରେ ମିଶନେରୀ ଭାବରେ ସେବାକାର୍ଯ୍ୟ କରୁଥିଲେ । ପରବର୍ତ୍ତି ସମୟରେ ସେ କଲମ୍ବିଆ ଆନ୍ତର୍ଜାତିୟ ବିଶ୍ୱବିଦ୍ୟାଳୟର ସଭାପତି ହେଲେ । ସେ ଜଣେ ଜଣାଶୁଣା ଲେଖକ, ବକ୍ତା ଏବଂ ପ୍ରଶିକ୍ଷକ ଥିଲେ । ତାଙ୍କର ସ୍ତ୍ରୀ ମୁରିଏଲ୍ ଆଲଜାଇମର ରୋଗରେ ପୀଡ଼ିତ ଥିଲେ । ଯେତେବେଳେ ଏହି ରୋଗ ବୃଦ୍ଧି ପାଇଲା ଏବଂ ମୁରିଏଲଙ୍କୁ ସେବାଯତ୍ନର ଆବଶ୍ୟକ ହେଲା, ଡ. ରବର୍ଟସନ୍ ମ୍ୟାକ୍ଜ୍ୱିଲ୍କିନ୍ ତାଙ୍କ ସ୍ତ୍ରୀଙ୍କର ସେବାଯତ୍ନ କରିବା ପାଇଁ ବିଶ୍ୱବିଦ୍ୟାଳୟର ସଭାପତି ଦାୟୀତ୍ୱରୁ ଇସ୍ତଫା ଦେଲେ । ସେ କହିଲେ ଯେ, ବିବାହ ସମୟରେ ତାଙ୍କ ସ୍ତ୍ରୀଙ୍କୁ ଦେଇଥିବା ପ୍ରତିଜ୍ଞାକୁ ସେ ପାଳନ କରୁଛନ୍ତି । ସେ ବିଶ୍ୱାସ କରନ୍ତି ଯେ, ବିଶ୍ୱବିଦ୍ୟାଳୟର ସଭାପତି ପଦଠାରୁ ତାଙ୍କ ସ୍ତ୍ରୀଙ୍କର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ ଅଟେ ।
ପରମେଶ୍ୱର, ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ପ୍ରଥମ ପୁରୁଷ ଏବଂ ନାରୀଙ୍କ ପାଇଁ ବିବାହ ସ୍ଥାପନ କରିଥିଲେ ।
► ଜଣେ ଛାତ୍ର ଆଦିପୁସ୍ତକ ୨:୨୧-୨୪ ଦଳ ପାଇଁ ପାଠ କରିବେ । ଏହି ପଦଗୁଡ଼ିକ ବିବାହ ବିଷୟରେ ଆମକୁ କ’ଣ କହେ?
ପରମେଶ୍ୱର ବିବାହକୁ ଲୋକମାନଙ୍କର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିଥିଲେ। ଏହା ମାନବ ପ୍ରକୃତି ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରାଯାଇଥିଲା। ପରମେଶ୍ୱର ଯାହା ଡିଜାଇନ୍ କରନ୍ତି ଏବଂ ଯାହା ଆବଶ୍ୟକ କରନ୍ତି, ସେ ସବୁଥିରେ, ସେ ସର୍ବଦା ଆମ ପାଇଁ ସର୍ବୋତ୍ତମ ଚାହାଁନ୍ତି (ଦ୍ୱିତୀୟ ବିବରଣ ୬:୨୪) । ପରମେଶ୍ୱର ଜାଣନ୍ତି ଯେ ତାଙ୍କ ବିବାହ ଯୋଜନା ପ୍ରତ୍ୟେକ ପତି/ପତ୍ନୀଙ୍କୁ ସର୍ବୋତ୍ତମ ଭାବପ୍ରବଣ, ସମ୍ପର୍କୀୟ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପ୍ରଦାନ କରିବ।
ବିବାହ ମଧ୍ୟ ପରମେଶ୍ୱରଙ୍କ ଚରିତ୍ର ଏବଂ ତାଙ୍କ ସମ୍ପର୍କର ପ୍ରତିଫଳନ ହେବା ପାଇଁ ଡିଜାଇନ୍ କରାଯାଇଛି । ପିତା ଈଶ୍ୱର, ପୁତ୍ର ଈଶ୍ୱର ଏବଂ ପବିତ୍ରଆତ୍ମା ଈଶ୍ୱର ସର୍ବଦା ପରସ୍ପରର ସମ୍ପର୍କରେ ଅଛନ୍ତି । ପ୍ରତ୍ୟେକଙ୍କର ସ୍ୱତନ୍ତ୍ର ଭୂମିକା ଅଛି କିନ୍ତୁ ତ୍ରିତ୍ତ୍ୱ ପରମେଶ୍ୱରଙ୍କର ପ୍ରତ୍ୟେକ ବ୍ୟକ୍ତି ସ୍ଥାୟୀ ଭାବରେ ଏକ ଅଟନ୍ତି ଏବଂ ଏକ ମହତ୍ତ୍ ଅଟନ୍ତି । ତ୍ରିତ୍ତ୍ୱ ପରମେଶ୍ୱରଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ଆମେ ଦେଖୁ ଏକତା, ଘନିଷ୍ଠତା, ବିଶ୍ୱସ୍ତତା ଏବଂ ସ୍ଥିରତା । ବାଇବଲର ବିବାହ ଏହି ଆଶ୍ଚର୍ଯ୍ୟଜନକ ସମ୍ପର୍କ ଅନୁସାରେ ସଜ୍ଜିତ ଅଟେ । ପ୍ରତ୍ୟେକ ସ୍ୱାମୀ ଏବଂ ସ୍ତ୍ରୀଙ୍କ ପ୍ରେମରେ ପବିତ୍ର ଏବଂ ଜୀବନସାରା ପରସ୍ପର ପ୍ରତି ପ୍ରତିବଦ୍ଧ ହେବା ପାଇଁ ପରମେଶ୍ୱରଙ୍କ ଯୋଜନା ଅଟେ ।
ଈଶ୍ୱର କହିଲେ ବିବାହରେ ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ ସେମାନଙ୍କର ପିତାମାତାଙ୍କୁ ପରିତ୍ୟାଗ କରିବେ ଏବଂ ଏକତ୍ର ହେବେ । ବିବାହ ଦୁଇଜଣଙ୍କୁ ଏକ ବନ୍ଧୁତା ଏବଂ ସହିଭାଗିତାରେ ଧାରଣ କରେ ଯାହା ଅନ୍ୟ ଯେକୌଣସି ମାବନ ସମ୍ପର୍କ ଅପେକ୍ଷା ଅଧିକ ଦୃଢ଼ ଏବଂ ନିକଟତର ଅଟେ ।
ବିବାହ କେବଳ ଏକ ସୀମିତ ସହଭାଗିତାରେ ଦୁଇ ଜଣଙ୍କ ସହିତ ମିଶିବା ନୁହେଁ । ସେମାନଙ୍କର ଜୀବନ ଏପରି ମିଶ୍ରିତ ହେବ ଯେ, ଗୋଟିଏ ଅର୍ଥରେ ସେମାନେ ଗୋଟିଏ ବ୍ୟକ୍ତି ପରି ହେବେ । ଏହା ସେମାନଙ୍କର ବ୍ୟକ୍ତିଗତ ବ୍ୟକ୍ତିତ୍ୱର ବିଲୋପ ନୁହେଁ, ବରଂ ଏକ ବିଶେଷ ଏକତା ଅଟେ ।
ସ୍ଥାୟୀ ହେବା ନିମନ୍ତେ ଈଶ୍ୱର ବିବାହକୁ ଡିଜାଇନ୍ କରିଛନ୍ତି । ବିବାହରେ, ଜଣେ ପୁରୁଷ ଏବଂ ନାରୀ ଉଭୟ ଜୀବିତ ଥିବା ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ବିଶ୍ୱସ୍ତ ରହିବାର ପ୍ରତିଶ୍ରୁତି ଦିଅନ୍ତି ।
ବିବାହ ବିଷୟରେ ଫାରୂଶୀମାନଙ୍କ ସହିତ ଯୀଶୁଙ୍କର କଥାବାର୍ତ୍ତା ବାଇବଲରେ ଲେଖାଯାଇଛି ।
► ଜଣେ ଛାତ୍ର ମାଥିଉ ୧୯:୩-୮ ଦଳ ପାଇଁ ପାଠ କରିବେ।
ଯୀଶୁ କହିଲେ ଯେ, ଈଶ୍ୱର ବିବାହକୁ ସ୍ଥାୟୀ କରିବାକୁ ଇଚ୍ଛା କରୁଥିଲେ । ସେ କହିଲେ, ଯେ ଯେଉଁମାନେ ଈଶ୍ୱରଙ୍କୁ ଅନୁସରଣ କରନ୍ତି ନାହିଁ, ସେମାନଙ୍କ ନିମନ୍ତେ ଛାଡ଼ପତ୍ର ଲାଗୁ ହୋଇଥିଲା ।
ବିବାହକୁ ସ୍ଥାୟୀ କରିବା ନିମନ୍ତେ ଈଶ୍ୱର ଅନେକ କାରଣ ଡିଜାଇନ୍ କରିଥିଲେ, ଯାହା ମଧ୍ୟରୁ କିଛି ବିଷୟରେ ଆମେ ପୂର୍ବ ଭାଗରେ ଆଲୋଚନା କରିଥିଲୁ । ସନ୍ତାନମାନଙ୍କ ନିମନ୍ତେ ବିବାହ ସ୍ଥାୟୀ ହେବା ଅନ୍ୟ ଏକ କାରଣ ଅଟେ । ଈଶ୍ୱରଙ୍କ ବିବାହ ଯୋଜନାର ଆଜ୍ଞାପାଳନ ସନ୍ତାନମାନଙ୍କୁ ପାଳନ କରିବା ପାଇଁ ସର୍ବୋତ୍ତମ ପରିବେଶ ସୃଷ୍ଟି କରେ । ପିତାମାତାମାନେ ସେମାନଙ୍କ ବିବାହ ଏବଂ ପରିବାରରେ ଈଶ୍ୱରଙ୍କ ନିୟମଗୁଡ଼ିକୁ ପାଳନ କରି ତାଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ସେମାନେ ଈଶ୍ୱର ଭକ୍ତ ସନ୍ତାନମାନଙ୍କୁ ପାଳନ କରିପାରିବେ (ମଲାଖି ୨:୧୫) ।
ଈଶ୍ୱର ମାନବ ଜୀବନକୁ ଏପରି ଭାବରେ ଡିଜାଇନ୍ କରିଛନ୍ତି ଯେ, ସନ୍ତାନମାନେ ପରିଣତ ବୟସରେ ପହଞ୍ଚିବାକୁ କିଛି ବର୍ଷ ସମୟ ନିଅନ୍ତି । ଏହି ସମୟରେ ପିଲାମାନେ ସୁରକ୍ଷା, ଯୋଗାଣ ଏବଂ ତାଲିମ୍ ପାଇଁ ପିତାମାତାଙ୍କର ଉପରେ ନିର୍ଭରଶୀଳ ହୁଅନ୍ତି । ଏହା ପଶୁମାନଙ୍କଠାରୁ ଭିନ୍ନ ଯେଉଁମାନେ ଗୋଟିଏ କିମ୍ବା ଦୁଇଟି ବର୍ଷରେ ପରିପକ୍ୱ ହୁଅନ୍ତି । ଲୋକମାନେ ପରିପକ୍ୱ ଚରିତ୍ର ବିକାଶ କରିବାକୁ ଅଧିକ ସମୟ ଆବଶ୍ୟକ କରନ୍ତି । ପିଲାମାନଙ୍କୁ ଲାଳନପାଳନ କରିବାକୁ ଈଶ୍ୱର ପରିବାରକୁ ମାଧ୍ୟମ ଭାବରେ ଡିଜାଇନ୍ କରିଥିଲେ । ସମାଜରେ ଅନେକ ସମସ୍ୟା ଆସେ, ଯେଉଁ ପରିବାରଗୁଡ଼ିକରେ ପିତାମାତାଙ୍କର ବିଶ୍ୱସ୍ତତାର ଅଭାବ ଥାଏ ।
ବିବାହ ନିମନ୍ତେ ଲୋକମାନେ ପରସ୍ପରକୁ ସାରା ଜୀବନ ସମର୍ପିତ କରିବାର ପ୍ରତିଶ୍ରୁତି ଦେବା ଆବଶ୍ୟକ । ପ୍ରତ୍ୟେକ ସଂସ୍କୃତିର ଏକ ରୂପ ଏବଂ ଏକ ଉତ୍ସବ ଅଛି ଯାହା ଦର୍ଶାଏ ଯେ, ବିବାହ ଏକ ଗମ୍ଭୀର ପ୍ରତିବଦ୍ଧତା । ଏହି ଉତ୍ସବ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ସାର୍ବଜନୀନ ଭାବରେ କହିବାର ଏକ ଉପାୟ ଯେ, ସେମାନେ ଜୀବନବ୍ୟାପୀ ପ୍ରତିବଦ୍ଧତା କରୁଛନ୍ତି ।
ଅଧିକାଂଶ ସରକାର ବିବାହର ରେକର୍ଡ଼ ରଖନ୍ତି । ବିବାହ ସମ୍ବନ୍ଧୀୟ ଆଇନ୍ଗୁଡ଼ିକ ସମ୍ପତ୍ତିର ମାଲିକାନା, ପିଲାମାନଙ୍କ ତତ୍ତ୍ୱାବଧାନ ଏବଂ ଉତ୍ତରାଧିକାରକୁ ପ୍ରଭାବିତ କରେ ।
ଏଠାରେ ବିବାହ ଶପଥର ଏକ ଉଦାହରଣ ଦିଆଯାଇଛି, ଯାହା ଅନେକ ବିବାହରେ ବ୍ୟବହାର କରାଯାଏ :
ମୁଁ ତୁମକୁ ମୋର ବିବାହିତ (ସ୍ୱାମୀ/ଭାର୍ଯ୍ୟା) ରୂପେ ଗ୍ରହଣ କରୁଅଛି । ମୁଁ ଈଶ୍ୱରଙ୍କ ଓ ଉପସ୍ଥିତ ସାଥୀମାନଙ୍କ ସାକ୍ଷାତରେ ପ୍ରତିଜ୍ଞା କରୁଅଛି ଯେ, ଆମ ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ତୁମର (ସ୍ୱାମୀ/ଭାର୍ଯ୍ୟା) ରୂପେ ପ୍ରାଚୁର୍ଯ୍ୟରେ ବା ଅଭାବରେ, ଆନନ୍ଦରେ ବା ନିରାନନ୍ଦରେ, ଅସୁସ୍ଥତାରେ ବା ସୁସ୍ଥତାରେ ତୁମକୁ ପ୍ରେମ କରିବି ଓ ତୁମ ପ୍ରତି ବିଶ୍ୱସ୍ତ ରହିବି ।
ପ୍ରେମପୂର୍ଣ୍ଣ ଭାବନା ସବୁ ସମୟରେ ସ୍ଥିର ରହିବ ନାହିଁ । ବିବାହ ପରିବର୍ତ୍ତନଶୀଳ ବ୍ୟକ୍ତିଗତ ଭାବନା ଉପରେ ଆଧାରିତ ହୋଇ ପାରିବ ନାହିଁ । ବିବାହ ପ୍ରତିଜ୍ଞାର ଅର୍ଥ ହେଉଛି ଜଣେ ପୁରୁଷ ଏବଂ ମହିଳା ଉଭୟେ ବଞ୍ଚଥିବା ପର୍ଯ୍ୟନ୍ତ ପରସ୍ପର ପ୍ରତି ବିଶ୍ୱସ୍ତ ରହିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ଏବଂ ସେହି ପ୍ରତିଶ୍ରୁତି କୌଣସି ସର୍ତ୍ତ ଉପରେ ନିର୍ଭର କରେ ନାହିଁ ।
► ଜଣେ ଛାତ୍ର ୨ କରିନ୍ଥୀୟ ୬:୧୪-୧୮ ଦଳ ପାଇଁ ପାଠ କରିବେ।
ଏହି ପଦଗୁଡ଼ିକ ଆମକୁ କହେ ଯେ, ଯଦି ଜଣେ ବିଶ୍ୱାସୀ ଅବିଶ୍ୱାସୀମାନଙ୍କ ସହିତ ଅତ୍ୟଧିକ ଘନିଷ୍ଠ ଭାବରେ ଜଡ଼ିତ ଥାଏ, ତେବେ ତାହାର ପ୍ରତିବଦ୍ଧତା ବାଧାପ୍ରାପ୍ତ ହୁଏ । ଯେପରି ଜଣେ ବିଶ୍ୱାସୀ ଏକ ବ୍ୟକ୍ତି ସହିତ ଉପାସନା କରିପାରିବ ନାହିଁ, ଯିଏ ଶୟତାନକୁ ପୂଜା କରେ, ସେ ଅବିଶ୍ୱାସୀମାନଙ୍କର ଜୀବନଶୈଳୀ ଏବଂ ପ୍ରାଥମିକତାଗୁଡ଼ିକୁ ଅନୁସରଣ କରିପାରିବ ନାହିଁ । ଏହି ଚେତାବନୀ ବ୍ୟବସାୟିକ ସହଭାଗିତା ସମେତ ବିଭିନ୍ନ ପ୍ରକାରର ସର୍ମ୍ପକ ପାଇଁ ପ୍ରଯୁଜ୍ୟ ହୋଇପାରେ ।
ବିବାହ ହେଉଛି ଅତି ନିକଟତର ମାନବୀୟ ସହଭାଗିତା । ଜଣେ ବିଶ୍ୱାସୀ ଏକ ବିଶ୍ୱାସୀ ସମର୍ପିତ ହୋଇ ନ ଥିବା ବିଶ୍ୱାସୀ ସହିତ ବିବାହ କରିବାକୁ ବିବେଚନା ମଧ୍ୟ କରିବା ଉଚିତ ନୁହେଁ (୧ କରିନ୍ଥୀୟ ୭:୩୯, ୨ କରିନ୍ଥୀୟ ୬:୧୪-୧୮) । ଜଣେ ବିଶ୍ୱାସୀ ଜଣେ ଅଣ-ବିଶ୍ୱାସୀ ସହିତ ବିବାହ କଲେ ଅଧିକ ଦୁଃଖଭୋଗ କରିବ ଏବଂ ପିଲାମାନଙ୍କୁ ବଢ଼ାଇବାରେ ଅନେକ ବାଧା ସୃଷ୍ଟି ହେବ ଏବଂ ଜୀବନଶୈଳୀ ନିଷ୍ପତ୍ତିରେ ବାଧା ସୃଷ୍ଟି ହେବ ।
ଯଦି ସ୍ୱାମୀ ଏବଂ ସ୍ତ୍ରୀ ବିଶ୍ୱାସୀ ହୋଇଥାଆନ୍ତି ଏବଂ ପୃଥକ ମଣ୍ଡଳୀରୁ ଆସିଥାଆନ୍ତି, ତେବେ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ସମସ୍ୟାଗୁଡ଼ିକ ବିଷୟରେ ସେମାନେ ଚୁକ୍ତି କରିବା ଉଚିତ । ବିବାହ ଉତ୍ତାରେ ସେମାନେ କେଉଁ ସ୍ଥାନୀୟ ମଣ୍ଡଳୀର ଅଂଶୀ ହେବେ ତାହା ଯୋଜନା କରିବା ଉଚିତ ।
► କାହିଁକି ଏକ ବିବାହ ଏକ ପ୍ରେମର ଉକ୍ତି ନ ହୋଇ ଶପଥ ସହିତ ଆରମ୍ଭ ହୁଏ?
► ଜଣେ ଛାତ୍ର ଏବ୍ରୀ ୧୩:୪ ଦଳ ପାଇଁ ପାଠ କରିବେ।
ଏହି ପଦ ଆମକୁ କହେ ଯେ, ବିବାହ ସର୍ବୋଚ୍ଚ ସମ୍ମାନୀୟ ହେବା ଉଚିତ । ଯୌନ ପାପ ବିବାହର ଏକ ଅସମ୍ମାନ ଅଟେ । ଯୌନ ଅନୈତିକତାକୁ ଈଶ୍ୱର ବିଚାର କରିବେ ।
ଯୌନ ପାପ ମଧ୍ୟରେ କାମୁକ କଳ୍ପନା, ବ୍ୟଭିଚାର, ସମଲିଙ୍ଗୀ କାର୍ଯ୍ୟକଳାପ, କାମ ପ୍ରକ୍ରିୟାର ପ୍ରତ୍ୟକ୍ଷ ଚିତ୍ର ଅନ୍ତର୍ଭୁକ୍ତ । କାମୁକ କଳ୍ପନା ହେଉଛି ଯିଏ ଆପଣଙ୍କର ଜୀବନସାଥି ନୁହେଁ ତା’ ସହିତ ଯୌନ କାର୍ଯ୍ୟକଳାପକୁ ଇଚ୍ଛାକୃତ ଭାବରେ କଳ୍ପନା କରିବା । ଅଶ୍ଳୀଳତା ହେଉଛି ଅବିବାହିତ ଲୋକମାନଙ୍କ ମଧ୍ୟରେ ଯୌନ କାର୍ଯ୍ୟକଳାପ । ବ୍ୟଭିଚାର ଯୌନ କାର୍ଯ୍ୟକଳାପ ଯେଉଁଥିରେ ଅନ୍ୟ କାହା ସହିତ ବିବାହିତ ବ୍ୟକ୍ତି ସାମିଲ ଥାଏ । ସମଲିଙ୍ଗୀ କାର୍ଯ୍ୟକଳାପ ହେଉଛି ସମାନ ଲିଙ୍ଗର ଲୋକଙ୍କ ମଧ୍ୟରେ ଯୌନ କାର୍ଯ୍ୟକଳାପ । ଅଶ୍ଳୀଳତା ରେ ଲେଖା, ଚିତ୍ର ଏବଂ ଭିଡ଼ିଓ ଅନ୍ତର୍ଭୁକ୍ତ, ଯାହା ନଗ୍ନତା କିମ୍ବା ଯୌନ କାର୍ଯ୍ୟକଳାପ ଦେଖାଇ ଯୌନ ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ସବୁ ବିବାହ ସର୍ମ୍ପକର ଉଲଙ୍ଘନ ଅଟେ ।
ମନେରଖନ୍ତୁ - ଶରୀରରେ ଆମକୁ ପ୍ରଲୋଭିତ କରୁଥିବା ପ୍ରତ୍ୟେକ ଇଚ୍ଛା ହେଉଛି ଏକ ଆବଶ୍ୟକତାର ଶୋଷଣ ଯାହା ଈଶ୍ୱରଙ୍କ ଦ୍ୱାରା ଭଲ ଭାବରେ ପୂରଣ କରାଯାଇପାରିବ । ଈଶ୍ୱରୀୟ ଯୌନ ସମ୍ପର୍କର ଏକମାତ୍ର ପ୍ରସଙ୍ଗ ହେଉଛି ବୈବାହିକ ଯୌନ ସଂପର୍କ । ଅବୈଧ ଯୌନ ତତ୍କାଳ ମଧୁର, କିନ୍ତୁ ଏପରି କିଛି ଯାହା ଆମର ଆଧ୍ୟାତ୍ମିକ କ୍ଷୁଧାକୁ ବିଷାକ୍ତ କରିଦେବ, ଯେ ପର୍ଯ୍ୟନ୍ତ ଆମେ ଏପରି କିଛି ଇଚ୍ଛା କରୁ ନାହିଁ ଯାହା ଶେଷରେ ଆମକୁ ଧ୍ୱଂସ କରିବ । ଅବୈଧ ଯୌନ ସମ୍ପର୍କ ଆମ ଜୀବନରେ ପବିତ୍ରତା, ଧାର୍ମିକତା ଏବଂ ପରମେଶ୍ୱରଙ୍କ ଉପସ୍ଥିତି ପ୍ରତି ଆମର ସମ୍ବେଦନଶୀଳତାକୁ ହ୍ରାସ କରିବା ବ୍ୟତୀତ ଆଉ କିଛି କରିବ ନାହିଁ । [1]
ଅନେକ ଶାସ୍ତ୍ରାଂଶରେ ହିତୋପଦେଶ ଚେତାବନୀ ଦେଇଥାଏ ଯେ ଯୌନ ଅନୈତିକତା ଜଣେ ବ୍ୟକ୍ତିଙ୍କ ଜୀବନକୁ ନଷ୍ଟ କରିଦିଏ ଏବଂ ମୃତ୍ୟୁ ଆଡ଼କୁ ଘେନିଯାଏ । (ଉଦାହରଣ : ହିତୋପଦେଶ ୨:୧୬-୧୯ ଏବଂ ହିତୋପଦେଶ ୬:୨୪-୨୯, ୩୨-୩୩) ।
ରବର୍ଟସନ୍ ମ୍ୟାକ୍କ୍ୱିଲିକିନ୍ ଲେଖନ୍ତୁ ଯେ, ମାନବୀୟ ଯୌନଗତ ଭାବରେ ଈଶ୍ୱରଙ୍କ ଉଦ୍ଦେଶ୍ୟ
... ମାନସିକ ଭାବରେ ଉଲଙ୍ଘନ କରାଯାଇଛି ପ୍ରାୟ ସେତିକି କଠୋର ଭାବରେ ଯେପରି ସେମାନେ କାର୍ଯ୍ୟ ଦ୍ୱାରା ହୋଇଥାନ୍ତି । ସେ କେବଳ ପୁରୁଏ ଏବଂ ସ୍ତ୍ରୀ ସୃଷ୍ଟି କରି ନ ଥିଲେ, ସେ ସେମାନଙ୍କୁ ପରସ୍ପର ପାଇଁ ଏକ ଅନ୍ତରଙ୍ଗ, ସ୍ଥାୟୀ ବିବାହ ବନ୍ଧନରେ ସୃଷ୍ଟି କରିଥିଲେ, ଯାହା ତାଙ୍କ ନିଜ ସ୍ୱଭାବ ଅନୁସାରେ ଏକତା ଥିଲା । ଏହି ଉଚ୍ଚ ଉଦ୍ଦେଶ୍ୟ ପୂରଣ ପାଇଁ, ଘନିଷ୍ଠତା ଅନନ୍ୟ ଏବଂ ପ୍ରତିବଦ୍ଧତା ସ୍ଥାୟୀ ହେବା ଆବଶ୍ୟକ ନଚେତ୍ ଏହା ଏକତା ନୁହେଁ । ମନର ବିଶ୍ୱସ୍ତତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ସ୍ୱତନ୍ତ୍ର ଘନିଷ୍ଠତା, ସ୍ଥାୟୀ ପ୍ରତିବଦ୍ଧତା ଏବଂ ପାରସ୍ପରିକ ବିଶ୍ୱାସ ପ୍ରଥମେ ମନରେ ଉଲଙ୍ଘନ ହୁଏ । [2]
► ଛାତ୍ରଛାତ୍ରୀମାନେ ଦଳ ନିମନ୍ତେ ୧ କରିନ୍ଥୀୟ ୬:୯-୧୧, ୧୫-୨୦ ଏବଂ ମାଥିଉ ୫:୨୭-୩୦ ପାଠ କରନ୍ତୁ ।
ପ୍ରତ୍ୟେକ ସମାଜରେ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ସମ୍ପର୍କକୁ ନେଇ ସାଂସ୍କୃତିକ ଦୃଷ୍ଟିକୋଣ ରହିଛି । ଏହି ସାଂସ୍କୃତିକ ଦୃଷ୍ଟିକୋଣଗୁଡ଼ିକର ମାନ ବାଇବଲର ନୈତିକତାର ମାନଦଣ୍ଡ ଅପେକ୍ଷା ନିମ୍ନମାନଦଣ୍ଡ ଅଛି । ଅନେକ ସଂସ୍କୃତିରେ କେବଳ ଏକ ସୁବ୍ୟବସ୍ଥିତ ସମାଜ ବଜାୟ ରଖିବା ପାଇଁ ଆବଶ୍ୟକୀୟ ନିୟମ ଅଛି । ଯଦି ପ୍ରତିକୂଳ ଫଳାଫଳ କିମ୍ବା ଅପବାଦକୁ ଏଡାଇବା ପାଇଁ ଯତ୍ନର ସହ୍ୟ କରାଯାଏ, ତେବେ ସେ କିମ୍ବା ଅପମାନକୁ ଏଡ଼ାଇବା ପାଇଁ ଯଥେଷ୍ଟ ଯତ୍ନର ସହ୍ୟ କରାଯାଏ, ତେବେ ସେମାନେ ଯୌନ ପାପକୁ ସହ୍ୟ କରନ୍ତି । ବାଇବଲର ନୈତିକତାର ମାନ ଭିନ୍ନ ଅଟେ ।
ଦୁଃଖର ବିଷୟ ଯେ, କେତେକ ମଣ୍ଡଳୀ ବାଇବଲ ନୈତିକତା ବଦଳରେ ସେମାନଙ୍କର ସଂସ୍କୃତିର ନୈତିକତାକୁ ଅନୁସରଣ କରନ୍ତି । ଯେଉଁମାନଙ୍କର ପାପ ନିଶ୍ଚିତ ଏବଂ ଅସାବଧାନତାରୁ ହୋଇଥାଏ ସେମାନେ ତାଙ୍କୁ ଦଣ୍ଡ ଦେଇଥାନ୍ତି, କିନ୍ତୁ ଲୋକମାନଙ୍କ ଦ୍ୱାରା ସମାନ ପାପ ଅଧିକ ସାବଧାନତାରୁ ହୋଇଥାଏ, ତେବେ ସେମାନେ ତାକୁ ସହ୍ୟ କରନ୍ତି ।
ଏହି ପଦଗୁଡ଼ିକ ଆମକୁ କହେ ଯେ, ଯେଉଁମାନେ ଏହି ପାପ କରୁଛନ୍ତି ସେମାନେ ବିଶ୍ୱାସୀ ନୁହଁନ୍ତି ଏବଂ ସେମାନେ ସ୍ୱର୍ଗକୁ ଯିବେ ନାହିଁ । କରିନ୍ଥୀର କେତେକ ବିଶ୍ୱାସୀ ଅତୀତରେ ଏହି ପ୍ରକାର ପାପ କରିଥିଲେ, କିନ୍ତୁ ତହିଁରୁ ଉଦ୍ଧାର ପ୍ରାପ୍ତ ହୋଇଥିଲେ ।
ନିଜକୁ ବିଶ୍ୱାସୀ ବୋଲି ଦାବି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହିପରି ପାପଗୁଡ଼ିକୁ କ୍ଷମା କରୁଥିବା ଯେକୌଣସି ସିଦ୍ଧାନ୍ତ ହେଉଛି ଏକ ମିଥ୍ୟା ସିଦ୍ଧାନ୍ତ । ଯଦି ଜଣେ ବ୍ୟକ୍ତି ଯୀଶୁଙ୍କ ଅନୁସରଣକାରୀ ବୋଲି ଦାବି କରେ ତଥାପି ବ୍ୟଭିଚାର କରେ ଶାସ୍ତ୍ର ଅନୁଯାୟୀ ତାକୁ ବାହାର କରିଦେବା ଆବଶ୍ୟକ ଏବଂ ତାକୁ ବିଶ୍ୱାସୀ ବୋଲି ବିବେଚନା ନ କରା ଯିବା ଆବଶ୍ୟକ (୧ କରିନ୍ଥୀୟ ୫:୧୧-୧୩) ।
ମଣ୍ଡଳୀ ନେତାଗଣ ଏକ ଉତ୍ତମ ଚରିତ୍ରର ଦୃଷ୍ଟାନ୍ତ ସ୍ଥାପନ କରିବା ଉଚିତ । ଯେତେବେଳେ ଏକ ମଣ୍ଡଳୀ ଉପାସନା ନେତାମାନଙ୍କୁ ଅସଭ୍ୟ ପୋଷାକ ପିନ୍ଧିବାକୁ ଅନୁମତି ଦିଏ କିମ୍ବା ଚର୍ଚ୍ଚେ କାମୁକ ନୃତ୍ୟର ପ୍ରକାରଗୁଡ଼ିକୁ ଅନୁମତି ଦିଏ, ସେମାନେ ସୂଚୀତ କରନ୍ତି ଭୁଲ୍ ଯୌନ ଇଚ୍ଛା ସ୍ୱାଭାବିକ । ସେମାନେ ସୂଚୀତ କରନ୍ତି ଯେ ଯୌନ ପାପ ଗମ୍ଭୀର ନୁହେଁ।
ଏକ ସମାଜର ପୋଷାକ ଶୈଳୀ ସୂଚାଇ ପାରେ ଯେ, ଜଣେ ବ୍ୟକ୍ତି ଯୌନ ଆକର୍ଷଣ ସୃଷ୍ଟି କରିବା ପାଇଁ ଶାରୀରିକ ପ୍ରଦର୍ଶନ ବିନା ଭଲ ପୋଷକ ପିନ୍ଧି ନାହିଁ । ଏହିପରି ତୃଟିରେ କେତେକ ମଣ୍ଡଳୀ ପଡ଼ିଯାଆନ୍ତି ବିଶେଷ ଭାବରେ ବିଶେଷ ଅବସରଗୁଡ଼ିକରେ । ସେମାନେ ମନେ କରନ୍ତି ଯେ, ସେମାନଙ୍କର ସମାଜର ଫେସନ୍କୁ ଅନୁସରଣ କରି ପୋଷାକ ନ ପିନ୍ଧିଲେ, ତାହା ଉତ୍ତମ ପୋଷାକ ନୁହେଁ । ତାହା ଭୁଲ୍ ଅଟେ ବୋଲି ମଣ୍ଡଳୀ ଶିକ୍ଷା ଦେବା ଉଚିତ । ଜଣେ ବିଶ୍ୱାସୀ ଅନ୍ୟମାନଙ୍କ ମଧ୍ୟରେ ଭୁଲ୍ କାମନା ସୃଷ୍ଟି କରିବା ଉଚିତ୍ ନୁହେଁ । ୧ ତୀମଥି ୨:୯-୧୦ ଆମକୁ କହେ ଯେ, ବିଶ୍ୱାସୀମାନେ ଏପରି ପୋଷାକ ପିନ୍ଧିବା ଏବଂ ଆଚରଣ କରିବା ଉଚିତ ଯେ, ଯେକୌଣସି ବ୍ୟକ୍ତି ସେମାନଙ୍କୁ ଦେଖିଲେ ଜାଣିପାରିବେ ଯେ ସେମାନେ ସତର୍କ ଏବଂ ପବିତ୍ର ଜୀବନ କାଟୁଛନ୍ତି ଏବଂ ପାପ କରିବାକୁ ଇଚ୍ଛା କରୁ ନାହାନ୍ତି କିମ୍ବା ଅନ୍ୟମାନଙ୍କ ପାଇଁ ପାପ କରିବାର କାରଣ ହେବାକୁ ମନା କରୁଛନ୍ତି। ଖ୍ରୀଷ୍ଟିୟାନମାନେ ସମ୍ମାନଜନକ ପୋଷାକ ପିନ୍ଧି, ଭଦ୍ରତା ଏବଂ ଆତ୍ମ-ସଂଯମ ସହିତ ନିଜକୁ ସଜାଇବା ଉଚିତ।
ପାପୀମାନଙ୍କ ନିମନ୍ତେ ସାହାଯ୍ୟ
ଗାଲାତୀୟ ୬:୧ କହେ, ଯେ ପାପ କରିଥିବା ସଦସ୍ୟକୁ ପୁନରୁଦ୍ଧାର କରିବା ପାଇଁ ମଣ୍ଡଳୀର ଏକ ଦାୟିତ୍ୱ ଅଛି । ଏହାର ଅର୍ଥ ନୁହେଁ ଯେ, ଜଣେ ବ୍ୟକ୍ତିଙ୍କୁ ଏକ ସେବାକାର୍ଯ୍ୟ ପଦବୀରେ ରହିବା ଉଚିତ୍ କିମ୍ବା ପାପ କରିବା ଉତ୍ତାରେ ସଙ୍ଗେ ସଙ୍ଗେ ତାକୁ ଏକ ସେବାକାର୍ଯ୍ୟରେ ପୁନଃ ଦାୟିତ୍ୱ ଦେବା ଉଚିତ । ପୁନରୁଦ୍ଧାରର ଅର୍ଥ ହେଉଛି ମଣ୍ଡଳୀର ସହଭାଗିତାରେ ପୁଣି ଗ୍ରହଣ କରିବା ଏବଂ ମଣ୍ଡଳୀ ତାଙ୍କୁ ଯତ୍ନ କରିବା । ଯଦି ସଦସ୍ୟ ଜଣକ ବାସ୍ତବରେ ଅନୁତାପ କରେ ତେବେ ଏହା ଦ୍ୱାରା ଈଶ୍ୱର ଏବଂ ମଣ୍ଡଳୀ ଦ୍ୱାରା ସେ କ୍ଷମା ପ୍ରାପ୍ତ ହୁଏ । ତାଙ୍କୁ ବିଜୟ ବଜାୟ ରଖିବା ଏବଂ ଆଧ୍ୟାତ୍ମିକ ଭାବରେ ଶକ୍ତିଶାଳୀ ହେବାରେ ସାହାଯ୍ୟ କରିବା ପାଇଁ ମଣ୍ଡଳୀକୁ ଆଧ୍ୟାତ୍ମିକ ଉତ୍ତରଦାୟିତ୍ୱ ପ୍ରଦାନ କରିବା ଉଚିତ ।
ଯଦି ଜଣେ ଅବିବାହିତ ଝିଅ ଗର୍ଭବତୀ ହୁଏ ତେବେ ଆଧ୍ୟାତ୍ମିକ ପୁନରୁଦ୍ଧାର ପାଇଁ ଚେଷ୍ଟା ନ କରି ମଣ୍ଡଳୀ ତାକୁ ସହଭାଗିତାରୁ ଏବଂ ମଣ୍ଡଳୀର ଯତ୍ନ ନେବାରୁ ବାଦ କରିବା ଉଚିତ ନୁହେଁ । ଯଦି ସେ ଅନୁତାପ କଲା ଏବଂ ଆଧ୍ୟାତ୍ମିକ ଉତ୍ତରଦାୟିତ୍ୱ ପ୍ରତି ସମର୍ପିତ ହେଲା ତେବେ ସେ କ୍ଷମା ପ୍ରାପ୍ତ ହେବ । ତା’ର ପାପ ସେହି ପୁରୁଷର ପାପ ଅପେକ୍ଷା ଅଧିକ ମନ୍ଦ ନୁହେଁ, ଯିଏ ଏହି କାର୍ଯ୍ୟରେ ଲିପ୍ତ ଥିଲା । ବେଳେବେଳେ ଝିଅଟିର ପାପର ପରିଣାମ ଏତେ ଦୃଶ୍ୟମାନ ହୋଇଥିବାରୁ ତାକୁ କଠୋର ବ୍ୟବହାର କରାଯାଏ ।
କିଛି ସମାଜରେ, ଯେଉଁମାନେ ନିଜ ଅବିବାହିତ ଝିଅର ଗର୍ଭଧାରଣ ପାଇଁ ଲଜ୍ଜିତ ଅନୁଭବ କରନ୍ତି, ସେମାନେ ନିଜ ପରିବାରର ମୁହଁ ରକ୍ଷା କରିବା ପାଇଁ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବାକୁ ପ୍ରଲୋଭିତ ହୁଅନ୍ତି । କିନ୍ତୁ ହତ୍ୟା ନିମନ୍ତେ ଏହା ଉତ୍ତମ ଉଦ୍ଦେଶ୍ୟ କଦାପି ନୁହେଁ (ଯାତ୍ରା ୨୦:୧୩) । ପ୍ରତ୍ୟେକ ଗର୍ଭସ୍ଥ ଶିଶୁ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ଗଢ଼ା ଅଟନ୍ତି (ଆଦିପୁସ୍ତକ ୯:୬, ଗୀତସଂହିତା ୧୩୯:୧୩-୧୪) । ଝିଅର ଶିଶୁଟି ସୁରକ୍ଷା, ପ୍ରେମ ଏବଂ ସେବା ପାଇବା ଉଚିତ ।
ମଣ୍ଡଳୀ ବିଶ୍ୱାସର ଏକ ପରିବାର ଅଟେ । ପାପକୁ ନିନ୍ଦା କରିବା ମଣ୍ଡଳୀ ପାଇଁ ଯଥେଷ୍ଟ ନୁହେଁ । ମଣ୍ଡଳୀ ତା’ର ସଦସ୍ୟମାନଙ୍କର ଯତ୍ନ ନେବା ଉଚିତ୍ । ଉଦାହରଣ ସ୍ୱରୂପ, ପାପପୂର୍ଣ୍ଣ କାର୍ଯ୍ୟକଳାପ ଦ୍ୱାରା ଆର୍ଥିକ ଭାବରେ ସମର୍ଥିତ ଜଣେ ବ୍ୟକ୍ତିଙ୍କୁ ବିକଳ୍ପ ଆର୍ଥିକ ସହାୟତା ବିକାଶ କରିବା ପାଇଁ ସାହାଯ୍ୟର ଆବଶ୍ୟକତା ପଡ଼ିପାରେ ।
ଏକ ବାସ୍ତବ ପରିସ୍ଥିତି ...
ଅନେକ ଝିଅ ଏକ ବଡ଼ ଚର୍ଚ୍ଚରେ ଯୋଗ ଦେଉଥିଲେ ଏବଂ ସଙ୍ଗୀତ ଦଳରେ ଗୀତ ଗାଉଥିଲେ । ସେମାନଙ୍କ ପରିବାର ଗରୀବ ଥିଲେ । ସେମାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ଅର୍ଥ ଉପାର୍ଜ୍ଜନ ପାଇଁ ସେହି ଝିଅମାନେ ପୁରୁଷମାନଙ୍କ ସହିତ ଅନୈତିକ ସଂପର୍କ ରଖିଥିଲେ । ଏହି ପରିସ୍ଥିତିରେ ମଣ୍ଡଳୀ କ’ଣ କରିବା ଉଚିତ ?
► ଲୋକମାନେ ପାପପୂର୍ଣ୍ଣ ଜୀବନ ପରିତ୍ୟାଗ କରିବା ପାଇଁ ଆପଣଙ୍କ ମଣ୍ଡଳୀ କ'ଣ କରିବା ଉଚିତ?
ଅଶ୍ଳୀଳତା
ପର୍ଣ୍ଣୋଗ୍ରାଫି ହେଉଛି ଲେଖା, ଚିତ୍ର କିମ୍ବା ଭିଡ଼ିଓ ଯାହା ନଗ୍ନତା କମ୍ବା ଯୌନ କାର୍ଯ୍ୟକଳାପ ଦେଖାଇ ଯୌନ ପ୍ରତିକ୍ରିୟା ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି ।
ଇଣ୍ଟରନେଟ୍ ସାରା ବିଶ୍ୱରେ ପର୍ଣ୍ଣୋଗ୍ରାଫିକୁ ସହଜରେ ଉପଲବ୍ଧ କରାଉଛି । ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ପର୍ଣ୍ଣୋଗ୍ରାଫିକୁ ସେହି ଲୋକମାନଙ୍କ ପାଇଁ ଏକ ପ୍ରଲୋଭନ କରିଥାଏ ଯେଉଁମାନେ ଏହି ପ୍ରସଙ୍ଗରେ ଖ୍ରୀଷ୍ଟିୟାନ ନୀତିଗୁଡ଼ିକୁ ପ୍ରୟୋଗ କରିବାକୁ ଶିଖିନାହାନ୍ତି । ଅନେକ ପାଳକ ଏବଂ ନେତାମାନେ ଏହିପରି ପ୍ରଲୋଭନର ଶୀକାର ହୋଇନାହାନ୍ତି, କାରଣ ସେମାନଙ୍କ ଯୌବନ ସମୟରେ ଇଣ୍ଟରନେଟ୍ ଉପଲବ୍ଧ ନ ଥିଲା। କିଶୋର ଅବସ୍ଥାରେ ପିଲାମାନେ କ’ଣ ସମ୍ମୁଖିନ ହେଉଛନ୍ତି ତାହା ସେମାନେ ସମ୍ପୂର୍ଣ୍ଣ ଭାବରେ ବୁଝିପାରୁ ନାହାଁନ୍ତି।
ଅଶ୍ଳୀଳତା/ପର୍ଣ୍ଣୋଗ୍ରାଫି ଭୁଲ୍ ଅଟେ, କାରଣ ଏହା ଜଣେ ବ୍ୟକ୍ତିଙ୍କୁ ବ୍ୟଭିଚାର ଏବଂ ଅନେକ ପ୍ରକାରର ଯୌନ ବିକୃତିର କଳ୍ପନା କରିବାରେ ଆନନ୍ଦ ଦେବା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ପାପପୂର୍ଣ୍ଣ ଇଚ୍ଛା ଥିବା ବ୍ୟକ୍ତି ପାଇଁ ଆକର୍ଷଣୀୟ ଅଟେ । ଅଶ୍ଳୀଳତା ଜଣେ ବ୍ୟକ୍ତିଙ୍କୁ ପରମେଶ୍ୱର ନିନ୍ଦା କରୁଥିବା ଅନୈତିକ କାର୍ଯ୍ୟରେ ଆନନ୍ଦ ଦେବାକୁ ଆମନ୍ତ୍ରଣ କରେ ଏବଂ ସକ୍ଷମ କରେ ।
ଅଶ୍ଳୀଳତା/ପର୍ଣ୍ଣୋଗ୍ରାଫି ନିଶା ସୃଷ୍ଟି କରେ । ପର୍ଣ୍ଣୋଗ୍ରାଫି ବ୍ୟବହାର କରୁଥିବା ବ୍ୟକ୍ତି ଏହାର ପ୍ରବଳ ଆବଶ୍ୟକତା ଅନୁଭବ କରନ୍ତି । ସେ ଏହା ବିନା ବଞ୍ଚିବାର କଳ୍ପନା କରିପାରିବ ନାହିଁ । ତାଙ୍କୁ ଲାଗେ ଯେ, ପର୍ଣ୍ଣୋଗ୍ରାଫିରୁ ସେ ଯେଉଁ କଳ୍ପନା ପାଆନ୍ତି ତାହା ବିନା ଜୀବନ ଶୂନ୍ୟ ଏବଂ ଆଗ୍ରହହୀନ ହୋଇଥାଆନ୍ତା । ଇଚ୍ଛା ମଧ୍ୟ ଗ୍ରାସକାରୀ ହୋଇଯାଏ ଅନ୍ୟ ସମସ୍ତ ନିଶା ପରି,ଏବଂ ଉପଭୋକ୍ତା ତାଙ୍କ ଜୀବନର ଭଲ ଜିନିଷଗୁଡ଼ିକୁ ବଳିଦାନ ଦେବାକୁ ଆରମ୍ଭ କରନ୍ତି।
ଅଶ୍ଳୀଳତା ପ୍ରଗତିଶୀଳ। ଉପଭୋକ୍ତା ଏପରି ସାମଗ୍ରୀ ଆବଶ୍ୟକ କରନ୍ତି ଯାହା କ୍ରମଶଃ ସ୍ପଷ୍ଟ ଏବଂ ବିକୃତ ହୋଇଯାଏ। ସେ ଏପରି କଳ୍ପନାରେ ଆନନ୍ଦ ପାଇବା ଆରମ୍ଭ କରିବେ ଯାହା ତାଙ୍କୁ ପୂର୍ବରୁ ଘୃଣା ଏବଂ ଭୟଭୀତ କରିଥାନ୍ତା।
ଅଶ୍ଳୀଳତା/ପର୍ଣ୍ଣୋଗ୍ରାଫି କ୍ଷତିକାରକ ଅଟେ । ଉପଭୋକ୍ତା ଏକ ସାଧାରଣ ସମ୍ପର୍କ ଉପଭୋଗ କରିବା ପାଇଁ କମ୍ ସକ୍ଷମ ହୋଇଯାଆନ୍ତି । ତାଙ୍କର ଇଚ୍ଛାଗୁଡ଼ିକ ଏତେ ଅପ୍ରାକୃତିକ ହୋଇଯାଏ ଯେ, ସେଗୁଡ଼ିକ କେବେବି ପୂରଣ ହୋଇପାରେ ନାହିଁ । ସେ ଅନ୍ୟମାନଙ୍କ ଅପବ୍ୟବହାର ପ୍ରତି ସମ୍ବେଦନହୀନ ହୋଇଯାଏ ।
ନିଶାର ବିପଦକୁ ଯୁବାମାନଙ୍କୁ ପାଳକମାନେ ଏବଂ ପିତାମାତା ସଚେତନ କରାଇ ଦେବା ଉଚିତ । ଯେତେବେଳେ ପିଲାମାନଙ୍କ ପାଖରେ ପ୍ରଲୋଭନ ପ୍ରତିରୋଧ କରିବାର ପରିପକ୍ୱତା ନାହିଁ, ସେତେବେଳେ ପିତାମାତାମାନେ ସେମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଅନୁମତି ଦେବା ଉଚିତ ନୁହେଁ । ଯେଉଁମାନେ ପର୍ଣ୍ଣୋଗ୍ରାଫି ବ୍ୟବହାର କରିବାର, ପ୍ରଲୋଭନ ସହିତ ସଂଘର୍ଷ କରୁଛନ୍ତି, ସେମାନେ ନିୟମିତ ଭାବରେ ଜଣେ ବିଶ୍ୱସ୍ତ, ଧାର୍ମିକ ବ୍ୟକ୍ତିଙ୍କୁ ବିଜୟ କିମ୍ବା ବିଫଳତାର ରିପୋର୍ଟ ଦେବା ଉଚିତ । ଏହି ପରିପକ୍ୱ ବିଶ୍ୱାସୀଙ୍କ ସହିିତ ନିୟମିତ ଯାଞ୍ଚ, ସଂଘର୍ଷ କରୁଥିବା ବ୍ୟକ୍ତିଙ୍କୁ ପବିତ୍ରତା ପ୍ରତି ପ୍ରତିବଦ୍ଧତା ବଜାୟ ରଖିବା ଏବଂ ସ୍ଥିର ବିଜୟ ହାସଲ କରିବାରେ ସାହାଯ୍ୟ କରିପାରେ ।
► ଅଶ୍ଳୀଳତା/ପର୍ଣ୍ଣୋଗ୍ରାଫିର ନିଶାରୁ ରକ୍ଷା କରିବା ପାଇଁ ଆପଣ ଲୋକମାନଙ୍କୁ କେଉଁ ଅଭ୍ୟାସଗୁଡ଼ିକ ସୁପାରିଶ କରିବା ଉଚିତ ? ମଣ୍ଡଳୀ କିପରି ସାହଯ୍ୟ କରିପାରିବ ?
ସମଲିଙ୍ଗୀ କାର୍ଯ୍ୟକଳାପ
ବାଇବଲର ଅଧିକାରକୁ ପ୍ରତ୍ୟାଖ୍ୟାନ କରୁଥିବା କିଛି ସମାଜ ବିବାହର ବାଇବଲର ବର୍ଣ୍ଣନାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରନ୍ତି । ସେମାନେ କୁହନ୍ତି ଯେ, ଲୋକମାନେ ସମଲିଙ୍ଗୀ ସମ୍ପର୍କ ବାଛିବାକୁ ସ୍ୱାଧିନ ଅଟନ୍ତି ।
ବାଇବଲ ସମଲିଙ୍ଗୀ କାର୍ଯ୍ୟକଳାପକୁ ନିନ୍ଦା କରେ ।
► ଛାତ୍ରଛାତ୍ରୀମାନେ ଦଳ ନିମନ୍ତେ ରୋମୀୟ ୧:୨୬-୨୭, ୧ ତୀମଥି ୧:୧୦ ଏବଂ ୧ କରିନ୍ଥୀୟ ୬:୯-୧୦ ପାଠ କରନ୍ତୁ ।
ବାଇବଲର ଏହି ତିନୋଟି ଅଂଶରେ ସମଲିଙ୍ଗୀ ଆଚରଣକୁ ସବୁଠାରୁ ଖରାପ ପ୍ରକାରର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପାପ ଅନୁସରଣ କରୁଥିବା ଲୋକମାନେ ପରମେଶ୍ୱରଙ୍କ କର୍ତ୍ତୃତ୍ୱକୁ ଅଗ୍ରାହ୍ୟ କରନ୍ତି ।
କିଛି ଲୋକ ଦାବୀ କରନ୍ତି ଯେ, ସେମାନଙ୍କର ସ୍ୱାଭାବିକ ଭାବରେ ସମଲିଙ୍ଗୀ ପ୍ରବୃତ୍ତି ଅଛି । ସେମାନେ କୁହନ୍ତି ଯେ, ସେମାନଙ୍କର ଆଚରଣ ପାଇଁ ସେମାନଙ୍କୁ ଦୋଷୀ କରାଯିବା ଉଚିତ ନୁହେଁ, କାରଣ ସେମାନେ ସେହି ଇଚ୍ଛା ରଖିବାକୁ ବାଛି ନ ଥିଲେ ।
ବାଇବଲ ଶିକ୍ଷା ଦିଏ ଯେ, ପ୍ରତ୍ୟେକ ବ୍ୟକ୍ତି ପାପ କରିବାର ଏକ ସ୍ୱାଭାବିକ ପ୍ରବୃତ୍ତି ଅନୁସରଣ କରିଛି (ଯିଶାଇୟ ୫୩:୬) । ଈଶ୍ୱର ଆମକୁ ଆମର ନିଜସ୍ୱ ପାପରୁ ଅନୁତାପ କରିବାକୁ ଡାକୁଛନ୍ତି (ଯିଶାଇୟ ୫୫:୭) । ଯେହେତୁ ଆମେ ପାପପୂର୍ଣ୍ଣ ସ୍ୱଭାବ ସହିତ ଜନ୍ମ ହୋଇଛୁ । ଆମର ପ୍ରାକୃତିକ ଇଚ୍ଛା ଆମକୁ ଆଗେଇ ନେବା ପାଇଁ ବିଶ୍ୱାସ କରାଯାଇ ପାରିବ ନାହିଁ । ଜଣେ ବ୍ୟକ୍ତି ବ୍ୟବଭିଚାର କରିବା, ହିଂସାତ୍ମକ ହେବା କିମ୍ବା ଚୋରି କରିବା ପାଇଁ ଏକ ପ୍ରବଳ ପ୍ରାକୃତିକ ପ୍ରବୃତ୍ତି ଅନୁଭବ କରିପାରେ କିନ୍ତୁ ପ୍ରାକୃତିକ ପ୍ରବୃତ୍ତିର ଅର୍ଥ ଏହା ନୁହେଁ ଯେ, ଇଚ୍ଛା ଠିକ୍ ଅଟେ ।
ଯୌନ ଇଚ୍ଛା ହେତୁ, କିଛି ଅବିବାହିତ ବ୍ୟକ୍ତି ହସ୍ତମୈଥୁନ କରନ୍ତି । ହସ୍ତମୈଥୁନ କରିବା ହେଉଛି ଯୌନ ଆନନ୍ଦ ପାଇଁ କିମ୍ବା ଯୌନ ଉତ୍ତେଜନା ଦୂର କରିବା ପାଇଁ ନିଜ ଜନନେନ୍ଦ୍ରିୟକୁ ଉତ୍ତେଜିତ କରିବା ।
ପର୍ଣ୍ଣୋଗ୍ରାଫି ବ୍ୟବହାର କରିବା କିମ୍ବା ଇଚ୍ଛାକୁ ଯୌନ କଳ୍ପନା ରଖିବା ପାପପୂର୍ଣ୍ଣ ଅଟେ (ମାଥିଉ ୫:୨୭-୨୮, ମାଥିଉ ୧୫:୧୯-୨୦) । ବାଇବଲ ହସ୍ତମୈଥୁନ ଅନୈତିକ ବୋଲି ନିର୍ଦ୍ଦିଷ୍ଟ ଭାବରେ ନିନ୍ଦା କରେ ନାହିଁ । ତଥାପି, ଆତ୍ମ-ସମବାସ କାମୁକ ଚିନ୍ତାଧାରା, ପର୍ଣ୍ଣୋଗ୍ରାଫି/ ଅଶ୍ଳୀଳତା ବ୍ୟବହାର ଏବଂ ବିବାହିତ ଯୌନ ସମ୍ପର୍କ ଏକ ବ୍ୟଭିଚାର ଆଡ଼କୁ ନେଇପାରେ ।
ହସ୍ତମୈଥୁନ କିରବା ମଧ୍ୟ ବୁଦ୍ଧିମାନର ନୁହେଁ କାରଣ ଏହା ନିଶାକର ଅଟେ, ଆପଣ ଯେତେ ଅଧିକ ଏହା କରିବେ, ଆପଣଙ୍କୁ ସେତେ ଅଧିକ ଏହା କରିବାକୁ ପଡ଼ିବ ବୋଲି ଅନୁଭବ ହେବ । ବାଧ୍ୟତାମୂଳକ ହସ୍ତମୈଥୁନ ମଧ୍ୟ ପ୍ରାୟତଃ ଗଭୀର ସମସ୍ୟାକୁ ସୂଚାଇ ଥାଏ, ଯେପରିକି ଭାବ ପ୍ରବଣ କିମ୍ବା ଯୁକ୍ତିଯୁକ୍ତ ସମସ୍ୟା, କିମ୍ବା ଅତୀତରେ ଯୌନ ନିର୍ଯ୍ୟାତନାର ଶୀକାର ହେବା ।
► ଛାତ୍ରଛାତ୍ରୀମାନେ ଦଳ ନିମନ୍ତେ ୧ କରିନ୍ଥୀୟ ୬:୧୨-୧୩ ଏବଂ ୧ ଥେସଲନୀକୀୟ ୪:୧-୮ ପାଠ କରନ୍ତୁ ।
ସ୍ୱାମୀ ଏବଂ ସ୍ତ୍ରୀଙ୍କୁ ଭାବପ୍ରବଣ ଓ ଆଧ୍ୟାତ୍ମିକ ଭାବରେ ଏକତ୍ର କରିବାରେ ସାହାଯ୍ୟ କରିବା ପାଇଁ ପରମେଶ୍ୱର ବିବାହରେ ଶାରୀରିକ ଏକତା ସୃଷ୍ଟି କରିଥିଲେ (୧ କରିନ୍ଥୀୟ ୬:୧୬-୨୦, ମଲାଖି ୨:୧୫) ।
ଅନେକ ଲୋକ ଭାବନ୍ତି ଯେ ହସ୍ତମୈଥୁନ ସେମାନଙ୍କୁ ବିବାହ ହେବା ପର୍ଯ୍ୟନ୍ତ ଅବିବାହିତ ଜୀବନକୁ ସମ୍ଭାଳିବାରେ ସାହାଯ୍ୟ କରିପାରେ । ତଥାପି ସେମାନେ ଅନୁଭବ କରିବାରେ ବିଫଳ ହୁଅନ୍ତି ଯେ, ଯେତେବେଳେ ଏହି ଅଭ୍ୟାସ ଅଭ୍ୟାସଗତ ହୋଇଯାଏ, ଏହା ଭବିଷ୍ୟତରେ ବୈବାହିକ ଯୌନ ସମ୍ପର୍କର ସୌନ୍ଦର୍ଯ୍ୟ ଏବଂ ଘନିଷ୍ଠତାକୁ ବିପଦରେ ପକାଇପାରେ ।
ଆତ୍ମ-ଯୌନ ସମ୍ପର୍କ ଏକ ଯୌନ ଅଭିଜ୍ଞତା ପ୍ରଦାନ କରେ ଯାହା ଯୌନର ମୂଳ ଉଦ୍ଦେଶ୍ୟକୁ ହରାଇଥାଏ : ଶାରୀରିକ ଏବଂ ଭାବପ୍ରବଣ ଭାବରେ ଦୁଇଜଣଙ୍କର ଏକ ଶରୀର ହେବା ପାଇଁ ଯୋଗଦାନ ... ବିବାହରେ ସୁସ୍ଥ ସ୍ୱାଭାବିକ ଯୌନ କାର୍ଯ୍ୟକଳାପର ବିକଳ୍ପ ଭାବରେ ହସ୍ତମୈଥୁନକୁ ବ୍ୟବହାର କରିବା ଉଚିତ ନୁହେଁ । [1]
ଯଦି ଜଣେ ଅବିବାହିତ ବ୍ୟକ୍ତିଙ୍କ ଜୀବନରେ ହସ୍ତମୈଥୁନ ଏକ ସମସ୍ୟା ହୁଏ, ତେବେ କ’ଣ କରିବା ଉଚିତ ? ଯଦିଓ କେହି କେବଳ ଯୌନ ଉତ୍ତେଜନା ଦୂର କରିବା ଉଦ୍ଦେଶ୍ୟରେ ହସ୍ତମୈଥୁନ କରୁଛନ୍ତି, ତେବେ ଏହାକୁ ଏଡ଼ାଇବା ଭଲ, କାରଣ ବର୍ତ୍ତମାନର ପ୍ରଲୋଭନ ଏବଂ ଆତ୍ମ-ଯୌନ ଯୌନତା ପାଇଁ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କରେ ନାହିଁ ।
ଯଦି ସେମାନଙ୍କ ଜୀବନରେ କୌଣସି ଧରଣର ଅନୈତିକତା ଥାଏ, ତେବେ ସେମାନେ ସେହି ପାପ ସ୍ୱୀକାର କରିବେ ଓ ସମ୍ପୂର୍ଣ୍ଣ ତ୍ୟାଗ କରିବା ଉଚିତ । ଜଣେ ଈଶ୍ୱରୀୟ ବୟସ୍କ ପ୍ରଶିକ୍ଷକଙ୍କୁ ନିୟମିତ ଭାବରେ ଏବଂ ଥରକୁ ଥର ସେମାନଙ୍କର ବିଜୟ ଓ ଅସଫଳତାର ରିପୋର୍ଟ ଦେବା ଉଚିତ ଯିଏ ସେମାନଙ୍କ ପାଇଁ ପ୍ରାର୍ଥନା କରିବେ ଏବଂ ପରାମର୍ଶ ଦେବେ ।
ଯଦି ଭାବପ୍ରବଣର କିମ୍ବା ସମ୍ପର୍କିୟ ସମସ୍ୟାର କିମ୍ବା ଅତୀତ ଯୌନ ଅପବ୍ୟବହାରର ଫଳାଫଳ ହସ୍ତମୈଥୁନ ହୁଏ ତେବେ ପେସାଦାର ପରାମର୍ଶଦାତାଙ୍କଠାରୁ ପରାମର୍ଶ ଗ୍ରହଣ କରିବା ସଠିକ୍ ହେବ ।
ଜଣେ ଯୀଶୁଙ୍କ ଅନୁସରଣକାରୀ ତାହାଙ୍କ ଦ୍ୱାରା ସାହଯ୍ୟ ପ୍ରାପ୍ତ ହେବ :
୧) ନିଶ୍ଚିତ ରହିବା ଯେ, ଯୀଶୁ ଯତ୍ନ ନିଅନ୍ତି (ଗୀତସଂହିତା ୧୩୯:୧-୩, ୧ ପିତର ୫:୬-୧୦) । ସେ ଆପଣଙ୍କର ବିଶ୍ୱାସ, ଆପଣଙ୍କର ଶାରୀରିକ ଆବଶ୍ୟକତାଗୁଡ଼ିକର ଏବଂ ଆପଣଙ୍କର ପବିତ୍ରତାର ଯତ୍ନ ନିଅନ୍ତି । ଆମେ ସମ୍ମୁଖିନ ହେଉଥିବା ଶାରୀରିକ ଏବଂ ମାନସିକ ପରୀକ୍ଷାଗୁଡ଼ିକୁ ସେ ବିଜୟୀ ଭାବରେ ଯନ୍ତ୍ରଣା ସହ୍ୟ ଏବଂ ଆମେ ବିଜୟୀ ହେବାକୁ ଆବଶ୍ୟକ କରୁଥିବା ଅନୁଗ୍ରହ ତାହାଙ୍କଠାରେ ଅଛି (ଏବ୍ରୀ ୪:୧୪-୧୬) ।
୨) ଶୟତାନର ମିଥ୍ୟାକୁ ବିଶ୍ୱାସ ନ କରିବା (ଯୋହନ ୮:୪୪) । ଶୟତାନ ଆପଣଙ୍କୁ କହିପାରିବ ଯେ, ଯୀଶୁ ତୁମର ଯତ୍ନ ନିଅନ୍ତି ନାହିଁ, କିମ୍ବା ଯୀଶୁ ଯୌନ ଇଚ୍ଛା ଦୂର କରିଦେବେ ଯାହା ତୁମକୁ ବହୁତ ହତାଶ କରେ (୧ ପିତର ୫:୭-୮), ଯୌନ ଇଚ୍ଛା ଥିବାରୁ ଶୟତାନ ତୁମକୁ ପାପୀ ବୋଲି ଅଭିଯୋଗ କରିପାରେ (ପ୍ରକାଶିତ ୧୨:୧୦) ।
୩) ଯୀଶୁଙ୍କୁ ଲକ୍ଷ୍ୟ କରିବା ଏବଂ ସେ କିଏ ସେଥିପାଇଁ ତାଙ୍କୁ ପ୍ରଶଂସା କରିବା (ଗୀତସଂହିତା ୧୦୮:୩-୪) । ଏହି ପରୀକ୍ଷା ମାଧ୍ୟମରେ ଈଶ୍ୱରଙ୍କ ସହିତ ଆପଣଙ୍କର ସମ୍ପର୍କ ଏବଂ ବିଶ୍ୱାସକୁ ବିନାଶ କରିବା ପାଇଁ ଶୟତାନ ଭଲ ପାଏ (ଯୋହନ ୧୦:୧୦) । କିନ୍ତୁ ଏହି ପରୀକ୍ଷା ଦ୍ୱାରା ଯୀଶୁଙ୍କ ଉଦ୍ଦେଶ୍ୟ ହେଉଛି ଯେ, ତୁମର ବିଶ୍ୱାସ ଦୃଢ଼ ହେବ ଏବଂ ତୁମେ ତାଙ୍କୁ ଭଲ ଭାବରେ ମହିମା ଦେଇପାରିବ (୧ ପିତର ୧:୫-୯) । ଯେତେବେଳେ ଆପଣ ତାହାଙ୍କ ଉପାସନା ଉପରେ ଧ୍ୟାନ ଦେବେ, ଆପଣଙ୍କୁ ସାହାଯ୍ୟ କରିବାକୁ ସେ ଉପସ୍ଥିତ ହେବେ (ଗୀତସଂହିତା ୪୬:୧) ।
୪) ଈଶ୍ୱରଙ୍କ ବାକ୍ୟରେ ଧ୍ୟାନ (ଗୀତସଂହିତା ୧୧୯:୯) । ଈଶକ୍ୱରଙ୍କ ବାକ୍ୟ ପାଠ କରିବା ଦ୍ୱାରା, ଶ୍ରବଣ କରିବା ଦ୍ୱାରା ଏବଂ ଧ୍ୟାନ କରିବା ଦ୍ୱାରା ପରୀକ୍ଷା ସମୟରେ ବିଜୟୀ ହେବାରେ ତୁମକୁ ସାହାଯ୍ୟ କରିବ । ଯେତେବେଳେ ଯୀଶୁ ପରୀକ୍ଷିତ ହେଲେ ବିଜୟୀ ହେବା ପାଇଁ ସେ ଶାସ୍ତ୍ର ବ୍ୟବହାର କଲେ (ମାଥିଉ ୪) । ଆମକୁ ମଧ୍ୟ ସେହିପରି କରିବାକୁ ପଡ଼ିବ ।
୫) ଅତି କମ୍ରେ ଜଣେ ପରିପକ୍ୱ ଏବଂ ଧାର୍ମିକ ବ୍ୟକ୍ତିଙ୍କ ପ୍ରତି ଦାୟୀ ରହିବା (ଗାଲାତୀୟ ୬:୨) । ଆପଣଙ୍କ ଅପେକ୍ଷା ବିଶ୍ୱାସର ଯାତ୍ରାରେ ଅଧିକ ଆଗରେ ଥିବା ବ୍ୟକ୍ତିଙ୍କ ସହିତ ଖୋଲା ଏବଂ ସଚ୍ଚୋଟ ହେବା ଅତ୍ୟନ୍ତ ସହାୟକ ହେବ । ସୋମନେ ଆପଣଙ୍କ ପାଇଁ ପ୍ରାର୍ଥନା କରିବେ ଏବଂ ପରାମର୍ଶ ଦେବେ । ଆପଣଙ୍କ ସଂଘର୍ଷ ବିଷୟରେ ସେମାନଙ୍କ ସହିତ କଥାବାର୍ତ୍ତା କରିବା ଦ୍ୱାରା ଆପଣ ପବିତ୍ରତା ବଜାୟ ରଖିପାରିବେ ଏବଂ ଆପଣଙ୍କ ବିଶ୍ୱାସରେ ଉତ୍ସାହିତ ରହିବେ ।
୬) ଅନ୍ୟମାନଙ୍କୁ ସେବା କରିବା ଏବଂ ସେମାନଙ୍କର ଆବଶ୍ୟକତାଗୁଡ଼ିକ ଉପରେ ଧ୍ୟାନ ଦେବା (ଫିଲିପ୍ପୀୟ ୨:୩-୫) । ଅନ୍ୟ ଲୋକମାନଙ୍କର ସେବା କରିବା ଦ୍ୱାରା ନିଜର ଆବଶ୍ୟକ ଏବଂ ଇଚ୍ଛା ବିରୁଦ୍ଧରେ ଲଢ଼ନ୍ତୁ ।
୭) ଈଶ୍ୱରଙ୍କ ମନୋନୀତ ସମୟରେ ଜଣେ ଈଶ୍ୱରୀୟ ବ୍ୟକ୍ତିଙ୍କୁ ବିବାହ କରିବା (ହିତୋପଦେଶ ୫:୧୫, ୧୮-୧୯) ।
ବିବାହ ପୂର୍ବରୁ ଯୁବା ଲୋକମାନେ ଦୃଢ଼ ପରୀକ୍ଷାଗୁଡ଼ିକର ସମ୍ମୁଖିନ ହୁଅନ୍ତି । ସେମାନଙ୍କ ପାଇଁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ, ସେମାନଙ୍କୁ ଜଣେ ଜୀବନସାଥି ଆବଶ୍ୟକ ଯିଏ ବିଶ୍ୱସ୍ତ ହୋଇଥିବ । [1] ବିବାହ ବିନା କ୍ଷଣସ୍ଥାୟୀ ଆନନ୍ଦ ପାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିବା ଉଚିତ ନୁହେଁ । ଯିଏ ଜଣେ ସମର୍ପିତ ବିଶ୍ୱାସୀ ନୁହେଁ ସେହିପରି ବ୍ୟକ୍ତି ସହିତ ସମ୍ପର୍କ ରଖିବାକୁ ଚିନ୍ତା କରିବା ଉଚିତ ନୁହେଁ (୧ କରିନ୍ଥୀୟ ୭:୩୯) । ଯିଏ ଜଣେ ଉତ୍ତମ ବିବାହିତ ସଙ୍ଗୀ ହୋଇପାରିବ ଏବଂ ଜଣେ ଉତ୍ତମ ପିତା କିମ୍ବା ମାତା ହୋଇପାରିବ ବେକଳ ସେପରି ବ୍ୟକ୍ତି ପାଇଁ ଚିନ୍ତା କରିବା ଉଚିତ ।
ଜଣେ ଯୁବ ଲୋକ ଯିଏ ଏକ ଭଲ ବିବାହ କରିବାକୁ ଚାହେଁ, ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱସ୍ତ, ପ୍ରତିବଦ୍ଧ ଅନୁଗାମୀ ହେବା ଉଚିତ ଯାହା ଦ୍ୱାରା ସଠିକ୍ ପ୍ରକାରର ବ୍ୟକ୍ତି ଆକର୍ଷିତ ହେବେ (ହିତୋପଦେଶ ୩:୪-୮) । ଜଣେ ବ୍ୟକ୍ତି ଉପଯୁକ୍ତ ଆଚରଣ ଏବଂ ଭଦ୍ର ପୋଷାକ ସହିତ ଭଲ ଚରିତ୍ର ପ୍ରଦର୍ଶନ କରନ୍ତି (୧ ତୀମଥି ୨:୯-୧୦) । ଯେଉଁମାନେ ବିପରୀତ ଲିଙ୍ଗର ଲୋକଙ୍କ ସହିତ ଅସାବଧାନତାର ସହ ବ୍ୟବହାର କରନ୍ତି,ବୁଝାଯାଆନ୍ତି ଯେ, ସେମାନେ ଭୁଲ୍ ଇଚ୍ଛା ଉପରେ ଆଧାରିତ ସମ୍ପର୍କ ରଖିବାକୁ ଇଚ୍ଛୁକ (୧ ଥେସଲନୀକୀୟ ୪:୧-୪) । ଯେଉଁ ବ୍ୟକ୍ତି ଏପରି ପୋଷକ ପିନ୍ଧେ ଯାହା ଭୁଲ୍ ଇଚ୍ଛା ସୃଷ୍ଟି କରେ, ସେ ଭୁଲ୍ ପ୍ରକାରର ବ୍ୟକ୍ତିଙ୍କୁ ଆକର୍ଷିତ କରେ (ହିତୋପଦେଶ ୭) ।
ଈଶ୍ୱର ଯୁବାମାନଙ୍କୁ ଆଚରଣ, ପୋଷାକ ଏବଂ ସମ୍ପର୍କ ଚୟନରେ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ପିତାମାତା, ପାଳକ ଏବଂ ଅନ୍ୟାନ୍ୟ ଖ୍ରୀଷ୍ଟିୟାନ ନେତାମାନଙ୍କୁ ଦେଇଛନ୍ତି । ଯେତେବେଳେ ଯୁବାମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରି ଏହି ନେତାମାନଙ୍କ ନିକଟରେ ଆତ୍ମସମର୍ପଣ କରିବେ, ସେମାନେ ଈଶ୍ୱରଙ୍କ ସର୍ବୋତ୍ତମ ଆଶୀର୍ବାଦ ପାଇବେ ଏବଂ ଅନେକ କ୍ଷତି ଓ ପ୍ରଲୋଭନରୁ ସୁରକ୍ଷିତ ରହିବେ ।
► ଜଣେ ଛାତ୍ର ୧ ପିତର ୫:୫ ଏବଂ ଏବ୍ରୀ ୧୩:୧୭ ଦଳ ପାଇଁ ପାଠ କରିବେ ।
ପିଲା ଏବଂ ଯୁବାମାନଙ୍କର ଦାୟିତ୍ୱ ହେଉଛି ଯେ, ସେମାନେ ସେମାନଙ୍କ ପିତାମାତା ଏବଂ ଆଧ୍ୟାତ୍ମିକ କର୍ତ୍ତୃପକ୍ଷଙ୍କ ଜ୍ଞାନ ଏବଂ ନେତୃତ୍ୱର ଅଧିନରେ ରୁହନ୍ତୁ । ଯୁବପିଢ଼ିଙ୍କୁ ପ୍ରଲୋଭନ ଉପରେ ବିଜୟୀ ହୋଇ ବଞ୍ଚିବାରେ ସାହାଯ୍ୟ କରିବା ଏହି ନେତାମାନଙ୍କର ଦାୟିତ୍ୱ।
► ଜଣେ ଛାତ୍ର ରୋମୀୟ ୧୩:୧୪ ଏବଂ ୧ କରିନ୍ଥୀୟ ୧୦:୧୩ ଦଳ ପାଇଁ ପାଠ କରିବେ ।
ଈଶ୍ୱର ବିଶ୍ୱାସୀମାନଙ୍କୁ ସେମାନଙ୍କ ସକ୍ଷମତାଠାରୁ ଅଧିକ ପ୍ରଲୋଭନର ପରିସ୍ଥିତିରେ ରହିବାକୁ ଅନୁମତି ଦିଅନ୍ତି ନାହିଁ ଯାହା ସେମାନେ ପ୍ରତିରୋଧ କରିପାରିବେ ଏବଂ ଯଦି ସେମାନେ ଇଚ୍ଛୁକ ହୁଅନ୍ତି, ତେବେ ସେଠାରୁ ଖସି ଯାଆନ୍ତୁ। ପ୍ରଲୋଭନଠାରୁ ପଳାୟନ କରିବା ଯୁବାମାନଙ୍କର ଦାୟିତ୍ୱ ଅଟେ (୨ ତୀମଥି ୨:୨୨) । ତଥାପି, ପିତାମାତାମାନେ ଯଥା ସମ୍ଭବ ସେମାନଙ୍କ ଯୁବ ପିଢ଼ିଙ୍କୁ ଅନାବଶ୍ୟକ ପ୍ରଲୋଭନର ସମ୍ମୁଖିନ ହେବାରୁ ରୋକିବା ଉଚିତ । ଅତି କମ୍ରେ ପିତାମାତା ଏହାକୁ ତିନୋଟି ଉପାୟରେ କରିପାରିବେ :
(୧) ପିଲାମାନେ କ’ଣ କରିବା ଏବଂ ନ କରିବା ଉଚିତ, ସେମାନେ କାହା ସହିତ ରହିବା ଉଚିତ୍ ଏବଂ ସେମାନେ କେଉଁଠାକୁ ଯିବା ଉଚିତ ସେ ବିଷୟରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେବା ଦ୍ୱାରା (ଏଫିସୀୟ ୬:୧-୪) ।
ପିତାମାତାମାନେ ସେମାନଙ୍କ ସନ୍ତାନମାନଙ୍କୁ ଏପରି ପରିସ୍ଥିତିରେ ରହିବାକୁ ଦେବା ଉଚିତ ନୁହେଁ, ଯେଉଁଠାରେ ସେମାନଙ୍କର ପରିପକ୍ୱତା ସେମାନଙ୍କୁ ପ୍ରଲୋଭନରୁ ରକ୍ଷା କରିବା ପାଇଁ ଯଥେଷ୍ଟ ହେବ ନାହିଁ । ଉଦାହରଣ ସ୍ୱରୂପ, ଯଦି ଜଣେ ଯୁବକ ଏବଂ ଜଣେ ଯୁବତୀ ଏକାକୀ ଏକ ଗୁପ୍ତ ସ୍ଥାନରେ ରହିବେ, ସେମାନେ ମନ୍ଦ ଆଚରଣ କରିବାକୁ ପ୍ରଲୋଭିତ ହେବେ ।
(୨) ପ୍ରଲୋଭନ କ୍ଷେତ୍ରରେ ସେମାନଙ୍କ ଯୁବାମାନଙ୍କୁ ଦାୟୀ ରଖିବା ଦ୍ୱାରା ।
(୩) ଯୁବାମାନଙ୍କୁ ବାଇବଲ ଉପଦେଶ ପ୍ରଦାନ କରିବା ଦ୍ୱାରା ।
ପିତାମାତାମାନେ ସେମାନଙ୍କ ଯୁବ ପିଢ଼ିଙ୍କୁ ବାଇବଲ ନୀତିଗୁଡ଼ିକୁ ମନରେ ରଖି ପରିସ୍ଥିତି ବିଷୟରେ ବିଚାର କରିବାକୁ ଶିଖିବା ଉଚିତ (ହିତୋପଦେଶ ୪:୧-୯, ହିତୋପଦେଶ ୭:୧, ୪-୫) । ସେମାନେ ଦେଖିପାରୁଥିବା ବିପଦଗୁଡ଼ିକ ବିଷୟରେ ସେମାନଙ୍କ ପିଲାମାନଙ୍କ ସହିତ କଥା ହେବା ଉଚିତ । ସେମାନେ ସେମାନଙ୍କର ଯୁବ ପିଢ଼ିଙ୍କୁ ବିଭିନ୍ନ ପସନ୍ଦ ବିଷୟରେ ବିଚାର କରିବାରେ ସାହାଯ୍ୟ କରିବା ଉଚିତ ଯାହା ସେମାନଙ୍କୁ କରିବାକୁ ପଡ଼ିବ । ସେମାନେ ସେମାନଙ୍କ ଯୁବ ପିଢ଼ିଙ୍କୁ ପ୍ରଲୋଭନରୁ କିପରି ଦୂରେଇ ରହିବେ ଏବଂ ପ୍ରଲୋଭନ ଆସିଲେ କ’ଣ କରିବେ ସେ ବିଷୟରେ ପୂର୍ବରୁ ଚିନ୍ତା କରିବାରେ ସାହାଯ୍ୟ କରିପାରିବେ ।
ଯେତେବେଳେ ଚର୍ଚ୍ଚ ବାଇବଲର ନୈତିକତାକୁ ରକ୍ଷା କରେ, ସେତେବେଳେ ତାହା ଏହିପରି ସଂସ୍କୃତିଠାରୁ ଭିନ୍ନ ହେବା ଉଚିତ । ଅଧିକାଂଶ ସଂସ୍କୃତି ଯୌନ ପାପ ଗମ୍ଭୀର ବୋଲି ମନେକରନ୍ତି ନାହିଁ । ବିବାହ ପୂର୍ବରୁ ଅବିବାହିତ ଯୁବାମାନେ ଯୌନ ସମ୍ପର୍କ ରଖନ୍ତୁ ବୋଲି ସେମାନେ ଅପପେକ୍ଷା କରନ୍ତି । ମଣ୍ଡଳୀ ପାପ ସହିତ ଆପୋଷ ସମାଧାନ କରିବା ଉଚିତ ନୁହେଁ । ଯୁବାମାନଙ୍କ ମଧ୍ୟରେ ଯୌନ ପାପ ସାଧାରଣ ଅଟେ ବୋଲି ମନେ କରିବା ଉଚିତ ନୁହେଁ । ଈଶ୍ୱର କହନ୍ତି, ଯେ, ଯେଉଁମାନେ ଅନୈତିକ ଅଟନ୍ତି, ସେମାନଙ୍କର ଖ୍ରୀଷ୍ଟଙ୍କ ରାଜ୍ୟରେ କୌରସି ଉତ୍ତରାଧିକାର ନାହିଁ ।
► ଛାତ୍ରଛାତ୍ରୀମାନେ ଦଳ ନିମନ୍ତେ ଏଫିସୀୟ ୫:୩-୭ ଏବଂ ଏବ୍ରୀ ୧୩:୪ ପାଠ କରନ୍ତୁ ।
ବିବାହ ପୂର୍ବରୁ ସମ୍ପର୍କ ଥିବା ସମୟ ଯୌନ ସମ୍ପର୍କ ଆରମ୍ଭ ହେବାର ସମୟ ନୁହେଁ । ବରଂ ଏହା ଏପରି ଏକ ସମୟ ଯେତେବେଳେ ପୁରୁଷ ଏବଂ ମହିଳା ନିଶ୍ଚିତ କରନ୍ତି ଯେ, ସେମାନେ ସମାନ ଆଧ୍ୟାତ୍ମିକ ଏବଂ ବାଇବଲର ପ୍ରାଥମିକତାରେ ଅଂଶୀଦାର କରନ୍ତି । ଏହା ଏପରି ଏକ ସମୟ ଯେତେବେଳେ ସେମାନେ ପରସ୍ପରକୁ ବୁଝାମଣା ବିକଶିତ କରନ୍ତି ଯାହା ସେମାନଙ୍କୁ ପରସ୍ପର ପ୍ରତି ସ୍ଥାୟୀ ପ୍ରତିବଦ୍ଧତା ପାଇଁ ଯଥେଷ୍ଟ ବିଶ୍ୱାସ କରିବାକୁ ସକ୍ଷମ କରିଥାଏ। ଯଦି ସେମାନେ ପରସ୍ପରର ଚରିତ୍ର ପ୍ରତି ବିଶ୍ୱାସକୁ ଆସିପାରିବେ ନାହିଁ, ତେବେ ସେମାନେ ସମ୍ପର୍କ ସମାପ୍ତ କରିବା ଉଚିତ ଏବଂ ବିବାହ କରିବା ଉଚିତ ନୁହେଁ ।
କିଛି ସମାଜର ଲୋକମାନେ ବିବାହକୁ ବିଳମ୍ବ କରନ୍ତି କାରଣ ସେମାନଙ୍କ ସଂସ୍କୃତି ବିବାହକୁ ଏକ ବିସ୍ତୃତ ଏବଂ ବ୍ୟୟବହୁଳ ଉତ୍ସବ ବୋଲି ଆଶା କରେ । ଅନେକ ସମୟରେ, ସମ୍ପତ୍ତିମାନେ ବର୍ଷ ବର୍ଷ ଧରି ଏକାଠି ରୁହନ୍ତି ଏବଂ ବିବାହକୁ ବିଳମ୍ବ କରି ସନ୍ତାନ ଜନ୍ମ କରନ୍ତି । କିଛି ଦମ୍ପତ୍ତିଙ୍କ ପାଇଁ, ସେମାନଙ୍କ ବିବାହ ଖର୍ଚ୍ଚ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଥିକ ଭାବରେ କ୍ଷତି ପହଞ୍ଚାଏ କାରଣ ସେମାନେ ବିବାହ କାର୍ଯ୍ୟକ୍ରମ ପାଇଁ ସେମାନଙ୍କର ସବୁକିଛି ଖର୍ଚ୍ଚ କରନ୍ତି ଏବଂ ହୁଏତ ଟଙ୍କା ଉଧାର ମଧ୍ୟ ନିଅନ୍ତି । ମଣ୍ଡଳୀ ଏକ ବିଶ୍ୱାସର ସମ୍ପ୍ରଦାୟ ହେବା ଉଚିତ ଯାହା ବିବାହର ଏକ ଭିନ୍ନ ମଡେଲ ପ୍ରଦାନ କରେ । ଖ୍ରୀଷ୍ଟିୟାନ ବିବାହ ଏପରି ପୁରୁଷ ଏବଂ ମହିଳାଙ୍କ ପାଇଁ ଯେଉଁମାନେ ପରସ୍ପର ପ୍ରତି ଏବଂ ପରମେଶ୍ୱରଙ୍କ ପ୍ରତି ପ୍ରତିବଦ୍ଧ ଏବଂ ବିବାହକୁ ବିଳମ୍ବ କରୁଥିବା କିମ୍ବା ଦମ୍ପତ୍ତିଙ୍କ ଭବିଷ୍ୟତ୍କୁ କ୍ଷତି ପହଞ୍ଚାଉଥିବା ଅଧିକ ଖର୍ଚ୍ଚ କରିବା ଉଚିତ ନୁହେଁ ।
► ସମାଜର ବିବାହ ରୀତି ନୀତିଠାରୁ ଖ୍ରୀଷ୍ଟିୟ ବିବାହ କେଉଁ କେଉଁ ପ୍ରକାରର ଭିନ୍ନତା ଅଛି ?
ଅଧିକାଂଶ ଲୋକଙ୍କ ପାଇଁ ବିବାହ ଈଶ୍ୱରଙ୍କର ଯୋଜନା ଅଟେ । ତଥାପି ପ୍ରେରିତ ପାଉଲ କେତେକ କାରଣ ବର୍ଣ୍ଣନା କରନ୍ତି, ଯେଉଁମାନେ ବିବାହ କରିପାରନ୍ତି ନାହିଁ । ୧ କରିନ୍ଥୀୟ ୭:୨୬ରେ ସେ ଉଲ୍ଲେଖ କରନ୍ତି “ଆସନ୍ନ ଦୁର୍ଦ୍ଦଶା’’ - ଜୀବନର କଷ୍ଟଦାୟକ ପରିସ୍ଥିତି ଯେଉଁଥିରେ ତାଡ଼ନା ଅନ୍ତର୍ଭୁକ୍ତ । ଏହିପରି ପରିସ୍ଥିତିରେ ବିବାହ ନ କରିବା ଉତ୍ତମ ବୋଲି ସେ ପରାମର୍ଶ ଦିଅନ୍ତି ।
କେତେକ ଶାସ୍ତ୍ରାଂଶ କହେ (୧ କରିନ୍ଥୀୟ ୭:୩୨-୩୫) ଜଣେ ଅବିବାହିତ ବ୍ୟକ୍ତିଠାରେ ଏକ ବିଶେଷ ସୁଯୋଗ ଅଛି । ଜଣେ ଅବିବାହିତ ବ୍ୟକ୍ତି ସ୍ତ୍ରୀର ଯତ୍ନ ନେବାରୁ ମୁକ୍ତ ହୋଇ ଈଶ୍ୱରଙ୍କ ସେବାରେ ଧ୍ୟାନ ଦେଇ ପାରିବେ । ଯେତେବେଳେ ଜଣେ ବ୍ୟକ୍ତି ବିବାହିତ ନ ହୋଇ ସେବାକାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ଆହ୍ୱାନ ପ୍ରାପ୍ତ ହୁଏ, ସେ ଅସାଧାରଣ ଭାବରେ ପ୍ରଭାବଶାଳୀ ହୋଇପାରେ ଏବଂ ତାଙ୍କ ସେବାକାର୍ଯ୍ୟରେ ଆଶୀର୍ବାଦ ପ୍ରାପ୍ତ ହୋଇଥାଆନ୍ତି ।
ଏକ ବ୍ୟକ୍ତିକୁ ଅବିବାହିତ ରହିବାକୁ ଅନ୍ୟ କାରଣ ହେତୁ ଈଶ୍ୱର ମନୋନୀତ କରିପାରନ୍ତି (ମାଥିଉ ୧୯:୧୦-୧୨) । ଏହା ଏକ ଅପ୍ରାକୃତିକ ପରିସ୍ଥିତି ଅଟେ ବୋଲି ଆମେ ମନେକରିବା ଉଚିତ ନୁହେଁ । ଆମେ ଏହା ଧରିନେବା ଉଚିତ୍ ନୁହେଁ ଯେ ପ୍ରତ୍ୟେକ ଅବିବାହିତ ବ୍ୟକ୍ତିଙ୍କୁ ଜୀବନସାଥୀ ଖୋଜିବା ଆବଶ୍ୟକ। ବିବାହ ଉପରେ ଖୁସି ଏବଂ ସମ୍ପୂର୍ଣ୍ଣତା ନିର୍ଭର କରେ ବୋଲି ମନେକରିବା ଉଚିତ ନୁହେଁ (ଗୀତସଂହିତା ୧୦୭:୯) ।
ଜଣେ ଅବିବାହିତ ବ୍ୟକ୍ତି ଭାବପ୍ରବଣ ଏବଂ ଶାରୀରିକ ଆବଶ୍ୟକତା ହେତୁ ଭୁଲ୍ ସମ୍ପର୍କ ସୃଷ୍ଟି ନ କରିବା ପାଇଁ ଯତ୍ନବାନ ହେବା ଆବଶ୍ୟକ ଅଟେ । ଈଶ୍ୱର ସେତିକି ତାଙ୍କପାଇଁ ପୂର୍ଣ୍ଣ ସମର୍ପିତ ବ୍ୟକ୍ତିକୁ ଆନନ୍ଦ ଏବଂ ସନ୍ତୋଷ ଦିଆନ୍ତି।
► ଛାତ୍ରଛାତ୍ରୀମାନେ ଦଳ ନିମନ୍ତେ ୧ ପିତର ୩:୧-୭ ଏବଂ ଏଫିସୀୟ ୫:୨୨-୨୩ ପାଠ କରନ୍ତୁ । ଏହି ଆଲୋଚନା ସମୟରେ ପଯୀକ୍ଷା ନିମନ୍ତେ ଶାସ୍ତ୍ରାଂଶକୁ ଦଳ ଖୋଲା ରଖିବେ ।
ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କଲେ, ସେହିପରି ପୁରୁଷ ତା’ର ସ୍ତ୍ରୀକୁ ପ୍ରେମ କରିବା ପାଇଁ କୁହାଯାଇଛି । ମଣ୍ଡଳୀ ନିମନ୍ତେ ଯୀଶୁ ନିଜକୁ ଦାନ କଲେ । ତାଙ୍କ ପତ୍ନୀଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱାମୀ ତାଙ୍କର ଲାଭକୁ, ଆରାମକୁ ଏବଂ ଇଚ୍ଛାକୁ ବଳି ଦେବାକୁ ହେବ । ୧ ପିତର ୩:୭ କହେ ତାଙ୍କ ପତ୍ନୀଙ୍କ ସହିତ ସେ ଏକ ବୁଝାମଣାରେ ଜୀବନ କାଟିବା ଆବଶ୍ୟକ, ଅର୍ଥାତ୍ ତାକୁ ବୁଝିବା ପାଇଁ ତାଙ୍କୁ ସର୍ବୋତ୍ତମ କରିବାକୁ ହେବ । ତାଙ୍କର ଆବଶ୍ୟକତାଗୁଡ଼ିକ ବୁଝିବା ପାଇଁ ତାଙ୍କୁ ଜାଣିବାକୁ ହେବ ।
ଏହି ଶାସ୍ତ୍ରାଂଶରେ ମହିଳାଙ୍କୁ “ଦୁର୍ବଳ ପାତ୍ର’’ ବୋଲି କୁହାଯାଇଛି । ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କଠାରୁ ସହାନୁଭୂତି ଆବଶ୍ୟକ କରନ୍ତି । ସେ କେବଳ ଶାରୀରିକ କ୍ଷତିରୁ ନୁହେଁ ବରଂ ଚିନ୍ତା ଏବଂ ଭାବପ୍ରବଣ ଚାପରୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ।
ତାଙ୍କ ସ୍ୱାମୀଙ୍କଠାରେ ସମର୍ପଣ ଏବଂ ତାଙ୍କୁ ସମ୍ମାନ ଦେବା ପାଇଁ ପତ୍ନୀଙ୍କୁ କୁହାଯାଇଛି । ଯଦିଚ ସ୍ୱାମୀ ଜଣେ ବିଶ୍ୱାସୀ ନୁହଁନ୍ତି, ତଥାପି ପତ୍ନୀ ତାଙ୍କ ସ୍ୱାମୀଙ୍କ ନେତୃତ୍ୱକୁ ଗ୍ରହଣ କରିବା ଉଚିତ । ଯଦି ସେ ଏହା କରନ୍ତି ତେବେ ତାଙ୍କ ଉଦ୍ଧାର ପ୍ରାପ୍ତ ହୋଇ ନ ଥିବା ସ୍ୱାମୀ ଜଣେ ବିଶ୍ୱାସୀ ହୋଇପାରିବେ ।
ଏହି ପଦଗୁଡ଼ିକରେ କିପରି ନିର୍ଦ୍ଦେଶଗୁଡ଼ିକ ଦିଆଯାଇଛି, ତାହା ମନେରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀଙ୍କ ଉପରେ କର୍ତ୍ତୃତ୍ୱ ଜାରି କରିବାକୁ କୁହାଯାଇ ନାହିଁ । ସ୍ୱାମୀଙ୍କ କଥା ମାନିବାକୁ ସ୍ତ୍ରୀଙ୍କୁ କୁହାଯାଇଛି, କିନ୍ତୁ ସେ ସ୍ୱାମୀଙ୍କୁ ମାନିବେ ବୋଲି ସ୍ୱାମୀ ତାଙ୍କୁ ବାଧ୍ୟ କରିପାରିବେ ନାହିଁ । ତାଙ୍କୁ ତାଙ୍କ ସ୍ତ୍ରୀଙ୍କୁ ପ୍ରେମ କରିବା ଏବଂ ତାଙ୍କର ଯତ୍ନ ନେବା ପାଇଁ ଆବଶ୍ୟକ ବଳିଦାନ ଦେବାକୁ କୁହାଯାଇଛି । ସେହିପରି ତାଙ୍କ ସ୍ୱାମୀଙ୍କଠାରୁ ସ୍ତ୍ରୀ ଯତ୍ନ ନେବାକୁ ଦାବି କରିବେ ନାହିଁ ବୋଲି କୁହାଯାଇଛି, ସ୍ୱାମୀଙ୍କୁ ସମ୍ମାନ ଦେବାକୁ ତାଙ୍କୁ କୁହାଯାଇଛି ।
ସ୍ୱାମୀର ପ୍ରାଥମିକତା ତାଙ୍କ କର୍ତ୍ତୃତ୍ୱ ବଜାୟ ରଖିବା ନୁହେଁ ବରଂ ପ୍ରେମପୂର୍ଣ୍ଣ ଯତ୍ନ ଯୋଗାଇବା ଉଚିତ। ସ୍ତ୍ରୀର ପ୍ରାଥମିକତା ନିଜ ପାଇଁ ଯତ୍ନ ଦାବି କରିବା ନୁହେଁ ବରଂ ତାଙ୍କ ସ୍ୱାମୀଙ୍କୁ ସମ୍ମାନ କରିବା ଉଚିତ।
ସ୍ୱାମୀଙ୍କୁ ପ୍ରେରିତ ସଚେତନ କରାଇ ଦେଇଛନ୍ତି ଯେ, ତାଙ୍କର ପ୍ରାର୍ଥନା ବାଧାପ୍ରାପ୍ତ ହେବ ଯଦି ସେ ତାଙ୍କ ସ୍ତ୍ରୀଙ୍କର ସଠିକ୍ ଯତ୍ନ ନେଉ ନାହାନ୍ତି । ଏହା ଆମକୁ କୁହେ ଯେ, ବିବାହରେ ଆମର ଆଚରଣ ପରମେଶ୍ୱରଙ୍କ ସହିତ ଆମର ସମ୍ପର୍କକୁ ପ୍ରଭାବିତ କରେ ।
ପ୍ରେରିତ ଯୋହନ କହନ୍ତି, ଯଦି ଜଣେ ବ୍ୟକ୍ତି ତା’ର ଭାଇକୁ ପ୍ରେମ ନ କରେ, ତେବେ ସେ ଈଶ୍ୱରଙ୍କୁ ପ୍ରେମ କରେ ନାହିଁ (୧ ଯୋହନ ୪:୨୦) । ସେହିପରି ଭାବରେ ପାଉଲ ଏବଂ ପିତରଙ୍କ ବାକ୍ୟରୁ ଆମେ ଦେଖୁ ଯେ, ଜଣେ ପୁରୁଷ ଯିଏ ତା’ର ସ୍ତ୍ରୀଙ୍କୁ ଯେପରି ପ୍ରେମ କରିବା ଉଚିତ୍ ସେପରି କରେ ନାହିଁ, ସେ ସେପରି ଈଶ୍ୱରଙ୍କୁ ମଧ୍ୟ ପ୍ରେମ କରେ ନାହିଁ, ଯେପରି କରିବା ଉଚିତ । ଜଣେ ମହିଳା ତା’ର ସ୍ୱାମୀଙ୍କୁ ସମ୍ମାନ ଦିଏ ନାହିଁ, ସେ ଈଶ୍ୱରଙ୍କୁ ମଧ୍ୟ ସମ୍ମାନ ଦିଏ ନାହିଁ, ଯେପରି ସେ ଦେବା ଉଚିତ୍ ।
► ଜଣେ ଛାତ୍ର ୧ କରିନ୍ଥୀୟ ୭:୧-୫ ଦଳ ପାଇଁ ପାଠ କରିବେ ।
ଏହି ପଦଗୁଡ଼ିକ କହେ ଯେ, ବିବାହର ଗୋଟିଏ ଇଚ୍ଛା ହେଉଛି ଯୌନ ଇଚ୍ଛା ପୂରଣ କରିବା । ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରକୁ ନିଜକୁ ସମର୍ପି ଦେଇଛନ୍ତି ଏବଂ ନିଜ ଶରୀରର ମାଲିକାନା ଦାବୀକୁ ପରିତ୍ୟାଗ କରିଛନ୍ତି । ଏହାର ଅର୍ଥ ହେଉଛି ଜଣେ ବିବାହିତ ବ୍ୟକ୍ତି କେବଳ ଇଚ୍ଛା କଲେ ଯୌନ ସମ୍ପର୍କ ସ୍ଥାପନ କରିବାକୁ ଆଶା କରିବା ଉଚିତ ନୁହେଁ ବରଂ ପତି/ପତ୍ନୀଙ୍କ ଇଚ୍ଛା ପ୍ରତି ମଧ୍ୟ ପ୍ରତିକ୍ରୀୟାଶୀଳ ହେବା ଉଚିତ । ଏହି ପଦଗୁଡ଼ିକ କହେ ନାହିଁ ଯେ, ଜଣେ ବ୍ୟକ୍ତି ପତୀ/ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ସନ୍ତୁଷ୍ଟି ଦାବି କରିପାରିବେ । ପଦଗୁଡ଼ିକ ପ୍ରତ୍ୟେକଙ୍କୁ ଅନ୍ୟ ଜଣଙ୍କ ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳ ହେବା କହେ ।
ଏହି ଅଂଶଟି ଆମକୁ କୁହେ ଯେ, ବିବାହିତ ଲୋକମାନେ ପରସ୍ପରକୁ ଏହି ସୁବିଧାରୁ ବଞ୍ଚିତ କରିବା ଉଚିତ୍ ନୁହେଁ । ଉପବାସ ସହିତ ଏକ ଅଳ୍ପ ସମୟ ପାଇଁ ଯୌନ ନିଷ୍କ୍ରିୟତା ବୈଧ, କିନ୍ତୁ ଦୀର୍ଘ ସମୟ ଧରି ପୃଥକ ରହିବା ଅସନ୍ତୁଷ୍ଟ ଇଚ୍ଛା ଯୋଗୁଁ ପ୍ରଲୋଭନ ସୃଷ୍ଟି କରିବ । ବେଳେବେଳେ ଦମ୍ପତ୍ତିମାନେ କିଛି ମାସ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଅଲଗା ରହିବାକୁ ପସନ୍ଦ କରନ୍ତି, କାରଣ ଜଣେ ଦୂର ସ୍ଥାନକୁ କାମ କରିବାକୁ କିମ୍ବା ପାଠ ପଢ଼ିବାକୁ ଯାଆନ୍ତି । ଏପରି ନିଷ୍ପତ୍ତି ନେବା ପୂର୍ବରୁ, ସେମାନେ ବିଚାର କରିବା ଉଚିତ ଯେ, ଏପରି ଯୋଜନା ପରମେଶ୍ୱରଙ୍କ ଯୋଜନା ସହିତ ମେଳ ଖାଉଛି କି ନାହିଁ । ଦୀର୍ଘ ସମୟର ପୃଥକ୍ କାରଣରୁ ସେମାନେ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି ।
ବିବାହର ଗୋଟିଏ ଉଦ୍ଦେଶ୍ୟ ହେଉଛି ଏପରି ପରିବାର ସୃଷ୍ଟି କରିବା ଯାହା ସେମାନଙ୍କ ସଦସ୍ୟଙ୍କ ପାଇଁ ଯତ୍ନ ନେଉଥିବ ।
► ଜଣେ ଛାତ୍ର ୧ ତୀମଥି ୫:୮ ଦଳ ପାଇଁ ପାଠ କରିବେ ।
ଏହି ପଦଟି ମଣ୍ଡଳୀର ସଦସ୍ୟମାନଙ୍କ ପରସ୍ପରର ଯତ୍ନ ନେବାର ଦାୟିତ୍ୱକୁ ବର୍ଣ୍ଣନା କରୁଥିବା ଏକ ଅଂଶରେ ଆସିଛି । ଜଣେ ବ୍ୟକ୍ତିଙ୍କର ପ୍ରଥମ ଦାୟିତ୍ୱ ହେଉଛି ତାଙ୍କ ପରିବାର । ପିତାମାତା ନିଶ୍ଚିତ ହେବା ଆବଶ୍ୟକ ଯେ, ତାଙ୍କର ସନ୍ତାନର ଆବଶ୍ୟକତାଗୁଡ଼ିକ ଯୋଗାଇ ଦିଆଯାଇଛି, ଯେପରି ଖାଦ୍ୟ, ପୋଷାକ, ବାସସ୍ଥାନ ଏବଂ ଶିକ୍ଷା । ଜଣେ ପିତାମାତା ଏହି ଦାୟତ୍ୱ ଅନ୍ୟମାନଙ୍କ ଉପରେ ଛାଡ଼ିବା ପରିବର୍ତ୍ତେ ଯାହା କରିପାରିବେ ତାହାକରିବା ଉଚିତ ।
ଏହି ପାଠର ବିଷୟଟି ବହୁତ ଆଲୋଚନାର କାରଣ ହେବ ।
ଛାତ୍ର/ଛାତ୍ରୀମାନେ ଏହି ପାଠର ଶାସ୍ତ୍ରୀୟ ନୀତିଗୁଡ଼ିକୁ ସେମାନଙ୍କ ପରିସ୍ଥିତିରେ ପ୍ରୟୋଗ କରିବାକୁ ଚେଷ୍ଟା କରିବା ଉଚିତ ।
► ବିବାହ ବିଷୟରେ ଏପରି କ’ଣ ସତ୍ୟ ଯାହାକୁ ଅନେକ ଲୋକ ଭୁଲି ଯାଆନ୍ତି?
► ଜଗତର ପ୍ରଲୋଭନ ସହିତ ସଂଘର୍ଷ କରୁଥିବା ଯୁବାଯୁବତୀମାନଙ୍କୁ ମଣ୍ଡଳୀ କିପରି ସାହାଯ୍ୟ କରିପାରିବ?
► ପିଲାମାନଙ୍କୁ ଖ୍ରୀଷ୍ଟଙ୍କୁ ଅନୁସରଣ କରିବା ପାଇଁ ତାଲିମ ଦେବାର ଚ୍ୟାଲେଞ୍ଜରେ ସାହାଯ୍ୟ କରିବା ପାଇଁ ମଣ୍ଡଳୀର ଲୋକମାନେ କିପରି ଏକାଠି କାମ କରିପାରିବେ?
ସ୍ୱର୍ଗସ୍ଥ ପିତା,
ବିବାହର ତୁମ ସୁନ୍ଦର ଡିଜାଇନ୍ ପାଇଁ ତୁମକୁ ଧନ୍ୟବାଦ ଦେଉଛୁ । ମୋ’ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ତୁମର ଇଚ୍ଛା ପ୍ରତି ବିଶ୍ୱସ୍ତ ରହିବାରେ ମୋତେ ସାହାଯ୍ୟ କର । ଖ୍ରୀଷ୍ଟିୟାନ ବିଶ୍ୱସ୍ତତାର ଏକ ଉତ୍ତମ ଉଦାହରଣ ହେବାରେ ମୋତେ ସାହାଯ୍ୟ କର । ତୁମର ଇଚ୍ଛା ଅନୁସରଣ କରିବାକୁ ଅନ୍ୟମାନଙ୍କୁ ଉତ୍ସାହିତ କରିବାରେ ମୋତେ ସାହାଯ୍ୟ କର ।
ପରିବାର, ଯୁବା ଯୁବତୀ ଏବଂ ପିଲାମାନଙ୍କୁ ବିଶ୍ୱାସ ଏବଂ ଆଜ୍ଞାବହତା ଦୃଢ଼ ହେବା ପାଇଁ ମଣ୍ଡଳୀରେ ସହଯୋଗ କରିବାରେ ମୋତେ ସାହାଯ୍ୟ କର ।
ଆମକୁ ଆଶୀର୍ବାଦ କରୁଥିବା ସମ୍ପର୍କ ରଖିବା ପାଇଁ ଯେଉଁ ସୁଯୋଗ ଦେଇଛ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ ।
ଆମେନ୍ !
(୧) ଯଦି ଆପଣ ଅବିବାହିତ, ତେବେ ଆପଣଙ୍କ ବିବାହ ପୂର୍ବ ସମ୍ପର୍କ ଏବଂ ଆପଣଙ୍କ ଭବିଷ୍ୟତ୍ ବିବାହ ପାଇଁ ଈଶ୍ୱରଙ୍କ ନୀତିଗୁଡ଼ିକୁ ପାଳନ କରିବା ପ୍ରତିବଦ୍ଧତାର ଦୁଇଟି ଅନୁଚ୍ଛେଦ ଲେଖନ୍ତୁ । ଯଦି ଆପଣ ବିବାହିତ, ତେବେ ଆପଣଙ୍କ ବିବାହ ପାଇଁ ଈଶ୍ୱରଙ୍କ ନୀତିଗୁଡ଼ିକୁ ପାଳନ କରିବା ପାଇଁ ପ୍ରତିବଦ୍ଧତାର ଦୁଇଟି ଅନୁଚ୍ଛେଦ ଲେଖନ୍ତୁ ।
(୨) ଏହି ପାଠରୁ ଗୋଟିଏ କିମ୍ବା ଅଧିକ ବିଷୟ ବାଛନ୍ତୁ ଏବଂ ଆପଣଙ୍କ ସମାଜରେ ଜଣେ ବ୍ୟକ୍ତି ଆଧ୍ୟାତ୍ମିକ ନୀତିଗୁଡ଼ିକୁ କିପରି ପ୍ରୟୋଗ କରିବେ ତାହା ବର୍ଣ୍ଣନା କରି ଏକ ପୃଷ୍ଠା ଲେଖନ୍ତୁ ।
ଉଦାହରଣ :
ଆପଣଙ୍କ ସମାଜରେ ବିବାହ କରିବାକୁ ଯୋଜନା କରୁଥିବା ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଏକ ଖ୍ରୀଷ୍ଟିୟାନ ସମ୍ପର୍କ ବର୍ଣ୍ଣନା କରନ୍ତୁ ।
ଆପଣଙ୍କ ସମାଜରେ ବିବାହ ପ୍ରତି ବିଶ୍ୱସ୍ତତା ଦେଖାଇବାକୁ ଚାହୁଁଥିବା ଜଣେ ପୁରୁଷ କିମ୍ବା ମହିଳାଙ୍କ ଆଚରଣ ବର୍ଣ୍ଣନା କରନ୍ତୁ ।
SGC exists to equip rising Christian leaders around the world by providing free, high-quality theological resources. We gladly grant permission for you to print and distribute our courses under these simple guidelines:
All materials remain the copyrighted property of Shepherds Global Classroom. We simply ask that you honor the integrity of the content and mission.
Questions? Reach out to us anytime at info@shepherdsglobal.org
Total
$21.99By submitting your contact info, you agree to receive occasional email updates about this ministry.
Download audio files for offline listening
No audio files are available for this course yet.
Check back soon or visit our audio courses page.
Share this free course with others